ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ ଲକ୍ଷ୍ୟ ହାସଲକରେ। ହେଲେ ଭାରତୀୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ଜନକୈନ୍ଦ୍ରିକ। ଏହା ଲୋକଙ୍କୁ ସ୍ମରଣ କରାଇଦିଏ ଯେ ଜୀବନର ଉଦ୍ଦେଶ୍ୟ କେବଳ ଖାଇବା ନୁହେଁ, ବରଂ ଖାଇବାକୁ ଦେବା। ଖାଇବାକୁ ଦେବା ହେଉଛି ଧର୍ମ। ଯିଏ ଖୁଆଇବାକୁ ସକ୍ଷମ ସେ ହେଉଛନ୍ତି ଧର୍ମୀୟ ନେତା। ଆମ ସମସ୍ତଙ୍କର ନିଜେ ଖାଇବା ଏବଂ ଅନ୍ୟଙ୍କୁ ଖୁଆଇବାର କ୍ଷମତା ଅଛି। ଯେଉଁମାନେ ପ୍ରଥମେ ଖାଇବାକୁ ଦିଅନ୍ତି ସେମାନେ ‘ଯଜମାନ’। ଅପରପକ୍ଷେ ଯେଉଁମାନେ ଏହି ସମାନ କାର୍ଯ୍ୟ କରିବା ସହ ତା’ ବଦଳରେ କିଛି ଦିଅନ୍ତି ସେମାନେ ‘ଦେବତା’। ଭୋକିଲା, ଭୟଭୀତ, ଭଗ୍ନ ମନ ଶ୍ରେଷ୍ଠତା ଏବଂ ତୁଚ୍ଛତା ବିଷୟରେ ଧାରଣା ସୃଷ୍ଟିକରେ। ଭଗ୍ନ ମନ ହେଉଛି ଅହମ୍‌ (ଅହଂକାର)। ଯୋଗ ଏଭଳି ମନକୁ ଯୋଡ଼ିବାରେ ସକ୍ଷମ। ଅବିଭକ୍ତ ତଥା ଅବିଚଳିତ ମନ ହେଉଛି ଆତ୍ମା। ତେଣୁ ସେଭଳି ମନ ଆଖପାଖରେ ଥିବା ଲୋକଙ୍କର ଭୋକ ଏବଂ ଅସୁରକ୍ଷିତତାକୁ ଗୁରୁତ୍ୱ ଦିଏ। ସେଥିପାଇଁ ଧର୍ମୀୟ ନେତା ଯୋଗକୁ ଗୁରୁତ୍ୱ ଦିଅନ୍ତି।
ଯୋଗ ଆମକୁ ଠିକ୍‌ ଭାବରେ ପ୍ରତିଦାନ ଭାବ ଆଣିବାରେ ସକ୍ଷମ କରାଏ। କେବଳ ଆମର ନୁହେଁ , ଏହା ଅନ୍ୟ ଲୋକଙ୍କ କ୍ଷୁଧା ଉପରେ ଧ୍ୟାନଦେବାକୁ ମଣିଷକୁ ସକ୍ଷମ କରାଏ। ଯେତେବେଳେ ଆମେ ଯୋଗ ବିନା ଯଜ୍ଞ କରୁ, ସେତେବେଳେ ସହାନୁଭୂତି ପ୍ରଦର୍ଶନ କରିବାକୁ ଅସମର୍ଥ ହେଉ। ଜଣେ ଯଜମାନ ହେବା ପାଇଁ ସହାନୁଭୂତି ହେଉଛି ଚାବିକାଠି। ଯଜମାନମାନେ ରାବଣଙ୍କୁ ଖଳନାୟକ ଭାବେ ନ ଦେଖି ବରଂ ଆବେଗ ଓ ଅହଂକାର ଦ୍ୱାରା ନିୟନ୍ତ୍ରିତ ବୋଲି ଭାବନ୍ତି। ତେଣୁ ସମସ୍ତଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଦରକାର ପଡ଼ିଛି। ଅନ୍ୟପଟେ ରାମଙ୍କର ଏପରି ଆବେଗ ନାହିଁ। ତାଙ୍କ ବିଚାର ସନ୍ତୁଳିତ। ସେ ପୀଡ଼ିତ କିମ୍ବା ନାୟକ ନୁହନ୍ତି। ସେ ପରମାତ୍ମାଙ୍କ ସହ ଯୋଡ଼ିହୋଇ ରହିଥାନ୍ତି।
ଜଣେ ଯଜମାନ ଜାଣନ୍ତି ଯେ ସୁଖ ଓ ଶାନ୍ତି କିଛି ବି କିଛି ସ୍ଥାୟୀ ନୁହେଁ। ସବୁକିଛି ବଦଳିଯାଏ, ଏବଂ ଧୀରେ ଧୀରେ ଶେଷ ହୋଇଯାଏ। ଏଭଳି ଚିନ୍ତା ସହ କିଛି ପଦ୍ଧତି ଅବଲମ୍ବନ କରି ବିଷୟଗୁଡ଼ିକୁ ସାମାନ୍ୟ ସୁଖଦ କରିପାରିବେ। ସେହି କ୍ରମରେ ଉଗ୍ର ଆଚରଣ ହ୍ରାସ କରି ଆନନ୍ଦ ବଢ଼ାନ୍ତୁ। ମରଣଶୀଳତାକୁ ଜାଣିବା ହେଉଛି ମୂଳ କଥା, ଯାହା ‘ମଖାଦେବ ଜାତକ’ରେ ବର୍ଣ୍ଣିତ ରାଜା ମଖାଦେବଙ୍କ କାହାଣୀ ସ୍ପଷ୍ଟକରେ। ଦିନେ ରାଜାଙ୍କ ନାପିତ ରାଜାଙ୍କୁ କହିଥିଲେ ଯେ ସେ ତାଙ୍କ ମୁଣ୍ଡରେ ଏକ ପାଚିଲା କେଶ ଦେଖିଛନ୍ତି। ସେହିଦିନ ରାଜା ସ୍ଥିରକଲେ ଯେ ଅବସର ନେବାର ସମୟ ଆସିଛି। ତାଙ୍କ ଦାୟିତ୍ୱ ଶେଷ ହୋଇଗଲା। ସେ ସିଂହାସନକୁ ତୁଚ୍ଛକରି ରାଜ୍ୟ ଛାଡ଼ି ଚାଲିିଗଲେ।
ମରଣଶୀଳତାରୁ ଧ୍ୟାନ ହଟାଇବାକୁ ରାଜାମାନେ ଧନ ଏବଂ କ୍ଷମତାକୁ ଅନୁସରଣ କରନ୍ତି। ରାମାୟଣରେ ରାବଣ ମରୁଥିବାବେଳେ ରାମ ତାଙ୍କୁ ଲଙ୍କାର ଆଗାମୀ ରାଜାମାନଙ୍କ ସହିତ ତାଙ୍କ ଜ୍ଞାନ ବାଣ୍ଟିବାକୁ କହିଛନ୍ତି। ରାବଣ ଦ୍ୱିଧାରେ ପଡ଼ିଛନ୍ତି, କିନ୍ତୁ ତା’ପରେ ଅନୁତାପ କରିଛନ୍ତି। ମହାଭାରତରେ ଯେତେବେଳେ ଭୀଷ୍ମଙ୍କର ମୃତ୍ୟୁ ହେଉଛି କୃଷ୍ଣ ତାଙ୍କୁ ପାଣ୍ଡବଙ୍କ ସହ ଜ୍ଞାନ ବାଣ୍ଟିବାକୁ କହୁଛନ୍ତି। ଜ୍ଞାନ ଜଣକ ପାଖରୁ ଅନ୍ୟଙ୍କୁ ଯାଏ ତାହା ବୈଷୟିକ ଜ୍ଞାନକୌଶଳଭିତ୍ତିକ ଜ୍ଞାନ ନୁହେଁ, ବରଂ ତାହା ମାନସିକ ସ୍ତରର, ଯାହା ଜଣଙ୍କର ଏକ ଅଭିଳାଷ ଏବଂ ଅସୁରକ୍ଷିତ ଭାବନାକୁ ନିୟନ୍ତ୍ରଣ କରିବ। ଏହା ଶାନ୍ତ ଏବଂ ଉଦାର ହେବା ବିଷୟରେ ଶିକ୍ଷା ଦିଏ। ଏହା କହିବା ସହଜ କିନ୍ତୁ କରିବା କଷ୍ଟକର।
ମହାଭାରତର ଆଧୁନିକ ପ୍ରକାଶନଗୁଡ଼ିକ ପାଣ୍ଡବ ଭଲ ଓ କୌରବ ଖରାପ ବୋଲି ଉପସ୍ଥାପନ କରେ। କେଉଁ ସକାରାମତ୍କ ପରିଣାମ ସଫଳତା ଆଣେ ତାହା ଧର୍ମୀୟ ନେତାମାନେ ନିରୀକ୍ଷଣ କରନ୍ତି। ଧନ ଜଣକୁ ଧନୀ କରେ, ଶକ୍ତି ଜଣକୁ ଶକ୍ତିଶାଳୀ କରେ। ତେବେ ମହାଭାରତ କହେ, ପାଣ୍ଡବମାନେ ଶାସନ କରିବାକୁ ଏକ ରାଜ୍ୟ ପାଇଲାବେଳେ ସେମାନେ କିପରି ଅସନ୍ତୁଷ୍ଟ ହେଲେ। ପଞ୍ଚପାଣ୍ଡବ ପ୍ରତିଭାବାନ ଥିଲେ। ଫଳରେ ସେମାନଙ୍କର ସମ୍ପର୍କୀୟ ଭାଇ ଶହେ କୌରବ ଅସୁରକ୍ଷିତ ମଣୁଥିଲେ। ପାଣ୍ଡବମାନେ ଏକ ଲମ୍ବା ସଂଗ୍ରାମ କରିଥିଲେ। କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବା ପାଇଁ ପୈତୃକ ଜମି ଭାଗ କରାଯାଇଥିଲା ଏବଂ ପାଣ୍ଡବମାନଙ୍କୁ ଏକ ଜଙ୍ଗଲ ଦିଆଗଲା। ପାଣ୍ଡବମାନେ ସେଠାରେ ଏକ ଚମତ୍କାର ସହର ନିର୍ମାଣ କରିଥିଲେ। ସେମାନେ ତାଙ୍କ ନୂତନ ରାଜ୍ୟକୁ ସୁରକ୍ଷିତ ରଖିବା ପରିବର୍ତ୍ତେ ପାଣ୍ଡବମାନେ ଅହଂକାରୀ କୌରବଙ୍କ ସହ ଜୁଆ ଖେଳି ପ୍ରତାରିତ ହୋଇ ସେହି ରାଜ୍ୟ ହରାଇଥିଲେ। ଫଳରେ ତେର ବର୍ଷ ଧରି ପାଣ୍ଡବମାନଙ୍କୁ ଜଙ୍ଗଲରେ ରହିବାକୁ ପଡ଼ିଲା। ସେମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଉପରେ ଚିନ୍ତାକରି ସେମାନେ ସେଠାରେ କ୍ରୋଧିତ ହୋଇପଡ଼ିଥିଲେ। କିନ୍ତୁ କୃଷ୍ଣ ସେମାନଙ୍କୁ ଜଙ୍ଗଲରୁ ଶିଖିବାକୁ କହିଥିଲେ। ଜଙ୍ଗଲ ଜୀବମାନେ ପାଣ୍ଡବଙ୍କୁ ମନେ ପକାଇ ଦେଇଥିଲେ ଯେ ପ୍ରକୃତି ଏବଂ ରାଜ୍ୟ ବଞ୍ଚିବା ପାଇଁ ସୃଷ୍ଟି ହୋଇଥିବାବେଳେ ସାମାଜିକ ସ୍ତର ଏବଂ ସମ୍ପତ୍ତି ଅହଂକାରକୁ ଉତ୍ସାହିତ କରିବା ପାଇଁ ପରିକଳ୍ପନା କରାଯାଇଛି। ନିର୍ବାସନର ଶେଷ ବର୍ଷରେ ପାଣ୍ଡବମାନଙ୍କୁ ସେବକ ଭାବେ ଲୁଚି ରହିବାକୁ ପଡ଼ିଥିଲା। ରାଜାମାନଙ୍କ ଦ୍ୱାରା ସେମାନେ ନିର୍ଯାତିତ ହୋଇଥିଲେ ଏବଂ ଧନୀ ଏବଂ ଶକ୍ତିଶାଳୀମାନେ କିପରି ସେମାନଙ୍କର ଅଧିକାରର ଅପବ୍ୟବହାର କରନ୍ତି ତାହା ସେମାନେ ଅନୁଭବ କରିଥିଲେ।
ରାମାୟଣ ଓ ମହାଭାରତରେ ବର୍ଣ୍ଣିତ ଜଙ୍ଗଲ ନିର୍ବାସନ ଦଣ୍ଡ ନୁହେଁ। ରାଜାମାନେ ଶିକ୍ଷା ପାଇ ପରିବର୍ତ୍ତନ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ସମୟ। ଏହା ରାଜାମାନଙ୍କ ପାଇଁ କିଛି ଶିଖି ପରିବର୍ତ୍ତନ ହେବାର ସମୟ। ପ୍ରକୃତିର ବ୍ୟବସ୍ଥାରେ ଅନ୍ୟ ଜୀବମାନଙ୍କଠାରୁ କେହି ଶ୍ରେଷ୍ଠ କିମ୍ବା ନିକୃଷ୍ଟ ନୁହନ୍ତି, ତାହା ଅନୁଭବ କରିବାରେ ଏହା ମଧ୍ୟ ଏକ ଉପଯୁକ୍ତ ସମୟ। ରାଜାମାନେ ଏକ ସଂସ୍କୃତି ପ୍ରତିଷ୍ଠା କରିପାରନ୍ତି ଯେଉଁଠାରେ ସମସ୍ତେ ସେମାନଙ୍କୁ ସମ୍ମାନ କରନ୍ତି କିମ୍ବା ଭୟ କରନ୍ତି। କିନ୍ତୁ ବୁଝିବାକୁ ହେବ ଯେ, ସେମାନେ କେବଳ ଜୀବ, କେତେକ ପରିସ୍ଥିତିରେ ସେମାନେ ଶକ୍ତିଶାଳୀ ଏବଂ ଅନ୍ୟ କେତେକ କ୍ଷେତ୍ରରେ ସେମାନେ ଦୁର୍ବଳ। ପାଣ୍ଡବମାନେ ଅନୁଭବ କରିଥିଲେ, ସେମାନଙ୍କ ପାଖରେ ଧନ ଏବଂ ଶକ୍ତି ଥିଲାବେଳେ ସେମାନେ ଅହଂକାରୀ ହୋଇଯାଇଥିଲେ। ସେମାନେ ରାଜ୍ୟକୁ ନେଇ ସେମାନଙ୍କ ଅସ୍ତିତ୍ୱ ଥିଲା , ସେମାନଙ୍କୁ ନେଇ ରାଜ୍ୟର ଅସ୍ତିତ୍ୱ ନ ଥିଲା ବୋଲି ସେମାନେ ଭୁଲିଗଲେ। ରାଜ୍ୟ ଜୁଆ ଖେଳିବାର ସମ୍ପତ୍ତି ନ ଥିଲା।
ଯେଉଁ ରାଜାମାନେ ଧର୍ମର ମହତ୍ତ୍ୱ ବୁଝନ୍ତି ନାହିଁ ସେମାନଙ୍କୁ ପର୍ଶୁରାମ ଦଣ୍ଡ ଦିଅନ୍ତି। ରାମ ହେଉଛନ୍ତି ଜଣେ ରାଜା ଯିଏ ଧର୍ମକୁ ଗୁରୁତ୍ୱ ଦିଅନ୍ତି। କୃଷ୍ଣ ଜଣେ ଗୋପାଳକ, ପୃଥିବୀର ଯତ୍ନ ନେଉଥିବା ବ୍ୟକ୍ତିର ପ୍ରତୀକ। ତାଙ୍କର ରାଜା ହେବା ଦରକାର ନାହିଁ। ପ୍ରକୃତି ଓ ସମାଜର ତଥା ସଂସ୍କୃତିର କିପରି ରକ୍ଷାକର୍ତ୍ତା ହୋଇପାରିବ ତାହା ସେ ରାଜାମାନଙ୍କୁ ଶିଖାଉଛନ୍ତି। ରାଜଧର୍ମ ରାଜ୍ୟଗୁଡ଼ିକୁ ଦଖଲ କରି ସାମ୍ରାଜ୍ୟ ବିସ୍ତାର କରିବା କିମ୍ବା ଜୁଆ ଖେଳରେ ତାହାକୁ ହରାଇବାକୁ ବୁଝାଏ ନାହିଁ। ଶାସନ କରୁଥିବା ଲୋକଙ୍କୁ ଦେବତା ଭାବରେ ବ୍ୟବହାର କରିବା ପାଇଁ ଏହା ଉଦ୍ଦିଷ୍ଟ। ତୁମର ଯାହା ଅଛି କିମ୍ବା ସେମାନେ ଯାହା ଚାହାନ୍ତି ତାହା ସେମାନଙ୍କୁ ଦିଅ ଏବଂ ସେହିପରି କରିବାକୁ ସେମାନଙ୍କୁ ଉତ୍ସାହିତ କର। ଯେତେବେଳେ ଦେବତା ଜଣେ ଯଜମାନ ହେବାକୁ ଚେଷ୍ଟା କରନ୍ତି ସେତେବେଳେ ସବୁଠାରୁ ବଡ଼ ଲାଭ ମିଳେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

ପିଲାଙ୍କ ସଂସ୍କାର

ଗୋଟେ ଛୋଟ ଅଥଚ ଜନଗହଳିପୂର୍ଣ୍ଣ ଛକରେ ମୋର ଗାଡ଼ି ପାର୍କିଂ କଲାବେଳେ ସେଠି ଥିବା ଗୋଟେ ସ୍କୁଟରର ପାଖାପାଖି ଚାଲି ଆସିଲା। ସ୍କୁଟର ଉପରେ ବସିଥିବା ଝିଅଟିଏ…

ପୁରସ୍କାର ଓ ପ୍ରବଞ୍ଚନା

ଏହି ନିକଟରେ ଦିଲ୍ଲୀରେ ଉଦ୍‌ଯାପିତ ହୋଇଯାଇଛି ଏଆଇ କମ୍ପାକ୍ଟ ସମିଟ୍‌ ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କିତ ଶିଖର ସମ୍ମିଳନୀ। ବିଶ୍ବର କୋଡ଼ିଏଟି ରାଷ୍ଟ୍ରର ଶାସନମୁଖ୍ୟ ତଥା…

ଅସୁନ୍ଦର ସ୍ଥିତି

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପୁଜିଥିବା ଯୁଦ୍ଧ ଇତିମଧ୍ୟରେ ଏକ ସପ୍ତାହ ପୂରଣ କଲାଣି। ଏଭଳି ତୀବ୍ର ଆଧୁନିକ ଯୁଗର ଯୁଦ୍ଧରେ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri