ଉତ୍ସାହର ପ୍ରତିଫଳନ

ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ ବିରୋଧୀ ମତକୁ ସମର୍ଥନ କରିଥିବାରୁ ରାଜସ୍ଥାନର ଉଦୟପୁରରେ ୨୮ ଜୁନ୍‌ରେ ଦରଜି କହ୍ନେୟାଲାଲ ତେଲିଙ୍କ ମୁଣ୍ଡକାଟ କରିଥିଲେ ଦୁଇ ଜଣ ମୁସଲମାନ। ଅଭିଯୁକ୍ତଦ୍ୱୟଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଉକ୍ତ ଘଟଣାର ତଦନ୍ତ କରୁଛି। ଏବେ ଖବର ମିଳିଛି ସମାନ ଢଙ୍ଗରେ ୨୧ ଜୁନ୍‌ରେ ମହାରାଷ୍ଟ୍ରର ଅମରାବତୀରେ ଉମେଶ ପ୍ରହ୍ଲାଦ୍ରୋ କୋହ୍ଲେ ନାମକ ଔଷଧ ଦୋକାନୀଙ୍କୁ ଅନ୍ୟ ଜଣେ ମୁସଲମାନ ଇର୍ଫାନ୍‌ ଖାନ୍‌ଙ୍କ ଷଡ଼ଯନ୍ତ୍ର କ୍ରମେ ହତ୍ୟା କରାଯାଇଛି। ଏହି ଦୁଇଟି ଘଟଣାରେ ଅଭିଯୁକ୍ତମାନେ ଛୁରି ବ୍ୟବହାର କରି କହ୍ନେୟାଲାଲ ଓ ଉମେଶକୁ ମଧ୍ୟ ହତ୍ୟା କରିଛନ୍ତି। ଦ୍ୱିତୀୟ ଘଟଣାଟି ପୂର୍ବରୁ ଘଟିଥିଲେ ମଧ୍ୟ ତାହାକୁ ଡକାୟତିଜନିତ ମାମଲା ଭାବେ ଗଣାଯାଇଥିଲା। ଯେତେବେଳେ ଏନ୍‌ଆଇଏ ତାହା ଉପରେ ତଦନ୍ତ କଲା ସେତେବେଳେ ଘଟଣା ପଦାକୁ ଆସିଛି। ଏମିତି ବି ଶୁଣିବାକୁ ମିଳୁଛି, ଉମେଶ ଓ ତାଙ୍କ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଇର୍ଫାନ୍‌ ଦୁଇ ବନ୍ଧୁ। ସେମାନେ ଗୋଟେ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଥିଲେ। ନୂପୁର ଶର୍ମା ପ୍ରଫେଟ ବିରୋଧୀ ମତ ଦେବା ପରେ ଉମେଶ ସେହି ସଂକ୍ରାନ୍ତ ବାର୍ତ୍ତାକୁ ସେହି ଗ୍ରୁପ୍‌ରେ ଶେୟାର କରିଥିଲେ। ଏତିକିରେ ସ୍ଥିତି ଭୟଙ୍କର ହୋଇଥିଲା। ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଇର୍ଫାନ୍‌ ଜାଣିଶୁଣି ଉମେଶଙ୍କ ବାର୍ତ୍ତାକୁ ବିଭିନ୍ନ ଗ୍ରୁପ୍‌ରେ ଶେୟାର କରିଥିଲେ ଓ ତାହାର ପରିଣତି ଔଷଧ ଦୋକାନୀଙ୍କ ହତ୍ୟାରେ ଶେଷ ହୋଇଥିଲା।
୧ ଜୁଲାଇରେ ସୁପ୍ରିମକୋର୍ଟ କହିଥିଲେ, ଭାରତରେ ଏବେ ଯାହାସବୁ ଘଟୁଛି ସେଥିପାଇଁ ନୂପୁର ଶର୍ମା ଦାୟୀ। ତେଣୁ ସେ ସାରା ଦେଶକୁ କ୍ଷମା ମାଗିବା ଉଚିତ।
ଏହା କୁହାଯାଇପାରେ ଯଦି ନୂପୁର ପ୍ରଫେଟ ବିରୋଧୀ ମତ ଦେଇ ନ ଥାଆନ୍ତେ, ତାହା ହେଲେ କହ୍ନେୟାଲାଲ କିମ୍ବା ଉମେଶଙ୍କ ମୃତ୍ୟୁ ଘଟି ନ ଥାଆନ୍ତା। ଏହାକୁ ମଧ୍ୟ ସ୍ବୀକାର କରାଯିବା ଦରକାର। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ସବୁ ଧର୍ମାବଲମ୍ବୀ ପ୍ରତ୍ୟେକଙ୍କ ଧର୍ମ ଓ ବିଶ୍ୱାସକୁ ସମ୍ମାନ ଦେବା କଥା। ତେଣୁ କୌଣସି ସ୍ଥିତିରେ କାହାରି ଧର୍ମକୁ କୁଠାରାଘାତ କରାଯିବା ଠିକ୍‌ ନୁହେଁ। ଦେଖାଯାଉଛି ଶସ୍ତା ଲୋକପ୍ରିୟତା ଅର୍ଜନ କିମ୍ବା ରାଜନୈତିକ ସୁବିଧା ସକାଶେ ଏବେ ଭାରତରେ ଅନେକ ଲୋକ ଅନ୍ୟସବୁ ଧର୍ମ ପ୍ରତି ଘୃଣାଭାବଜନିତ ମନ୍ତବ୍ୟ ଦେଉଛନ୍ତି। ଏହାଦ୍ୱାରା ଭାରତୀୟ ସମାଜ ପାଇଁ ଦୀର୍ଘମିଆଦୀ ଘଟୁଥିବା କ୍ଷତିର ଆକଳନ ଏବେ କରାଯାଇପାରୁ ନାହିଁ। ସ୍ବୀକାର କରିବାକୁ ହେବ ଯେ, ସବୁ ଧର୍ମରେ ଉଗ୍ର ଚିନ୍ତାଧାରା ସାମ୍ନାକୁ ଆସୁଛି। ସାଧାରଣ ବ୍ୟକ୍ତି କୌଣସି ଭାବେ ସମ୍ପୃକ୍ତ ନ ଥିଲେ ମଧ୍ୟ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ୁଛି। ବିଶ୍ୱ ପ୍ରେକ୍ଷାପଟରେ ଦେଖିଲେ ଇସ୍‌ଲାମୀୟ ଗୋଷ୍ଠୀଗୁଡ଼ିକ ସେମାନଙ୍କ ଧର୍ମ ମଧ୍ୟରେ ପୃଥକ୍‌ ମତ ପ୍ରକାଶକୁ ସହ୍ୟ କରିପାରୁ ନ ଥିବାରୁ ଅନେକ ସ୍ଥାନରେ ହିଂସା ଘଟୁଛି। ସେସବୁକୁ ଦୃଷ୍ଟିରେ ରଖି ଚିନ୍ତା କରାଗଲେ ଅନ୍ୟ ଧର୍ମର ବ୍ୟକ୍ତି ସେମାନଙ୍କ ପ୍ରଫେଟଙ୍କୁ ସମାଲୋଚନା କରିବାର ଆବଶ୍ୟକତା ନ ଥିଲା। ଫ୍ରାନ୍ସର ବ୍ୟଙ୍ଗଚିତ୍ର ପତ୍ରିକା ‘ଶାର୍ଲି ହେବ୍‌ଦୋ’ରେ ଇସ୍‌ଲାମ ଧର୍ମ ସଂକ୍ରାନ୍ତ କାର୍ଟୁନ ପ୍ରକାଶ ପାଇବା ପରେ ସେଠାକାର କାର୍ଟୁନିଷ୍ଟଙ୍କୁ ହତ୍ୟା କରାଯାଇଥିଲା। ତେଣୁ ଭାରତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରଖିବାକୁ ହେଲେ ପ୍ରତ୍ୟେକ ଧର୍ମର ବିଶ୍ୱାସକୁ ସମ୍ମାନ ଦିଆଯିବା ଦରକାର।
ଏଠାରେ ଆଉ ଏକ ଦିଗ ପ୍ରତି ଗୁରୁତ୍ୱ ଦିଆଯିବା ଉଚିତ। ସାମାଜିକ ଗଣମାଧ୍ୟମ କ୍ଷୀପ୍ର ଓ ସର୍ବବ୍ୟାପୀ ହୋଇଯାଇଥିବାରୁ ସାଧାରଣ ଜୀବନରେ ପରିଚିତ ବ୍ୟକ୍ତିମାନେ ସେମାନଙ୍କ ଉଚ୍ଚାରଣ ଓ ଆଚରଣରେ ସଂଯମ ରକ୍ଷା କରିବା ଉଚିତ। ଆଜିର ଅନେକ ଟେଲିଭିଜନ୍‌ ଚ୍ୟାନେଲ ବ୍ୟବସାୟିକ ସଫଳତା ହାସଲ ଲାଗି ଟେଲିଭିଜନ୍‌ ରେଟିଂ ପଏଣ୍ଟ (ଟିଆର୍‌ପି)କୁ ଗୁରୁତ୍ୱ ଦେଉଛନ୍ତି। ସେଥିଲାଗି ଚ୍ୟାନେଲର କଣ୍ଟେଣ୍ଟ୍‌ ବା ବିଷୟବସ୍ତୁକୁ ବିବାଦୀୟ କରିଦେବାକୁ ଅନେକେ ଚାହୁଁଛନ୍ତି। ନୂପୁରଙ୍କ ମନ୍ତବ୍ୟ ସେହି ଉତ୍ସାହର ପ୍ରତିଫଳନ ବୋଲି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri