ବନ୍ଧନ ବ୍ୟାଙ୍କର ବିରଳ ମାଇଲଖୁଣ୍ଟ

ଭୁବନେଶ୍ୱର,୧୦।୭: ଗତ ୮ ବର୍ଷ ମଧ୍ୟରେ ବନ୍ଧନ ବ୍ୟାଙ୍କ ଅନେକ ସଫଳତା ହାସଲ କରିଛି। ଏପରିକି ବ୍ୟାଙ୍କର କାରବାର ଆରମ୍ଭରୁ ଆଜି ମଧ୍ୟରେ ( ୮ବର୍ଷରୁ କମ ସୟମ) ଶାଖା ସଂଖ୍ୟାରେ ୩ ଗୁଣା ବୃଦ୍ଧି ହୋଇଛି। ମାଇଲଖୁଂଟ ହାସଲ କରାଯାଇଛି। ବ୍ୟାଙ୍କର ଏବେ ମୋଟ ଉପରେ ୧୫୦୦ରୁ ଅଧିକ ଶାଖା ରହିଛି। ଅନ୍ୟ ୪୫୦୦ ବ୍ୟାଙ୍କିଙ୍ଗ ୟୁନିଟ୍‌କୁ ନେଇ ବ୍ୟାଙ୍କର ମୋଟ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌ ସଂଖ୍ୟା ଏବେ ସାରା ଦେଶରେ ୬୦୦୦ରୁ ଅଧିକ ହୋଇଛି। ୨୦୧୫ ଅଗଷ୍ଟ ୨୩ରେ ୫୦୧ ଶାଖା ସହ ବ୍ୟାଙ୍କ ଏହାର ଯାତ୍ରା ଆର ମ୍ଭ କରିଥିଲା। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଚନ୍ଦ୍ରଶେଖର ଘୋଷ କହିଛନ୍ତି, ବ୍ୟାଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଆମ ଉପରେ ସାରା ଭାରତର କୋଣ ଅନୁକୋଣରୁ ଗ୍ରାହକମାନେ ପ୍ରକଟ କରିଥିବା ବିଶ୍ୱାସ ଓ ଭରସାର ଫଳ ସ୍ବରୂପ ଗତ ୮ ବର୍ଷ ଭିତରେ ବ୍ୟାଙ୍କ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ସମସ୍ତଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ଭାରତରେ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌କୁ ଅଧିକ ସ୍ଥାନରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ଆମର ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଙ୍କ ନେଟ୍‌ୱର୍କ ଓ ଡିଜିଟାଲ୍‌ ସେବା ସହିତ ଆମ ମୂଲ୍ୟବାନ ଗ୍ରାହକମାନଙ୍କ ଲାଗି ସୁବିଧା,ସୁରକ୍ଷାରେ ଆହୁରି ଉନ୍ନତି ଆଣିବା ଲାଗି ବନ୍ଧନ ବ୍ୟାଙ୍କ ପ୍ରତିବଦ୍ଧ ରହିଛି। ସମ୍ପତି ବୁକ୍‌ ଓ ଭୌଗୋଳିକ ଉପସ୍ଥିତିରେ ବିବିଧତା ଆଣିବା ଯାତ୍ରାରେ ବ୍ୟାଙ୍କ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବ୍ୟାଙ୍କ ଏହାର ସିକ୍ୟୁରଡ୍‌ ଋଣ ଭାଗ ମଧ୍ୟ ବଢ଼ାଉଛି। ବ୍ୟାଙ୍କ ପକ୍ଷରୁ ଆକର୍ଷଣୀୟ ସୁଧ ହାରରେ ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଏବଂ ଦୁଇ ଚକିଆ ଋଣ ଭଳି ଖୁଚୁରା ଉପତ୍ାଦ ପ୍ରଦାନ କରାଯାଉଛି। ଗ୍ରାହକମାନଙ୍କ ସୁବିଧା ଲାଗି ବ୍ୟାଙ୍କ ପକ୍ଷରୁ ନିକଟରେ ନିଓ ପ୍ଲସ୍‌ ଡିଜିଟାଲ୍‌ ସେଭିଂ ବ୍ୟାଙ୍କ ଖାତା ନାମରେ ସମ୍ପୂର୍ଣ୍ଣ ଡିଜିଟାଲ୍‌ ସଂଚୟ ଖାତାର ଶୁଭାରମ୍ଭ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri