ନାଁ ନ ନେଇ ନେହାଙ୍କ ଉପରେ ବର୍ଷିଲେ ଏଆର ରହମାନ

ମୁମ୍ବାଇ: ବଲିଉଡ ସିଙ୍ଗର ନେହା କକ୍କଡଙ୍କର ଏବେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ କୋଟି କୋଟି ପ୍ରଶଂସକ ରହିଛନ୍ତି । ହେଲେ ଏବେ ନେହା ଟ୍ରୋଲର ଶିକାର ହୋଇଛନ୍ତି । ସିଙ୍ଗର ନେହା ଏବେ ତାଙ୍କ ଲାଟେଷ୍ଟ ସଙ୍ଗ ‘ଓ ସଜନା’କୁ ନେଇ ଟ୍ରୋଲ ହୋଇଛନ୍ତି । ନେହାଙ୍କ ଏହି ଗୀତକୁ ନେଇ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ରିମିକ୍ସ ସଙ୍ଗକୁ ନେଇ ପୁଣିଥରେ ଚର୍ଚ୍ଚା ଯୋର ଧରିଛି । ଫାଲଗୁନି ପାଠକଙ୍କ ଏଭରଗ୍ରୀନ ସଙ୍ଗ ‘ମୈନେ ପାୟଲ ହୈ ଛନକାଇ’ର ରିମିକ୍ସ ଭର୍ସନ କରି ନେହା ଟ୍ରୋଲର ଶିକାର ହୋଇଛନ୍ତି । ଏହାକୁ ନେଇ ଫାଲଗୁନି ପାଠକ ନେହାଙ୍କ ଉପରେ ଅସନ୍ତୁଷ୍ଟ ଥିବା ବେଳେ ଆଉ କେତେଜଣ ସିଙ୍ଗର ଏହି କଣ୍ଟ୍ରୋଭର୍ସିରେ ଫାଲଗୁନି ପାଠକଙ୍କୁ ସପୋର୍ଟ କରିଛନ୍ତି । ଏହି ଲିଷ୍ଟରେ ଏବେ ସାମିଲ ହୋଇଛନ୍ତି ବଲିଉଡର ଲିଜେଣ୍ଡ ଏଆର ରହମାନ ।

ସୂଚନାଯୋଗ୍ୟ, ରିମିକ୍ସ କଲଚରକୁ ନେଇ ରହମାନ ରିଆକ୍ଟ କରିଛନ୍ତି । ସେ ନେହାଙ୍କ ନାମ ନ ନେଇ କହିଛନ୍ତି ଯେତେ ଅଧିକ ମୁଁ ରିମିକ୍ସ କଲଚରକୁ ଦେଖିଛି ସେତେ ବେଶୀ ଏହା ବିକୃତ ହୋଇ ଚାଲିଛି । କମ୍ପୋଜରଙ୍କ ଇଣ୍ଟେନଶନ ବିକୃତ ହୋଇଯାଉଛି । ଲୋକେ କହୁଛନ୍ତି ମୁଁ ଏହାକୁ ରି-ଇମୋଜିନ କରିଛି । ହେଲେ ତୁମେ କିଏ ରି-ଇମୋଜିନ କରିବା ବାଲା । ମୁଁ ସବୁବେଳେ ଆଉ କାହାର କାମକୁ ନେଇ ସାବଧାନ ରହିଥାଏ । ଆପଣଙ୍କୁ ଅନ୍ୟର କାମକୁ ସମ୍ମାନ ଦେବା କଥା ହେଲେ ମୋତେ ଲାଗୁଛି ଏହା ଗ୍ରେ ଏରିଆ । ଆମକୁ ଏହାକୁ ସଜାଡିବାର ଆବଶ୍ୟକତା ରହିଛି । ଏ ଆର ରହମାନଙ୍କ ପୂର୍ବରୁ ସୋନା ମହାପାତ୍ର ବି ନେହାଙ୍କୁ ଟାର୍ଗେଟ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri