କଳାର ପୂଜାରୀ

ସେମାନଙ୍କ ହାତର ଯାଦୁଗରି ସ୍ପର୍ଶ ମାଟି, ପଥରକୁ ଦେଇପାରେ ଏକ ସୁନ୍ଦର ମନଲୋଭା ରୂପ। ଏକ ଅଦରକାରୀ ବସ୍ତୁ ବି ତାଙ୍କ ହାତରେ ଲାଗିଲେ ପାଲଟିଯାଏ ମୂଲ୍ୟବାନ୍‌। ଆଉ ତାଙ୍କ ନିଖୁଣ କାରୁକାର୍ଯ୍ୟ ଦ୍ୱାରା ଯେକୌଣସି ଜିନିଷ ଲାଗିଥାଏ ଜୀବନ୍ତ। ତେବେ ଲୋକଲୋଚନ ଆଢୁଆଳରେ ରହିଯାଉଥିବା ଏଭଳି କେତେଜଣ ଅନନ୍ୟ ଯୁବଶିଳ୍ପୀଙ୍କୁ ନେଇ ଏଥରର ବିଶେଷ ଉପସ୍ଥାପନା…

ନିଆରା ସାବୁନ କାରିଗର ସତ୍ୟବ୍ରତ: ଶରୀରର ସୌନ୍ଦର୍ଯ୍ୟ ଲାଗି ଆମେ ଭଳିକି ଭଳି ସାବୁନ ବ୍ୟବହାର କରିଥାଉ। ହେଲେ ସାବୁନକୁ ବ୍ୟବହାର କରି ଅତି ସୁନ୍ଦର ନିଖୁଣ କାରୁକାର୍ଯ୍ୟ କରାଯାଇପାରେ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। ତେବେ ଏହାକୁ ପ୍ରମାଣ କରିଛନ୍ତି ଖୋର୍ଦ୍ଧା ଜିଲା ବାଘମାରୀ ଅଞ୍ଚଳର ଯୁବକ ସତ୍ୟବ୍ରତ ସେଠୀ । ତୁଳସୀ ଦୁଇ ପତ୍ରରୁ ବସିଲା ପରି କଳା ପ୍ରତି ଥିବା ତାଙ୍କ ଆଗ୍ରହ ଆଜି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ସତ୍ୟବ୍ରତ ସାବୁନରେ ବିଭିନ୍ନ ଦେବଦେବୀ ଯଥା- ଶ୍ରୀକୃଷ୍ଣ, ରାଧା, ରାଧାକୃଷ୍ଣ, ଗଣେଶ, ସରସ୍ବତୀ, ଶିବପାର୍ବତୀ, ବୁଦ୍ଧ, ବିଭିନ୍ନ ପଶୁପକ୍ଷୀ ଆଦି ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରୁଛନ୍ତି। ସାବୁନରେ ସେ ବିଭିନ୍ନ କଳାକୃତିକୁ ଜୀବନ୍ତ ରୂପ ଦେଇଥାନ୍ତି । ଯିଏ ତାଙ୍କଠାରୁ ଥରେ କୌଣସି ଦେବଦେବୀଙ୍କ ସାବୁନ ପ୍ରତିମୂର୍ତ୍ତି ନେଇଛନ୍ତି, ସେ ତାଙ୍କ ନିଖୁଣ କାରୁକାର୍ଯ୍ୟକୁ ପ୍ରଶଂସା ନ କରି ରହିପାରନ୍ତି ନାହିଁ । ତେବେ ପ୍ରୋତ୍ସାହନ ଅଭାବରୁ ବଣ ମଲ୍ଲି ବଣରେ ଫୁଟି ମଉଳି ଗଲା ପରି ତାଙ୍କ ପ୍ରତିଭା ମଉଳିିବାରେ ଲାଗିଛି। କାରଣ ନିଜ କଳାକୃତିକୁ ଅଧିକ ବଢାଇବା ଲାଗି ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ତଥାପି ନିଜ ମାଟି ଚାଳ ଛପର ଘର ଏବେ ପାଲଟିଛି ତାଙ୍କର ସାବୁନ କଳାର ଗନ୍ଥାଘର। ସେ କୁହନ୍ତି, ଆର୍ଥିକ ଅନଟନ ଲାଗି ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହୋଇଥିଲି। ହେଲେ ପିଲାବେଳୁ କଳା ପ୍ରତି ଆଗ୍ରହ ଥିଲା। ତେଣୁ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଦଶ ବର୍ଷ ତଳେ ପ୍ରସ୍ତର ଶିଳ୍ପୀ ଗୁରୁ କଳ୍ପତରୁ ପଣ୍ଡାଙ୍କ ନିକଟରୁ ପଥର କାରୁକାର୍ଯ୍ୟ ଶିକ୍ଷା ଆରମ୍ଭ କଲି। ମୋ ଆଗ୍ରହ ଦେଖି ସେ ବହୁତ ସହଯୋଗ କରିଥିଲେ । ଥରେ ଘରେ ଏକ ସାବୁନରେ ପ୍ରଥମେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଥିଲି, ଯାହାକୁ ସମ୍ପୂର୍ଣ୍ଣ ରୂପ ଦେବା ଲାଗି ତିନି ଦିନ ଲାଗିଥିଲା। ତାହା ମୋ ଜୀବନର ଗତିପଥ ପରିବତ୍ତର୍ନ କରି ଦେଇଥିଲା। ପଥର କାରୁକାର୍ଯ୍ୟ ସହ ସାବୁନରେ ଧୀରେ ଧୀରେ ଗୋଟିଏ ପରେ କଳାକୃତି ପ୍ରସ୍ତୁତ କରିବାରେ ଲାଗିଲି। ଏହା ଧୀରେ ଧୀରେ ଲୋକାଦୃତ ହେବାରୁ ଏଥିପ୍ରତି ମୋର ଆଗ୍ରହ ବଢିଥିଲା। ବର୍ତ୍ତମାନ ସୁଦ୍ଧା ମୁଁ ତିନି ଶହରୁ ଊର୍ଦ୍ଧ୍ୱ କଳାକୃତି ପ୍ରସ୍ତୁତ କରି ସାରିଛି। ଗୋଟିଏ ମୂର୍ତ୍ତି ତିଆରି ଲାଗି ମୋତେ ୩-୪ ଘଣ୍ଟା ସମୟ ଲାଗିଥାଏ। ଯଦିଓ ଏଥିରେ ମୋତେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳୁଛି, ତଥାପି ଏହି କାର୍ଯ୍ୟ ଲାଗି ଲୋକଙ୍କ ପ୍ରଶଂସା ମୋତେ ମାନସିକ ଖୁସି ଦେଉଛି।’ ଏହି ସାବୁନ ପ୍ରସ୍ତୁତ କଳାକୃତି ଯଦିଓ ହସ୍ତଶିଳ୍ପ ଯୋଜନାରେ ଅନ୍ତର୍ଭୁକ୍ତ ନାହିଁ, ତଥାପି ଏହାକୁ ସରକାରୀସ୍ତରରେ ପ୍ରୋତ୍ସାହନ ମିଳିଲେ ଏହା ଅଧିଖ ଜନାଦୃତ ହୋଇପାରିବ ବୋଲି ଆଶା ରଖିଛନ୍ତି ସତ୍ୟବ୍ର।
ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଗଢିବାରେ ମାହିର ପ୍ରଦୀପ: ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଧଳାପଥର ପଞ୍ଚାୟତର କାଦୁଅ ବେରେଣୀ ଗ୍ରାମର ପ୍ରଦୀପ ମୁଦୁଲି। ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ସହ ମହାପ୍ରଭୁଙ୍କ ପ୍ରତି ରହିଥିବା ଗଭୀର ଭକ୍ତିଭାବ ଆଜି ତାଙ୍କୁ ସମାଜରେ ଜଣେ ପ୍ରତିଷ୍ଠିତ କାରିଗରର ପରିଚୟ ଦେଇପାରିଛି। କାରିଗର ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳୁ ଏଥିପ୍ରତି ରୁଚି ରହିଥିଲା। ତେଣୁ ବାପା ଜମ୍ବେଶ୍ୱର ମୁଦୁଲିଙ୍କଠାରୁ ମାଟି ମୂର୍ତ୍ତି ବିଶେଷ କରି ଗଣେଶ ମୂର୍ତ୍ତି ଗଢିବାର କୌଶଳ ଶିଖିଥିଲେ। ବୟସ ବଢିବା ସହ ଏହା ତାଙ୍କ ନିଶାରେ ପରିଣତ ହୋଇଥିଲା। ଆଉ ନିଜର ନିଖୁଣ କଳାକାରିଗରି ପାଇଁ ସେ ସମସ୍ତଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ସେ କୁହନ୍ତି, ମୂର୍ତ୍ତି ଗଢିବାକୁ ନେଇ ମୋ ଭିତରେ ଥିବା ଆଗ୍ରହ ଦେଖି ବାପା ମାଟି କାମ ସହ ଚିତ୍ରକର କାମ ଶିକ୍ଷା ଲାଗି ପ୍ରେରଣା ଦେଇଥିଲେ। ଧୀରେ ଧୀରେ ଏହା ସହ କାଠ ଓ ଫାଇବରରେ ପ୍ରତିମୂର୍ତ୍ତି ଗଢିବା ଏବଂ କାନଭାସରେ ଚିତ୍ରକଳା ବି ଆରମ୍ଭ କଲି। ହେଲେ ଥରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସମୟରେ ମନରେ ଆସିଲା, ମତେ ଟିକେ ଦୟା କର ପ୍ରଭୁ ମୁଁ ବି ତୁମ ମୂର୍ତ୍ତି ଗଢିବି। ସେ ମନ କଥା ବୁଝିଲେ ଆଉ ଏହି ସୌଭାଗ୍ୟ ମୋତେ ମିଳିଲା। ଏଥିପାଇଁ ପୁରୀରେ ୫ବର୍ଷ ରହି ଶିକ୍ଷା ମଧ୍ୟ ଗ୍ରହଣ କରିଥିଲି। ଆଉ ବର୍ତ୍ତମାନ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ପ୍ରତିମୂର୍ତ୍ତି ଗଢିବାରେ ଲାଗିଛି। ୪ ଇଞ୍ଚଠାରୁ ଆରମ୍ଭ କରି ସାଢେ ୪ ଫୁଟ ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ଗଠନ କରୁଛି। ମହାପ୍ରଭୁଙ୍କ ମୂର୍ତ୍ତି ଗଢିବା ଲାଗି ନିମ୍ବ କାଠ ବ୍ୟବହାର କରୁଛି। ଧୀରେ ଧୀରେ ଏ ସମ୍ପର୍କରେ ଜାଣିବା ପରେ ଆଖପାଖ ଅଞ୍ଚଳର ଲୋକେ ନୂଆ ମୂର୍ତ୍ତି ନେବା ହେଉ କିମ୍ବା ଘୋଷଯାତ୍ରା ପୂର୍ବରୁ ଘରେ ପୂଜା ପାଉଥିବା ପ୍ରତିମୂର୍ତ୍ତି ରଙ୍ଗ ଦେବା ଲାଗି ଆଣୁଛନ୍ତି। ରଥଯାତ୍ରା ଆସିଲେ, ବିଭିନ୍ନ ସାଇଜର ପ୍ରତିମୂର୍ତ୍ତି ଲୋକଙ୍କ ଚାହିଦା ଅନୁସାରେ ନିର୍ମାଣ କରିଆସୁଛି। ଯଦିଓ ମାଟି ମୂର୍ତ୍ତି ଗଢିବା ଆମ କୁଳ ବେଉସା ହେଲେ ମୁଁ ରୋଜଗାର ପାଇଁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଗଢେ ନାହିଁ। କାରଣ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସେବାର ସୁଯୋଗ ନ ମିଳିଲେ ମଧ୍ୟ ପରୋକ୍ଷରେ ତାଙ୍କ ପ୍ରତିମୂର୍ତ୍ତି ଗଢି ଅପୂର୍ବ ଆନନ୍ଦ ମିଳିଥାଏ। ମହାପ୍ରଭୁଙ୍କ ଦୟାରୁ ବର୍ତ୍ତମାନ ମୋ ନିର୍ମିତ ମୂର୍ତ୍ତି ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇ ପୂଜା ପାଇବା ହିଁ ମୋର ସବୁଠୁ ବଡ଼ ଆତ୍ମସନ୍ତୋଷ।
-ପୌର୍ଣ୍ଣମାସୀ
ସହାୟତା- ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri