କଳାର ପୂଜାରୀ

ସେମାନଙ୍କ ହାତର ଯାଦୁଗରି ସ୍ପର୍ଶ ମାଟି, ପଥରକୁ ଦେଇପାରେ ଏକ ସୁନ୍ଦର ମନଲୋଭା ରୂପ। ଏକ ଅଦରକାରୀ ବସ୍ତୁ ବି ତାଙ୍କ ହାତରେ ଲାଗିଲେ ପାଲଟିଯାଏ ମୂଲ୍ୟବାନ୍‌। ଆଉ ତାଙ୍କ ନିଖୁଣ କାରୁକାର୍ଯ୍ୟ ଦ୍ୱାରା ଯେକୌଣସି ଜିନିଷ ଲାଗିଥାଏ ଜୀବନ୍ତ। ତେବେ ଲୋକଲୋଚନ ଆଢୁଆଳରେ ରହିଯାଉଥିବା ଏଭଳି କେତେଜଣ ଅନନ୍ୟ ଯୁବଶିଳ୍ପୀଙ୍କୁ ନେଇ ଏଥରର ବିଶେଷ ଉପସ୍ଥାପନା…

ନିଆରା ସାବୁନ କାରିଗର ସତ୍ୟବ୍ରତ: ଶରୀରର ସୌନ୍ଦର୍ଯ୍ୟ ଲାଗି ଆମେ ଭଳିକି ଭଳି ସାବୁନ ବ୍ୟବହାର କରିଥାଉ। ହେଲେ ସାବୁନକୁ ବ୍ୟବହାର କରି ଅତି ସୁନ୍ଦର ନିଖୁଣ କାରୁକାର୍ଯ୍ୟ କରାଯାଇପାରେ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। ତେବେ ଏହାକୁ ପ୍ରମାଣ କରିଛନ୍ତି ଖୋର୍ଦ୍ଧା ଜିଲା ବାଘମାରୀ ଅଞ୍ଚଳର ଯୁବକ ସତ୍ୟବ୍ରତ ସେଠୀ । ତୁଳସୀ ଦୁଇ ପତ୍ରରୁ ବସିଲା ପରି କଳା ପ୍ରତି ଥିବା ତାଙ୍କ ଆଗ୍ରହ ଆଜି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ସତ୍ୟବ୍ରତ ସାବୁନରେ ବିଭିନ୍ନ ଦେବଦେବୀ ଯଥା- ଶ୍ରୀକୃଷ୍ଣ, ରାଧା, ରାଧାକୃଷ୍ଣ, ଗଣେଶ, ସରସ୍ବତୀ, ଶିବପାର୍ବତୀ, ବୁଦ୍ଧ, ବିଭିନ୍ନ ପଶୁପକ୍ଷୀ ଆଦି ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରୁଛନ୍ତି। ସାବୁନରେ ସେ ବିଭିନ୍ନ କଳାକୃତିକୁ ଜୀବନ୍ତ ରୂପ ଦେଇଥାନ୍ତି । ଯିଏ ତାଙ୍କଠାରୁ ଥରେ କୌଣସି ଦେବଦେବୀଙ୍କ ସାବୁନ ପ୍ରତିମୂର୍ତ୍ତି ନେଇଛନ୍ତି, ସେ ତାଙ୍କ ନିଖୁଣ କାରୁକାର୍ଯ୍ୟକୁ ପ୍ରଶଂସା ନ କରି ରହିପାରନ୍ତି ନାହିଁ । ତେବେ ପ୍ରୋତ୍ସାହନ ଅଭାବରୁ ବଣ ମଲ୍ଲି ବଣରେ ଫୁଟି ମଉଳି ଗଲା ପରି ତାଙ୍କ ପ୍ରତିଭା ମଉଳିିବାରେ ଲାଗିଛି। କାରଣ ନିଜ କଳାକୃତିକୁ ଅଧିକ ବଢାଇବା ଲାଗି ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ତଥାପି ନିଜ ମାଟି ଚାଳ ଛପର ଘର ଏବେ ପାଲଟିଛି ତାଙ୍କର ସାବୁନ କଳାର ଗନ୍ଥାଘର। ସେ କୁହନ୍ତି, ଆର୍ଥିକ ଅନଟନ ଲାଗି ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହୋଇଥିଲି। ହେଲେ ପିଲାବେଳୁ କଳା ପ୍ରତି ଆଗ୍ରହ ଥିଲା। ତେଣୁ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଦଶ ବର୍ଷ ତଳେ ପ୍ରସ୍ତର ଶିଳ୍ପୀ ଗୁରୁ କଳ୍ପତରୁ ପଣ୍ଡାଙ୍କ ନିକଟରୁ ପଥର କାରୁକାର୍ଯ୍ୟ ଶିକ୍ଷା ଆରମ୍ଭ କଲି। ମୋ ଆଗ୍ରହ ଦେଖି ସେ ବହୁତ ସହଯୋଗ କରିଥିଲେ । ଥରେ ଘରେ ଏକ ସାବୁନରେ ପ୍ରଥମେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଥିଲି, ଯାହାକୁ ସମ୍ପୂର୍ଣ୍ଣ ରୂପ ଦେବା ଲାଗି ତିନି ଦିନ ଲାଗିଥିଲା। ତାହା ମୋ ଜୀବନର ଗତିପଥ ପରିବତ୍ତର୍ନ କରି ଦେଇଥିଲା। ପଥର କାରୁକାର୍ଯ୍ୟ ସହ ସାବୁନରେ ଧୀରେ ଧୀରେ ଗୋଟିଏ ପରେ କଳାକୃତି ପ୍ରସ୍ତୁତ କରିବାରେ ଲାଗିଲି। ଏହା ଧୀରେ ଧୀରେ ଲୋକାଦୃତ ହେବାରୁ ଏଥିପ୍ରତି ମୋର ଆଗ୍ରହ ବଢିଥିଲା। ବର୍ତ୍ତମାନ ସୁଦ୍ଧା ମୁଁ ତିନି ଶହରୁ ଊର୍ଦ୍ଧ୍ୱ କଳାକୃତି ପ୍ରସ୍ତୁତ କରି ସାରିଛି। ଗୋଟିଏ ମୂର୍ତ୍ତି ତିଆରି ଲାଗି ମୋତେ ୩-୪ ଘଣ୍ଟା ସମୟ ଲାଗିଥାଏ। ଯଦିଓ ଏଥିରେ ମୋତେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳୁଛି, ତଥାପି ଏହି କାର୍ଯ୍ୟ ଲାଗି ଲୋକଙ୍କ ପ୍ରଶଂସା ମୋତେ ମାନସିକ ଖୁସି ଦେଉଛି।’ ଏହି ସାବୁନ ପ୍ରସ୍ତୁତ କଳାକୃତି ଯଦିଓ ହସ୍ତଶିଳ୍ପ ଯୋଜନାରେ ଅନ୍ତର୍ଭୁକ୍ତ ନାହିଁ, ତଥାପି ଏହାକୁ ସରକାରୀସ୍ତରରେ ପ୍ରୋତ୍ସାହନ ମିଳିଲେ ଏହା ଅଧିଖ ଜନାଦୃତ ହୋଇପାରିବ ବୋଲି ଆଶା ରଖିଛନ୍ତି ସତ୍ୟବ୍ର।
ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଗଢିବାରେ ମାହିର ପ୍ରଦୀପ: ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଧଳାପଥର ପଞ୍ଚାୟତର କାଦୁଅ ବେରେଣୀ ଗ୍ରାମର ପ୍ରଦୀପ ମୁଦୁଲି। ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ସହ ମହାପ୍ରଭୁଙ୍କ ପ୍ରତି ରହିଥିବା ଗଭୀର ଭକ୍ତିଭାବ ଆଜି ତାଙ୍କୁ ସମାଜରେ ଜଣେ ପ୍ରତିଷ୍ଠିତ କାରିଗରର ପରିଚୟ ଦେଇପାରିଛି। କାରିଗର ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳୁ ଏଥିପ୍ରତି ରୁଚି ରହିଥିଲା। ତେଣୁ ବାପା ଜମ୍ବେଶ୍ୱର ମୁଦୁଲିଙ୍କଠାରୁ ମାଟି ମୂର୍ତ୍ତି ବିଶେଷ କରି ଗଣେଶ ମୂର୍ତ୍ତି ଗଢିବାର କୌଶଳ ଶିଖିଥିଲେ। ବୟସ ବଢିବା ସହ ଏହା ତାଙ୍କ ନିଶାରେ ପରିଣତ ହୋଇଥିଲା। ଆଉ ନିଜର ନିଖୁଣ କଳାକାରିଗରି ପାଇଁ ସେ ସମସ୍ତଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ସେ କୁହନ୍ତି, ମୂର୍ତ୍ତି ଗଢିବାକୁ ନେଇ ମୋ ଭିତରେ ଥିବା ଆଗ୍ରହ ଦେଖି ବାପା ମାଟି କାମ ସହ ଚିତ୍ରକର କାମ ଶିକ୍ଷା ଲାଗି ପ୍ରେରଣା ଦେଇଥିଲେ। ଧୀରେ ଧୀରେ ଏହା ସହ କାଠ ଓ ଫାଇବରରେ ପ୍ରତିମୂର୍ତ୍ତି ଗଢିବା ଏବଂ କାନଭାସରେ ଚିତ୍ରକଳା ବି ଆରମ୍ଭ କଲି। ହେଲେ ଥରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସମୟରେ ମନରେ ଆସିଲା, ମତେ ଟିକେ ଦୟା କର ପ୍ରଭୁ ମୁଁ ବି ତୁମ ମୂର୍ତ୍ତି ଗଢିବି। ସେ ମନ କଥା ବୁଝିଲେ ଆଉ ଏହି ସୌଭାଗ୍ୟ ମୋତେ ମିଳିଲା। ଏଥିପାଇଁ ପୁରୀରେ ୫ବର୍ଷ ରହି ଶିକ୍ଷା ମଧ୍ୟ ଗ୍ରହଣ କରିଥିଲି। ଆଉ ବର୍ତ୍ତମାନ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ପ୍ରତିମୂର୍ତ୍ତି ଗଢିବାରେ ଲାଗିଛି। ୪ ଇଞ୍ଚଠାରୁ ଆରମ୍ଭ କରି ସାଢେ ୪ ଫୁଟ ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ଗଠନ କରୁଛି। ମହାପ୍ରଭୁଙ୍କ ମୂର୍ତ୍ତି ଗଢିବା ଲାଗି ନିମ୍ବ କାଠ ବ୍ୟବହାର କରୁଛି। ଧୀରେ ଧୀରେ ଏ ସମ୍ପର୍କରେ ଜାଣିବା ପରେ ଆଖପାଖ ଅଞ୍ଚଳର ଲୋକେ ନୂଆ ମୂର୍ତ୍ତି ନେବା ହେଉ କିମ୍ବା ଘୋଷଯାତ୍ରା ପୂର୍ବରୁ ଘରେ ପୂଜା ପାଉଥିବା ପ୍ରତିମୂର୍ତ୍ତି ରଙ୍ଗ ଦେବା ଲାଗି ଆଣୁଛନ୍ତି। ରଥଯାତ୍ରା ଆସିଲେ, ବିଭିନ୍ନ ସାଇଜର ପ୍ରତିମୂର୍ତ୍ତି ଲୋକଙ୍କ ଚାହିଦା ଅନୁସାରେ ନିର୍ମାଣ କରିଆସୁଛି। ଯଦିଓ ମାଟି ମୂର୍ତ୍ତି ଗଢିବା ଆମ କୁଳ ବେଉସା ହେଲେ ମୁଁ ରୋଜଗାର ପାଇଁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଗଢେ ନାହିଁ। କାରଣ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସେବାର ସୁଯୋଗ ନ ମିଳିଲେ ମଧ୍ୟ ପରୋକ୍ଷରେ ତାଙ୍କ ପ୍ରତିମୂର୍ତ୍ତି ଗଢି ଅପୂର୍ବ ଆନନ୍ଦ ମିଳିଥାଏ। ମହାପ୍ରଭୁଙ୍କ ଦୟାରୁ ବର୍ତ୍ତମାନ ମୋ ନିର୍ମିତ ମୂର୍ତ୍ତି ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇ ପୂଜା ପାଇବା ହିଁ ମୋର ସବୁଠୁ ବଡ଼ ଆତ୍ମସନ୍ତୋଷ।
-ପୌର୍ଣ୍ଣମାସୀ
ସହାୟତା- ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri