Posted inଜାତୀୟ

ଯୋଗୀ ସରକାରଙ୍କ ସମୟରେ ରାଜ୍ୟରେ ୨୦ ସାଧୁ-ସନ୍ଥଙ୍କ ହତ୍ୟା: କଂଗ୍ରେସ

ଲକ୍ଷ୍ନୌ, ୧୧।୧୦: ଉତ୍ତରପ୍ରଦେଶର ଗୋଣ୍ଡାରେ ରାମ ଜାନକୀ ମନ୍ଦିର ପୂଜାରୀ ସମ୍ରାଟ ଦାସଙ୍କୁ ଗୁଳି ମାଡ଼ ହେବା ଘଟଣାରେ ବିରୋଧୀ ଦଳଙ୍କ ପକ୍ଷରୁ ଶାସକ ଭାଜପାକୁ ଘେରିବା ଆରମ୍ଭ ହୋଇଛି। ସମ୍ରାଟଙ୍କୁ ଜମିମାଫିଆ ଗୁଳି କରିଥିବା କୁହାଯାଉଛି। କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅଜୟ କୁମାର ଲାଲ୍ଲୁ ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍‌ କହିଛନ୍ତି। ଯୋଗୀଙ୍କ ଶାସନର ୨ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ସାଧୁ-ସନ୍ଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସେ ସାଧୁ-ସନ୍ଥଙ୍କ ତାଲିକା ସମ୍ପର୍କରେ ମଧ୍ୟ ସରକାରଙ୍କୁ ସୂଚନା ଦେଇଛନ୍ତି। ଜମି ମାଫିଆ ଏବଂ ସରକାର ମିଳିତ ହୋଇ ଏଭଳି ଅପରାଧ କରୁଥିବା ସେ କହିଛନ୍ତି। କେତେକ ହତ୍ୟା ମାମଲାକୁ ପୋଲିସ ପକ୍ଷରୁ ଆତ୍ମହତ୍ୟାର ରୂପ ଦିଆଯାଇ କେସ୍‌କୁ ବନ୍ଦ କରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ସମାଜବାଦୀ ପାର୍ଟି ପକ୍ଷରୁ ଏହି ମାମଲାରେ ସରକାର କାହିଁକି ନୀରବ ରହିଛନ୍ତି ବୋଲି ପ୍ରଶ୍ନ କରାଯାଇଛି। ଜମି ମାଫିଆ ମନ୍ଦିର ପୁଜାରୀଙ୍କଠାରୁ ଜମି ହଡ଼ପ କରିବା ଲାଗି ଅପରାଧମାନ ଘଟାଉଥିବା ବିରୋଧୀ ଦଳ ପକ୍ଷରୁ କୁହାଯାଇଛି। ସରକାର ସବୁ ଜାଣିଶୁଣି ଚୁପ୍‌ ରହୁଥିବା ବିରୋଧୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଘରେ ଭୋଜନ: ଭାଜପାର ନିର୍ବାଚନୀ ଥୋପ

କୋଲକାତା,୧୫।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଭାଜପା ପକ୍ଷରୁ ରାଜ୍ୟରୁ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ବିଭିନ୍ନ...

ଆଧୁନିକ ଯୁଗର ଔରଙ୍ଗଜେବ ହେଉଛନ୍ତି ଅଖିଳେଶ

ଲକ୍ଷ୍ନୌ,୨୦।୨: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆଧୁନିକ ଯୁଗର ଔରଙ୍ଗଜେବ କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ...

‘ଆମ ଯବାନମାନେ ଶହୀଦ ହେଉଛନ୍ତି, ତୁମେ ଟି୨୦ ଖେଳିବ’

ହାଇଦ୍ରାବାଦ୍‌,୧୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ବିଷୟରେ ମୁହଁ ଖୋଲୁ ନାହାନ୍ତି। ପ୍ରଥମତଃ ବଢ଼ୁଥିବା ତୈଳ ଦର ଓ ଦ୍ୱିତୀୟଟି ହେଲା ଲଦାଖରେ ଆମ ସୀମା...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା: ଲୋକେ ଭୟଭୀତ

ଇଟାନଗର,୧୫।୪: ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଛି। ଭୂକମ୍ପ ଅନୁଭୂତ ହେବା ପରେ ଲୋକେ...

ଏସ୍‌ଏସ୍‌ଏଲ୍‌ଭି-ଡି୨ ଉତ୍‌କ୍ଷେପଣ

ଶ୍ରୀହରିକୋଟା,୧୦।୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ନୂତନ ରକେଟ ଏସ୍‌ଏସ୍‌ଏଲ୍‌ଭି-ଡି୨ (କ୍ଷୁଦ୍ର ସାଟେଲାଇଟ ଲଞ୍ଚ ଯାନ)କୁ ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ...

ଅଷ୍ଟମ ଥର ପାଇଁ ଟ୍ରମ୍ପ୍‌ଙ୍କୁ ଭେଟିଲେ ମୋଦି

ଅହମଦାବାଦ୍‌,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତରେ ଆସି ଅହମଦାବାଦ୍‌ରେ ସୋମବାର ପହଞ୍ଚିଛନ୍ତି। ବିମାନବନ୍ଦରରେ ମୋଦି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିଛନ୍ତି। ଏହା ଟ୍ରମ୍ପ୍‌ଙ୍କର ପ୍ରଥମ...

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୮: ବହୁଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ହୋଇଛି। ସୋମବାର ଦିଲ୍ଲୀଠାରେ ସେ ୮୨ ବର୍ଷ ବୟସରେ ଶେଷ...

ନିର୍ବାଚନ ଫଳାଫଳ ପୂର୍ବରୁ ଚର୍ଚ୍ଚାକୁ ଆସିଲା ଭାଜପା କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହୋଇଛି। କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ ଏବଂ କିଏ ଶାସନ କ୍ଷମତା...

Advertisement
Archives

Model This Week