ରିଷିଡ଼ା,୨୨ା୪(ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା କନ୍ଧପଡା ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିରାଟ ପର୍ବ ଅବସରରେ ସୋମବାର ପ୍ରଥମ ରଜନୀରେ ପଞ୍ଚପାଣ୍ଡବଙ୍କ ଅଜ୍ଞାତବାସ ନାଟକ ମଞ୍ଚସ୍ଥ ହୋଇଥିଲା। ଏଠାରେ ଅକ୍ଷୟ ତୃତୀୟାଠାରୁ ସଂଗୃହୀତ ବିରାଟ ପର୍ବ ନାଟକ ୭ଦିନ ଧରି ମଞ୍ଚସ୍ଥ ହେବ। ଏଥିରେ ବିଭିନ୍ନ ଭୂମିକାରେ ମନୁ ରାଜା ଦେବଦତ୍ତ ଭୋଇ, ଯୁଧିଷ୍ଠିର ସଞ୍ଜୟ ଧରୁଆ, ଭୀମ ହେମାଦ୍ରି ଭୋଇ, ଅର୍ଜୁନ ହିମାଂଶୁ ଭୋଇ, ନକୁଳ ଜଗବନ୍ଧୁ ବରିହା, ସହଦେବ ସମୀର ଭୋଇ, ବିରାଟ ସୁରୋଜଦ ଦଣ୍ଡସେନା ପ୍ରମୁଖ ଅଭିନୟ କରୁଛନ୍ତି। ବୁଧବାର ବାଘ, ମଲ୍ଲବଧ ନାଟକ ମଞ୍ଚସ୍ଥ ହେବ ବୋଲି କମିଟି ସଭାପତି ନଗେଶ କୁମାର ସାହୁ, ସମ୍ପାଦକ ନିତ୍ୟାନନ୍ଦ ଦଣ୍ତସନା ସୂଚନା ଦେଇଛନ୍ତି।