Posted inUncategorized

ନନ୍ଦନକାନନ ପାଇଁ ୬୦୦ କୋଟିର ଯୋଜନା

ବାରଙ୍ଗ,୩୦।୧୨(ଡି.ଏନ୍‌.ଏ.): ଦେଶର ବୃହତ୍ତମ ଚିଡିଆଖାନା ନନ୍ଦନକାନନ ଖୁବଶୀଘ୍ର ଅନ୍ତର୍ଜୀତୀୟ ସ୍ତରରେ ମାନ୍ୟତା ପାଇବାକୁ ଯାଉଛି। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛନ୍ତି। ଏପରିକି ନନ୍ଦନକାନନର ଉନ୍ନତି ସକାଶେ ୬୦୦କୋଟି ଟଙ୍କାର ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି ନନ୍ଦନକାନନର ୬୧ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି। ଏହି ଅବସରରେ ନୂଆକରି ହୋଇଥିବା ପ୍ରସ୍ଥାନପଥ ସହ ସଫାରି ଷ୍ଟାଣ୍ଡର ଲୋକାର୍ପଣ ହୋଇଥିଲା।
ଅନୁଯାୟୀ, ପ୍ରାଣୀଉଦ୍ୟାନ ନନ୍ଦନକାନନ ମଙ୍ଗଳବାର ୬୧ବର୍ଷରେ ପାଦ ଥାପିଛି। ୧୧ଟି ବନ୍ୟପ୍ରାଣୀକୁ ନେଇ ଆରମ୍ଭ ହୋଇଥିବା ନନ୍ଦନକାନନ ଏବେ ୨୧୨ ଏନକ୍ଲୋଜରରେ ୧୫୮ପ୍ରଜାତିର ୩୭୮୭ପ୍ରକାରର ପଶୁପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାବ୍ୟତୀତ ୧୩ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୫ପ୍ରଜାତିର ସରୀସୃପ, ୭୧ପ୍ରଜାତିର ପକ୍ଷୀ, ୨୦ପ୍ରଜାତିର ଉଭୟଚର ପ୍ରାଣୀ, ୮୫ପ୍ରଜାତିର ପ୍ରଜାପତି ଏହାର ପରିସରକୁ ଉପଯୁକ୍ତ ଆବାସସ୍ଥଳୀ ଭାବେ ଚିହ୍ନଟ କରାଯାଇଛି। ନିଃସଙ୍ଗ ଜୀବନ ଜିଉଥିବା ଓ ରକ୍ତ ସର୍ମ୍ପକକୁ ପରିବର୍ତ୍ତନ କରିବାପାଇଁ ଚଳିତବର୍ଷ ୨୫ଟି ପଶୁପକ୍ଷୀ ନନ୍ଦନକାନନ ଆସିଥିବାବେଳେ ବଳିଆକୁକୁର ଆସାମିଜ ମାଙ୍କଡ଼ ବବୁନ, ଗୀବନ ଗଧିଆ, ଜିରାଫ, ଗଣ୍ଡା, ଜେବ୍ରା ଆଦି ଆସିବା ପାଇଁ ବ୍ୟବସ୍ଥା ହୋଇଛି। ନନ୍ଦନକାନନର ବିକାଶ ସହ କଳେବର ବୃଦ୍ଧି ପାଇଁ ୬୦୦କୋଟି ଟଙ୍କାକୁ ୨୦ବର୍ଷ ମଧ୍ୟରେ ବିନିଯୋଗ କରାଯିବ ବୋଲି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ପାଖରେ ଉପସ୍ଥାପନା କରାଯାଇଛି। ଖୁବଶୀଘ୍ର ଶିଶୁ ରେଳଗାଡି ଓ ବହୁତଳ ବିଶିଷ୍ଟ ପାର୍କିଂ ପର୍ଯ୍ୟଟକମାନଙ୍କ ପାଇଁ ଉର୍ତ୍ସଗୀକୃତ କରାଯିବ ବୋଲି ମନ୍ତ୍ରୀ ଆରୁଖ କହିଥିଲେ। ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ଅତିଥିଭାବେ ଯୋଗଦେଇ ଅକଲାଣ୍ଡ ଚିଡିଆଖାନା ଭଳି ନନ୍ଦନକାନନ ଚିତ୍ର ବଦଳିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି କହିଥିଲେ। ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକ ହରିଶଙ୍କର ଉପାଧ୍ୟାୟ ଅତିଥିଭାବେ ଯୋଗଦେଇ ନନ୍ଦନକାନନ ବନ୍ଦ ଥିବାବେଳେ ପୋଷ୍ୟଭାବେ ରାଜ୍ୟ ତଥା ରାଜ୍ୟ ବାହାର ଲୋକମାନେ ଅନ୍‌ଲାଇନରେ ବହୁ ଜୀବଜନ୍ତୁଙ୍କୁ ଗ୍ରହଣ କରିଥିବାବେଳେ ସ୍କୁଲପିଲାମାନେ ମଧ୍ୟ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିବାରୁ ଏହା ନନ୍ଦନକାନନ ପାଇଁ ଶୁଭ ସୂଚନା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସ୍ବତନ୍ତ୍ର ଅତିଥି ଏସ୍‌ବିଆଇର ଭୁବନେଶ୍ୱର ସର୍କଲର ଚିଫ୍‌ ଉମା ଦେ, ଜିନ୍ଦଲ ଷ୍ଟିଲର ଓଡ଼ିଶା ମୁଖ୍ୟ ରାକେଶ ମିଶ୍ର ଯୋଗଦେଇଥିଲେ।
ଶଶିପଲ ବାର୍ଷିକ ବିବରଣୀ ପାଠ ଅବସରରେ ମିଜୋରାମ ଓ ଜୟପୁର ଚିଡିଆଖାନା ସହ ଅନ୍ତର୍ଜାତୀୟ ସ୍ତରରେ ସିଙ୍ଗାପୁର ଓ ଶ୍ରୀଲଙ୍କାରୁ ପଶୁପକ୍ଷୀ ଅଦଳବଦଳ ପ୍ରକିୟା ଖୁବଶୀଘ୍ର କରାଯିବ ବୋଲି କହିଥିଲେ। ଏହି ଅବସରରେ ନନ୍ଦନକାନନ କର୍ମଚାରୀମାନଙ୍କୁ ଅତିଥିମାନେ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଅତିଥିମାନଙ୍କ ଦ୍ୱାରା ବାର୍ଷିକ ବିଶେଷାଙ୍କ, କ୍ୟାଲେଣ୍ଡର ଉନ୍ମୋଚନ ହୋଇଥିଲା। ୨୭ଟି ବାଘକୁ ପୋଷ୍ୟ ଭାବେ ଜିନ୍ଦଲ ଷ୍ଟିଲ ଓ ୮ଟି ଧଳାବାଘ ସହ ୨୦ଟି ଶମ୍ବରକୁ ଏସ୍‌ବିଆଇର ଭୁବନେଶ୍ୱର ସର୍କଲର ଚିଫ୍‌ ଉମା ଦେ ପୋଷ୍ୟଭାବେ ଗ୍ରହଣ କରିଥିଲେ। ବାଘୁଣୀ ସ୍ନେହାର ୨ଟି ଶାବକର ନାମକରଣ ପାଇଁ ଅନଲାଇନରେ ସଂଗ୍ରହ କରାଯାଇଥିବା ନାମ ମଧ୍ୟରୁ ଅଧିକ ନାମ ଆସିଥିବା ଲବ ଓ କୁଶ ନାମକୁ ଅତିଥିମାନେ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?