Posted inUncategorized

ନନ୍ଦନକାନନ ପାଇଁ ୬୦୦ କୋଟିର ଯୋଜନା

ବାରଙ୍ଗ,୩୦।୧୨(ଡି.ଏନ୍‌.ଏ.): ଦେଶର ବୃହତ୍ତମ ଚିଡିଆଖାନା ନନ୍ଦନକାନନ ଖୁବଶୀଘ୍ର ଅନ୍ତର୍ଜୀତୀୟ ସ୍ତରରେ ମାନ୍ୟତା ପାଇବାକୁ ଯାଉଛି। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛନ୍ତି। ଏପରିକି ନନ୍ଦନକାନନର ଉନ୍ନତି ସକାଶେ ୬୦୦କୋଟି ଟଙ୍କାର ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି ନନ୍ଦନକାନନର ୬୧ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି। ଏହି ଅବସରରେ ନୂଆକରି ହୋଇଥିବା ପ୍ରସ୍ଥାନପଥ ସହ ସଫାରି ଷ୍ଟାଣ୍ଡର ଲୋକାର୍ପଣ ହୋଇଥିଲା।
ଅନୁଯାୟୀ, ପ୍ରାଣୀଉଦ୍ୟାନ ନନ୍ଦନକାନନ ମଙ୍ଗଳବାର ୬୧ବର୍ଷରେ ପାଦ ଥାପିଛି। ୧୧ଟି ବନ୍ୟପ୍ରାଣୀକୁ ନେଇ ଆରମ୍ଭ ହୋଇଥିବା ନନ୍ଦନକାନନ ଏବେ ୨୧୨ ଏନକ୍ଲୋଜରରେ ୧୫୮ପ୍ରଜାତିର ୩୭୮୭ପ୍ରକାରର ପଶୁପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାବ୍ୟତୀତ ୧୩ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୫ପ୍ରଜାତିର ସରୀସୃପ, ୭୧ପ୍ରଜାତିର ପକ୍ଷୀ, ୨୦ପ୍ରଜାତିର ଉଭୟଚର ପ୍ରାଣୀ, ୮୫ପ୍ରଜାତିର ପ୍ରଜାପତି ଏହାର ପରିସରକୁ ଉପଯୁକ୍ତ ଆବାସସ୍ଥଳୀ ଭାବେ ଚିହ୍ନଟ କରାଯାଇଛି। ନିଃସଙ୍ଗ ଜୀବନ ଜିଉଥିବା ଓ ରକ୍ତ ସର୍ମ୍ପକକୁ ପରିବର୍ତ୍ତନ କରିବାପାଇଁ ଚଳିତବର୍ଷ ୨୫ଟି ପଶୁପକ୍ଷୀ ନନ୍ଦନକାନନ ଆସିଥିବାବେଳେ ବଳିଆକୁକୁର ଆସାମିଜ ମାଙ୍କଡ଼ ବବୁନ, ଗୀବନ ଗଧିଆ, ଜିରାଫ, ଗଣ୍ଡା, ଜେବ୍ରା ଆଦି ଆସିବା ପାଇଁ ବ୍ୟବସ୍ଥା ହୋଇଛି। ନନ୍ଦନକାନନର ବିକାଶ ସହ କଳେବର ବୃଦ୍ଧି ପାଇଁ ୬୦୦କୋଟି ଟଙ୍କାକୁ ୨୦ବର୍ଷ ମଧ୍ୟରେ ବିନିଯୋଗ କରାଯିବ ବୋଲି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ପାଖରେ ଉପସ୍ଥାପନା କରାଯାଇଛି। ଖୁବଶୀଘ୍ର ଶିଶୁ ରେଳଗାଡି ଓ ବହୁତଳ ବିଶିଷ୍ଟ ପାର୍କିଂ ପର୍ଯ୍ୟଟକମାନଙ୍କ ପାଇଁ ଉର୍ତ୍ସଗୀକୃତ କରାଯିବ ବୋଲି ମନ୍ତ୍ରୀ ଆରୁଖ କହିଥିଲେ। ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ଅତିଥିଭାବେ ଯୋଗଦେଇ ଅକଲାଣ୍ଡ ଚିଡିଆଖାନା ଭଳି ନନ୍ଦନକାନନ ଚିତ୍ର ବଦଳିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି କହିଥିଲେ। ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକ ହରିଶଙ୍କର ଉପାଧ୍ୟାୟ ଅତିଥିଭାବେ ଯୋଗଦେଇ ନନ୍ଦନକାନନ ବନ୍ଦ ଥିବାବେଳେ ପୋଷ୍ୟଭାବେ ରାଜ୍ୟ ତଥା ରାଜ୍ୟ ବାହାର ଲୋକମାନେ ଅନ୍‌ଲାଇନରେ ବହୁ ଜୀବଜନ୍ତୁଙ୍କୁ ଗ୍ରହଣ କରିଥିବାବେଳେ ସ୍କୁଲପିଲାମାନେ ମଧ୍ୟ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିବାରୁ ଏହା ନନ୍ଦନକାନନ ପାଇଁ ଶୁଭ ସୂଚନା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସ୍ବତନ୍ତ୍ର ଅତିଥି ଏସ୍‌ବିଆଇର ଭୁବନେଶ୍ୱର ସର୍କଲର ଚିଫ୍‌ ଉମା ଦେ, ଜିନ୍ଦଲ ଷ୍ଟିଲର ଓଡ଼ିଶା ମୁଖ୍ୟ ରାକେଶ ମିଶ୍ର ଯୋଗଦେଇଥିଲେ।
ଶଶିପଲ ବାର୍ଷିକ ବିବରଣୀ ପାଠ ଅବସରରେ ମିଜୋରାମ ଓ ଜୟପୁର ଚିଡିଆଖାନା ସହ ଅନ୍ତର୍ଜାତୀୟ ସ୍ତରରେ ସିଙ୍ଗାପୁର ଓ ଶ୍ରୀଲଙ୍କାରୁ ପଶୁପକ୍ଷୀ ଅଦଳବଦଳ ପ୍ରକିୟା ଖୁବଶୀଘ୍ର କରାଯିବ ବୋଲି କହିଥିଲେ। ଏହି ଅବସରରେ ନନ୍ଦନକାନନ କର୍ମଚାରୀମାନଙ୍କୁ ଅତିଥିମାନେ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଅତିଥିମାନଙ୍କ ଦ୍ୱାରା ବାର୍ଷିକ ବିଶେଷାଙ୍କ, କ୍ୟାଲେଣ୍ଡର ଉନ୍ମୋଚନ ହୋଇଥିଲା। ୨୭ଟି ବାଘକୁ ପୋଷ୍ୟ ଭାବେ ଜିନ୍ଦଲ ଷ୍ଟିଲ ଓ ୮ଟି ଧଳାବାଘ ସହ ୨୦ଟି ଶମ୍ବରକୁ ଏସ୍‌ବିଆଇର ଭୁବନେଶ୍ୱର ସର୍କଲର ଚିଫ୍‌ ଉମା ଦେ ପୋଷ୍ୟଭାବେ ଗ୍ରହଣ କରିଥିଲେ। ବାଘୁଣୀ ସ୍ନେହାର ୨ଟି ଶାବକର ନାମକରଣ ପାଇଁ ଅନଲାଇନରେ ସଂଗ୍ରହ କରାଯାଇଥିବା ନାମ ମଧ୍ୟରୁ ଅଧିକ ନାମ ଆସିଥିବା ଲବ ଓ କୁଶ ନାମକୁ ଅତିଥିମାନେ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri