କାଳରେ ଲୀନ ଅପେକ୍ଷାରେ ସାଧନାସ୍ଥଳ

ପାଲଲହଡା,୨୧ା୮ ପ୍ରାୟ ୭୦ ବର୍ଷ ତଳେ ପାଲଲହଡା ଗଡଜାତ (ବର୍ତ୍ତମାନର ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ)ରେ କଳାର ବିକାଶ ପାଇଁ ଗଠନ ହୋଇଥିଲା ଏକ ଅସ୍ଥାୟୀ କଳାକେନ୍ଦ୍ର। ତତ୍କାଳୀନ ରାଣୀ ସୌଭାଗ୍ୟମଞ୍ଜରୀ ପାଲ ଏବଂ କେତେଜଣ କଳାକାର ଏଥିପାଇଁ ଉଦ୍ୟମ କରିଥିଲେ। ୧୯୫୨ରେ ପ୍ରତିଷ୍ଠିତ ଏହି ଅସ୍ଥାୟୀ କଳାକେନ୍ଦ୍ରର ନିଜସ୍ବ ଘର ନିର୍ମାଣ ପାଇଁ ୧୯୬୦ରେ ରାଣୀ ଯୋଗାଇ ଦେଇଥିଲେ ୧୧ ଡେସିମିଲ ଜାଗା। ସ୍ଥାୟୀ ଗୃହ ନିର୍ମାଣ ସହ ଏହି କଳାକେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇ ରଖାଯାଇଥିଲା ସୌଭାଗ୍ୟମଞ୍ଜରୀ କଳାକେନ୍ଦ୍ର। ଏହିଠାରୁ ହିଁ ପାଲଲହଡା ଗଡଜାତରେ ସଙ୍ଗୀତ ସାଧନାର ଏକ ନୂତନ ଯୁଗ ଆରମ୍ଭ ହୋଇଥିଲା I
ଏହି ଅନୁଷ୍ଠାନରେ ପ୍ରଥମ ଗୁରୁ ଭାବେ ଯୋଗଦେଇଥିଲେ ଦେବଗଡ଼ ରାଜ୍ୟର ପଟ୍ଟାୟତ ସାହେବ ଗୁରୁ ସୀତାକାନ୍ତ ଦେବଙ୍କଠାରୁ ସୀତାର ଶିକ୍ଷା ଗ୍ରହଣ କରିଥିବା ପ୍ରଭାକର ପ୍ରଧାନ। ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଅଳ୍ପ କିଛି ଦିନ ମଧ୍ୟରେ ଗୁରୁ ପ୍ରଭାକର ଏଠାରେ ବହୁ ଶିଷ୍ୟ ଅର୍ଜନ କରିପାରିଥିଲେ। ୧୯୭୨ ମସିହାରେ ସୌଭାଗ୍ୟମଞ୍ଜରୀ କଳାକେନ୍ଦ୍ର ଅବିଭକ୍ତ ଢେଙ୍କାନାଳ ଜିଲାରେ ଆନୁଷ୍ଠାନିକ ଭାବେ ପଞ୍ଜୀକୃତ ହୋଇଥିଲା। ପରବର୍ତ୍ତୀ ସମୟରେ ଚଣ୍ଡିଗଡ଼, ମହାରାଷ୍ଟ୍ରର ଗାନ୍ଧର୍ବ ମହାବିଦ୍ୟାଳୟ ସହ ଏହା ଅନୁବନ୍ଧିତ ହେବା ପରେ ଶାସ୍ତ୍ରୀୟ ସଙ୍ଗୀତ, ଓଡ଼ିଶୀ ନୃତ୍ୟ ଆଦି ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। କଟକର ସର୍ବପୁରାତନ ବାବୁଲାଲ ଯୋଶୀ କଳାକେନ୍ଦ୍ର ସହ ମଧ୍ୟ ଅନୁବନ୍ଧିତ ହୋଇଥିଲା। ଅଧ୍ୟକ୍ଷ ପ୍ରଭାକର ପ୍ରଧାନ, ଗୁରୁ ହୃଷୀକେଶ ସାହୁ, ଭୀମସେନ ସାହୁ, ଲଳିତ ମୋହନ ବେହେରା, ନୀଳମଣି ଜେନା, ସ୍ମୃତି ରଞ୍ଜନ ଦାଶ ଏବଂ ଲିଙ୍ଗରାଜ ଦାଶଙ୍କ ତତ୍ତ୍ୱାବଧାନରେ ସେତେବେଳେ ଏହି କଳାକେନ୍ଦ୍ର ରାଜ୍ୟର ଏକ ଅଗ୍ରଣୀ ଅନୁଷ୍ଠାନ ହୋଇପାରିଥିଲା। ଫଳରେ ଏଠାରେ ଶିକ୍ଷାଗ୍ରହଣ କରିବାକୁ ବିଭିନ୍ନ ସ୍ଥାନରୁ ଛାତ୍ରୀଛାତ୍ରଙ୍କ ଧାଡ଼ି ଲାଗୁଥିଲା। ଏହି ଅନୁଷ୍ଠାନରୁ ଶିକ୍ଷା ନେଇଥିବା ବହୁ କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତିଷ୍ଠିତ ହୋଇପାରିଛନ୍ତି। କିନ୍ତୁ ୧୯୯୬ରେ ଅଧ୍ୟକ୍ଷ ପ୍ରଭାକର ପ୍ରଧାନଙ୍କ ମୃତ୍ୟୁ ପରେ ଏହି ଅନୁଷ୍ଠାନ ଅନେକ ସମସ୍ୟାରେ ଛନ୍ଦି ହୋଇପଡ଼ିଥିଲା। ଆର୍ଥିକ ସଂକଟ ଯୋଗୁ ରକ୍ଷଣାବେକ୍ଷଣ ଓ ବିଭିନ୍ନ ପାଠ୍ୟକ୍ରମ ପାଇଁ ଉପକରଣ ଅଭାବ ଦେଖାଦେଇଥିଲା। କେତେଜଣ କଳାପ୍ରେମୀ ଏବଂ କଳାକାରଙ୍କ ଉଦ୍ୟମ ଏହାକୁ ପୂର୍ବାବସ୍ଥାକୁ ଫେରାଇପାରି ନ ଥିଲା। ୨୦୧୭ ମସିହାରେ ତତ୍କାଳୀନ ବିଧାୟକ ମହେଶ ସାହୁଙ୍କ ସହାୟତାରେ ଏହି ରୁଗ୍‌ଣ ଅନୁଷ୍ଠାନର ଆଂଶିକ ଉନ୍ନତୀକାରଣ କାର୍ଯ୍ୟ କରାଯାଇଥିଲା। ୨୦୨୦ରେ ସ୍ଥାନୀୟ କଳାକାରମାନଙ୍କ ପ୍ରଚେଷ୍ଟା ଏବଂ ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାର ଅଧିକାରୀମାନେ ୪୦ ଛାତ୍ରୀଛାତ୍ରଙ୍କୁ ନେଇ ଏଠାରେ ଏକ ବିଶାଳ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲେ। ହେଲେ ଏହା ସୌଭାଗ୍ୟମଞ୍ଜରୀ କଳାକେନ୍ଦ୍ରର ଭାଗ୍ୟ ବଦଳାଇପାରି ନାହିଁ। ସ୍ଥାନୀୟ ରାଜନେତା, ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ଏହି କଳାର କାରଖାନା ଏବେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ିରହିଛି।
ସରକାରୀ ସହାୟତା ଲୋଡ଼ା
ସରକାରୀ ସହାୟତା ବିନା ଏପରି ଏକ ବିଶାଳ ସଂସ୍ଥାକୁ ଚଳାଇବା ସମ୍ଭବ ନୁହେଁ। ଆଜି ବି ସାଧକ ଓ ସାଧନାର ଅଭାବ ନାହିଁ। ସରକାର ଏଥିପ୍ରତି ଦୃଷ୍ଟି ଦେଲେ ପୁଣି ଥରେ ଏହି କଳାକେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରନ୍ତା।
-ଲିଙ୍ଗରାଜ ଦାଶ, ପୂର୍ବତନ ତବଲା ପ୍ରଶିକ୍ଷକ ତଥା ସମ୍ପାଦକ
ଭିତ୍ତିଭୂମି, ପ୍ରଶିକ୍ଷକ ଅଭାବ
ଏକଦା ରାଜ୍ୟରେ ଅଗ୍ରଣୀ ଥିବା ଏହି କଳାବିକାଶ କେନ୍ଦ୍ର ଦୀର୍ଘଦିନ ହେବ ରୁଗ୍‌ଣ ଅବସ୍ଥାରେ ପଡିଛି। ଆବଶ୍ୟକ ଭିତ୍ତିଭୂମି ଓ ପ୍ରଶିକ୍ଷକମାନଙ୍କ ଅଭାବ ଯୋଗୁ ଏହା ଆଗକୁ ବଢ଼ିପାରୁ ନାହିଁ। ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ।
-ବିବେକାନନ୍ଦ ବିଶ୍ୱାଳ, କଳାକାର
ଅବହେଳିତ କରି ରଖାଯାଇଛି
ଏହି କଳାକେନ୍ଦ୍ର ପାଲଲହଡାର ଗର୍ବ ଓ ଗୌରବ। ଏହା ଅନେକ ପ୍ରତିଭା ରାଜ୍ୟକୁ ଭେଟି ଦେଇଛି। କିନ୍ତୁ ଆଜି ଏହା ଅବହେଳିତ ହୋଇପଡିଛି। ଏହାର ପୁନରୁଦ୍ଧାର ହେଲେ ଆଗାମୀ ପିଢ଼ି ସାଧନାର ସୁଯୋଗ ପାଇପାରନ୍ତେ I
-ନେତ୍ରାନନ୍ଦ ମହାକୁଳ, କଳାକାର
ସମସ୍ୟାର ସମାଧାନ କରାଯିବ
ପରିଚାଳନା କମିଟି ସମ୍ପାଦକଙ୍କ ମୃତ୍ୟୁ ପରେ ଓ କରୋନା କଟକଣା କାରଣରୁ ନୂଆ କମିଟି ଗଠନ କରାଯାଇ ନାହିଁ। ଖୁବ୍‌ଶୀଘ୍ର କମିଟି ଗଠନ କରାଯାଇ ଏହି ପୁରାତନ ଅନୁଷ୍ଠାନର ସମସ୍ତ ସମସ୍ୟାର ସମାଧାନ କରାଯିବ।
-ଅଜିତ କୁମାର ପ୍ରଧାନ, ଉପଜିଲାପାଳ ତଥା କମିଟି ସଭାପତି, ପାଲଲହଡା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri