ରାଜ୍ୟପାଳଙ୍କ ମୁହଁରେ ବିକାଶର ଚିତ୍ର

ଭୁବନେଶ୍ୱର,୨୨ା୨(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ, କ୍ରୀଡ଼ା, ମହିଳା ସଶକ୍ତୀକରଣ, ଭିତ୍ତିଭୂମି ନିର୍ମାଣ, ବିମାନ ସେବା କ୍ଷେତ୍ରରେ ରାଜ୍ୟ ଆଗକୁ ମାଡ଼ିଚାଲିଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଜରିଆରେ ରାଜ୍ୟରେ ପୁଞ୍ଜିନିବେଶ ବଢ଼ିବା ସହିତ ମହିଳା ଉଦ୍ୟୋଗୀ ସୃଷ୍ଟି କରାଯାଉଛି। ସରକାର ରାଜ୍ୟପାଳ ଗଣେଶୀ ଲାଲଙ୍କ ମୁହଁରେ ଏଭଳି ବିକାଶର ଚିତ୍ର ଆଙ୍କିଛନ୍ତି। ମଙ୍ଗଳବାର ବିଧାନସଭାର ବଜେଟ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ରାଜ୍ୟପାଳ ନିଜ ଅଭିଭାଷଣ ଜରିଆରେ ପ୍ରଶଂସା କରିଛନ୍ତି। ସରକାରଙ୍କ ସଫଳତା ଏବଂ ଜନହିତକର ଯୋଜନା ବିଷୟରେ ଗୃହରେ ୧ଘଣ୍ଟା ୨୦ ମିନିଟ କାଳ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି।
ରାଜ୍ୟପାଳ କହିଛନ୍ତି, ଓଡ଼ିଶା ଏକ ରୂପାନ୍ତରିତ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି। ୫-ଟି ଓ ମୋ ସରକାର ଉପକ୍ରମ ବୃତ୍ତିଗତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ, ଖାଦ୍ୟ ସୁରକ୍ଷା, ସ୍କୁଲ ରୂପାନ୍ତରଣ କ୍ଷେତ୍ରରେ ମୋ ସରକାର ନୂତନ ପ୍ରଶାସନିକ ମାନଦଣ୍ଡ ସ୍ଥାପନ କରିବାରେ ସକ୍ଷମ ହୋଇଛି।
ମାତ୍ର ୧୫ ମାସରେ ରାଉକେଲାଠାରେ ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡିୟମ ନିର୍ମାଣ କରାଯିବା ସହ ପୁରୁଷ ହକି ବିଶ୍ୱକପ୍‌କୁ ସଫଳତାର ସହ ଆୟୋଜନ କରାଯାଇଛି। ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ୍‌ରେ ପରିଣତ କରିବା ଲକ୍ଷ୍ୟରେ ଆସନ୍ତା ୫ ବର୍ଷ ପାଇଁ ଶିଳ୍ପନୀତି-୨୦୨୨କୁ ଅନୁମୋଦନ କରାଯାଇଛି। ଦୃଢ଼ ପ୍ରଶାସନିକ ବ୍ୟବସ୍ଥା ଏବଂ ବ୍ୟବସାୟ ଅନୁକୂଳ ପରିବେଶ ସହିତ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳରେ ପରିଣତ ହୋଇଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ର ତୃତୀୟ ସଂସ୍କରଣରେ ବିପୁଳ ପୁଞ୍ଜିନିବେଶ ରାସ୍ତା ଖୋଲିଛି। ସ୍କୁଲ ପିଲାଙ୍କ ମଧ୍ୟରେ ପୁଟ୍‌ବଲକୁ ପ୍ରୋତ୍ସାହିତ କରିବା ପାଇଁ ୪୩ ହଜାରରୁ ଅଧିକ ଫୁଟ୍‌ବଲ ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରାଯାଇଛି। ହକିର ପ୍ରସାର ପାଇଁ ରାଜ୍ୟରେ ୨୦ଟି ହକି ପ୍ରଶିକ୍ଷଣ କେନ୍ଦ୍ର କରାଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨ ପ୍ରଣୟନ କରାଯାଇଛି।
ପ୍ରଦୂଷଣ ମୁକ୍ତ କରିବାକୁ ପୁରୁଣା ଯାନ ହଟାଇ ବାୟୁ ପ୍ରଦୂଷଣ ହ୍ରାସ କରିବାକୁ ଓଡ଼ିଶା ମୋଟର ଯାନ ନୀତି-୨୦୨୨ ପ୍ରଣୟନ କରାଯାଇଛି। ରାଜ୍ୟରେ ବିମାନ ଚଳାଚଳକୁ ବିକଶିତ କରିବାକୁ ରାଜ୍ୟ ସରକାର ଓଡ଼ିଶା ବେସାମରିକ ନୀତି-୨୦୨୨ କାର୍ଯ୍ୟକାରୀ କରିଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟରେ ୧୧ ହଜାର ମେଗାଓ୍ବାଟ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ଅକ୍ଷୟ ଶକ୍ତି ନୀତି -୨୦୨୨ ପ୍ରଣୟନ କରାଯାଇଛି।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କରିବାରେ ଓଡ଼ିଶା ଆଗରେ ଅଛି ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି। ୧୮ ଲକ୍ଷ କୃଷକଙ୍କୁ ୮,୭୧୧ କୋଟି ଟଙ୍କା ଫସଲ ଋଣ ପ୍ରଦାନ ଲକ୍ଷ୍ୟ ରହିଛି। ଜାଗା ମିଶନରେ ବସ୍ତିକୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇଛି। ଗରିବଙ୍କୁ ପକ୍କାଘର ଯୋଗାଇବାକୁ ସରକାର ପ୍ରତିବଦ୍ଧ ଅଛନ୍ତି। ସେହିପରି ଧାନ ସଂଗ୍ରହ କରିବାରେ ଓଡ଼ିଶାକୁ ସଫଳତା ମିଳିଛି। ବସୁଧା ଯୋଜନାରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ୨୦୨୪ ସୁଦ୍ଧା ସବୁ ଗାଁକୁ ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି। ଚିକିତ୍ସା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ବରଦାନ ସାଜିଛି। ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବାକୁ ୨୧ଟି ଜିଲାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ ‘ଦମନ’କୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଉପକୂଳବର୍ତ୍ତୀ ଜିଲାରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃଢ଼ୀକରଣ ହୋଇଛି। ସମନ୍ବିତ ଜଳସମ୍ପଦ ବିକାଶ, ଜଳ ସଂରକ୍ଷଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ଅମ୍ଳାନ ଆରମ୍ଭ ହୋଇଛି। ଜାଗା ମିଶନ ଜରିଆରେ ୧୧୫ ସହରାଞ୍ଚଳରେ ୨,୯୧୯ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି।
ବଳକା ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ। ମାଣ୍ଡିଆ ଓ ବାଜରା ଜାତୀୟ ଫସଲକୁ ବିଶ୍ବସ୍ତରରେ ମାନ୍ୟତା ମିଳିଛି। କାଳିଆ ଯୋଜନାରେ ୪୧.୦୮ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮.୬୯ ଲକ୍ଷ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି। କାଳିଆ ସ୍କଲାରଶିପ୍‌ ଯୋଜନାରେ ୭୬୫ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ଏଥିରେ ୩୦ ଲକ୍ଷ ପରିବାରର ୪୬ ଲକ୍ଷ ଶ୍ରମଜୀବୀଙ୍କୁ ରୋଜଗାର ମିଳିବ। ମୁକ୍ତା ଯୋଜନାରେ ୭୦୦ କୋଟି ଟଙ୍କା ବିନିଯୋଗ ହେବ। ୬୩୨୦ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ ହେବ। ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ୮ଟି ଆକାଂକ୍ଷା ଛାତ୍ରାବାସ ନିର୍ମାଣ ହୋଇଛି ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri