ବାଘ ଶିକାରୀଙ୍କୁ ଧରାଇଦେଲା ଫଟୋ

ନୟାଗଡ଼ ଅଫିସ,୧୩ା୮: ୪ ବର୍ଷ ତଳେ ୪ଜଣ ବ୍ୟକ୍ତି କଲରାପତରିଆ ବାଘ ଶିକାର କରିଥିଲେ। ଜଣେ ଶିକାରୀ ମୃତ ବାଘ ସହ ଫଟୋ ଉଠାଇଥିଲେ। ଏବେ ସେହି ଫଟୋ ସେମାନଙ୍କୁ ଧରାଇଦେଇଛି। ଏହି ଘଟଣାରେ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜ ବନ କର୍ମଚାରୀମାନେ ଗୁରୁବାର ସମ୍ପକ୍ତ ଶିକାରୀ ସଞ୍ଜୟ ସ୍ବାଇଁଙ୍କୁ ଗିରଫ କରିଛନ୍ତି। ତାଙ୍କୁ ଶନିବାର କୋର୍ଟଚାଲାଣ କରାଯିବ। ସଞ୍ଜୟଙ୍କଠାରୁ ଶିକାର ସମୟର ତାର ଓ ଛୁରି ଜବତ ହୋଇଛି। ଅନ୍ୟ ୩ ଶିକାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ୨ଜଣ ଶିକାରୀଙ୍କୁ ଗିରଫ କରିବାକୁ ବନ ବିଭାଗ ଚେଷ୍ଟା ଚଳାଇଛି। ଏନେଇ ନୟାଗଡ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) କ୍ଷମା ଷଡ଼ଙ୍ଗୀ କୁହନ୍ତି, ବାଘ ଶିକାର ସମୟର ଏକ ଫଟୋ ବନ ବିଭାଗକୁ ଅଗଷ୍ଟ ପ୍ରଥମ ସପ୍ତାହରେ ମିଳିଥିଲା। ଖୋଳତାଡ଼ରୁ ଜଣାପଡ଼ିଲା ଯେ, ବାଘ ସହ ଫଟୋ ଉଠାଇଥିବା ଯୁବକ ଜଣକ ଶରଣକୁଳ ନିକଟ ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଗୋଡ଼ିପଲ୍ଲୀ ଗଁାର ସଞ୍ଜୟ ସ୍ବାଇଁ। ସଞ୍ଜୟଙ୍କ ଘରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେହି ସମୟରେ ସଞ୍ଜୟ ନ ଥିଲେ। ସଞ୍ଜୟ ଗୁଜୁରାଟରେ ରହୁଛନ୍ତି ବୋଲି ତାଙ୍କ ସ୍ତ୍ରୀ କହିଥିଲେ। ବନବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ କରିବା ପରେ ସଞ୍ଜୟ ଭୁବନେଶ୍ୱରରେ ରହୁଥିବା ଜଣା ପଡ଼ିଥିଲା। ବନ ବିଭାଗ ପକ୍ଷରୁ ଗିରଫ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ସଞ୍ଜୟ ଗୋଡ଼ିପଲ୍ଲୀସ୍ଥିତ ଘରକୁ ଆସିଥିଲେ। ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଘରୁ ତାର ଓ ଛୁରି ଜବତ କରାଯାଇଛି। ସଞ୍ଜୟଙ୍କ ସୂଚନା ଅନୁସାରେ ବାଘ ଶିକାରରେ ୪ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ତନ୍ମଧ୍ୟରୁ ଜଣେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣଙ୍କର ନଁା ସଞ୍ଜୟ କହିଥିବାବେଳେ ଚତୁର୍ଥ ଶିକାରୀଙ୍କ ନଁା ମନେପଡୁନି ବୋଲି କହିଛନ୍ତି। ତେବେ ବାଘ ଛାଲ ବିକ୍ରି ହୋଇ ନାହିଁ, ତାହା ମୃତ ଶିକାରୀ ଜଣକ ନେଇଥିବା ସେ କହିଛନ୍ତି। ତେବେ ସଞ୍ଜୟ କିଛି କଥା ଲୁଚାଇବା ଭଳି ମନେ ହେଉଛି। ଏଭଳି ସ୍ଥଳେ ଚତୁର୍ଥ ଶିକାରୀଙ୍କୁ ଚିହ୍ନଟ ପାଇଁ ପଚରାଉଚରା ତ୍ୱରାନ୍ବିତ କରାଯାଇଛି। ଚତୁର୍ଥ ଶିକାରୀ ବାଘ

ଛାଲ ରଖିଥାଇପାରନ୍ତି ବୋଲି ସନ୍ଦେହ ହେଉଛି। ଦରକାର ପଡ଼ିଲେ ସଞ୍ଜୟଙ୍କୁ ରିମାଣ୍ଡରେ ଅଣାଯିବ। ବାଘକୁ ପଞ୍ଚରିଡ଼ା ଚଢ଼େୟାପଲ୍ଲୀ ବାଣିଝରୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଶିକାର କରାଯାଇଥିଲା। ବନ ବିଭାଗ ପକ୍ଷରୁ ୧୦/୨୦୨୨-୨୩ ରେ ମକଦ୍ଦମା କରାଯାଇ ତଦନ୍ତ କରାଯାଉଛି।
ବାଘ ଗଣନା ରିପୋର୍ଟକୁ ପ୍ରଶ୍ନବାଚୀ
୨୦୧୭ ବାଘ ଗଣନା ରିପୋର୍ଟ ଅନୁଯାୟୀ ନୟାଗଡ଼ ଜଙ୍ଗଲରେ ବାଘ ନ ଥିଲେ। କିନ୍ତୁ ରଣପୁର ବନାଞ୍ଚଳର ନେଳିପଡ଼ାର ଜଣେ ବାଘ ଶିକାରୀଙ୍କୁ ଏସ୍‌ଟିଏଫ୍‌ ପ୍ରାୟ ୨ ବର୍ଷ ତଳେ ଧରିଥିଲା। ବନ ବିଭାଗ ଏବେ ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛି। ଯଦି ନୟାଗଡ ଜଙ୍ଗଲରେ ବାଘ ନାହାନ୍ତି, ତେବେ ୨ଟି ବାଘ ଶିକାର ହେଲାଣି କିପରି। ପୁଣି କିଛି ମାସ ତଳେ ବଜ୍ରକୋଟ ଅଞ୍ଚଳରେ ଆଉ ଏକ ବାଘ ଶିକାର ହୋଇଥିଲା ବୋଲି ଅଭିଯୋଗ ଉଠିଥିଲା। ଏନେଇ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କୁହନ୍ତି, ବାଘ ପାଦଚିହ୍ନ ମିଳୁଛି। ୨୦୨୨ ଜାନୁୟାରୀରେ ପୁଣି ବାଘ ଗଣନା ହୋଇଛି। ତାହାର ରିପୋର୍ଟ ପ୍ରକାଶ ପାଇଲେ ନୟାଗଡ଼ରେ ବାଘ ଅଛନ୍ତି କି ନାହିଁ ଜଣାପଡ଼ିବ ବୋଲି ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri