ବାଘ ଶିକାରୀଙ୍କୁ ଧରାଇଦେଲା ଫଟୋ

ନୟାଗଡ଼ ଅଫିସ,୧୩ା୮: ୪ ବର୍ଷ ତଳେ ୪ଜଣ ବ୍ୟକ୍ତି କଲରାପତରିଆ ବାଘ ଶିକାର କରିଥିଲେ। ଜଣେ ଶିକାରୀ ମୃତ ବାଘ ସହ ଫଟୋ ଉଠାଇଥିଲେ। ଏବେ ସେହି ଫଟୋ ସେମାନଙ୍କୁ ଧରାଇଦେଇଛି। ଏହି ଘଟଣାରେ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜ ବନ କର୍ମଚାରୀମାନେ ଗୁରୁବାର ସମ୍ପକ୍ତ ଶିକାରୀ ସଞ୍ଜୟ ସ୍ବାଇଁଙ୍କୁ ଗିରଫ କରିଛନ୍ତି। ତାଙ୍କୁ ଶନିବାର କୋର୍ଟଚାଲାଣ କରାଯିବ। ସଞ୍ଜୟଙ୍କଠାରୁ ଶିକାର ସମୟର ତାର ଓ ଛୁରି ଜବତ ହୋଇଛି। ଅନ୍ୟ ୩ ଶିକାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ୨ଜଣ ଶିକାରୀଙ୍କୁ ଗିରଫ କରିବାକୁ ବନ ବିଭାଗ ଚେଷ୍ଟା ଚଳାଇଛି। ଏନେଇ ନୟାଗଡ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) କ୍ଷମା ଷଡ଼ଙ୍ଗୀ କୁହନ୍ତି, ବାଘ ଶିକାର ସମୟର ଏକ ଫଟୋ ବନ ବିଭାଗକୁ ଅଗଷ୍ଟ ପ୍ରଥମ ସପ୍ତାହରେ ମିଳିଥିଲା। ଖୋଳତାଡ଼ରୁ ଜଣାପଡ଼ିଲା ଯେ, ବାଘ ସହ ଫଟୋ ଉଠାଇଥିବା ଯୁବକ ଜଣକ ଶରଣକୁଳ ନିକଟ ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଗୋଡ଼ିପଲ୍ଲୀ ଗଁାର ସଞ୍ଜୟ ସ୍ବାଇଁ। ସଞ୍ଜୟଙ୍କ ଘରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେହି ସମୟରେ ସଞ୍ଜୟ ନ ଥିଲେ। ସଞ୍ଜୟ ଗୁଜୁରାଟରେ ରହୁଛନ୍ତି ବୋଲି ତାଙ୍କ ସ୍ତ୍ରୀ କହିଥିଲେ। ବନବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ କରିବା ପରେ ସଞ୍ଜୟ ଭୁବନେଶ୍ୱରରେ ରହୁଥିବା ଜଣା ପଡ଼ିଥିଲା। ବନ ବିଭାଗ ପକ୍ଷରୁ ଗିରଫ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ସଞ୍ଜୟ ଗୋଡ଼ିପଲ୍ଲୀସ୍ଥିତ ଘରକୁ ଆସିଥିଲେ। ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଘରୁ ତାର ଓ ଛୁରି ଜବତ କରାଯାଇଛି। ସଞ୍ଜୟଙ୍କ ସୂଚନା ଅନୁସାରେ ବାଘ ଶିକାରରେ ୪ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ତନ୍ମଧ୍ୟରୁ ଜଣେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣଙ୍କର ନଁା ସଞ୍ଜୟ କହିଥିବାବେଳେ ଚତୁର୍ଥ ଶିକାରୀଙ୍କ ନଁା ମନେପଡୁନି ବୋଲି କହିଛନ୍ତି। ତେବେ ବାଘ ଛାଲ ବିକ୍ରି ହୋଇ ନାହିଁ, ତାହା ମୃତ ଶିକାରୀ ଜଣକ ନେଇଥିବା ସେ କହିଛନ୍ତି। ତେବେ ସଞ୍ଜୟ କିଛି କଥା ଲୁଚାଇବା ଭଳି ମନେ ହେଉଛି। ଏଭଳି ସ୍ଥଳେ ଚତୁର୍ଥ ଶିକାରୀଙ୍କୁ ଚିହ୍ନଟ ପାଇଁ ପଚରାଉଚରା ତ୍ୱରାନ୍ବିତ କରାଯାଇଛି। ଚତୁର୍ଥ ଶିକାରୀ ବାଘ

ଛାଲ ରଖିଥାଇପାରନ୍ତି ବୋଲି ସନ୍ଦେହ ହେଉଛି। ଦରକାର ପଡ଼ିଲେ ସଞ୍ଜୟଙ୍କୁ ରିମାଣ୍ଡରେ ଅଣାଯିବ। ବାଘକୁ ପଞ୍ଚରିଡ଼ା ଚଢ଼େୟାପଲ୍ଲୀ ବାଣିଝରୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଶିକାର କରାଯାଇଥିଲା। ବନ ବିଭାଗ ପକ୍ଷରୁ ୧୦/୨୦୨୨-୨୩ ରେ ମକଦ୍ଦମା କରାଯାଇ ତଦନ୍ତ କରାଯାଉଛି।
ବାଘ ଗଣନା ରିପୋର୍ଟକୁ ପ୍ରଶ୍ନବାଚୀ
୨୦୧୭ ବାଘ ଗଣନା ରିପୋର୍ଟ ଅନୁଯାୟୀ ନୟାଗଡ଼ ଜଙ୍ଗଲରେ ବାଘ ନ ଥିଲେ। କିନ୍ତୁ ରଣପୁର ବନାଞ୍ଚଳର ନେଳିପଡ଼ାର ଜଣେ ବାଘ ଶିକାରୀଙ୍କୁ ଏସ୍‌ଟିଏଫ୍‌ ପ୍ରାୟ ୨ ବର୍ଷ ତଳେ ଧରିଥିଲା। ବନ ବିଭାଗ ଏବେ ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛି। ଯଦି ନୟାଗଡ ଜଙ୍ଗଲରେ ବାଘ ନାହାନ୍ତି, ତେବେ ୨ଟି ବାଘ ଶିକାର ହେଲାଣି କିପରି। ପୁଣି କିଛି ମାସ ତଳେ ବଜ୍ରକୋଟ ଅଞ୍ଚଳରେ ଆଉ ଏକ ବାଘ ଶିକାର ହୋଇଥିଲା ବୋଲି ଅଭିଯୋଗ ଉଠିଥିଲା। ଏନେଇ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କୁହନ୍ତି, ବାଘ ପାଦଚିହ୍ନ ମିଳୁଛି। ୨୦୨୨ ଜାନୁୟାରୀରେ ପୁଣି ବାଘ ଗଣନା ହୋଇଛି। ତାହାର ରିପୋର୍ଟ ପ୍ରକାଶ ପାଇଲେ ନୟାଗଡ଼ରେ ବାଘ ଅଛନ୍ତି କି ନାହିଁ ଜଣାପଡ଼ିବ ବୋଲି ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri