ବାଘ ଶିକାରୀଙ୍କୁ ଧରାଇଦେଲା ଫଟୋ

ନୟାଗଡ଼ ଅଫିସ,୧୩ା୮: ୪ ବର୍ଷ ତଳେ ୪ଜଣ ବ୍ୟକ୍ତି କଲରାପତରିଆ ବାଘ ଶିକାର କରିଥିଲେ। ଜଣେ ଶିକାରୀ ମୃତ ବାଘ ସହ ଫଟୋ ଉଠାଇଥିଲେ। ଏବେ ସେହି ଫଟୋ ସେମାନଙ୍କୁ ଧରାଇଦେଇଛି। ଏହି ଘଟଣାରେ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜ ବନ କର୍ମଚାରୀମାନେ ଗୁରୁବାର ସମ୍ପକ୍ତ ଶିକାରୀ ସଞ୍ଜୟ ସ୍ବାଇଁଙ୍କୁ ଗିରଫ କରିଛନ୍ତି। ତାଙ୍କୁ ଶନିବାର କୋର୍ଟଚାଲାଣ କରାଯିବ। ସଞ୍ଜୟଙ୍କଠାରୁ ଶିକାର ସମୟର ତାର ଓ ଛୁରି ଜବତ ହୋଇଛି। ଅନ୍ୟ ୩ ଶିକାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ୨ଜଣ ଶିକାରୀଙ୍କୁ ଗିରଫ କରିବାକୁ ବନ ବିଭାଗ ଚେଷ୍ଟା ଚଳାଇଛି। ଏନେଇ ନୟାଗଡ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) କ୍ଷମା ଷଡ଼ଙ୍ଗୀ କୁହନ୍ତି, ବାଘ ଶିକାର ସମୟର ଏକ ଫଟୋ ବନ ବିଭାଗକୁ ଅଗଷ୍ଟ ପ୍ରଥମ ସପ୍ତାହରେ ମିଳିଥିଲା। ଖୋଳତାଡ଼ରୁ ଜଣାପଡ଼ିଲା ଯେ, ବାଘ ସହ ଫଟୋ ଉଠାଇଥିବା ଯୁବକ ଜଣକ ଶରଣକୁଳ ନିକଟ ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଗୋଡ଼ିପଲ୍ଲୀ ଗଁାର ସଞ୍ଜୟ ସ୍ବାଇଁ। ସଞ୍ଜୟଙ୍କ ଘରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେହି ସମୟରେ ସଞ୍ଜୟ ନ ଥିଲେ। ସଞ୍ଜୟ ଗୁଜୁରାଟରେ ରହୁଛନ୍ତି ବୋଲି ତାଙ୍କ ସ୍ତ୍ରୀ କହିଥିଲେ। ବନବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ କରିବା ପରେ ସଞ୍ଜୟ ଭୁବନେଶ୍ୱରରେ ରହୁଥିବା ଜଣା ପଡ଼ିଥିଲା। ବନ ବିଭାଗ ପକ୍ଷରୁ ଗିରଫ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ସଞ୍ଜୟ ଗୋଡ଼ିପଲ୍ଲୀସ୍ଥିତ ଘରକୁ ଆସିଥିଲେ। ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଘରୁ ତାର ଓ ଛୁରି ଜବତ କରାଯାଇଛି। ସଞ୍ଜୟଙ୍କ ସୂଚନା ଅନୁସାରେ ବାଘ ଶିକାରରେ ୪ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ତନ୍ମଧ୍ୟରୁ ଜଣେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣଙ୍କର ନଁା ସଞ୍ଜୟ କହିଥିବାବେଳେ ଚତୁର୍ଥ ଶିକାରୀଙ୍କ ନଁା ମନେପଡୁନି ବୋଲି କହିଛନ୍ତି। ତେବେ ବାଘ ଛାଲ ବିକ୍ରି ହୋଇ ନାହିଁ, ତାହା ମୃତ ଶିକାରୀ ଜଣକ ନେଇଥିବା ସେ କହିଛନ୍ତି। ତେବେ ସଞ୍ଜୟ କିଛି କଥା ଲୁଚାଇବା ଭଳି ମନେ ହେଉଛି। ଏଭଳି ସ୍ଥଳେ ଚତୁର୍ଥ ଶିକାରୀଙ୍କୁ ଚିହ୍ନଟ ପାଇଁ ପଚରାଉଚରା ତ୍ୱରାନ୍ବିତ କରାଯାଇଛି। ଚତୁର୍ଥ ଶିକାରୀ ବାଘ

ଛାଲ ରଖିଥାଇପାରନ୍ତି ବୋଲି ସନ୍ଦେହ ହେଉଛି। ଦରକାର ପଡ଼ିଲେ ସଞ୍ଜୟଙ୍କୁ ରିମାଣ୍ଡରେ ଅଣାଯିବ। ବାଘକୁ ପଞ୍ଚରିଡ଼ା ଚଢ଼େୟାପଲ୍ଲୀ ବାଣିଝରୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଶିକାର କରାଯାଇଥିଲା। ବନ ବିଭାଗ ପକ୍ଷରୁ ୧୦/୨୦୨୨-୨୩ ରେ ମକଦ୍ଦମା କରାଯାଇ ତଦନ୍ତ କରାଯାଉଛି।
ବାଘ ଗଣନା ରିପୋର୍ଟକୁ ପ୍ରଶ୍ନବାଚୀ
୨୦୧୭ ବାଘ ଗଣନା ରିପୋର୍ଟ ଅନୁଯାୟୀ ନୟାଗଡ଼ ଜଙ୍ଗଲରେ ବାଘ ନ ଥିଲେ। କିନ୍ତୁ ରଣପୁର ବନାଞ୍ଚଳର ନେଳିପଡ଼ାର ଜଣେ ବାଘ ଶିକାରୀଙ୍କୁ ଏସ୍‌ଟିଏଫ୍‌ ପ୍ରାୟ ୨ ବର୍ଷ ତଳେ ଧରିଥିଲା। ବନ ବିଭାଗ ଏବେ ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛି। ଯଦି ନୟାଗଡ ଜଙ୍ଗଲରେ ବାଘ ନାହାନ୍ତି, ତେବେ ୨ଟି ବାଘ ଶିକାର ହେଲାଣି କିପରି। ପୁଣି କିଛି ମାସ ତଳେ ବଜ୍ରକୋଟ ଅଞ୍ଚଳରେ ଆଉ ଏକ ବାଘ ଶିକାର ହୋଇଥିଲା ବୋଲି ଅଭିଯୋଗ ଉଠିଥିଲା। ଏନେଇ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କୁହନ୍ତି, ବାଘ ପାଦଚିହ୍ନ ମିଳୁଛି। ୨୦୨୨ ଜାନୁୟାରୀରେ ପୁଣି ବାଘ ଗଣନା ହୋଇଛି। ତାହାର ରିପୋର୍ଟ ପ୍ରକାଶ ପାଇଲେ ନୟାଗଡ଼ରେ ବାଘ ଅଛନ୍ତି କି ନାହିଁ ଜଣାପଡ଼ିବ ବୋଲି ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ କରୋନା ଚିନ୍ତା: ଗଞ୍ଜାମ ଜିଲାକୁ ଗଲେ ୪ ଡିଏସ୍‌ପି

କଟକ ଅଫିସ,୫।୭- ଗଞ୍ଜାମ ଜିଲାରେ ବଢୁଥିବା କରୋନା ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସରକାରଙ୍କ କଟକଣାକୁ ଲୋକମାନେ ମାନିବାରେ ଅବହେଳା କରୁଛନ୍ତି।...

ଦଶମନ୍ତପୁରରେ କାଶୀପୁର ଚିତ୍ର: ବ୍ୟାପୁଛି ଝାଡ଼ାବାନ୍ତି, ଜଣେ ମୃତ

କୋରାପୁଟ,୨୦।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁରରେ ହଇଜାରେ ୭ ଜଣ ଆଖି ବୁଜିଥିବା ବେଳେ ବକୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ମଧ୍ୟ ସମାନ ଚିତ୍ରଦେଖିବାକୁ ମିଳିଛି ।...

ରାୟଗଡ଼ାରେ ‘ଉଗାଦି’ ଉତ୍ସବ ପ୍ରସ୍ତୁତି ଜୋରଦାର

ରାୟଗଡା ଅଫିସ,୧୬/୩: ଆସନ୍ତା ତେଲୁଗୁ ସଂପ୍ରଦାୟର ନବବର୍ଷ ତଥା ‘ଉଗାଦି’ ଉତ୍ସବ ଆସନ୍ତା ୨୨ ତାରିଖରେ ହେବ। ଚଳିତବର୍ଷ ଉଗାଦି ପର୍ବ ପାଳନକୁ ନେଇ ରାୟଗଡା...

ଘୋଷଣାରେ ସୀମିତ ଆଦର୍ଶ ଗାଁ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଗାଁବାସୀ

ପଦ୍ମପୁର, ୨୧।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଦହିଗଁା ପଁଚେତ୍‌ର ବ୍ରାହ୍ମଣଡ଼ିହି ଗଁାକେ ୨ ବଛର ଆଗରୁ ମାଲ ମାଲ ଅଫିସରକଁର ଧାର ଲମିଥିଲା।...

CORONAVIRUS UPDATE: ରାଜ୍ୟରେ ପୁଣି ୧୬୫ ପଜିଟିଭ୍‌; ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଲା

ଭୁବନେଶ୍ୱର,୧୯ା୬(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୧୬୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଥିବା ରାଜ୍ୟ...

ପୌର ବଜେଟ ଫାଇଲ ଚୋରି ଭିଡିଓ ଭାଇରାଲ

ଯାଜପୁର ରୋଡ,୧୪ା୪(ଡି.ଏନ.ଏ.):ବ୍ୟାସନଗର ପୌରପାଳିକା ତରଫରୁ ଗତ ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରାଯାଇଛି। ଏହି ବଜେଟରେ କୌଣସି ବିଷୟରେ ତାଳମେଳ ରହୁ...

ଖବର ପ୍ରକାଶ ପରେ ଦିବ୍ୟାଙ୍ଗ ଭାଇ, ଭଉଣୀଙ୍କୁ ମିଳିଲା ଭତ୍ତା

ଖଜୁରିପଡ଼ା/ବଲସକୁମ୍ପା,୩୧ା୫(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ବଲସକୁମ୍ପା ପଞ୍ଚାୟତ ଛନ୍ଦୁରୁପଦର ଗ୍ରାମର ବୀରେନ୍ଦ୍ର ପ୍ରଧାନଙ୍କ ପୁଅ ସତ୍ୟବାନ ଏବଂ ଝିଅ ସତ୍ୟପ୍ରଭା ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେମାନଙ୍କୁ...

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ପିଅନ

ବାଲେଶ୍ୱର ଅଫିସ, ୩।୧୨: ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଉଠାଣ ନିମନ୍ତେ କାଗଜପତ୍ର ଠିକ୍‌ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ରେଳଷ୍ଟେଶନ...

Advertisement
Archives

Model This Week