Advertisement

ବାଇକ୍‌ରେ ଝିଅ ଘରକୁ ଯାଉଥିବା ବେଳେ ଧକ୍କା ଦେଲା ଟ୍ୟାଙ୍କର: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଝାରସୁଗୁଡ଼ା ଅଫିସ,୧୮ା୧୦- ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ଗାନ୍ଧୀଛକ ନିକଟରେ ମଙ୍ଗଳବାର ଏକ ତେଲଟ୍ୟାଙ୍କର ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ଥିବା ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତା ମହିଳା ହେଲେ ପ୍ରତିମା ରାଉତ(୫୬), ଘର ସୁନ୍ଦରଗଡ ଜିଲା ବଡଗାଁ ଥାନା ଗରିଆମାଲ ଗ୍ରାମରେ। ଗୁରୁତର ସ୍ବାମୀ ଜଣଙ୍କ ହେଲେ ରମେଶ ରାଉତ(୬୪)। ରମେଶଙ୍କ ୨ଗୋଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଏମ୍‌ସିଏଲ୍‌ ସେଣ୍ଟ୍ରାଲ ହସ୍ପିଟାଲ୍‌ ଓ ପରେ ବରଗଡର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଓଆର୍‌୨୩ଇ-୮୦୮୬ନଂ ତେଲ ଟ୍ୟାଙ୍କର ଓ ଦୁର୍ଘଟଣାଗ୍ରସ୍ତ ଓଡି୨୩ଏ-୨୪୮୭ନଂ ବାଇକ୍‌ ଜବତ କରି ତଦନ୍ତ ଚଳାଇଛି। ଏ ନେଇ ଓରିଏଣ୍ଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଦମ୍ପତି ବାଇକ୍‌ରେ ବନ୍ଧବାହାଲ ଝିଅଘରକୁ ଯାଉଥିବାବେଳେ ତେଲଟ୍ୟାଙ୍କର ତାଙ୍କ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ଖବରପାଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କଲାପରେ ରାସ୍ତା ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାର ଶୁଣାଣି ସମାପ୍ତ

ପୁରୀ ଅଫିସ,୨୨।୯: ସୁପ୍ରିମକୋର୍ଟରେ ପୁରୀ-କୋଣାର୍କ ବେଳାଭୂମି ନିକଟରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ହଜାର ହଜାର ଏକର ଜମି ଅଧିଗ୍ରହଣକୁ ନେଇ ହୋଇଥିବା ମାମଲାର...

ଲୁଣିଘେରି ଭାଙ୍ଗି କ୍ଷେତରେ ପଶିଲା ସମୁଦ୍ର ପାଣି

କେନ୍ଦ୍ରାପଡ଼ା ଅଫିସ, ୨୦ା୫: ସାମୁଦ୍ରିକ ଝଡ ଅମ୍ଫନ୍‌ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇଛି। ଗତ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସାମାନ୍ୟ ବର୍ଷା ପବନ ବୁଧବାର ଉଗ୍ରରୂପ...

ବାରିପଦାରେ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ଅଧିକାରୀ

ବାରିପଦା ଅଫିସ, ୨୬।୧: କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜ କାର୍ଯ୍ୟାଳୟକୁ ଡକାଇ ୨ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ...

ଆଜି ପ୍ରଚାର କରିବେ କେନ୍ଦ୍ର କୃଷି, ରେଳମନ୍ତ୍ରୀ

ପଦ୍ମପୁର,୨୭।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରବିବାର ପଦ୍ମପୁର ଗସ୍ତ କରୁଛନ୍ତି।...

ଓଡ଼ିଆ ଯୁବକଙ୍କ ସଫଳତା: ୬୦୦ ଟଙ୍କାରେ କରୋନା ଟେଷ୍ଟିଂ କିଟ୍‌

କଟକ ଅଫିସ,୮ା୬: ଆଇଆଇଟି (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ହାଇଦ୍ରାବାଦ ପକ୍ଷରୁ ଏକ କରୋନା ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରାଯାଇଛି। ଏହାର ମୂଲ୍ୟ ୬୦୦ ଟଙ୍କା...

ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ୱରୀ

ବରଗଡ଼ ଅଫିସ୍‌,୨୫।୯: ବରଗଡ଼ ସହର ତଳିପଡ଼ାସ୍ଥିତ ସମଲେଶ୍ୱରୀ ମନ୍ଦିରରେ ରବିବାର ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ମହାଳୟା ତିଥିରେ ଦେବୀଙ୍କୁ ଧବଳମୁଖୀ ବେଶରେ...

ଶ୍ରୀମନ୍ଦିରରେ ଓଢଣୀ ଷଷ୍ଠୀ ନୀତି

ପୁରୀ ଅଫିସ, ୯।୧୨: ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଓଢଣୀ ଷଷ୍ଠୀ ପର୍ବ। ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼...

କଫସିରପ, ନିଶା ବଟିକା ଜବତ: ବ୍ୟବସାୟୀ ଗିରଫ

ସୋନପୁର,୧୪।୯(ନି.ପ୍ର.) : ସୁବର୍ଣ୍ଣପୁର ଜିଲାରେ ବହୁଳ ଭାବେ ଚାଲିଛି ବେଆଇନ କଫସିରପ୍‌ କାରବାର। ଯୁବକମାନେ ଏହାକୁ ନିଶା ପାଇଁ ବହୁଳ ଭାବେ ବ୍ୟବହାର କରି ପଥଭ୍ରଷ୍ଟ...

Advertisement
Archives

Model This Week