Posted inଜାତୀୟ

ଜଣେ ବ୍ୟକ୍ତିଙ୍କର ୨ଟି ଜନ୍ମ ପ୍ରମାଣପତ୍ର ହୋଇପାରିବ ନାହିଁ…

ନୂଆଦିଲ୍ଲୀ, ୨୩।୨ : ଜଣେ ବ୍ୟକ୍ତିଙ୍କ ୨ଟି ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ହୋଇ ପାରିବ ନାହିଁ। ଏଭଳି କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ବ୍ୟକ୍ତିଙ୍କ ପରିଚୟ କେବଳ ତାଙ୍କର ନାମ ଅବା ମାତାପିତାଙ୍କ ଦ୍ୱାରା ହୋଇ ନଥାଏ। ଏଥିରେ ଜନ୍ମ ପ୍ରମାଣପତ୍ରର ମଧ୍ୟ ଗୁରୁତ୍ୱ ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

ଜଣେ ଦୁଇଟି ଜନ୍ମ ପ୍ରମାଣପତ୍ର ରଖିବା ଅର୍ଥ ହେଉଛି ତାଙ୍କର ଦୁଇଟି ଭିନ୍ନ ଭିନ୍ନ ପରିଚୟ ରହିଛି। ଅର୍ଥାତ୍‌ ସେ ଜଣେ ନୁହଁନ୍ତି, ଦୁଇ ଜଣ। ଏହା ଦ୍ୱାରା ଭ୍ରମାତ୍ମକ ସ୍ଥିତି ସୃଷ୍ଟି ହେବା ସହିତ ଆଇନଗତ ସମସ୍ୟା ଦେଖାଦେଇଥାଏ ବୋଲି ବିଚାରପତି ସଞ୍ଜୀବ୍‌ ସଚ୍ଚଦେବାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ କୁହାଯାଇଛି।

ଦକ୍ଷିଣ ଦିଲ୍ଲୀର ମ୍ୟୁନିସପାଲ୍‌ କର୍ପୋରେଶନ ପିଟିଶନ ଦାଖଲକାରୀଙ୍କ ଦୁଇ ଜନ୍ମ ପ୍ରମାଣପତ୍ରକୁ ୨୦୧୩ ସେପ୍ଟେମ୍ବର ୨୪ ଏବଂ ୨୦୧୫ ଅକ୍ଟୋବର ୩୦ରେ ଜାରି କରିଥିଲେ। ପ୍ରମାଣପତ୍ରରେ ଜନ୍ମ ତାରିଖ ୨୦୦୧ ନଭେମ୍ବର ୧ ପରିବର୍ତ୍ତେ ୨୦୦୨ ନଭେମ୍ବର ୧ ଉଲ୍ଲେଖ କରାଯାଇଛି।

ପିଟିଶନକାରୀ ଉଲ୍ଲେଖ କରିଥିଲେ ଯେ, ତାଙ୍କର ଦୁଇଟି ଜନ୍ମ ପ୍ରମାଶପତ୍ର ରହିଛି। ତାଙ୍କର ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରରେ ଜନ୍ମ ତାରିଖ ଠିକ୍‌ ଥିବାବେଳେ ପାସପୋର୍ଟରେ ଏହା ଭୁଲ୍‌ ଦର୍ଶାଯାଇଛି। ସେ ଏନେଇ ମ୍ୟୁନିସପାଲ୍‌ କର୍ପୋରେଶନଙ୍କଠାରେ ଅଭିଯୋଗ କରିଥିଲେ। ମାତ୍ର ମ୍ୟୁନିସପାଲ୍‌ କର୍ପୋରେଶନଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଜନ୍ମ ପ୍ରମାଣପତ୍ରକୁ ରଦ୍ଦ କରିହେବ ନାହିଁ। ଜିଲାପାଳ ଏନେଇ କହିଥିଲେ ଯେ, ପିତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅଧାରରେ ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଛି।

ଖଣ୍ଡପୀଠଙ୍କ ପକ୍ଷରୁ ମ୍ୟୁନିସପାଲ୍‌ କର୍ପୋରେଶନଙ୍କୁ ୨୦୧୩ ସେପ୍ଟେମ୍ବର ୨୪ରେ ଜାରି ହୋଇଥିବା ଭୁଲ୍‌ ପ୍ରମାଣପତ୍ର ରଦ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri