ନିର୍ବାଚନ ପାଇଁ ପିସିସି ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ନିର୍ବାଚନ ପରିଚାଳନା ପାଇଁ କଂଗ୍ରେସ ତା’ର ସାଙ୍ଗଠନିକ ଜିଲା ପାଇଁ ସଂଯୋଜକ ନିଯୁକ୍ତ କରିଛି। ପିସିସିର ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଛି। ଅନୁଗୋଳ ଜିଲା ପାଇଁ ରାମଚନ୍ଦ୍ର ଖୁଣ୍ଟିଆ, ବାଲେଶ୍ୱର ପାଇଁ ନବଜ୍ୟୋତି ପଟ୍ଟନାୟକ, ବରଗଡ଼ ପାଇଁ ସତ୍ୟ ଭୂଷଣ ସାହୁ ଓ ପ୍ରଦୀପ ଦେବତା, ଭଦ୍ରକ ପାଇଁ ମଧୁସ୍ମିତା ସେଠୀ, ଭୁବନେଶ୍ୱର ପାଇଁ ଗଣେଶ୍ୱର ବେହେରା ଓ ପଞ୍ଚାନନ କାନୁନଗୋ, ବଲାଙ୍ଗୀର ଓ ସୋନପୁର ପାଇଁ ସମରେନ୍ଦ୍ର ମିଶ୍ର ଓ ବୌଦ୍ଧ ପାଇଁ ମନୋରଞ୍ଜନ ଦାଶ, କଟକ ଓ କଟକ ସିଟି ପାଇଁ ଯଥାକ୍ରମେ ମାନସ ଚୌଧୁରୀ ଓ ମହମ୍ମଦ ମୋକିମ, ସମ୍ବଲପୁର ଓ ଦେବଗଡ଼ ପାଇଁ ଶରତ ପଟ୍ଟନାୟକ, ଢେଙ୍କାନାଳ ପାଇଁ ସୁରେଶ ମହାପାତ୍ର ଓ ବାଙ୍କନିଧି ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଗଞ୍ଜାମ ଦାୟିତ୍ୱରେ ରମେଶ ଚନ୍ଦ୍ର ଜେନା, ଗଜପତିରେ ଦାଶରଥି ଗମାଙ୍ଗୋ ସଂଯୋଜକଭାବେ କାର୍ଯ୍ୟ କରିବେ। ଜଗତ୍‌ସିଂହପୁର ଜିଲାରେ ଚିରଞ୍ଜୀବ ବିଶ୍ୱାଳ, ଯାଜପୁର ଶରତ ରାଉତ ଓ ଝାରସୁଗୁଡ଼ା ପାଇଁ କିଶୋର ଚନ୍ଦ୍ର ପଟେଲ, କଳାହାଣ୍ଡିରେ ଭକ୍ତଚରଣ ଦାସ ଓ ଅଧିରାଜ ମୋହନ ପାଣିଗ୍ରାହୀ, କନ୍ଧମାଳ ବିସ୍ମୟ ମହାପାତ୍ର ଓ କେନ୍ଦ୍ରାପଡ଼ା ମହମ୍ମଦ ମୋକିମ ଓ ଗଣେଶ୍ୱର ବେହେରା, କେନ୍ଦୁଝର ଓ ମୟୁରଭଞ୍ଜ ଜୟଦେବ ଜେନା, ଖୋର୍ଦ୍ଧା ସୁରେଶ କୁମାର ରାଉତରାୟ, କୋରାପୁଟ ଓ ନବରଙ୍ଗପୁର ଦାୟିତ୍ୱରେ ତାରାପ୍ରସାଦ ବାହିନୀପତି, ମାଲକାନଗିରି ଭୁଜବଳ ମାଝି, ନୂଆପଡ଼ା ସନ୍ତୋଷ ସିଂ ସାଲୁଜା, ନୟାଗଡ଼ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୁରୀ ଜିଲା ଜାନକୀ ବଲ୍ଲଭ ପଟ୍ଟନାୟକ, ରାୟଗଡ଼ା ସପ୍ତଗିରି ଉଲ୍ଲାକା, ରାଉରକେଲା ଜର୍ଜ ତୀର୍କି ଓ ସୁନ୍ଦରଗଡ଼ ପାଇଁ ଡ. ସିଏସ୍‌ ରାଜନଙ୍କୁ ସଂଯୋଜକ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri