ନାବାଳିକାଙ୍କୁ ଗଣବଳାତ୍କାର କରି ଛାତରୁ ତଳକୁ ଫିଙ୍ଗିଦେଲେ, ଆଉ ତା’ ପରେ…

ଡେରାଡୁନ୍‌,୧୦ା୮: ଉତ୍ତରାଖଣ୍ଡର ହରିଦ୍ୱାର ଜିଲାର ରୁରକି ଅଞ୍ଚଳରୁ ଜଣେ ନାବାଳିକା ଝିଅ ସହିତ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନାବାରିକାଙ୍କୁ ଗଣବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ। ଗୁରୁତର ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପାଇଁ ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହି ସମୟରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।

ହରିଦ୍ୱାରର ପାଥ୍ରୀ ଥାନା ଅଞ୍ଚଳର ଏକ ଗାଁରେ ଏପରି ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଏଠାରେ ତିନି ଜଣ ଯୁବକ ଏକ ଗୋଶାଳା ନିକଟରେ ନିର୍ମିତ ଏକ କୋଠରିରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ସହିତ ଗଣବଳାତ୍କାର କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକମାନେ କବାଟ ଖୋଲିବାକୁ ଡାକିବା ପରେ, ଅଭିଯୁକ୍ତ ଝିଅଟିକୁ ଛାତ ଉପରୁ ତଳକୁ ଫିଙ୍ଗି ଦେଇଥିଲେ। ଝିଅଟିକୁ ଚିକିତ୍ସା ପାଇଁ ତୁରନ୍ତ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଶନିବାରା ରାତିରେ ପରିବାର ଲୋକେ ଗାଁ ଲୋକଙ୍କ ସହିତ ମିଶି ଫେରୁପୁର ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ପରିବାର ଲୋକେ ପୋଲିସକୁ ଅଭିଯୋଗରେ କହିଛନ୍ତି ଯେ, ଗାଁର ଜଣେ ଯୁବକ ଝିଅକୁ ପ୍ରଲୋଭିତ କରି କ୍ଷେତର ଏକ କୋଠରିକୁ ବାଇକ୍‌ରେ ନେଇଯାଇଥିଲା, ଯେଉଁଠାରେ ପୂର୍ବରୁ ୨ ଜଣ ଯୁବକ ଥିଲେ।

ଉକ୍ତ ତିନି ଜଣ ମିଶି ଝିଅକୁ ବଳାତ୍କାର କରିଛନ୍ତି। କୁହାଯାଉଛି, କିଛି ଲୋକ ସେମାନଙ୍କୁ ଝିଅକୁ ନେଇ ଯାଉଥିବାର ଦେଖିଥିଲେ। ତେଣୁ ସେମାନେ ବାଇକ୍‌ ଅନୁସରଣ କରି ଉକ୍ତ କୋଠରି ନିକଟରେ ପହଞ୍ଚିଥିଲେ। ଅଭିଯୁକ୍ତଙ୍କୁ କୋଠରିର ଗେଟ୍‌ ଖୋଲିବାକୁ କହିବା ମାତ୍ରେ ଅଭିଯୁକ୍ତମାନେ ଝିଅକୁ ଛାତ ଉପରୁ ଫିଙ୍ଗି ଦେଇ ପଳାଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

FIFA World Cup 2026: ସମସ୍ତେ ଟ୍ରଫି ଦେଖିଛନ୍ତି… କିନ୍ତୁ ଏବେ FIFA ଚାମ୍ପିୟଙ୍କୁ ଦିଆଯିବ ଏକ ସ୍ବତନ୍ତ୍ର ‘Ring’, ଯାହାର ମୂଲ୍ୟ…

ନ୍ୟୁୟର୍କ,୧୯।୭: ମାତ୍ର କିଛି ଘଣ୍ଟା ମଧ୍ୟରେ, ଫୁଟବଲ ତାର ପରବର୍ତ୍ତୀ ବିଶ୍ୱ ବିଜେତାଙ୍କୁ ମୁକୁଟ ପିନ୍ଧାଇବ। ୧୯ ଜୁଲାଇ ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ…

ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା…

FIFA World Cup 2026 Prize Money: ଫିଫା ବିଶ୍ୱକପ ପୁରସ୍କାର ରାଶି ଶୁଣିଲେ ଉଡିଯିବ ହୋସ୍‌; ଚାମ୍ପିୟନଙ୍କ ଉପରେ ହେବ ଧନ ବର୍ଷା

ନ୍ୟୁୟର୍କ,୧୯।୭: ଆଜି (ରବିବାର) ରାତି ୧୨ଟା ୩୦ ରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ ଫିଫା ବିଶ୍ୱକପ ୨୦୨୬ ଫାଇନାଲ ଅନୁଷ୍ଠିତ ହେବ। ଲିଓନେଲ ମେସିଙ୍କ ଅଧିନାୟକତ୍ୱରେ,…

୭ ଜିଲାକୁ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ଏହି ସମୟରେ…

ଭୁବନେଶ୍ୱର,୧୯ା୭: ରବିବାର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ରାଜ୍ୟ…

ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା କିଏ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ? IMFର ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ ଆସିଲା ସାମ୍ନାକୁ

ଓ୍ବାଶିଂଟନ,୧୯।୭: ଅର୍ଥନୀତିଜ୍ଞ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ପୂର୍ବତନ ଉପ-ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ କହିଛନ୍ତି ଯେ ଆମେରିକାର ଶୁଳ୍କର ପରିଣାମ ଆମେରିକୀୟ ଗ୍ରାହକମାନଙ୍କ ପାଇଁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସୋମବାର ସମସ୍ତ ସ୍କୁଲ ଛୁଟି

ଥିରୁଭାନନ୍ତପୁରମ,୧୯ା୭: ରବିବାର ଫିଫା ବିଶ୍ବକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ କେରଳ ସରକାର…

ଘରକୁ ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ିଗଲେ, ଶୁଣ୍ଢରେ ଟେକି ବିଲରେ କଚାଡ଼ିଲା, ଆଉ ତା’ ପରେ…

କେନ୍ଦୁଝର,୧୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଉକ୍ତ ଅଞ୍ଚଳରେ…

Fifa World Cup Trophyରେ କେତେ ସୁନା ରହିଛି? ଓଜନ ଶୁଣିଲେ….

ନୂଆଦିଲ୍ଲୀ,୧୯।୭: ୨୦୨୬ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ୍ ରବିବାର ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବିଳମ୍ବିତ ରାତି ୧୨ଟା୩୦ ମିନିଟରେ ହେବାକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri