ବିବାହ ପ୍ରସ୍ତାବ ଦେଖିବାକୁ ଆସି ଯୁବତୀଙ୍କ ଗଳାକାଟି ଯୁବକ ଗିରଫ

ରାଜକନିକା,୧୨ା୧୦(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ଜୟନଗର ପଞ୍ଚାୟତ କୁଜିପୁରୁ ଗଁାର ସୁଶାନ୍ତ କିଶୋର ଦାସଙ୍କ ଭାଣିଜୀ ପ୍ରିୟଙ୍କା ଦାସ(୨୦)ଙ୍କୁ ଗାରଡ଼ପୁର ଗଁାର ସୁବ୍ରତ ନାୟକ(୨୬) ଓ ତାଙ୍କ ମା’ ମନୋରମା ନାୟକ ଶନିବାର ବିବାହ ପ୍ରସ୍ତାବ ନେଇ ଦେଖିବାକୁ ଆସିଥିଲେ। ସେଠାରେ ଦେଖାଚାହଁା ଚାଲିଥିଲା। ପରେ ପୁଅ ସୁବ୍ରତ ଝିଅ ପ୍ରିୟଙ୍କା ସହ କିଛି କଥା ହେବା ଲାଗି କହିଥିଲେ। ଉଭୟ ଏକ କୋଠରିକୁ କଥା ହେବାକୁ ଯାଇଥିଲେ। ହେଲେ ସୁବ୍ରତ ଘର କବାଟ ବନ୍ଦକରି ଝିଅ ପ୍ରିୟଙ୍କାଙ୍କୁ ଏକ ଛୁରିରେ ଆକ୍ରମଣ କରି ଗଳାର ଦୁଇ ଜାଗାକୁ କାଟି ଦେଇଥିଲେ। ଝିଅର ଚିତ୍କାର ଶୁଣି ପରିବାର ଲୋକ କବାଟ ଭାଙ୍ଗି ଉଦ୍ଧାର କରିଥିଲେ। ଏହା ଜଣାପଡ଼ିବା ପରେ ଗଁା ଲୋକମାନେ ଜମା ହୋଇ ସୁବ୍ରତଙ୍କୁ କାବୁକରି ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସୁବ୍ରତଙ୍କୁ ଥାନାକୁ ଆଣିଥିଲା। ପ୍ରିୟଙ୍କାଙ୍କୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ସେଠାରେ ଚିକିତ୍ସା କରାଇ ଥାନାରେ ପ୍ରିୟଙ୍କାଙ୍କ ମାମୁ ସୁଶାନ୍ତ କିଶୋର ଦାସ ଅଭିଯୋଗ କରିଥିଲେ। ପୋଲିସ ନଂ: ୫୧୪/୨୫ରେ ମାମଲା ରୁଜୁ କରି ସୁବ୍ରତଙ୍କୁ ଗିରଫକରି ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଏ ନେଇ ଉଭୟ ଝିଅ ଓ ପୁଅଙ୍କ ମଧ୍ୟରେ ବିବାହ ଲାଗି ନିଷ୍ପତ୍ତି ସହ ଦେଖାସାକ୍ଷାତ ଶେଷ ହୋଇଥିଲା। ଶନିବାର ପୁନର୍ବାର ସୁବ୍ରତ ଏବଂ ତାଙ୍କ ମା’ ମନୋରମା ଝିଅ ପ୍ରିୟଙ୍କାଙ୍କୁ ଦେଖିବାକୁ ଆସି ଏଭଳି ଘଟଣା ଘଟିଛି। କିନ୍ତୁ ଆକ୍ରମଣର କାରଣ ଜଣାପଡ଼ି ନାହିଁ।

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶଙ୍କା ଭିତରେ ଗହୀରମଥା ଦ୍ୱୀପରେ ଭୟ, ବିପଦରେ ୩୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର

ମହାକାଳପଡ଼ା,୨୧।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିଳ ଅଭୟାରଣ୍ୟର କେତେକ ଛୋଟ ଛୋଟ ଦ୍ବୀପ ପୁଞ୍ଜ ରହିଛି । ଏହି ଦ୍ବୀପ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?