Posted inଫୁରସତ

ମନୁଷ୍ୟକୃତ ମମିଫାଏଡ୍‌ ମର୍‌ମେଡ୍‌

ଟୋକିଓ: ଜାପାନରେ ଏକ ମମିଫାଏଡ୍‌ ମର୍‌ମେଡ୍‌ ମମି ଠାବ ହୋଇଛି, ଯାହା ବୈଜ୍ଞାନିକଙ୍କ ପାଇଁ ଶହ ଶହ ବର୍ଷ ଧରି ରହସ୍ୟ ହୋଇ ରହିଥିଲା। ରିପୋର୍ଟ ଅନୁସାରେ, ଏହି ମମିକୁ ଜାପାନର ଆଶାକୁଚି ସହରର ଏନ୍‌ଜୁଇନ୍‌ ମନ୍ଦିରରେ ରଖାଯାଇଥିଲା। ତେବେ ୩୦୦ ବର୍ଷ ପରେ ଅନୁସନ୍ଧାନକୁ ଜଣାପଡ଼ିଛି ଯେ ଉକ୍ତ ମମିଟି ମନୁଷ୍ୟକୃତ। ଏହା କାଗଜ, କପଡ଼ା, ସୂତା ଏବଂ ମାଛର ଅଙ୍ଗପ୍ରତ୍ୟଙ୍ଗରେ ତିଆରି। ଜୀବଟିକୁ ପ୍ରଶାନ୍ତ ମହାସାଗରର ଶିକୋକୁ ଦ୍ୱୀପରୁ ୧୭୩୬ରୁ ୧୭୪୧ ମସିହା ମଧ୍ୟରେ ଧରାଯାଇଥିଲା। ଏହି ଜୀବର ଉଚ୍ଚତା ୩୦ ସେ.ମି. ହୋଇଥିବାବେଳେ ତାହାର ୧୨ ଇଞ୍ଚର ଲାଞ୍ଜ, ୨ଟି ହାତ ଏବଂ ବିକୃତ ଚେହେରା ଥିଲା। ତା’ର ତୀକ୍ଷ୍ନ ଦାନ୍ତ ଥିବାବେଳେ ସେ ସମୁଦ୍ର କୂଳରେ ମୃତ ଅବସ୍ଥାରେ ପଡ଼ିଥିଲା। ତା’ର ମୁଣ୍ଡରେ ମଣିଷଙ୍କ ପରି କେଶ ରହିଥିଲା। ଲାଞ୍ଜଟି ମାଛ ଲାଞ୍ଜ ସଦୃଶ ଥିଲା। ସେ ସମୟରେ କୁହାଯାଉଥିଲା ଯେ ଏପରି ମର୍‌ମେଡ୍‌ଙ୍କୁ ଖାଇଲେ ମଣିଷ ଅମର ହୋଇଯାନ୍ତି। କୁରାଶିକି ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଆର୍ଟସରୁ ଜଣାପଡ଼ିଛି ଯେ, ଏହି ଜୀବ ଦେହରେ ହାଡ଼ ନାହିଁ। ତା’ର କେଶ ଏକ ସ୍ତନ୍ୟପ୍ରାୟୀ ପ୍ରାଣୀ, ଦାନ୍ତ ଏକ ମାଛଠାରୁ, କାନ୍ଧ, ବାହୁ, ବେକ ଏବଂ ଗାଲ ମାଛ ଚମଡ଼ାରୁ ପ୍ରସ୍ତୁତ। ନଖ ପଶୁ କେରାଟିନ୍‌ରୁ ଏବଂ ଶରୀରର ତଳଭାଗ ସମ୍ପୂର୍ଣ୍ଣ ମାଛ ଲାଞ୍ଜ ପରି ରହିଛି। ଏହି ଜୀବଟି ୧୬୦୩ରୁ ୧୮୬୭ ପର୍ଯ୍ୟନ୍ତ ଜାପାନର ଇତିହାସର ଏକ ଯୁଗ ଇଡୋ ସମୟରେ ତିଆରି ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri