ଧିମେଇଛି ସ୍ବର: କୋହିନୁର ଆଶା ମଉଳୁଛି

ପୁରୀ ଅଫିସ,୨୦ା୧:ବ୍ରିଟିଶ ସାମ୍ରାଜ୍ୟ ଅଧୀନରେ ଥିବା ବହୁଚର୍ଚ୍ଚିତ କୋହିନୁର ହୀରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏବଂ ଏହାକୁ ତୁରନ୍ତ ନିଜ ଦେଶକୁ ଫେରାଇ ଆଣିବାକୁ କିଛିମାସ ତଳେ ଦାବି ଉଠିଥିଲା। ଏପରିକି ଏ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ସହ ଅନ୍ତର୍ଜାତୀୟ ଅଦାଲତଙ୍କ ଦ୍ୱାରସ୍ଥ ହେବ ବୋଲି ଶ୍ରୀଜଗନ୍ନାଥ ସେନା କହିଥିଲା। ତେବେ ସେହି ଦାବି ଏବେ ଧିମେଇ ଯାଇଛି। ଫଳରେ କୋହିନୁର ହୀରା ଭାରତ ଓ ଶ୍ରୀକ୍ଷେତ୍ର ଫେରିବା ନେଇ ଆଶା ଧୀରେ ଧୀରେ ମଉଳି ଯିବାକୁ ବସିଛି। ପୁଣି ଏ ନେଇ ଜୋରଦାର ଆନ୍ଦୋଳନ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ୧୮୩୬ ମସିହାରେ ପଞ୍ଜାବର ତତ୍କାଳୀନ ମହାରାଜା ରଣଜିତ୍‌ ସିଂ ପୁରୀ ଆସିଥିଲେ। ସେହି ସମୟରେ ୫୦ ଲକ୍ଷ ବ୍ରିଟିଶ ମୁଦ୍ରା ସହ କୋହିନୁର ହୀରା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ କରିବେ ବୋଲି ସଂକଳ୍ପ କରିଥିଲେ। ଏ ନେଇ ସଂକଳ୍ପ ପତ୍ର ଲେଖିଥିଲେ। ମହାରାଜା ରଣଜିତ ସିଂଙ୍କ ଏହି ସ୍ବଲିଖିତ ସଂକଳ୍ପ ପତ୍ର ଏବେ ବି ପୁରୀର କୌଳିକ ପଣ୍ଡା କେ.ଏଚ୍‌. ପ୍ରତିହାରୀଙ୍କ ପାଖରେ ଥିବା ଶୁଣିବାକୁ ମିଳେ। ତେବେ ସମୟ କ୍ରମେ ବ୍ରିଟିଶ ଶାସକ ଶିଖ୍‌ ସାମ୍ରାଜ୍ୟକୁ ଆକ୍ରମଣ କରି ରଣଜିତ ସିଂଙ୍କ ନାବାଳକ ଉତ୍ତରାଧିକାରୀଙ୍କଠାରୁ ସେହି କୋହିନୂର ହୀରାକୁ ଇଂଲଣ୍ଡ ନେଇଯାଇଥିବା ଚର୍ଚ୍ଚା ହୁଏ। ତେବେ କୋହିନୁର ହୀରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଓ ତାହାକୁ ଫେରାଇ ଆଣିବାକୁ କିଛିମାସ ତଳେ ବିଭିନ୍ନ ମହଲରେ ଦାବି ଉଠିଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏହି ଦାବି ଉଠାଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ସହ ଅନ୍ତର୍ଜାତୀୟ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଥିଲେ। ମାତ୍ର ସମ୍ପ୍ରତି ସେହି ସ୍ବର ଧିମେଇ ଯାଇଛି। ଏନେଇ ପଚାରିବାରେ ପଟ୍ଟନାୟକ କହିଛନ୍ତି, କୋହିନୁର ହୀରାକୁ ଫେରାଇ ଆଣି ମହାପ୍ରଭୁଙ୍କୁ ସମର୍ପି ଦେବା ପାଇଁ ତାଙ୍କର ପ୍ରଚେଷ୍ଟା ଆଜି ମଧ୍ୟ ଜାରି ରହିଛି। ଇଂଲଣ୍ଡର ରାଣୀ ଏଲିଜାବେଥ-ଦ୍ୱିତୀୟଙ୍କ ଜୀବିତାବସ୍ଥାରେ ସେ ତାଙ୍କୁ ଚିଠି ଲେଖିଥିଲେ। ଇଂଲଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଇଥିଲେ। ତେବେ ଏ ସଂକ୍ରାନ୍ତ ନିଷ୍ପତ୍ତି ଇଂଲଣ୍ଡ ସରକାରଙ୍କ ହାତରେ ରହିଛି, ତେଣୁ ସେ ଇଂଲଣ୍ଡ ଆସି ସରକାରଙ୍କ ସହିତ ଆଲୋଚନା କରନ୍ତୁ ବୋଲି ରାଣୀଙ୍କ ତରଫରୁ ସୂଚନା ଦିଆଯାଇଥିଲା। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ କୋଲକାତା ଯାଇ ଇଂଲଣ୍ଡ ଯିବା ଲାଗି ଭିଜା ଆବେଦନ କରିଥିଲେ। ମାତ୍ର ଇଂଲଣ୍ଡ ସରକାର ତାଙ୍କୁ ଗରିବ କହି ଭିଜା ଦେବାକୁ ମନା କରିଦେଇଛନ୍ତି। ତାଙ୍କର ୪୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସତ୍ତ୍ୱେ ଭିଜା ମିଳିଲା ନାହିଁ। ତେବେ ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନ ଥିବାରୁ ସେ ଏ ନେଇ ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ସେହିପରି ଏହି ପ୍ରସଙ୍ଗରେ ସେ ଭାରତର ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଓ ନିଷ୍ପତ୍ତି ଅନୁଯାୟୀ ଯାହା କିଛି ହୋଇପାରିବ ବୋଲି ତାଙ୍କୁ କୁହାଯାଇଛି। ତେବେ କାର୍ଯ୍ୟବ୍ୟସ୍ତ ଥିବାରୁ ସେ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ ପାରିନାହାନ୍ତି। ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଓଡ଼ିିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ମହାରାଜା ରଣଜିତ ସିଂ ପୁରୀ ଆସିଥିବାବେଳେ ଶ୍ରୀମନ୍ଦିର ଦକ୍ଷିଣଦ୍ୱାରରେ ଶିବିର ପକାଇ ରହିଥିଲେ। ବର୍ତ୍ତମାନ ଦୁଇଟି ସ୍ଥାନରେ ସମ୍ପୃୃକ୍ତ ଲେଖା ରହିଛି, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, କୋହିନୁର ହୀରା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବାକୁ ଘୋଷଣା କରୁଛି। ତେଣୁ ଏବେ ତାହା କିଭଳି ଶ୍ରୀକ୍ଷେତ୍ର ଆସିବ ସେନେଇ ଚେଷ୍ଟା ହେବା ଦରକାର। ସେହିପରି ଦଇତାପତି ସେବାୟତ କୀର୍ତ୍ତି ପ୍ରକାଶ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ମଥାରେ କୋହିନୂର ହୀରା ଶୋଭା ପାଇବା ଉଚିତ। ମହାପ୍ରଭୁଙ୍କ ଅଳଙ୍କାର ତାଙ୍କ ନିକଟରୁ ଫେରି ଆସିବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବା ଆବଶ୍ୟକ। ଅନ୍ୟପକ୍ଷରେ ୧୯୪୭ ମସିହା ପରଠାରୁ ପ୍ରାୟ ୫ଥର ବ୍ରିଟିଶ ସରକାରଙ୍କୁ ଭାରତ ପକ୍ଷରୁ କୋହିନୁର ହୀରା ଫେରାଇ ଦେବା ପାଇଁ ଦାବି କରାଯାଇଥିଲେ ମଧ୍ୟ ସଫଳତା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri