ଶେଷ ୧୪ ମିନିଟ୍‌ର ଫୋନ୍‌ କଥାବାର୍ତ୍ତାରୁ ବହୁ ଗୁପ୍ତ ରହସ୍ୟ ପର୍ଦ୍ଦାଫାଶ୍‌…

କାବୁଲ/ଓ୍ବାଶିଂଟନ,୧।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ଆଫଗାନିସ୍ତାନ ପ୍ରତିପକ୍ଷ ଅଶରଫ ଘନିଙ୍କ ମଧ୍ୟରେ ହୋଇଥିବା ଶେଷ ୧୪ ମିନିଟ୍‌ର ଫୋନ୍‌ କଥାବାର୍ତ୍ତାରୁ ବହୁ ଗୁପ୍ତ ରହସ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ଘନିଙ୍କୁ ଶେଷ ଫୋନ କଲରେ ବାଇଡେନ୍‌ ଏକ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ତାଲିବାନ ବିରୁଦ୍ଧରେ ଚାଲିଥିବା ଲଢ଼େଇ ବିଷୟରେ ଆଲୋଚନା ହୋଇଥିଲା।

ନ୍ୟୁଜ ଏଜେନ୍ସି ରଏଟର୍ସ ଦାବି କରିଛି ଯେ ଜୁଲାଇ ୨୩ରେ ବାଇଡେନ ଏବଂ ଘନିଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା ହୋଇଥିଲା। ଆଫଗାନିସ୍ତାନକୁ ପ୍ରଦାନ କରାଯାଉଥିବା ସହାୟତା ଉପରେ ଚର୍ଚ୍ଚା ହୋଇଥିଲା। ଏହା ସହିତ ଏହି ଲଢ଼େଇ ନେଇ ଏବେ ନିଜର ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିବା ପାଇଁ ବାଇଡେନ୍‌ ସୂଚନା ଦେଇଥିଲେ। ଏହି ଫୋନ୍‌ କଥାବାର୍ତ୍ତାର ଏକ ମାସ ମଧ୍ୟରେ ତାଲିବାନ ନାଟକୀୟ ଭାବେ ସମଗ୍ର ଦେଶକୁ କାବୁ କରି ନେଇଥିଲା। ଏହି ଫୋନ କଥାବାର୍ତ୍ତାର ପ୍ରାୟ ଦୁଇ ସପ୍ତାହ ପରେ ଘନି କାବୁଲ ଛାଡିଥିଲେ। ୧୫ ଅଗଷ୍ଟରେ ତାଲିବାନ କାବୁଲରେ ରାଷ୍ଟ୍ରପତି ଭବନକୁ କାବୁ କରିଥିଲା। ସେହିପରି ଏହାର ମାତ୍ର ୧୫ ଦିନ ପରେ ଅଗଷ୍ଟ ୩୧ରେ ଆମେରିକା ସଂପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଛାଡିଥିଲା। ଏହା ସହିତ ଦୀର୍ଘ ୨୦ ବର୍ଷ ଯୁଦ୍ଧର ସମାପ୍ତି ଘଟିଥିଲା। ରଏଟର୍ସ ଅନୁଯାୟୀ ସାମରିକ ସହାୟତା ଯୋଗାଇ ଦେବାକୁ ବାଇଡେନ୍‌ ଘନିଙ୍କୁ କହିଥିଲେ। ତାଲିବାନକୁ ରୋକିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଆମେରିକା ପକ୍ଷରୁ ବାୟୁସେନା ସହାୟତା ଜାରି ରହିବ, କିନ୍ତୁ ପରବର୍ତ୍ତୀ ଯୋଜନା କ’ଣ ତାହା ଆମେ ଜାଣିବା ଉଚିତ ବୋଲି ବାଇଡେନ୍‌ କହିଥିଲେ।

ଏହି ଫୋନ କଥାବାର୍ତ୍ତାର କିଛି ଦିନ ପୂର୍ବରୁ ଆଫଗାନିସ୍ତାନ ସେନାକୁ ସମର୍ଥନ କରି ତାଲିବାନ ବିରୋଧରେ ଆମେରିକା ଏୟାର ଷ୍ଟ୍ରାଇକ ମଧ୍ୟ କରିଥିଲା। ଆମେରିକାର ରାଷ୍ଟ୍ରପତି ଚାହୁଁଥିଲେ ଯେ ତତ୍‌କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ବିସ୍ମିଲ୍ଲା ଖାଁଙ୍କୁ ତାଲିବାନ ବିରୋଧରେ ଲଢ଼ିବାର ଦାୟିତ୍ୱ ଦିଆଯାଉ। ଆଫଗାନିସ୍ତାନ ଏହାର ଯୋଜନା ପ୍ରସ୍ତୁତ କରିବା ଉଚିତ। ବିସ୍ମିଲ୍ଲା ଖାଁଙ୍କୁ ଦାୟିତ୍ୱ ଦେବା ପରେ ଆମେରିକା ସହାୟତା ବୃଦ୍ଧି କରିବାକୁ ପ୍ରସ୍ତୁତ ଥିଲା। ବାଇଡେନ୍‌ଙ୍କ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା ଯେ, ଆମେରିକା ସୈନ୍ୟଙ୍କ ଦ୍ୱାରା ପ୍ରସ୍ତୁତ ୩ ଲକ୍ଷ ଆଫଗାନିସ୍ତାନ ସୈନିକ ୭୦-୮୦ ହଜାର ତାଲିବାନୀଙ୍କ ସହିତ ଲଢ଼ି ପାରିବେ।

ତେବେ ଏହି ବାର୍ତ୍ତାଳାପର ମୁଖ୍ୟ ଧ୍ୟାନ ଆଫଗାନିସ୍ତାନ ସରକାରଙ୍କ ମନୋଭାବ ଉପରେ ଥିଲା। ବାଇଡେନଙ୍କ ଦ୍ୱାରା ଉଦବେଗ ପ୍ରକାଶ ପାଇଥିଲା ଯେ ତାଲିବାନ ବିରୋଧୀ ଲଢ଼େଇ ପାଇଁ ଘନି ସରକାରଙ୍କ ମନୋଭାବ ଗମ୍ଭୀର ନୁହେଁ, ଯାହା ଅନ୍ତର୍ଜାତୀୟସ୍ତରରେ ଭୁଲ ବାର୍ତ୍ତା ପଠାଉଛି। ଆଫଗାନିସ୍ତାନର ସମଗ୍ର ରାଜନୈତିକ ନେତୃତ୍ୱ ଏକତ୍ରିତ ହୋଇ ଏକ ଗଣମାଧ୍ୟମ ସମ୍ମିଳନୀ କରିବା ଆବଶ୍ୟକ। ତାଲିବାନ ବିରୋଧରେ ରଣନୀତି ଘୋଷଣା କରିବା ଉଚିତ ଯାହା ଦ୍ୱାରା ଭାବମୂର୍ତ୍ତି ପରିବର୍ତ୍ତନ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ।

ରଏଟର୍ସ ଦାବି କରିଥିବା ବାର୍ତ୍ତାଳାପରୁ ଲାଗୁଛି ଯେ ଆମେରିକାର ରାଷ୍ଟ୍ରପତିଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି। ବାର୍ତ୍ତାଳାପରେ ଆମେରିକାର ରାଷ୍ଟ୍ରପତି ଘନିଙ୍କୁ ପାକିସ୍ତାନ ବିଷୟରେ ଚେତାବନୀ ଦେଇଛନ୍ତି। ରଏଟର୍ସ ଅନୁଯାୟୀ, ଘନି କହିଥିଲେ ଯେ ତାଲିବାନ ପୁରା ଶକ୍ତି ସହିତ ପୁଣି ଥରେ ଆକ୍ରମଣ କରୁଛି। ଏଥିରେ ପାକିସ୍ତାନରୁ ତାଲିବାନକୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯାଉଛି। ଏହା ବ୍ୟତିତ ପାକିସ୍ତାନରୁ ୧୦-୧୫ ହଜାର ଆତଙ୍କବାଦୀ ମଧ୍ୟ ଆଫଗାନିସ୍ତାନ ଆସିଛନ୍ତି। ତାଲିବାନ ଏବଂ ପାକିସ୍ତାନୀ ଆତଙ୍କବାଦୀମାନେ ଆଫଗାନିସ୍ତାନ ସେନା ବିରୋଧରେ ଲଢ଼େଇ କରୁଛନ୍ତି।

ରଏଟର୍ସ ପକ୍ଷରୁ ଏହି ବାର୍ତ୍ତାଳାପ ସମ୍ପର୍କରେ ହ୍ବାଇଟ ହାଉସ ଏବଂ ଘନିଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟୀକରଣ ମଗା ଯାଇଥିଲା। ମାତ୍ର କୌଣସି ମିଳି ନ ଥିଲା। ଏଥି ସହିତ ୱାଶିଂଟନରେ ଥିବା ପାକିସ୍ତାନ ଦୂତାବାସ ପାକିସ୍ତାନୀ ବିରୋଧୀ ସମସ୍ତ ଅଭିଯୋଗକୁ ମନଗଢ଼ା ବୋଲି କୁହାଯାଇଥିଲା।

ପୂର୍ବରୁ ସେପ୍ଟେମ୍ବର ୧୧ ସୁଦ୍ଧା ଆମେରିକା ସୈନ୍ୟବାହିନୀ କାବୁଲ ଛାଡ଼ିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଫୋନ୍‌ କଥାବାର୍ତ୍ତା ପରେ ଆମେରିକା ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ବିଷୟରେ କହିଥିଲା। ଫୋନ କଲ ହେବାର କିଛି ଦିନ ପୂର୍ବରୁ ଆଫଗାନିସ୍ତାନରେ ଆମେରିକା ଏହାର ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ବେସ ମଧ୍ୟ ବନ୍ଦ କରିଦେଇଥିଲା। ପରେ ଅଗଷ୍ଟ ପ୍ରଥମ ସପ୍ତାହରେ ଆଫଗାନିସ୍ତାନର ବିଭିନ୍ନ ସହର ଏବଂ ପ୍ରଦେଶକୁ ତାଲିବାନ ନିୟନ୍ତ୍ରଣ କରୁଥିବା ଖବର ଆସିଥିଲା। ଏବେ ଏହି ଶେଷ ଫୋନ୍‌ କଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?