ବହୁ କ୍ଷତି ଘଟିଛି

ସମଲିଙ୍ଗୀ ବିବାହକୁ ସରକାର ବିରୋଧ କଲେ ଓ ସୁପ୍ରିମକୋର୍ଟ ଏଥିରେ ଏକମତ ହେଲେ। ଏହାଦ୍ୱାରା ଭାରତ ସମଲିଙ୍ଗୀ ବିବାହ ଅଧିକାରକୁ ପ୍ରତ୍ୟାଖ୍ୟାନ କରିଛି। ଜି୨୦ରେ ଥିବା ଦେଶଗୁଡ଼ିକ ମଧ୍ୟରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ସ୍ପେନ୍‌, ବ୍ରିଟେନ୍‌ ଓ ଆମେରିକାରେ ସମଲିଙ୍ଗୀ ବିବାହ ରହିଛି। ଭାରତ ଭଳି ଚାଇନା, ଇଣ୍ଡୋନେସିଆ, ଜାପାନ, ରୁଷିଆ, ସାଉଦି ଆରବ ଏବଂ ତୁର୍କୀରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଇ ନାହିଁ। ପ୍ରଶ୍ନ ହେଉଛି, ଯାହା କିଛି ଅପରିହାର୍ଯ୍ୟ ତାହାକୁ କାହିଁକି ଭାରତ ବିରୋଧ କରୁଛି। ବାସ୍ତବରେ ଏହି ପ୍ରଶ୍ନର ଉତ୍ତର ଖୋଜି ପାଇବା କଷ୍ଟକର। ଭାରତର ଏବେ ଏକ ନୂଆ ପାର୍ଲାମେଣ୍ଟ ଅଛି, କିନ୍ତୁ ସବୁ ପୁରୁଣା ଆଇନରେ ସମସ୍ୟା ରହିଛି। ଗୋଟିଏ କାରଣ ହେଉଛି ଏହି ସରକାର ନେଉଥିବା ପଦକ୍ଷେପଗୁଡ଼ିକ ବୈଧାନିକ କି ନାହିଁ ତାହା ଚିହ୍ନଟ କରିବାକୁ ସୁପ୍ରିମକୋର୍ଟ (ଏସ୍‌ସି) ସବୁବେଳେ ନିଷ୍କ୍ରିୟତା ପ୍ରକାଶ କରିଆସିଛି। ବ୍ୟକ୍ତିଗତ ସ୍ବାଧୀନତା ପାଇବା ବୈଧାନିକ କି ନୁହେଁ ତାହା କୋର୍ଟ ନିଶ୍ଚିତ କରିବା ଦରକାର। ସରକାର ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଯେଉଁ ବିଷୟରେ ଅତ୍ୟଧିକ ଜଡ଼ିତ ସେହିସବୁ କ୍ଷେତ୍ରରେ ନିଷ୍କ୍ରିୟତା ସାମ୍ନାକୁ ଆସିଛି। କିଛି ବର୍ଷ ହେଲା ବିଭିନ୍ନ ଗୋଷ୍ଠୀ ଓ ବ୍ୟକ୍ତିମାନେ ମୋଦି ସରକାରଙ୍କ କେତେକ ଆଇନ ଏବଂ ପଦକ୍ଷେପର ବୈଧାନିକତା ଉପରେ ସୁପ୍ରିକୋର୍ଟରେ ଆବେଦନ କରି ଆସୁଛନ୍ତି, କିନ୍ତୁ ସେମାନେ କୋର୍ଟର କୌଣସି ନିଷ୍ପତ୍ତି ପାଇପାରୁନାହାନ୍ତି। ତେବେ ବିଳମ୍ବରେ ହେଲେ ମଧ୍ୟ କୋର୍ଟ କେତେକ ମାମଲାକୁ ବିଚାରକୁ ନେଇଛନ୍ତି, କିନ୍ତୁ ସେଥିରୁ କୌଣସି ଗୋଟିକରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ଏହିିସବୁ ମାମଲା ମଧ୍ୟରେ ରହିଛି ଅନୁଚ୍ଛେଦ ୩୭୦ ଉଚ୍ଛେଦ (ଅଗଷ୍ଟ ୨୦୧୯ରେ ଏସ୍‌ସିରେ ଏହା ବିରୋଧରେ ପିଟିଶନ ଦାୟର ହୋଇଥିଲା), ନିର୍ବାଚନ ବଣ୍ଡ୍‌ (୨୦୧୭ରେ ଦାୟର ହୋଇଥିଲା) ଏବଂ ନାଗରିକ ସଂଶୋଧନ ଆଇନ(୨୦୧୯ରେ ଦାୟର ହୋଇଥିଲା)। ବାସ୍ତବରେ ଏହି ବିଷୟଗୁଡ଼ିକ କ’ଣ ତାହା ଅନୁଧ୍ୟାନ କରିବା ଦରକାର। ନିର୍ବାଚନ ବଣ୍ଡ୍‌ ବିଶେଷକରି ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳକରେ। ଏହାକୁ ଅବୈଧ ଘୋଷଣା କରାଯିବା ଉଚିତ ନୁହେଁ କି? ଅଧଡଜନ ବର୍ଷ ହେଲା ଗୁପ୍ତରେ ରାଜନୈତିକ ଦଳଗୁଡ଼ିକୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଡ଼ କରିବାକୁ ଏହା ଅନୁମତି ଦେଇଛି। ବଣ୍ଡ୍‌କୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଓ ନିର୍ବାଚନ କମିଶନ ବିରୋଧ କରିଥିଲେ। ଉଭୟ ସଂସ୍ଥାର କଥା ମୋଦି ସରକାର ଗ୍ରହଣ କରି ନ ଥିଲେ। ଜଣେ ବ୍ୟକ୍ତି ବଣ୍ଡ୍‌କୁ କିଣିପାରିବେ ଓ ତାହାକୁ ତୃତୀୟପକ୍ଷ ଯଥା ଏକ ବିଦେଶ ସରକାର, ଏକ ଆପରାଧିକ ଗ୍ୟାଙ୍ଗ୍‌କୁ ବିକିପାରିବେ। ପରେ ତୃତୀୟ ପକ୍ଷ ତାହାକୁ ତାଙ୍କ ପସନ୍ଦର ରାଜନୈତିକ ଦଳକୁ ଦାନ କରିପାରିବେ। ବଣ୍ଡ୍‌ଗୁଡ଼ିକରେ ସବୁଠୁ ଜଣାଶୁଣା ମୂଲ୍ୟବର୍ଗ ହେଉଛି ୧ କୋଟି ଟଙ୍କା ଯାହା ମୂଲ୍ୟ ସବୁଠୁ ଅଧିକ। ତେବେ ପାଠକେ ବିଚାର କରନ୍ତୁ, ଆମ ଭିତରୁ କେହି ଜଣେ ଆମେ ଭୋଟ ଦେଉଥିବା ପାର୍ଟିକୁ ୧ କୋଟି ଟଙ୍କା ଦାନ କରିବାକୁ ଚାହଁିବା ତ? ନିର୍ବାଚନ ବଣ୍ଡ୍‌ ମାଧ୍ୟମରେ ଭାଜପାକୁ ଅତ୍ୟଧିକ ଟଙ୍କା ମିଳିଛି। ଆର୍‌ବିଆଇର ବିରୋଧ ଏବଂ ଗଣତାନ୍ତ୍ରିକ ସ୍ବଚ୍ଛତା ଉପରେ ଗମ୍ଭୀର ସମସ୍ୟାଭିତ୍ତିକ ପ୍ରଶ୍ନ ଉଠିବା ସତ୍ତ୍ୱେ ସୁପ୍ରିମକୋର୍ଟ ୬ ବର୍ଷ ହେଲା ଏହି ବିଷୟ ଉପରେ ନିଷ୍ପତ୍ତି ନେଇନାହାନ୍ତି।
ଦକ୍ଷିଣ ଏସିଆରେ କଶ୍ମୀର ହେଉଛି ଏକମାତ୍ର ଅଞ୍ଚଳ ଯେଉଁଠି ଜୁନ୍‌ ୨୦୧୮ରୁ ନିର୍ବାଚିତ ସରକାର ନାହିଁ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହା ଘଟିଛି। ଅଧିକାଂଶ ନ୍ୟାୟିକ ସମାଲୋଚକ କହନ୍ତି, ଏହା ସମ୍ବିଧାନ ସମ୍ମତ ନୁହେଁ। ଏହା ଆମ ଗଣତନ୍ତ୍ର ପାଇଁ ଏକ ଚିନ୍ତାଜନକ ବିଷୟ। ହେଲେ କୋର୍ଟ ଏହା ଉପରେ ଗୁରୁତ୍ୱ ଦେଲେ ନାହିଁ। ନାଗରିକ ସଂଶୋଧନ ଆଇନ(ସିଏଏ) ୩ଟି ପଡ଼ୋଶୀ ଦେଶ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ଶରଣାର୍ଥୀଙ୍କ ପାଇଁ ଏକ କଟ୍‌ଅପ୍‌ ସ୍ଥିର କରିଛି। ଏମାନଙ୍କ ମଧ୍ୟରୁ ମୁସଲମାନମାନଙ୍କୁ ଚିହ୍ନଟକରି ଅଲଗା କରାଯିବ ଓ ଅବଶିଷ୍ଟଙ୍କୁ ନାଗରିକତ୍ୱ ପ୍ର୍ରଦାନ କରାଯିବ। କାହିଁକି ଏହି ୩ଟି ପଡ଼ୋଶୀକୁ ନିଆଯାଇଛି। ଶ୍ରୀଲଙ୍କା, ଚାଇନା ଓ ବର୍ମାକୁ ବିଚାରକୁ କାହିଁକି ନିଆଯାଇନାହିଁ, ତାହା ଆଇନ ବୁଝାଇପାରିନାହିଁ। କାହିଁକି କେବଳ ମୁସଲମାନ, କାହିଁକି ଅନ୍ୟ ବଞ୍ଚିତ ଗୋଷ୍ଠୀ ନୁହନ୍ତି; ଏହାକୁ ମଧ୍ୟ ଆଇନ ସ୍ପଷ୍ଟ କରିନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀ କହିିଲେ, ଆମକୁ ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି) ସହ ସିଏଏକୁ ପଢ଼ିବାକୁ ପଡ଼ିବ। ପ୍ରଥମ ଆଇନ ମୁସଲମାନଙ୍କୁ ଅଲଗା କରିବ ଏବଂ ଦ୍ୱିତୀୟ ଆଇନ ସେମାନଙ୍କୁ ଅଟକ କେନ୍ଦ୍ରରେ ରଖିବ। ଏହି ଆଇନ ବିରୋଧରେ ୨୦୧୯ ଓ ୨୦୨୦ରେ ପ୍ରବଳ ପ୍ରତିବାଦ ହେବାରୁ ସରକାର ପଛଘୁଞ୍ଚା ଦେଲେ। ତେବେ ଆଇନ ପାସ୍‌ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଭାଜପା ଏଯାବତ ସିଏଏ ଲାଗୁ କରିନାହିଁ। ଏହି ଆଇନ ବିରୋଧରେ ତତ୍‌କ୍ଷଣାତ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ସାମ୍ବିଧାନିକତା ରହିଛି କି ନାହିଁ ତାହା କୋର୍ଟ ନିଶ୍ଚିତ କରିନାହାନ୍ତି।
ଅନ୍ୟାନ୍ୟ ଉଦାହରଣ ଅଛି ଯାହା ଉପରେ କୋର୍ଟ ପଦକ୍ଷେପ ନେବା ଉଚିତ ବୋଲି ଅନେକେ ଭାବନ୍ତି, କିନ୍ତୁ କୋର୍ଟ ତାହା କରିନାହାନ୍ତି। ଯେତେବେଳେ ସରକାର ବେଆଇନ ଭାବେ ନାଗରିକଙ୍କ ଉପରେ ଗୁପ୍ତଚରଗିରି କରିଥିବା ଅଭିଯୋଗ ଆସିଥିଲା ସେତେବେଳେ ସରକାର ଏହା କରିବାକୁ ଅନୁମତି ପାଇଥିଲେ। ପେଗାସସ୍‌ ମାମଲାରେ କୋର୍ଟ କ’ଣ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଗତ ବର୍ଷର ଏକ ଶିରୋନାମା-କୌଣସି ପ୍ରମାଣ ନାହିଁ, ସରକାର ସହଯୋଗ କରିନାହାନ୍ତି: ପେଗାସସ୍‌ ଉପରେ ଏସ୍‌ସି ପ୍ୟାନେଲ’ ଆମକୁ ପୂରା କାହାଣୀ ଅବଗତ କରାଇଦିଏ। ଭାରତୀୟଙ୍କ ଉପରେ ସରକାର ଏହି ସ୍ପାଏଓ୍ବେର ବ୍ୟବହାର କରିଥିଲେ କି ନାହିଁ ତାହା ଜଣାଇବା ପାଇଁ ଏସ୍‌ସି ସରକାରଙ୍କୁ ଏକ ଆଫିଡେଭିଟ ଦାଖଲ କରିବାକୁ ବାଧ୍ୟ କରିଥାନ୍ତେ। କିନ୍ତୁ ଏସ୍‌ସି ତାହା କରିବାକୁ ଚାହଁି ନ ଥିଲେ। ଦୀର୍ଘ ସମୟ ଧରି କୋର୍ଟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ଶୁଣାଣି କଲେ ନାହିଁ। ସରକାର ମଧ୍ୟ ଏହା ହେବାକୁ ଚାହଁୁ ନ ଥିଲେ। ବିଳମ୍ବରେ ଏସ୍‌ସି ବେଞ୍ଚ ଗଠନ ଆରମ୍ଭ କରିଛି। ତେବେ ଏହି ସମୟ ମଧ୍ୟରେ ବହୁ କ୍ଷତି କରାଯାଇଛି ଏବଂ ବିଶେଷକରି ବଣ୍ଡ୍‌ ପରି ବିଷୟରେ କ୍ଷତି ଏବେ ବି ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri