ଭିନ୍ନକ୍ଷମଙ୍କୁ ଟିକିଏ ସ୍ନେହ, ଚେନାଏ ହସ ବାନ୍ଧିରଖିଛି

ମହାକାଳପଡ଼ା, ୧୪ା୨(ଡି.ଏନ୍‌.ଏ.): ପ୍ରେମ ଶାଶ୍ୱତ ଓ ଚିରନ୍ତନ ସତ୍ୟ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ। ନିର୍ବିଶେଷରେ ଗୋଟିଏ ହୃଦୟ ସହ ଅନ୍ୟ ଏକ ହୃଦୟର ଘଟେ ମିଳନ। ପ୍ରେମ ସୁନ୍ଦର ଓ ଅସୁନ୍ଦରକୁ ପଛରେ ପକାଇ ମନ ସହିତ ହୁଏ ମନର ମିଳନ। ପ୍ରେମ କେତେବେଳେ କେଉଁ ମୁହୂର୍ତ୍ତରେ କାହା ଜୀବନରେ ଅକସ୍ମାତ୍‌ ଚାଲିଆସେ ତାହା ବୁଝିବା ପୂର୍ବରୁ ମନ ସହ ମନ, ଆତ୍ମା ସହ ଆତ୍ମା, ଆଖି ସହ ଆଖିର ହୋଇଯାଏ ମିଳନ। ତା’ପରେ ଛାଏଁ ଛାଏଁ ସୃଷ୍ଟି ହୁଏ ପ୍ରେମ। ଏମିତି ଏକ ଭିନ୍ନକ୍ଷମ ପ୍ରେମୀଯୁଗଳଙ୍କ କାହାଣୀ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଗ୍ରାମରେ। ଭିନ୍ନକ୍ଷମ(ବାମନ) ରତନ ମିସ୍ତ୍ରି (୩୮)ଙ୍କ ଶରୀରର ଉଚ୍ଚତା ସାଢ଼େ ୩ ଫୁଟ୍‌। ଜୀବନଜୀବିକା ପାଇଁ ଗଁାମୁଣ୍ଡ ଛକରେ ଏକ ପାନ ଦୋକାନ କରି ଦୈନିକ ଦୁଇଶହ ଟଙ୍କା ରୋଜଗାର କରନ୍ତି। ନିଜର ୪ ପ୍ରାଣୀ କୁଟୁମ୍ବଙ୍କ ଲାଗି ମୁଠେ ଦାନା ଯୋଗାଡ଼ କରନ୍ତି। ଜୀବନସାଥୀ ଭାବେ ୨୦୧୨ରେ ରାମନଗର ଅଞ୍ଚଳର ଅଞ୍ଜଳି ମିସ୍ତ୍ରି (୩୦)ଙ୍କୁ ବିବାହ କରିଥିଲେ। ଅଞ୍ଜଳି ମଧ୍ୟ ଭିନ୍ନକ୍ଷମ ସ୍ବାମୀ ରତନଙ୍କୁ ପାଇ ଖୁସି ଅନୁଭବ କରିଥାନ୍ତି। ରତନଙ୍କ ପରିବାର କହିଲେ, ବଡ଼ପୁଅ ଓମ୍‌ (୯), ସାନପୁଅ ରୋହିତ (୩), ସ୍ତ୍ରୀ ଅଞ୍ଜଳି। ବଡ଼ପୁଅ ଓମ୍‌ ଜନ୍ମରୁ ମୂକ, ବଧିର। ଚାଲିବାରେ ଶାରୀରିକ ଅକ୍ଷମତା ଦେଖିବାକୁ ମିଳେ। ଏତେ ଦୁଃଖକଷ୍ଟ ସହି ରତନ ନିଜ ପରିବାର ମୁହଁରେ ଟିକେ ଖୁସି ଆଣିବାକୁ ବହୁ ପରିଶ୍ରମ କରନ୍ତି। ସରକାରୀ ଭାବେ ଏହି ଭିନ୍ନକ୍ଷମ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଛାତଘର ମିଳିନାହିଁ। ନୁଆଁଣିଆ ଚାଳଛପର ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ବିଛୁରିତ ହୋଇ ପଡ଼େ। ଏହି ପରିବାରକୁ ପ୍ରଶାସନ ଭତ୍ତାଟିଏ ଦେଇ କାମସାରି ଦେଇଛନ୍ତି। ଏତେ ଅଭାବ ଅସୁବିଧା ସତ୍ତ୍ୱେ ସ୍ତ୍ରୀ ଅଞ୍ଜଳି ମୁହଁରୁ ଟିକିଏ ସ୍ନେହ, କାଣିଚାଏ ହସ ଦେଖିଲେ ସବୁ ଦୁଃଖ ଲାଘବ ହୋଇଯାଏ ବୋଲି କହିଛନ୍ତି ଭିନ୍ନକ୍ଷମ ସ୍ବାମୀ ରତନ। ତେବେ ଭିନ୍ନକ୍ଷମ ରତନ ଆଜି ନିଜର ନୀତି ଆଦର୍ଶ ପାଇଁ ଅଞ୍ଚଳର ବିଭିନ୍ନ ବର୍ଗର ଲୋକଙ୍କ ସ୍ନେହ ଆଦରର ପାତ୍ର ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri