ଭିନ୍ନକ୍ଷମଙ୍କୁ ଟିକିଏ ସ୍ନେହ, ଚେନାଏ ହସ ବାନ୍ଧିରଖିଛି

ମହାକାଳପଡ଼ା, ୧୪ା୨(ଡି.ଏନ୍‌.ଏ.): ପ୍ରେମ ଶାଶ୍ୱତ ଓ ଚିରନ୍ତନ ସତ୍ୟ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ। ନିର୍ବିଶେଷରେ ଗୋଟିଏ ହୃଦୟ ସହ ଅନ୍ୟ ଏକ ହୃଦୟର ଘଟେ ମିଳନ। ପ୍ରେମ ସୁନ୍ଦର ଓ ଅସୁନ୍ଦରକୁ ପଛରେ ପକାଇ ମନ ସହିତ ହୁଏ ମନର ମିଳନ। ପ୍ରେମ କେତେବେଳେ କେଉଁ ମୁହୂର୍ତ୍ତରେ କାହା ଜୀବନରେ ଅକସ୍ମାତ୍‌ ଚାଲିଆସେ ତାହା ବୁଝିବା ପୂର୍ବରୁ ମନ ସହ ମନ, ଆତ୍ମା ସହ ଆତ୍ମା, ଆଖି ସହ ଆଖିର ହୋଇଯାଏ ମିଳନ। ତା’ପରେ ଛାଏଁ ଛାଏଁ ସୃଷ୍ଟି ହୁଏ ପ୍ରେମ। ଏମିତି ଏକ ଭିନ୍ନକ୍ଷମ ପ୍ରେମୀଯୁଗଳଙ୍କ କାହାଣୀ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଗ୍ରାମରେ। ଭିନ୍ନକ୍ଷମ(ବାମନ) ରତନ ମିସ୍ତ୍ରି (୩୮)ଙ୍କ ଶରୀରର ଉଚ୍ଚତା ସାଢ଼େ ୩ ଫୁଟ୍‌। ଜୀବନଜୀବିକା ପାଇଁ ଗଁାମୁଣ୍ଡ ଛକରେ ଏକ ପାନ ଦୋକାନ କରି ଦୈନିକ ଦୁଇଶହ ଟଙ୍କା ରୋଜଗାର କରନ୍ତି। ନିଜର ୪ ପ୍ରାଣୀ କୁଟୁମ୍ବଙ୍କ ଲାଗି ମୁଠେ ଦାନା ଯୋଗାଡ଼ କରନ୍ତି। ଜୀବନସାଥୀ ଭାବେ ୨୦୧୨ରେ ରାମନଗର ଅଞ୍ଚଳର ଅଞ୍ଜଳି ମିସ୍ତ୍ରି (୩୦)ଙ୍କୁ ବିବାହ କରିଥିଲେ। ଅଞ୍ଜଳି ମଧ୍ୟ ଭିନ୍ନକ୍ଷମ ସ୍ବାମୀ ରତନଙ୍କୁ ପାଇ ଖୁସି ଅନୁଭବ କରିଥାନ୍ତି। ରତନଙ୍କ ପରିବାର କହିଲେ, ବଡ଼ପୁଅ ଓମ୍‌ (୯), ସାନପୁଅ ରୋହିତ (୩), ସ୍ତ୍ରୀ ଅଞ୍ଜଳି। ବଡ଼ପୁଅ ଓମ୍‌ ଜନ୍ମରୁ ମୂକ, ବଧିର। ଚାଲିବାରେ ଶାରୀରିକ ଅକ୍ଷମତା ଦେଖିବାକୁ ମିଳେ। ଏତେ ଦୁଃଖକଷ୍ଟ ସହି ରତନ ନିଜ ପରିବାର ମୁହଁରେ ଟିକେ ଖୁସି ଆଣିବାକୁ ବହୁ ପରିଶ୍ରମ କରନ୍ତି। ସରକାରୀ ଭାବେ ଏହି ଭିନ୍ନକ୍ଷମ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଛାତଘର ମିଳିନାହିଁ। ନୁଆଁଣିଆ ଚାଳଛପର ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ବିଛୁରିତ ହୋଇ ପଡ଼େ। ଏହି ପରିବାରକୁ ପ୍ରଶାସନ ଭତ୍ତାଟିଏ ଦେଇ କାମସାରି ଦେଇଛନ୍ତି। ଏତେ ଅଭାବ ଅସୁବିଧା ସତ୍ତ୍ୱେ ସ୍ତ୍ରୀ ଅଞ୍ଜଳି ମୁହଁରୁ ଟିକିଏ ସ୍ନେହ, କାଣିଚାଏ ହସ ଦେଖିଲେ ସବୁ ଦୁଃଖ ଲାଘବ ହୋଇଯାଏ ବୋଲି କହିଛନ୍ତି ଭିନ୍ନକ୍ଷମ ସ୍ବାମୀ ରତନ। ତେବେ ଭିନ୍ନକ୍ଷମ ରତନ ଆଜି ନିଜର ନୀତି ଆଦର୍ଶ ପାଇଁ ଅଞ୍ଚଳର ବିଭିନ୍ନ ବର୍ଗର ଲୋକଙ୍କ ସ୍ନେହ ଆଦରର ପାତ୍ର ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?