କେନାଲରେ ପାଣି ଯୋଗାଇବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜୁନାଗଡ, ୩।୧୨ (ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତକୁ ଇନ୍ଦ୍ରାବତୀ ଡାହାଣ କେନାଲର ପାଣି ଯୋଗାଇବାକୁ ମଙ୍ଗଳବାର ସ୍ଥାନୀୟ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପଠାଇଛନ୍ତି। ସେମାନେ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିମେଲ ମାଧ୍ୟମରେ ପଠାଇଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତ ଅନ୍ତର୍ଗତ ତଳଜାରିଙ୍ଗ ମାଇନର ୧ ଠାରୁ ଲବଣୀପୁର, ଗୁଞ୍ଜୁଗୁଡା ମାଇନର ୧.୨ରୁ ଘଣ୍ଟବାହାଲି ପର୍ଯ୍ୟନ୍ତ ଚାଷୀ ଇନ୍ଦ୍ରାବତୀ ଡାହାଣ କେନାଲ ଉପରେ ନିର୍ଭର କରିଥାନ୍ତି। ଏହି ଗ୍ରାମର ସମସ୍ତେ ଚାଷ ଉପରେ ନିର୍ଭର କରିଥାନ୍ତି। ଗତ ୨୦୧୭-୧୮ ଓ ୨୦୧୮-୧୯ ପର୍ଯ୍ୟନ୍ତ ରବି ଚାଷ ପାଇଁ ଉପର ଇନ୍ଦ୍ରାବତୀ ଡାହାଣ କେନାଲଠାରୁ ଏହି ପଞ୍ଚାୟତକୁ ପାଣି ଯୋଗାଇ ଦିଆଯାଉଥିଲା। ଏଦ୍ୱାରା ଏହି ପଞ୍ଚାୟତ ଚାଷୀମାନେ ଗତ ୩ ବର୍ଷ ହେବ ରବି(ଡାଳୁଅ)ଚାଷ କରି ଉପକୃତ ହେଉଥିଲେ। କିନ୍ତୁ ଚଳିତବର୍ଷ ନିର୍ବାହୀ ଅଧିକାରୀ ଇନ୍ଦ୍ରାବତୀ ଡାହାଣ କେନାଳକୁ ଆନିକଟ୍‌ କରି ଜଳ ଯୋଗାଣକୁ ବନ୍ଦ କରାଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ସ୍ଥାନୀୟ ଚାଷୀ କାମ ଧନ୍ଧା ନ ପାଇଁ ହତାଶ ହୋଇଥିବା ବେଳେ ରବିଚାଷ କରି ନିଜର ଭରଣ ପୋଷଣ କରିବେ ବୋଲି ଆଶା କରିଥିଲେ। ବର୍ତ୍ତମାନ ଏହି ପଞ୍ଚାୟତକୁ କେନାଲ ପାଣି ଯୋଗାଇ ଦିଆଯିବ ନାହଁି ବୋଲି ବିଭାଗ ପକ୍ଷରୁ କୁହାଯିବା ପରେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ଇନ୍ଦ୍ରାବତୀ ପ୍ରକଳ୍ପର ପାଣି ପ୍ରଥମେ ଚାଷୀଙ୍କୁ ଯୋଗାଇବା ନିୟମ ରହିଥିବାବେଳେ ବିଜୁଳିକୁ ପ୍ରଧାନ୍ୟ ଦେଇ ବିଭାଗ ୫ ଶହ ମେଗାୱାଟ ବିଜୁଳି ଉପତ୍ାଦନ କରୁଛି। ଯଦ୍ୱାରା ଚାଷୀ ପାଣି ପାଇବାରୁ ବଞ୍ଚତ୍ତ ରହୁଛନ୍ତି। ଗତ ବର୍ଷରେ ୬୩୫ କ୍ୟୁବିସି ପାଣି ସଂରକ୍ଷଣ ଥାଇ ବିଭାଗ ପକ୍ଷରୁ ତଳଜାରିଙ୍ଗ ପଞ୍ଚାୟତକୁ ପାଣି ଯୋଗାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ଚଳିତବର୍ଷ ୬୩୮ କ୍ୟୁବିସି ପାଣି ସଂରକ୍ଷଣ ଥାଇ ମଧ୍ୟ ତଳଜାରିଙ୍ଗ ପଞ୍ଚାୟତକୁ ବିଭାଗ ପକ୍ଷରୁ ରବି ଚାଷ ପାଇଁ ପାଣି ଯୋଗାଇ ଦିଆଯାଉନାହଁି। ତେଣୁ ଏହି ପଞ୍ଚାୟତକୁ ଇନ୍ଦ୍ରାବତୀ ଡାହାଣ କେନାଲର ପାଣି ଯୋଗାଇ ଦିଆଗଲେ ସ୍ଥାନୀୟ ଚାଷୀ ଉପକୃତ ହେବେ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇଛନ୍ତି। ଏପରିକି ଆସନ୍ତା ଡିସେମ୍ବର ୨୫ ତାରିଖ ସୁଧା ଏହାର ସମାଧାନ କରା ନ ଗଲେ ପଞ୍ଚାୟତ ଶତାଧିକ ଚାଷୀ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପତ୍ରରେ ଦର୍ଶାଇଛନ୍ତି। ଏହି ପତ୍ରର ଏକ କପି ରାଜ୍ୟ ଜଳ ସମ୍ପଦ ବିଭାଗ, ଓଡିଶା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସଭା ସଦସ୍ୟ, ଜୁନାଗଡ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ, ଧର୍ମଗଡ ଉପଜିଲାପାଳ, ଜୁନାଗଡ ଥାନାଧିକାରୀଙ୍କୁ ପ୍ରେରଣ କରଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ବିଧାୟିକା, ଅଧ୍ୟକ୍ଷଙ୍କ ପୁତ୍ତଳିକା ପୋଡ଼ି ବିକ୍ଷୋଭ: ଭାଜପା କହିଲା ଗୁଣ୍ଡାରାଜ କଥା ଆସିଲାବେଳକୁ ବିଜେଡି…

କେସିଙ୍ଗା,୩୧।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀର ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ମୁନା ମହାନ୍ତି ତହସିଲଦାରଙ୍କୁ ଧମକ ଦେବା…

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇଦେଲେ ସ୍ବାମୀ: ହସ୍ପିଟାଲ୍‌ରେ ବଖାଣିଲେ ସବୁ ସତ, ପୋଲିସ ଖୋଜୁଛି…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏସ.କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ତ୍ରୀଙ୍କୁ ହତ୍ୟା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri