ଏଚ୍‌-୧ବି ଭିଜା ନିୟମରେ ରୋକ ଲାଗିଲା; ଭାରତୀୟ ଟେକ୍‌ ପ୍ରଫେଶନାଲଙ୍କୁ ଆଶ୍ୱସ୍ତି

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରସ୍ତାବିତ ନୂଆ ଭିଜା ନିୟମ ଉପରେ ସେଠାକାର ଏକ ଡିଷ୍ଟ୍ରିକ୍ଟ କୋର୍ଟ ବୁଧବାର ରୋକ ଲଗାଇଛନ୍ତି। ପ୍ରମୁଖ ଆଇଟି କମ୍ପାନୀଗୁଡିକ ଏହି ଭିଜା ନିୟମକୁ ବିରୋଧ କରିବା ସହ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଲୋଡିଥିଲେ। ନୂଆ ପ୍ରସ୍ତାବକୁ ଲାଗୁ କରିବାରୁ ବର୍ତ୍ତମାନ କୋର୍ଟ ରୋକ ଲଗାଇଛନ୍ତି। ଫଳରେ ଭାରତୀୟ ଆଇଟି ପ୍ରଫେଶନାଲ ଏବଂ ୟୁଏସ୍‌ର ପ୍ରମୁଖ ଆଇଟି କମ୍ପାନୀଗୁଡିକ ଏହା ଦ୍ୱାରା ଆଶ୍ୱସ୍ତି ଲାଭ କରିଛନ୍ତି। ଆମେରିକାରେ ଅବସ୍ଥିତ କମ୍ପାନୀଗୁଡିକ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ନୂଆ ଭିଜା ନିୟମ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି କରୁଥିଲା। ସାଧାରଣତଃ ଏଚ୍‌-୧ବି ଭିଜା ଦ୍ୱାରା କମ୍ପାନୀଗୁଡିକ ବିଦେଶୀ କୁଶଳୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥାନ୍ତି। ଟ୍ରମ୍ପ ଏହି ନିୟମ ଉପରେ କଟକଣା ଲଗାଇଥିଲେ।
ଆମେରିକା ପ୍ରତିବର୍ଷ ୮୫ ହଜାର ଏଚ୍‌-୧ବି ଭିଜା ଜାରି କରିଥାଏ। ସାଧାରଣତଃ ଏହି ଭିଜା ଅବଧି ୩ ବର୍ଷ ରହିଥିବା ବେଳେ ଏହାକୁ ନବୀକରଣ କରାଯାଇଥାଏ। ଏଚ୍‌୧ବି ଭିଜାର ପ୍ରାୟ ଅଧିକାଂଶ ଚାଇନା ଏବଂ ଭାରତୀୟ ମାନେ ଲାଭ କରିଥାନ୍ତି। ନର୍ଦର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ୍‌ କାଲିଫର୍ନିଆର ଡିଷ୍ଟ୍ରିକ୍ଟ ଜଜ୍‌ ଜେ.ହ୍ବାଇଟ ତାଙ୍କର ୨୩ ପୃଷ୍ଟା ବିଶିଷ୍ଟ ଆଦେଶରେ ଟ୍ରମ୍ପ ପ୍ରଶାସନ ଜାରି କରିଥିବା ନିୟମକୁ ରୋକ ଲଗାଇଛନ୍ତି। ସୂଚନାଯୋଗ୍ୟ, ଭିଜା ନିୟମରେ ପରିବର୍ତ୍ତନ ହେବା ଯୋଗୁ ଟେକ୍ନୋଲୋଜି କମ୍ପାନୀଗୁଡିକୁ କର୍ମଚାରୀଙ୍କୁ ନିଯୁକ୍ତିରେ ଅଧିକ ଖର୍ଚ୍ଚ କରିବାକୁ ପଡିଥାନ୍ତା। ଫଳରେ ସେମାନେ ବାଧ୍ୟ ହୋଇ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି କାଟ କରିଥାନ୍ତେ। ମାତ୍ର ଏହା ଦ୍ୱାରା ଟେକ୍ନୋଲୋଜି କମ୍ପାନୀଗୁଡିକ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରସ୍ତାବିତ ନିୟମ ଲାଗୁ ହୋଇଥିଲେ ଏଚ୍‌-୧ବି ଦ୍ୱାରା ଆମେରିକାରେ ନିଯୁକ୍ତି ଲାଭ କରିବାକୁ ଥିବା ଭାରତୀୟ ମାନେ କ୍ଷତିଗ୍ରସ୍ତ ହୋଇଥାନ୍ତେ।
୭ ସେପ୍ଟେମ୍ବରଠାରୁ ନୂଆ ନିୟମ ଲାଗୁ କରିବାକୁ କୁହାଯାଇଥିଲା। ମାତ୍ର ବର୍ତ୍ତମାନ ନ୍ୟାୟାଳୟ ଏହାକୁ ଲାଗୁ କରାଇବା ଉପରେ ରହିତାଦେଶ ଲାଗୁ କରିବାରୁ ଏହା କାର୍ଯ୍ୟକାରୀ ହେବନାହିଁ। ଅର୍ଥାତ ଆମେରିକାର ଶ୍ରମ ବିଭାଗପକ୍ଷରୁ ଲାଗୁ ହେବାକୁ ଥିବା ପ୍ରସ୍ତାବିତ ଏହି ନିୟମ ଆଉ ପ୍ରଭାବି ହୋଇ ରହିବ ନାହିଁ। ପ୍ରସ୍ତାବିତ ନିୟମ ଉପରେ ହସ୍ତକ୍ଷେପ କରିବା ଲାଗି ଫେସବୁକ, ଗୁଗଲ, ମାଇକ୍ରୋସଫ୍ଟ ଭଳି ଅନ୍ୟ ପ୍ରମୁଖ କମ୍ପାନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

୮ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଅସହ୍ୟ ହୋଇପାରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୫।୯: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଦେଶରେ ସାଧାରଣ ଜନତାଙ୍କ ଉପରେ ପଡ଼ିଥିବା ମହଙ୍ଗା ମାଡ଼ ଆଗକୁ ଆହୁରି ଉତ୍କଟ ହେବା ଆଶଙ୍କା ବଢ଼ାଇଛି ।…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?