ଏଚ୍‌-୧ବି ଭିଜା ନିୟମରେ ରୋକ ଲାଗିଲା; ଭାରତୀୟ ଟେକ୍‌ ପ୍ରଫେଶନାଲଙ୍କୁ ଆଶ୍ୱସ୍ତି

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରସ୍ତାବିତ ନୂଆ ଭିଜା ନିୟମ ଉପରେ ସେଠାକାର ଏକ ଡିଷ୍ଟ୍ରିକ୍ଟ କୋର୍ଟ ବୁଧବାର ରୋକ ଲଗାଇଛନ୍ତି। ପ୍ରମୁଖ ଆଇଟି କମ୍ପାନୀଗୁଡିକ ଏହି ଭିଜା ନିୟମକୁ ବିରୋଧ କରିବା ସହ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଲୋଡିଥିଲେ। ନୂଆ ପ୍ରସ୍ତାବକୁ ଲାଗୁ କରିବାରୁ ବର୍ତ୍ତମାନ କୋର୍ଟ ରୋକ ଲଗାଇଛନ୍ତି। ଫଳରେ ଭାରତୀୟ ଆଇଟି ପ୍ରଫେଶନାଲ ଏବଂ ୟୁଏସ୍‌ର ପ୍ରମୁଖ ଆଇଟି କମ୍ପାନୀଗୁଡିକ ଏହା ଦ୍ୱାରା ଆଶ୍ୱସ୍ତି ଲାଭ କରିଛନ୍ତି। ଆମେରିକାରେ ଅବସ୍ଥିତ କମ୍ପାନୀଗୁଡିକ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ନୂଆ ଭିଜା ନିୟମ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି କରୁଥିଲା। ସାଧାରଣତଃ ଏଚ୍‌-୧ବି ଭିଜା ଦ୍ୱାରା କମ୍ପାନୀଗୁଡିକ ବିଦେଶୀ କୁଶଳୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥାନ୍ତି। ଟ୍ରମ୍ପ ଏହି ନିୟମ ଉପରେ କଟକଣା ଲଗାଇଥିଲେ।
ଆମେରିକା ପ୍ରତିବର୍ଷ ୮୫ ହଜାର ଏଚ୍‌-୧ବି ଭିଜା ଜାରି କରିଥାଏ। ସାଧାରଣତଃ ଏହି ଭିଜା ଅବଧି ୩ ବର୍ଷ ରହିଥିବା ବେଳେ ଏହାକୁ ନବୀକରଣ କରାଯାଇଥାଏ। ଏଚ୍‌୧ବି ଭିଜାର ପ୍ରାୟ ଅଧିକାଂଶ ଚାଇନା ଏବଂ ଭାରତୀୟ ମାନେ ଲାଭ କରିଥାନ୍ତି। ନର୍ଦର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ୍‌ କାଲିଫର୍ନିଆର ଡିଷ୍ଟ୍ରିକ୍ଟ ଜଜ୍‌ ଜେ.ହ୍ବାଇଟ ତାଙ୍କର ୨୩ ପୃଷ୍ଟା ବିଶିଷ୍ଟ ଆଦେଶରେ ଟ୍ରମ୍ପ ପ୍ରଶାସନ ଜାରି କରିଥିବା ନିୟମକୁ ରୋକ ଲଗାଇଛନ୍ତି। ସୂଚନାଯୋଗ୍ୟ, ଭିଜା ନିୟମରେ ପରିବର୍ତ୍ତନ ହେବା ଯୋଗୁ ଟେକ୍ନୋଲୋଜି କମ୍ପାନୀଗୁଡିକୁ କର୍ମଚାରୀଙ୍କୁ ନିଯୁକ୍ତିରେ ଅଧିକ ଖର୍ଚ୍ଚ କରିବାକୁ ପଡିଥାନ୍ତା। ଫଳରେ ସେମାନେ ବାଧ୍ୟ ହୋଇ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି କାଟ କରିଥାନ୍ତେ। ମାତ୍ର ଏହା ଦ୍ୱାରା ଟେକ୍ନୋଲୋଜି କମ୍ପାନୀଗୁଡିକ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରସ୍ତାବିତ ନିୟମ ଲାଗୁ ହୋଇଥିଲେ ଏଚ୍‌-୧ବି ଦ୍ୱାରା ଆମେରିକାରେ ନିଯୁକ୍ତି ଲାଭ କରିବାକୁ ଥିବା ଭାରତୀୟ ମାନେ କ୍ଷତିଗ୍ରସ୍ତ ହୋଇଥାନ୍ତେ।
୭ ସେପ୍ଟେମ୍ବରଠାରୁ ନୂଆ ନିୟମ ଲାଗୁ କରିବାକୁ କୁହାଯାଇଥିଲା। ମାତ୍ର ବର୍ତ୍ତମାନ ନ୍ୟାୟାଳୟ ଏହାକୁ ଲାଗୁ କରାଇବା ଉପରେ ରହିତାଦେଶ ଲାଗୁ କରିବାରୁ ଏହା କାର୍ଯ୍ୟକାରୀ ହେବନାହିଁ। ଅର୍ଥାତ ଆମେରିକାର ଶ୍ରମ ବିଭାଗପକ୍ଷରୁ ଲାଗୁ ହେବାକୁ ଥିବା ପ୍ରସ୍ତାବିତ ଏହି ନିୟମ ଆଉ ପ୍ରଭାବି ହୋଇ ରହିବ ନାହିଁ। ପ୍ରସ୍ତାବିତ ନିୟମ ଉପରେ ହସ୍ତକ୍ଷେପ କରିବା ଲାଗି ଫେସବୁକ, ଗୁଗଲ, ମାଇକ୍ରୋସଫ୍ଟ ଭଳି ଅନ୍ୟ ପ୍ରମୁଖ କମ୍ପାନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri