Posted inଫୁରସତ

ଅଜ୍ଞାନ ଅନ୍ଧକାର ଦୂରକରେ ଶିକ୍ଷା

ଯେକୌଣସି ଦେଶର ବିକାଶ ଏହାର ସମୃଦ୍ଧ ମାନବ ସମ୍ବଳ ଉପରେ ହିଁ ନିର୍ଭର କରିଥାଏ। ସମୃଦ୍ଧ ମାନବ ସମ୍ବଳ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଲେଖିବା, ପଢ଼ିବା ଜାଣିଲେ ଲୋକେ ବିଭିନ୍ନ ସରକାରୀ ସେବାର ଲାଭରୁ ବଞ୍ଚିତ ହେବା ଆଶଙ୍କା ରହିଥାଏ। ଶିକ୍ଷା ଅଜ୍ଞାନ ଅନ୍ଧକାର ଦୂର କରିବାରେ ସହାୟକ ହୋଇଥାଏ। ପଢ଼ି ଜାଣିଥିବା ଲୋକ ସରକାରଙ୍କ ଯୋଜନା ପ୍ରତି ସଚେତନ ହୋଇପାରିଥାନ୍ତି। ଶିକ୍ଷା ହେଉଛି ଏକ ମୌଳିକ ମାନବିକ ଅଧିକାର। ତେଣୁ ସମସ୍ତେ କିଭଳି ଲେଖିବା, ପଢ଼ିବା ଜାଣିବେ ତାହା ପୃଥିବୀର ପ୍ରତିଟି ଦେଶର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥାଏ।
ଦୃଷ୍ଟିରେ ରଖି ପ୍ରତିବର୍ଷ ଜାନୁୟାରୀ ୨୪ରେ ଅନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଥାଏ। ୨୦୧୮ ଡିସେମ୍ବର ୩ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏହି ଦିବସ ପାଳନ ଲାଗି ଏକ ସଂକଳ୍ପ ଗ୍ରହଣ କରାଯାଇଥିଲା। ଏହି ଦିନକୁ ଅନ୍ତର୍ଜାତୀୟ ଶିକ୍ଷା ଦିବସ ଭାବେ ଘୋଷଣା କରାଯାଇ ବିଶ୍ୱ ଶାନ୍ତି ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ଶିକ୍ଷାର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାର ଉଦ୍ୟମ ଅବ୍ୟାହତ ରହିଛି।
୨୫୮ ନିୟୁତ ଶିଶୁ ଏବଂ ଯୁବକ ପାଠ ପଢ଼ିବା ଜାଣିନାହାନ୍ତି। ସେମାନଙ୍କ ଲାଗି ସ୍କୁଲ ଯିବା ସୁବିଧା ନାହିଁ। ସେହିପରି ୬୧୭ ନିୟୁତ ଶିଶୁ ଏବଂ କିଶୋର ପଢ଼ି ଜାଣନ୍ତି ନାହିଁ। ମୌଳିକ ଗଣିତ ସମ୍ପର୍କରେ ସେମାନେ କିଛି ବି ଜାଣିନାହାନ୍ତିି। ଆଫ୍ରିକାର ସାହାରା ଅଞ୍ଚଳରେ ୪୦ ପ୍ରତିଶତରୁ କମ୍‌ ବାଳିକା ନିମ୍ନ ମାଧ୍ୟମିକ ବିଦ୍ୟାଳୟରେ ପଢ଼ା ଶେଷ କରିଥାନ୍ତି ଏବଂ ପ୍ରାୟ ୪ ନିୟୁତ ଶିଶୁ ଏବଂ ଯୁବ ଶରଣାର୍ଥୀ ବିଦ୍ୟାଳୟକୁ ଯାଇନାହାନ୍ତି। ଏହାଦ୍ୱାରା ସେମାନଙ୍କର ଶିକ୍ଷା ଅଧିକାର ଉଲ୍ଲଂଘନ ହେଉଛି। ଏହା କେବେ ମଧ୍ୟ ଏକ ସୁସ୍ଥ ତଥା ବିକାଶଶୀଳ ସମାଜ ପାଇଁ ଗ୍ରହଣୀୟ ନୁହେଁ। ଏ ସମ୍ପର୍କରେ ଅନ୍ତର୍ଜାତୀୟ ଶିକ୍ଷା ଦିବସରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥାଏ।
ଦିବସ ପାଳନ ଅବସରରେ ବିଭିନ୍ନ ସରକାରୀ ତଥା ବେସରକାରୀ ସଂଗଠନ ପକ୍ଷରୁ ସମାନ ଗୁଣାତ୍ମକ ଶିକ୍ଷା ଏବଂ ସମସ୍ତଙ୍କ ପାଇଁ ଆଜୀବନ ସୁଯୋଗ ବିନା ଲିଙ୍ଗଗତ ସମାନତା ହାସଲ କରିବା ସଫଳ ହେବ ନାହିଁ ଏବଂ ଦାରିଦ୍ର୍ୟ ଶେଷ ହେବ ନାହିଁ ବୋଲି ସଚେତନ କରାଯାଇଥାଏ। ପ୍ରତିବର୍ଷ ଏହି ଦିବସ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରିଥାଏ। ଚଳିତ ୨୦୨୪ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ହେଉଛି ‘ସ୍ଥାୟୀ ଶାନ୍ତି ପାଇଁ ଶିକ୍ଷା’।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?