ବାଇକ୍‌ରେ ଯାଉଥିଲେ ଓକିଲ, ଉପରେ ପଡ଼ିଲା ଶୁଖିଲା ଗଛ, ଆଉ ତା’ ପରେ…

ବାଲିଗୁଡ଼ା,୩୧ା୧((ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟରେ ଶୁଖିଲା ଆମ୍ବ ଗଛ ପଡ଼ି ଜଣେ ବରିଷ୍ଠ ଓକିଲ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି।
ଘଟଣାରୁ ପ୍ରକାଶ ଯେ, ପଣସପଡ଼ି ସାହିରୁ କୋର୍ଟକୁ ଯିବା ପାଇଁ ନିଜ ବାଇକ୍‌ରେ ବାହାରିଥିଲେ ବରିଷ୍ଠ ଓକିଲ ରାମକୃଷ୍ଣ ଦାସ। କୋର୍ଟ ମାର୍କେଟ ହୋଇ ଯାଉଥିବା ବେଳେ ହଠାତ୍‌ ରାସ୍ତା ପାର୍ଶ୍ୱରେ ଦୀର୍ଘଦିନ ହେବ ରହିଥିବା ବିରାଟ ଶୁଖିଲା ଆମ୍ବ ଗଛଟି ଭାଙ୍ଗି ଯାଇ ଚଳନ୍ତା ବାଇକ୍‌ରେ ଥିବା ଦାସଙ୍କ ଉପରେ ପଡ଼ିଥିଲା। କିଛି ଜାଣିବା ଆଗରୁ ଶୁଖିଲା ଗଛ ତଳେ ଚାପି ହୋଇ ଯାଇଥିଲେ ଓକିଲ। ଜୀବନ ବଞ୍ଚାଇବା ପାଇଁ ଚିତ୍କାର ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଅଧିକ ଗୁରତର ହେବାରୁ ଫୁଲବାଣୀ ଜିଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ। ତେବେ ଦୀର୍ଘଦିନ ହେବ ସେହି ମାର୍କେଟରେ ଦୁଇଟି ଶୁଖିଲା ଗଛ ଥିବା ସତ୍ତ୍ୱେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାହାକୁ କଟା ନ ଯାଇ ରଖାଯିବା ଫଳରେ ଆଜି ନିଶ୍ଚିତ ମୃତ୍ୟୁ ମୁଖରୁ ଜଣେ ଓକିଲ ବଞ୍ଚିଯାଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଓ ସ୍ଥାନୀୟ ଲୋକେ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri