ଘୋଡ଼ା ବେପାରୀଙ୍କ ହାଟ ସଉଦା

ଯେଉଁମାନଙ୍କ ପ୍ରତି ବିପଦର ଆଶଙ୍କା ଥାଏ ସେମାନେ ହୁଏତ ଆତ୍ମଗୋପନ କରିଥାନ୍ତି କିମ୍ବା ମେଳିବାନ୍ଧି ରହିଥାନ୍ତି। ଅନୁରୂପ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ଓ ବିହାରରେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଇସ୍ତଫା ଦେଲାପରେ ଘୋଡ଼ାବେପାରର ଆଶଙ୍କାକରି ଜେଏମ୍‌ଏମ୍‌ର ବିଧାୟକମାନେ ହାଇଦ୍ରାବାଦରେ ମେଳିବାନ୍ଧି ରହିଲେ। ଆସ୍ଥା ଭୋଟ ଦିନ ସେମାନେ ରାଞ୍ଚତ୍ ଫେରିଥିଲେ। ସେହିପରି ନୀତୀଶ୍‌ କୁମାର ଆସ୍ଥା ଭୋଟର ପ୍ରମାଣ ଦେବା ପୂର୍ବରୁ ଭାଜପା ତା’ ବିଧାୟକମାନଙ୍କୁ ବୋଦ୍ଧଗୟାରେ, ଜେଡିୟୁ ତା’ର ବିଧାୟକମାନଙ୍କୁ ପାଟଣାର ଚାଣକ୍ୟ ହୋଟେଲରେ ଏବଂ ଆର୍‌ଜେଡି ତା’ ବିଧାୟକମାନଙ୍କୁ ତେଜସ୍ବୀ ଯାଦବଙ୍କ ଘରେ ରଖିଥିଲା। ସମସ୍ତେ ନଜରବନ୍ଦୀ! ଏଠାରେ ଗୋଟିଏ ପ୍ରଶ୍ନ ମନକୁ ଆସେ ଆମ ବିଧାୟକ-ସାଂସଦମାନେ କ’ଣ ଏତେ ଶସ୍ତା ଯେ ତାଙ୍କୁ କେହି ଜଣେ ବି ସଉଦାପତ୍ର ଭଳି କିଣି ନେଇପାରିବ? କିଣି ନେଇଗଲେ ମଧ୍ୟ। ଆର୍‌ଜେଡିର ୩ ବିଧାୟକ ଆସ୍ଥା ଭୋଟ ବେଳେ ଏନ୍‌ଡିଏ ବେଞ୍ଚ୍‌ରେ ବସିଥିବାର ଦେଖାଯାଇଥିଲା।
୨୦୦୦ ମସିହାଠାରୁ ନୀତୀଶ୍‌ କୁମାର ଆର୍‌ଜେଡି ଓ ଏନ୍‌ଡିଏ ମଧ୍ୟରେ ୯ଥର ଏପଟ ସେପଟ ହୋଇଛନ୍ତି। ୨୦୧୭ରେ ନୀତୀଶ୍‌ ମହାଗଠବନ୍ଧନ ପରିତ୍ୟାଗ କରିବାରୁ ଲାଲୁ ପ୍ରସାଦ ତାଙ୍କୁ ‘ପଲ୍‌ଟୁ ରାମ’ ଉପାଧିଟିଏ ଦେଇଥିଲେ। ପୁନର୍ବାର ୨୦୨୨ରେ ଭାଜପା ସହ ମେଣ୍ଟ ଛାଡ଼ି ଆର୍‌ଜେଡି ସହ ହାତ ମିଳାଇବାରୁ ଅମିତ୍‌ ଶାହା ସେହି ‘ପଲ୍‌ଟୁ ରାମ’ ଉପାଧିକୁ ଦୋହରାଇଥିଲେ। ଏବେ ଭାଜପା ପାଇଁ ସେ ଆଉ ‘ପଲ୍‌ଟୁ ରାମ’ ହୋଇ ରହିନାହାନ୍ତି। କ୍ଷମତାର ମୋହ ନୀତୀଶ୍‌ କୁମାରଙ୍କୁ ନବମ ଥର ଲାଗି ମୁଖ୍ୟମନ୍ତ୍ରୀ କରାଇପାରିଲା।
ଗତମାସରେ ଅନୁଷ୍ଠିତ ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଟର୍ନିଂ ଅଫିସର ଆଠଖଣ୍ଡ ଭୋଟ ହାତସଫେଇ କରିଦେବାରୁ କଂଗ୍ରେସ-ଆପ୍‌ ପ୍ରାର୍ଥୀ ପରାସ୍ତ ହେଲେ ଏବଂ ଭାଜପା ପ୍ରାର୍ଥୀ ବିଜୟୀ ହେଲେ। ପ୍ରକାଶଥାଉ କି ସମ୍ପୃକ୍ତ ରିଟର୍ନିଂ ଅଫିସର ପୂର୍ବରୁ ଭାଜପାର ସଂଖ୍ୟାଲଘୁ ସଂଗଠନର ସଭାପତି ଥିଲେ। ସୁପ୍ରିମ୍‌କୋର୍ଟ ଏଥିରେ ହସ୍ତକ୍ଷେପ କରି ‘ଗଣତନ୍ତ୍ରକୁ ହତ୍ୟା କରିବାକୁ ଦିଆଯିବ ନାହିଁ ‘ ବୋଲି ଟିପ୍ପଣୀ ଦେଇଥିଲେ। ୨୦୨୨ ଜାନୁଆରୀ ୩୦ରେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପଛରେ ଉଭୟ ରାଜ୍ୟପାଳ ଓ ବାଚସ୍ପତିଙ୍କ ଅସାଧୁ ଉଦ୍ୟମ କାର୍ଯ୍ୟ କରିଥିଲା। ସୁପ୍ରିମ୍‌କୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ ‘ଅବୈଧ’ ବୋଲି ଟିପ୍ପଣୀ ଦେଇଥିଲେ। ୨୦୧୯ରେ କର୍ନାଟକରେ ଜେଡି(ଏସ୍‌)ର ଅଯୋଗ୍ୟ ଘୋଷିତ ୧୬ ବିଧାୟକ କଂଗ୍ରେସଠାରୁ ସମର୍ଥନ ପ୍ରତ୍ୟାହାର କରି ଭାଜପାକୁ ସମର୍ଥନ ଦେବାରୁ ସରକାରରେ ପରିବର୍ତ୍ତନ ଘଟିଥିଲା। ଏହି ଘଟଣାଟିରେ ଘୋଡ଼ା ବେପାର ହୋଇଥିବାର ନିଶ୍ଚିତ ହୋଇଥିଲା।
ଷାଠିଏ ଦଶକରୁ ଭାରତୀୟ ରାଜନୀତିରେ ଏପରି ଘୋଡ଼ାବେପାର ଚାଲିଆସିଛି। ୧୯୮୫ରେ ଦଳବଦଳ ନିରୋଧ ଆଇନ ପ୍ରଣୟନ ସତ୍ତ୍ୱେ ଅବସ୍ଥାର ସେମିତି କିଛି ଉଲ୍ଲେଖନୀୟ ଉନ୍ନତି ଘଟିନାହିଁ। ଏହା ପଛରେ ଏକ ମଜାଦାର ଘଟଣା ରହିଛି। ହରିୟାଣାର ହସନ୍‌ପୁର ନିର୍ବାଚନମଣ୍ଡଳୀର ଗୟା ଲାଲ୍‌ ନାମକ ବିଧାୟକ ସ୍ବାଧୀନ ଭାବେ ଜିତିଥିଲେ। କିଛିଦିନ ପରେ ସେ କଂଗ୍ରେସ ଦଳରେ ସାମିଲ ହେଲେ। କଂଗ୍ରେସରୁ ଜନତା ପାର୍ଟି, ଜନତା ପାର୍ଟିରୁ କଂଗ୍ରେସ- ଗୟା ଲାଲ୍‌ ୧୫ ଦିନ ଭିତରେ ୩ ଥର ଦଳ ବଦଳ କଲେ। ପୁଣି ଏକ ଘଟଣା କ୍ରମରେ ସେ ମାତ୍ର ୯ ଘଣ୍ଟା ମଧ୍ୟରେ କଂଗ୍ରେସରୁ ଜନତା ପାର୍ଟିକୁ ଯାଇ ପୁଣି କଂଗ୍ରେସକୁ ଫେରିଆସିଲେ। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ରାଓ ବୀରେନ୍ଦ୍ର ସିଂ ଗୟା ଲାଲ୍‌ଙ୍କୁ ଉପସ୍ଥିତ କରାଇ କହିଲେ-‘ଗୟା ରାମ୍‌ ଅବ୍‌ ଆୟା ରାମ୍‌ ଥେ।’ ସେବେଠାରୁ ‘ଆୟା ରାମ୍‌, ଗୟା ରାମ୍‌’ ଉକ୍ତିଟି ପ୍ରବାଦରୂପେ ପ୍ରଚଳିତ ହୋଇଆସିଲା।
୧୯୬୭ରେ ହରିୟାଣାରେ ପ୍ରଥମେ ‘ଘୋଡ଼ାବେପାର’ ବ୍ୟାପକ ଭାବେ ଆରମ୍ଭ ହୋଇଥିଲା। କିଏ କେତେବେଳେ କେଉଁ ଦଳ ପାଖରେ କୋଟି କୋଟି ଟଙ୍କାରେ ମୁଣ୍ଡ ବିକିଲେ ତାହା ଜଣାପଡ଼ିଲା ନାହିଁ। ଉପର ବର୍ଣ୍ଣିତ ଗୟା ଲାଲ୍‌ ଘଟଣା ଏକ ଦୃଷ୍ଟାନ୍ତମାତ୍ର। ଫଳତଃ ହରିୟାଣା ବିଧାନସଭା ଭାଙ୍ଗିଯାଇ ପୁନର୍ବାର ୧୯୬୮ରେ ନିର୍ବାଚନ ହୋଇଥିଲା।

– ରବିନାରାୟଣ ସାମଲ
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri