ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ପଦକ୍ଷେପ

କିଛି ସପ୍ତାହ ତଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ‘ପେପରଲେସ୍‌ ଗ୍ରୀନ୍‌ କୋର୍ଟ ରୁମ୍‌’ ଅର୍ଥାତ୍‌ ‘କାଗଜବିହୀନ ସବୁଜିମା ନ୍ୟାୟାଳୟ କକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପକୁ ସାରା ଦେଶ ସ୍ବାଗତ କରୁଛି। ଦେଶର ଯେକୌଣସି ସ୍ତରର ନ୍ୟାୟାଳୟକୁ ପରିଦର୍ଶନରେ ଗଲେ ଦେଖିପାରିବା ସେହି ନ୍ୟାୟାଳୟର କୋଠରିଗୁଡିକ କିଭଳି ବିଭିନ୍ନ ଗ୍ରନ୍ଥ, କାଗଜପତ୍ର ଓ ଦଲିଲର ପାହାଡ଼ରେ ଭରି ରହିଛି। ନ୍ୟାୟାଧୀଶ, ଆଇନଜୀବୀ, ନ୍ୟାୟାଳୟର କର୍ମଚାରୀ, ବାଦୀ, ପ୍ରତିବାଦୀଙ୍କୁ ସର୍ବଦା ବାଧ୍ୟବାଧକତାରେ ଏପରି ଏକ ଅଣନିଃଶ୍ବାସୀ ପରିବେଶରେ ରହି କାମ କରିବାକୁ ପଡୁଛି। ତେବେ ‘ପେପରଲେସ୍‌ ଗ୍ରୀନ୍‌ କୋର୍ଟ ରୁମ୍‌’ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ପରେ ସର୍ବୋଚ୍ଚ ନ୍ୟାୟାଳୟ ସମ୍ପୂର୍ଣ୍ଣ ହାଇଟେକ୍‌ ଦିଗକୁ ଅଗ୍ରସର ହେଉଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଯୋଗୁ ନ୍ୟାୟାଧୀଶଙ୍କ ପାଇଁ କାଗଜର ସେହି ପାହାଡ଼ ଗଦାର ସ୍ଥାନ ଏବେ ଏକ ପତଳା ପପ୍‌-ଅପ୍‌ ପରଦା ନେଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଡିଜିଟାଲ ଲାଇବ୍ରେରି ମଧ୍ୟ ଆରମ୍ଭ ହୋଇଛି, ଯେଉଁଠି ଆଇନ ସହ ଜଡ଼ିତ ସମସ୍ତ ପୁସ୍ତକକୁ ତୁରନ୍ତ ଅବଲୋକନ କରିହେବ। ୭୩ ବର୍ଷର ଇତିହାସରେ ଭାରତୀୟ ନ୍ୟାୟପାଳିକାର ସମ୍ପୂର୍ଣ୍ଣ ଡିଜିଟାଲୀକରଣ ପ୍ରକ୍ରିୟା ଆରମ୍ଭ ହେବା ଦିଗରେ ଏହା ଏକ ସୋପାନ ମାତ୍ର। ବାସ୍ତବିକ ଏହା ହେଉଛି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଥମ ପଦକ୍ଷେପ। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ୩ଟି ଅଦାଲତ ‘ସବୁଜ ନ୍ୟାୟାଳୟ’ ହୋଇଛି। ଆଗାମୀ ଦିନରେ ଏହି ତିନୋଟି ଅଦାଲତରେ ପୂର୍ବ ଭଳି ମୋଟାମୋଟା କେସ୍‌ ଫାଇଲ କିମ୍ବା ଗତ ୫୦ବର୍ଷର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିଗୁଡ଼ିକର ଶହ ଶହ ନଥିପତ୍ର ଏବଂ କାଗଜପତ୍ର ଦୃଷ୍ଟିଗୋଚର ହେବନାହିଁ।
ଅନ୍‌ଲାଇନ ଶୁଣାଣି ପାଇଁ ଏହି ନ୍ୟାୟାଳୟଗୁଡ଼ିକର କୋଠରିରେ ଆଜି ବଡ଼ବଡ଼ ଏଲ୍‌ସିଡି ସ୍ଥାପିତ ହୋଇଛି। ଓକିଲମାନଙ୍କ ପାଇଁ ହାଇଟେକ୍‌ ସୁବିଧା ଆରମ୍ଭ ହୋଇଛି। ଏଣିକି ଓକିଲମାନଙ୍କୁ ବିଭିନ୍ନ ମାମଲା ସମ୍ବନ୍ଧୀୟ ମୋଟାମୋଟା ଗ୍ରନ୍ଥ, କାଗଜପତ୍ର ଆଦି ବହନ କରିବାକୁ ପଡ଼ିବ ନାହିଁ। ସେମାନେ ଲାପ୍‌ଟପ୍‌ ଏବଂ ଟାବ୍‌ଲେଟ୍‌ ମାଧ୍ୟମରେ ବିଚାରପତିମାନଙ୍କୁ ବିଭିନ୍ନ ତଥ୍ୟ ଜଣାଇପାରିବେ। ଏହାକୁ ସହଜରେ ପାଠ କରାଯାଇ ପାରିବ। ବିଭିନ୍ନ ମାମଲା ସହ ଜଡ଼ିତ ଆଇନଗତ ଦଲିଲର ସହଜ ଉପଲବ୍ଧତା ପାଇଁ ବିଚାରପତିଙ୍କ ପାଖରେ ଡକ୍ୟୁମେଣ୍ଟ ଭ୍ୟୁଇଙ୍ଗ୍‌ ଟେକ୍ନୋଲୋଜି (ଦସ୍ତାବିଜ ଅବଲୋକନ କୌଶଳ) ମଧ୍ୟ ରହିବ। ଏହାକୁ ବ୍ୟବହାର କରିବା ପରେ ଡକ୍ୟୁମେଣ୍ଟଗୁଡ଼ିକୁ ମେଶିନରେ ରଖାଯାଇପାରିବ। ଯାହାକୁ ଓକିଲମାନେ ନିଜ ସ୍କ୍ରିନ୍‌ ଅବା କୋର୍ଟର ବଡ଼ ପରଦାରେ ଦେଖି ସହଜରେ ତର୍ଜମା କରିପାରିବେ। ବିଭିନ୍ନ ଦସ୍ତାବିଜ ଅବା ଦଲିଲ ପଢ଼ିବା ପାଇଁ ଓକିଲମାନଙ୍କ ପାଖରେ ସ୍ମାର୍ଟ ସ୍କ୍ରିନ୍‌ର ସୁବିଧା ମଧ୍ୟ ଉପଲବ୍ଧ ରହିବ। ଅଦାଲତରେ ଉପସ୍ଥିତ ବିଚାରପତିଗଣ ବିଭିନ୍ନ ପୁରୁଣା ବିଚାରର ନ୍ୟାୟିକ ତଥ୍ୟ ଏବଂ ଆଇନର ବିଭିନ୍ନ ଦିଗକୁ ଡିଜିଟାଲ ପ୍ଲାଟ୍‌ଫର୍ମରେ ଦେଖିପାରିବେ। ସର୍ବୋଚ୍ଚ ନ୍ୟାୟାଳୟର ୧ମ ରୁ ୫ମ ନ୍ୟାୟିକ କରିଡର ବ୍ୟତୀତ ମିଡିଆ (ଗଣମାଧ୍ୟମ ଯୋଗାଯୋଗ) କକ୍ଷ ଏବଂ ବିଶ୍ରାମାଗାରରେ ଓକିଲ, ମହକିଲ ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ମାଗଣା ୱାଇଫାଇର ସୁବିଧା ଉପଲବ୍ଧ ରହିଛି। ଆଶା କରାଯାଉଛି ଆସନ୍ତା ଦିନରେ ଅନ୍ୟ ନ୍ୟାୟାଳୟଗୁଡ଼ିକରେ ମଧ୍ୟ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିବ।
ଉଲ୍ଲେଖନୀୟ ଯେ , ନ୍ୟାୟାଳୟର ପରିସର ତଥା କକ୍ଷଗୁଡ଼ିକର ଆଧୁନିକୀକରଣ ପାଇଁ ଭାରତର ପ୍ରଧାନ ବିଚାରପତି ନ୍ୟାୟାଧୀଶ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ଼ ହିଁ ପ୍ରସ୍ତାବ ଦେଇଥିଲେ। ସେ ଆହୁରି ମଧ୍ୟ ଚାହିଁଥିଲେ ଯେ, ସର୍ବୋଚ୍ଚ ନ୍ୟାୟାଳୟର କାର୍ଯ୍ୟକ୍ରମ କାଗଜବିହୀନ ହେଉ, ଯାହା ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଆରମ୍ଭ ହୋଇଛି। କାଗଜ ସଂରକ୍ଷଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକାଧିକ ଯୋଜନା ପ୍ରସ୍ତୁତ କରିଛନ୍ତି। ଯେପରି- ଯାଚିକାର ’ବ୍ୟାକ୍‌ ଟୁ ବ୍ୟାକ୍‌ ପ୍ରିଣ୍ଟିଂ’ (କାଗଜର ଉଭୟ ପାଶର୍‌ବ ଛପାଯିବା), ଇ-ଫାଇଲିଂ କରିବା ଇତ୍ୟାଦି। ଏହା ସହ ସର୍ବୋଚ୍ଚ ନ୍ୟାୟାଳୟର ଅଧିକାଂଶ ନ୍ୟାୟିକ ପ୍ରକ୍ରିୟାର ଲାଇଭ ଟେଲିକାଷ୍ଟ (ସିଧା ପ୍ରସାରଣ) ଆରମ୍ଭ ହୋଇଛି; ଯଦ୍ଦ୍ବାରା ଜଣେ ସାଧାରଣ ନାଗରିକ ଏହାର ଲାଭପାଇପାରିବେ। ବର୍ତ୍ତମାନ କେଉଁ ଓକିଲ ନ୍ୟାୟାଳୟରେ କେଉଁ ଯୁକ୍ତି ଉପସ୍ଥାପନ କରିଥିଲେ ଏବଂ ଏହା ଉପରେ ନ୍ୟାୟାଧୀଶ କିପରି ପ୍ରତିକ୍ରିୟା ପ୍ରକାଶ କଲେ ତାହା ଜାଣିହେବ। ପୂର୍ବରୁ ଏହି ସୂଚନା ସହଜରେ ଉପଲବ୍ଧ ନ ଥିଲା, କିନ୍ତୁ ବର୍ତ୍ତମାନ ଯିଏ ଏହି ସିଧା ପ୍ରସାରଣ ଦେଖିବା ପାଇଁ ଅନୁମତିପ୍ରାପ୍ତ, ସେ ବିନା କାଟଛାଣ୍ଟରେ ସମଗ୍ର ପ୍ରକ୍ରିୟା ଦେଖିପାରିବ। ନ୍ୟାୟାଳୟର ନ୍ୟାୟିକ ପ୍ରକ୍ରିୟା ଦେଖିବାକୁ ଦେବା ନିଶ୍ଚିତ ରୂପେ ଏକ ପ୍ରଶଂସନୀୟ ପଦକ୍ଷେପ। ସେହିଭଳି ନିଜ ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍‌ରେ ଆମେ(ଅନୁମତିପ୍ରାପ୍ତ) ନ୍ୟାୟାଳୟର ଡିସ୍‌ପ୍ଲେ ବୋର୍ଡ(ପ୍ରଦର୍ଶନ ଫଳକ)କୁ ସହଜରେ ଦେଖିପାରିବା। ସେହି ବୋର୍ଡରୁ କେଉଁ ଅଦାଲତରେ କି ମାମଲା ଚାଲୁଛି ତାହା ଜାଣିହେବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପ କେବଳ ପରିବେଶର ସୁରକ୍ଷା କରିବ ନାହିଁ ବରଂ ସମୟ ବଞ୍ଚାଇବ ଏବଂ ନ୍ୟାୟାଳୟ ପରିସରର ଅଯଥା ଭିଡ଼କୁ ମଧ୍ୟ ହ୍ରାସ କରିବ। ନ୍ୟାୟିକ ପ୍ରକରଣ ଗତିଶୀଳ ହେବ। ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଶୀଘ୍ର ପ୍ରାପ୍ତ ହେବ। ଏସବୁ ଦୃଷ୍ଟିରୁ ବିଚାରକଲେ ଜାଣିପାରିବା ଯେ ଏହା ହେଉଛି ଉଚ୍ଚତମ ନ୍ୟାୟାଳୟଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ।

  • ଈପ୍ସିତା ମହାନ୍ତି
    ବୈପାରିଗୁଡ଼ା, କୋରାପୁଟ
    ମୋ- ୬୩୭୦୬୭୯୪୦୫

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?