ନୀରୋଗ ଶରୀର ଅନ୍ତରାଳେ…

ସାରା ବିଶ୍ୱରେ ନିଜ ନିଜର ପାରମ୍ପରିକ ଚିକିତ୍ସା ବିଜ୍ଞାନ ରହିଥିବା ବେଳେ ଆମ ଭାରତବର୍ଷରେ ଆୟୁର୍ବେଦୀ ଚିକିତ୍ସା ବିଜ୍ଞାନ ବହୁ ପୁରାତନ। ଏପରି ଚିକିତ୍ସା ପ୍ରଣାଳୀକୁ ସର୍ବଶ୍ରେଷ୍ଠ ସ୍ବାସ୍ଥ୍ୟରକ୍ଷା ବିଜ୍ଞାନ ଭାବେ ପ୍ରାଧାନ୍ୟ ଦିଆଯାଉଅଛି। ଯୁଗ ଯେତେ ଆଧୁନିକ ହେଲେ ସୁଦ୍ଧା ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣିତ ବିଭିନ୍ନ ଆୟୁର୍ବେଦ ଔଷଧୀୟ ବୃକ୍ଷର ପତ୍ର, ଫୁଲ, କାଣ୍ଡ, ଓ ଚେରମୂଳିକୁ ଔଷଧ ରୂପେ ବ୍ୟବହାର ଧାରା ଏବେ ମଧ୍ୟ ଜାରି ରହିଛି। ଏଥିରେ ଦ୍ବିମତ ହେବାର ଅବକାଶ ନାହିଁ। ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ବିଭିନ୍ନ ରୋଗ ନିରୂପଣ ନିମନ୍ତେ ‘ତ୍ରିଦୋଷଜ’ ନାମରେ ଜଣା- ବାତ, ପିତ, କଫ ଆଧାର କରି ଏବଂ ରୋଗୀ ନାଡିର ଗତିବିଧିକୁ ଅନୁଧ୍ୟାନ କରି ରୋଗକୁ ନିରୂପଣ କରି ତାହାର ଉପଯୁକ୍ତ ଚିକିତ୍ସା କରାଯାଇଥାଏ। ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ବିଭିନ୍ନ ରୋଗର ଉପଶମ ଓ ପ୍ରତିରୋଧ ନିମନ୍ତେ ବିଭିନ୍ନ ଔଷଧୀୟ ବୃକ୍ଷଲତା ମଧ୍ୟରୁ ଗନ୍ଧପସାରୁଣୀ, ବେଲ ଓ ତୁଳସୀ ଗଛର ମହତ୍ତ୍ୱପୂର୍ଣ ଭୂମିକା ରହିଛି।
ଗନ୍ଧପସାରୁଣୀ : ଏହି ଲତା ଭାରତର ସମସ୍ତ ଜାଗାରେ ଦେଖାଯାଇଥାଏ। ସ୍ବାସ୍ଥ୍ୟ ନିମନ୍ତେ ଏହାର ମୁଖ୍ୟତଃ ପତ୍ର ବ୍ୟବହାର କରାଯାଏ। ତା’ ସହ ଏହାର କାଣ୍ଡ ଓ ଚେରକୁ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଗନ୍ଧପସାରୁଣୀରେ ବିଭିନ୍ନ ରାସାୟନିକ ପଦାର୍ଥ ସହ ଭିଟାମିନ ‘ସି’ ଭରି ରହିଛି। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ ଏବଂ ଏହାକୁ ବ୍ୟବହାର କରିବା ଦ୍ୱାରା ବହୁ ରୋଗରୁ ଉପଶମ ମିଳିଥାଏ। ଶରୀର ବେଦନାନାଶକ, ଆଣ୍ଟିଅକ୍ସିଡେଣ୍ଟ, ରୁମାଟିଜମ, ପାରାଲିସିସ ତଥା ବିଭିନ୍ନ ପ୍ରକାର ବଥ, ବାତ, ଅତିରିକ୍ତ ତରଳ ଝାଡ଼ା, ଆମାଶୟ ଝାଡ଼ା,ବନ୍ଧ୍ୟାତ୍ୱ ଦୂରୀକରଣ, ଅନ୍ତ୍ରଶୂଳ ବେଦନା, ପେଟରେ ବାୟୁ ବୃଦ୍ଧି ଆଦି ସମସ୍ୟା ପାଇଁ ଗନ୍ଧପସାରୁଣୀ ଅମୃତ ତୁଲ୍ୟ କାମ କରିଥାଏ। ଏହାର ପତ୍ର, କିଛି ପରିମାଣର ଅଦା, ରସୁଣ ଓ ଗୋଲମରିଚକୁ ଶିଳରେ ବାଟି ତାକୁ ସିଝାଇ ଉଷୁମ ଥିବା ଅବସ୍ଥାରେ ସେବନ କଲେ ବିଭିନ୍ନ ଥଣ୍ଡାଜନିତ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
ବେଲପତ୍ର: ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ବେଲ ବୃକ୍ଷର ଫଳ,ପତ୍ର ଓ ଚେର ବିଭିନ୍ନ ଔଷଧ ରୂପେ ବ୍ୟବହାର କରାଯାଏ। ଅନ୍ୟପକ୍ଷରେ ଏହାର କାଣ୍ଡ ଓ ପତ୍ରକୁ ବିଭିନ୍ନ ଦେବ କାର୍ଯ୍ୟରେ ଉପଯୋଗ କରାଯାଇଥାଏ। ବେଲ ସାଧାରଣତଃ ଆଜ୍‌ମା, ଡାଇରିଆ ଓ ରକ୍ତରେ ଶର୍କରା ପରିମାଣ ହ୍ରାସ କରିଥାଏ। ବେଲପତ୍ର ଭଗବାନ ଶିବଙ୍କୁ ସମର୍ପଣ କରାଯାଇଥାଏ, ଯଦ୍ଦ୍ବାର ମାନସିକ ସ୍ତରରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଥାଏ। କେବଳ ସେତିକି ନୁହେଁ ବେଲପତ୍ର ଖାଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ବିଭିନ୍ନ ଦୁରାରୋଗ୍ୟ ଦୂରହେବା ବିଷୟରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆଧୁନିକ ସ୍ବାସ୍ଥ୍ୟ ବିଜ୍ଞାନ ମତରେ ବେଲପତ୍ରରେ ଭିଟାମିନ -ଏ, ବି-୧, ବି-୨ ଏବଂ ସି ସମେତ କ୍ୟାଲସିୟମ, ପୋଟାସିୟମ, ଆଇରନ ଆଦି ଖଣିଜ ପଦାର୍ଥ ଭରପୂର ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ହିତକାରକ। ବେଲପତ୍ର ଖାଇବା ଦ୍ୱାରା ରାଜଯକ୍ଷ୍ମା, ଯକୃତ୍‌ ଜନିତ ରୋଗ, ଅନ୍ତ୍ରାଶୟର ସଂକ୍ରମଣରୁ ଉପଶମ ମିଳିଥାଏ। ତା’ସହ ପାଚନ କ୍ରିୟା ଆହୁରି ସକ୍ରିୟ ହୋଇଥାଏ। ବେଲ ଫଳକୁ ଖାଇବା ଦ୍ୱାରା ଶରୀରରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫୋଙ୍ଗାଲ,ଆମାଶୟ ଜନିତ ସମସ୍ୟାକୁ ଦୂର କରିଥାଏ। ବେଲରେ ଟେନିନ ନାମକ ଏକ ତତ୍ତ୍ୱ ରହିଛି, ଯାହାକି ଶରୀରରେ ଡାଇରିଆ, ହଇଜା ଆଦି ସଂକ୍ରମଣକୁ ପ୍ରତିରୋଧ କରିଥାଏ। ବେଲପତ୍ର ଓ ଏହାର ଫଳ ଶରୀର ପାଇଁ ଥଣ୍ଡାଜନିତ ଓ ପେଟଜନିତ ରୋଗରୁ ଆଶୁ ଉପକାର ଦେଇଥାଏ। ଏହାବ୍ୟତୀତ ଶରୀରର ପାଚନ ଗ୍ରନ୍ଥିରେ ଶର୍କରାର ମାତ୍ରାକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ। ବେଲପତ୍ରରୁ ପ୍ରସ୍ତୁତ ତୈଳ ଦ୍ୱାରା ବିଭିନ୍ନ ଚର୍ମ ରୋଗରୁ ଅନେକାଂଶରେ ଉପଶମ ମିଳିଥାଏ। ବେଲଫଳ ରସ ସେବନ ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ଅନ୍ୟପକ୍ଷରେ ଏହି ରସ ପିଇବା ଦ୍ୱାରା ବିଭିନ୍ନ ଜୈବପଦାର୍ଥରୁ ନିଃସୃତ ବିଷକ୍ରିୟା ଜନିତ ଚର୍ମରୋଗ ଦୂର ହୋଇଥାଏ। ବେଲଫଳ ରସ ସହ କିଛି ପରିମାଣର ଅଦା ଏବଂ ଗୁଡ଼ ମିଶାଇ ସେବନ କରିବା ଦ୍ୱାରା ମା’ କ୍ଷୀର ଅଭାବ ଜନିତ ସମସ୍ୟା ଦୂର ହୋଇଥାଏ।
ତୁଳସୀ: ଭାରତରେ ବିଭିନ୍ନ ପ୍ରକାର ତୁଳସୀ ବୃକ୍ଷ ଦେଖା ଦେଇଥାଏ। ତୁଳସୀର ପ୍ରକାର ଭେଦ ମଧ୍ୟରେ କୃଷ୍ଣ ତୁଳସୀ,ରାମ ତୁଳସୀ,ବଣ ତୁଳସୀ, କର୍ପୂର ତୁଳସୀ, ମରୁଆ ତୁଳସୀ ଆଦି ଅନ୍ୟତମ। ଏହାକୁ ସ୍ବାସ୍ଥ୍ୟ ନିମନ୍ତେ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଦେବ କାର୍ଯ୍ୟ ତଥା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟରେ ମଧ୍ୟ ତୁଳସୀର ଆବଶ୍ୟକତା ପଡିଥାଏ। ଭଗବାନ ବିଷ୍ଣୁ , ଶିବଙ୍କୁ ତୁଳସୀ ପତ୍ର, ତୁଳସୀ ଜଟା ଆଦି ସମର୍ପଣ କରିବା ଦ୍ୱାରା ମାନସିକ ସ୍ତରରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୋଇଥାଏ। ତୁଳସୀ ପତ୍ର ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ବିଭିନ୍ନ ଦୁଃସାଧ୍ୟ ରୋଗରୁ ଉପଶମ ମିଳିବାର ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ତୁଳସୀ ପତ୍ର ସେବନ ଦ୍ୱାରା ଶରୀରର ବୃଦ୍ଧିକାରୀ ଓ ଶକ୍ତିଦାୟକ ସମସ୍ତ ରସାୟନିକ ପ୍ରକ୍ରିୟା ସନ୍ତୁଳିତ ରହିଥାଏ। ଏହା ରକ୍ତରେ ଶର୍କରା ପରିମାଣକୁ ସ୍ବାଭାବିକ ରଖିବା, ରକ୍ତ ଚାପ, ଶାରୀରିକ ଅବସାଦ ହ୍ରାସ କରିବା, ସ୍ମରଣ ଶକ୍ତି ଏବଂ ବୌଦ୍ଧିକ ଶକ୍ତିକୁ କ୍ରିୟାଶୀଳ କରିବା ସହ ଉତ୍କଣ୍ଠା ଓ ଅବସାଦକୁ ପ୍ରଶମିତ କରାଇଥାଏ। ପ୍ରତିଦିନ ତୁଳସୀ ମିଶ୍ରିତ ଜଳ ସେବନ ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ଜୀବାଣୁ, ଭୂତାଣୁ, ବୀଜାଣୁ ଜନିତ ରୋଗରୁ ଉପଶମ ମିଳେ। ତା’ ସହ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତୁଳସୀ ପତ୍ରରସ, କିଛି ମାତ୍ରାରେ ଅଦାରସ, ଗୋଲମରିଚ ଗୁଣ୍ଡ ,ମହୁକୁ ମିଶ୍ରଣ କରି ଲେହ ସଦୃଶ ସେବନ କରିବା ଦ୍ୱାରା ଦୀର୍ଘ ଦିନର ଥଣ୍ଡାଜନିତ ରୋଗରୁ ଉପଶମ ମିଳିଥାଏ।
ମାତ୍ରାଧିକ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବାର ଆଶଙ୍କା ରହିଛି। ତେଣୁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ତୁଳସୀକୁ ଔଷଧ ରୂପେ ଉପଯୁକ୍ତ ଭାବରେ ବ୍ୟବହାର କରିବା ଉଚିତ।
ଆୟୁର୍ବେଦ ଶାସ୍ତ୍ରରେ ତୁଳସୀ ବୃକ୍ଷକୁ ସ୍ବାସ୍ଥ୍ୟ ନିମନ୍ତେ ପ୍ରଧାନ୍ୟ ଦିଆଯାଇଥାଏ।ଏହାକୁ ବାସ ଗୃହରେ ସ୍ଥାପନ କରିବା ଦ୍ୱାରା ପ୍ରଚୁର ପରିମାଣରେ ଅମ୍ଳଜାନ ମିଳିଥାଏ। ତା’ସହ ଉକ୍ତ ବୃକ୍ଷରୁ ନିର୍ଗତ ସୁଗନ୍ଧ ବାସ୍ନା ଶରୀର ପାଇଁ ବେଶ୍‌ ଉପକାରୀ। ଏହା ମଧ୍ୟ ମାନସିକ ସ୍ଥିତିକୁ ସକାରାତ୍ମକ ଭାବେ ସୁଦୃଢ ରଖାଇବାରେ ସହାୟକ ହୋଇଥାଏ।
ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଅନେକ ପ୍ରକାର ବୃକ୍ଷ ଲତା ଆଦିର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି। ଏଗୁଡିକୁ ସ୍ବାସ୍ଥ୍ୟ ନିମନ୍ତେ ଉପଯୋଗ କରିବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନେବା ନିହାତି ଜରୁରୀ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ

-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦାହାଣ୍ଡି,ନବରଙ୍ଗପୁର,

ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?