ମାଙ୍କଡ଼ ପାଇଁ ମୁଣ୍ଡବ୍ୟଥା

ରାସୋଳ,୨୬।୮(ଡି.ଏନ୍‌.ଏ.): ସବୁଜ ଛନଛନ ପନିପରିବାରେ ପୂରି ଉଠୁଥିଲା ବାଡ଼ିବଗିଚା। କଲରାଠାରୁ କଖାରୁ, ସଜନାଠାରୁ ସଲରା ଏପରି କି ସପେଟା, ପିଜୁଳି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଫଳୁଥିଲା। ବାଡ଼ି ପଟ ଛୋଟ ଜାଗାରେ ହେଉଥିବା ଏଭଳି ତଟକା ପରିବା ଅନେକାଂଶରେ କମାଉଥିଲା ପକେଟ ଉପରୁ ବୋଝ। ଘରର ଆବଶ୍ୟକତା ପୂରଣ ହେବା ସହ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ପଠାଯାଉଥିଲା। ହେଲେ ଯେବେଠାରୁ ମାଙ୍କଡ଼ପଲ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହୋଇଛନ୍ତି, ସେବେଠୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ବାଡ଼ିବଗିଚାରେ ମାଙ୍କଡ଼ପଲ ଦିନରାତି ପ୍ରାଦୁର୍ଭାବ କରୁଥିବାବେଳେ
ପରିବା କଷିଟିଏ ବି ଘରକୁ ଆସୁନି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳବାସୀ ଏବଂ ଚାଷୀ।
ପରିବା ଚାଷ ପାଇଁ ଢେଙ୍କାନାଳରେ ପ୍ରସିଦ୍ଧି ଅର୍ଜନ କରିଛି ରାସୋଳ। ଏଠାକାର ଚାଷୀମାନେ ଏକର ଏକର ଜମିରେ ବର୍ଷସାରା ଫଳାଇଥାନ୍ତି ପନିପରିବା। ଏହାକୁ ବାଦ୍‌ ଦେଲେ ଅଞ୍ଚଳ ପ୍ରତି ପରିବାର ନିଜର ବାଡ଼ିପଟେ ଅମୃତଭଣ୍ଡା, ସଜନା, କାକୁଡ଼ି, ଜହ୍ନି, ଝୁଡ଼ଙ୍ଗ, ବାଇଗଣ, ଲଙ୍କା, କାଙ୍କଡ଼, ପୋଟଳ ଭଳି ନା ନା ପ୍ରକାରର ପରିବା ଚାଷ କରୁଥିଲେ। ଏହା ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଉଥିଲା। ମହରଗ ସମୟରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେଉଥିଲା। ତେବେ ମାଙ୍କଡ଼ ଉପଦ୍ରବ ଯୋଗୁ ଗତ କିଛି ବର୍ଷ ହେଲା ବ୍ୟାପକ କ୍ଷୟକ୍ଷତି ହେଉଛି। ସବୁ ପରିଶ୍ରମ ବୃଥା ଯାଉଛି। ତେଣୁ ଇଚ୍ଛା ଥିଲେ ବି ଅଧିକାଂଶ ପରିବାର ବାଡ଼ିପଟେ ପରିବା ଫଳାଇବାକୁ ପଛଘୁଞ୍ଚା ଦେଉଛନ୍ତି। ପୂର୍ବରୁ ଯେଉଁ ପରିବାର କେଜି କେଜି ପରିବା ଉତ୍ପାଦନ କରୁଥିଲେ, ଏବେ ସେମାନେ ସକାଳ ହେଲେ ବ୍ୟାଗ୍‌ ଧରି ହାଟମୁହଁା ହେଉଛନ୍ତି। ବନ୍ୟା ପରବର୍ତ୍ତୀ ସମୟରେ ପରିବା ଦର ଆକାଶଛୁଅଁା ହୋଇଥିବାବେଳେ ଏହା ବେଶି ବାଧୁଥିବା ଅଞ୍ଚଳବାସୀ କହିଛନ୍ତି। ଅନ୍ୟପଟେ ମାଙ୍କଡ଼ ଦ୍ୱାରା ଫସଲ ହାନି ହେଲେ ସରକାରୀସ୍ତରରେ କ୍ଷତିପୂରଣ ବ୍ୟବସ୍ଥା ନାହିଁ। ତେଣୁ ଚାଷୀ ପରିବାର ଅଭିଯୋଗ ମଧ୍ୟ କରିପାରୁନାହାନ୍ତି। ମାଙ୍କଡ଼ଙ୍କ ଏଭଳି ଉପଦ୍ରବ ଚିନ୍ତା ବଢ଼ାଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସମସ୍ୟା ସମ୍ପର୍କରେ ରେଞ୍ଜର ଲୋହିତ କୁମାର ରଥଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ସେ ନିଜର ଅସହାୟତା ପ୍ରକାଶ କରିଥିଲେ। ମାଙ୍କଡ଼ ଉପଦ୍ରବରେ ଫସଲ କ୍ଷୟକ୍ଷତି ହେଲେ ସରକାରୀସ୍ତରରେ କ୍ଷତିପୂରଣ ଦେବା ବ୍ୟବସ୍ଥା ନାହିଁ। ତେଣୁ ଏଥିରେ ବନ ବିଭାଗ କିଛି କରିପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri