ମାଙ୍କଡ଼ ପାଇଁ ମୁଣ୍ଡବ୍ୟଥା

ରାସୋଳ,୨୬।୮(ଡି.ଏନ୍‌.ଏ.): ସବୁଜ ଛନଛନ ପନିପରିବାରେ ପୂରି ଉଠୁଥିଲା ବାଡ଼ିବଗିଚା। କଲରାଠାରୁ କଖାରୁ, ସଜନାଠାରୁ ସଲରା ଏପରି କି ସପେଟା, ପିଜୁଳି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଫଳୁଥିଲା। ବାଡ଼ି ପଟ ଛୋଟ ଜାଗାରେ ହେଉଥିବା ଏଭଳି ତଟକା ପରିବା ଅନେକାଂଶରେ କମାଉଥିଲା ପକେଟ ଉପରୁ ବୋଝ। ଘରର ଆବଶ୍ୟକତା ପୂରଣ ହେବା ସହ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ପଠାଯାଉଥିଲା। ହେଲେ ଯେବେଠାରୁ ମାଙ୍କଡ଼ପଲ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହୋଇଛନ୍ତି, ସେବେଠୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ବାଡ଼ିବଗିଚାରେ ମାଙ୍କଡ଼ପଲ ଦିନରାତି ପ୍ରାଦୁର୍ଭାବ କରୁଥିବାବେଳେ
ପରିବା କଷିଟିଏ ବି ଘରକୁ ଆସୁନି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳବାସୀ ଏବଂ ଚାଷୀ।
ପରିବା ଚାଷ ପାଇଁ ଢେଙ୍କାନାଳରେ ପ୍ରସିଦ୍ଧି ଅର୍ଜନ କରିଛି ରାସୋଳ। ଏଠାକାର ଚାଷୀମାନେ ଏକର ଏକର ଜମିରେ ବର୍ଷସାରା ଫଳାଇଥାନ୍ତି ପନିପରିବା। ଏହାକୁ ବାଦ୍‌ ଦେଲେ ଅଞ୍ଚଳ ପ୍ରତି ପରିବାର ନିଜର ବାଡ଼ିପଟେ ଅମୃତଭଣ୍ଡା, ସଜନା, କାକୁଡ଼ି, ଜହ୍ନି, ଝୁଡ଼ଙ୍ଗ, ବାଇଗଣ, ଲଙ୍କା, କାଙ୍କଡ଼, ପୋଟଳ ଭଳି ନା ନା ପ୍ରକାରର ପରିବା ଚାଷ କରୁଥିଲେ। ଏହା ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଉଥିଲା। ମହରଗ ସମୟରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେଉଥିଲା। ତେବେ ମାଙ୍କଡ଼ ଉପଦ୍ରବ ଯୋଗୁ ଗତ କିଛି ବର୍ଷ ହେଲା ବ୍ୟାପକ କ୍ଷୟକ୍ଷତି ହେଉଛି। ସବୁ ପରିଶ୍ରମ ବୃଥା ଯାଉଛି। ତେଣୁ ଇଚ୍ଛା ଥିଲେ ବି ଅଧିକାଂଶ ପରିବାର ବାଡ଼ିପଟେ ପରିବା ଫଳାଇବାକୁ ପଛଘୁଞ୍ଚା ଦେଉଛନ୍ତି। ପୂର୍ବରୁ ଯେଉଁ ପରିବାର କେଜି କେଜି ପରିବା ଉତ୍ପାଦନ କରୁଥିଲେ, ଏବେ ସେମାନେ ସକାଳ ହେଲେ ବ୍ୟାଗ୍‌ ଧରି ହାଟମୁହଁା ହେଉଛନ୍ତି। ବନ୍ୟା ପରବର୍ତ୍ତୀ ସମୟରେ ପରିବା ଦର ଆକାଶଛୁଅଁା ହୋଇଥିବାବେଳେ ଏହା ବେଶି ବାଧୁଥିବା ଅଞ୍ଚଳବାସୀ କହିଛନ୍ତି। ଅନ୍ୟପଟେ ମାଙ୍କଡ଼ ଦ୍ୱାରା ଫସଲ ହାନି ହେଲେ ସରକାରୀସ୍ତରରେ କ୍ଷତିପୂରଣ ବ୍ୟବସ୍ଥା ନାହିଁ। ତେଣୁ ଚାଷୀ ପରିବାର ଅଭିଯୋଗ ମଧ୍ୟ କରିପାରୁନାହାନ୍ତି। ମାଙ୍କଡ଼ଙ୍କ ଏଭଳି ଉପଦ୍ରବ ଚିନ୍ତା ବଢ଼ାଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସମସ୍ୟା ସମ୍ପର୍କରେ ରେଞ୍ଜର ଲୋହିତ କୁମାର ରଥଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ସେ ନିଜର ଅସହାୟତା ପ୍ରକାଶ କରିଥିଲେ। ମାଙ୍କଡ଼ ଉପଦ୍ରବରେ ଫସଲ କ୍ଷୟକ୍ଷତି ହେଲେ ସରକାରୀସ୍ତରରେ କ୍ଷତିପୂରଣ ଦେବା ବ୍ୟବସ୍ଥା ନାହିଁ। ତେଣୁ ଏଥିରେ ବନ ବିଭାଗ କିଛି କରିପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri