ଝିଅ କେବଳ ଝିଅ ନୁହେଁ

ଦ୍ୱିତୀ ଚନ୍ଦ୍ର ସାହୁ

 

ଗୋଟେ ପୁଅ, ଆଉ ଗୋଟେ ଝିଅ। ଚାରିଜଣଙ୍କୁ ନେଇ ସୁଖର ସଂସାର ଚାଲୁଥିଲା। ବୟସ ହେବାରୁ ଝିଅକୁ ହାତକୁ ଦି’ ହାତ କରିଦେଲେ କିରାଣି ଚାକିରି କରୁଥିବା ହରିବାବୁ।ପୁଅ ଏବେ ପାରଙ୍ଗମ। ଡିଗ୍ରୀ ଶେଷ ବର୍ଷର ଛାତ୍ର। ଏମିତି ସମୟରେ ହୃଦ୍‌ଘାତରେ ଅସମୟରେ ଚାଲିଗଲେ ହରିବାବୁ। ଗୌତମୀଙ୍କ ଜୀବନରେ ଯେମିତି ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ଅସହାୟ ହୋଇ ସଂସାର କେମିତି ଚାଲିବ ସେଇ ଚିନ୍ତାରେ ବେଶି ଘାରିହେଲେ ଗୌତମୀ। ଝିଅ ପରଘରର ବୋହୂ ହୋଇ ବି ମା’ ଓ ଭାଇଙ୍କ ପ୍ରତି ନିଜର କର୍ତ୍ତବ୍ୟକୁ ତୁଲାଇବା ଆରମ୍ଭ କଲେ। ଦେଖାଶୁଣା କଲେ। ଶେଷରେ ହରିବାବୁଙ୍କ କାର୍ଯ୍ୟାଳୟର ସହକର୍ମୀଙ୍କ ସହଯୋଗରେ ଥଇଥାନ ଯୋଜନାରେ ଆଶା ଉଜ୍ଜୀବିତ ହେଲା। କିନ୍ତୁ ସ୍ବାମୀ କରୁଥିବା ଅଫିସରେ ପୁଣି ସେଠି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରିବାକୁ ନିଜକୁ ଉଚିତ ମଣିଲେନି ଗୌତମୀ। ପୁଅ ସୁରେଶକୁ ସେହି ଚାକିରି ମିଳିଗଲେ ଠିକ୍‌ ହେବ ଭାବି ତା’ର ନାମ ସୁପାରିସ କଲେ ମା’ ଓ ଝିଅ। ସୁରେଶ ପାଇଗଲା ସରକାରୀ ଚାକିରି। ତେଣିକି ପୁଣି ଚାଲିଲା ସଂସାର ରଥ। ପୁଅ ଭଲ ପାଇ ବାହା ହେଲା। ତା’ ପରେ ଆରମ୍ଭ ହେଲା ଯାତନା। ପୁଅ ବୋହୂ ଘର ଛାଡି ଅନ୍ୟତ୍ର ରହିଲେ। ପୁଅ ନିଜ ମା’ ପ୍ରତି ଥିବା କର୍ତ୍ତବ୍ୟକୁ ଭୁଲିଗଲା। ଶେଷରେ ବିବାହିତ ଝିଅ ରଶ୍ମି ନିଜ ସ୍ବାମୀକୁ ବୁଝାଇ ମା’କୁ ନିଜ ପାଖକୁ ନେଇଗଲା। କିନ୍ତୁ ଗୌତମୀ ସୁଖୀ ନ ଥିଲେ। ଇଚ୍ଛା ଥିଲା ପୁଅ ବୋହୂଙ୍କ ନିକଟରେ ଶେଷ ଜୀବନତକ ଶାନ୍ତିରେ ମରିପାରିବେ। କିନ୍ତୁ ସେତକ ହୋଇ ନ ପାରିବାର ଗ୍ଳାନିରେ ପ୍ରତି ମୁହୂର୍ତ୍ତ ଘାରି ହୋଇ ଜୀବନ ଜିଇଲେ।
ସେମିତି ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଲା ଶିବାନୀର। ଘରର ଏକମାତ୍ର ଝିଅ। ଭଲ ପାଠ ପଢୁଥିଲା। ଶିକ୍ଷକ ବାପା ଭିତରେ ଅସୁମାରି ସ୍ବପ୍ନ ତାଙ୍କ ଝିଅ ନିଶ୍ଚୟ ଭଲ ଚାକିରି ପାଇବ। ଅଧା ରାସ୍ତାରେ ହିଁ ସେ ସ୍ବପ୍ନ ଜୀବନ ଆକାଶରେ ଝୁଲି ରହିଲା। ବାପାଙ୍କ ଦେହାନ୍ତ ପରେ ମା’ ଓ ଝିଅ ଅସହାୟ। ସମ୍ପର୍କୀୟଙ୍କ ନଜର ଆଉ କିଛି। ସମସ୍ତଙ୍କ ପରାମର୍ଶ ଯାହା କିଛି ସ୍ବାମୀର ଦେହାନ୍ତ ପରେ ମିଳିଛି ତାକୁ ବିକିଭାଙ୍ଗିି ଝିଅକୁ ବାହା ଦେଇ ଦିଅ। ସ୍ବାମୀଙ୍କ ମୃତ୍ୟୁ ପରବର୍ତ୍ତୀ ଥଇଥାନ ଯୋଜନାରେ ଚାକିରି କରି ଆରାମରେ ରୁହ। ମା’ ନିଷ୍ପତ୍ତି ନେଇ ପାରୁ ନ ଥିଲେ। ଝିଅ ଶିବାନୀ ଦିନେ ଚମକେଇଲା ଭଳି କହିଲେ – ମା’ ! ତୁମେ ଘରୁ ଗୋଡ ପଦାକୁ ବାହାର କରିବନି ଏମିତି ଅବସ୍ଥାରେ। ମୁଁ ଯୁଝିବା ଶିଖିଛି। ମୁଁ ଥଇଥାନ ଯୋଜନାରେ ଚାକିରି କରିବି ଓ ପଢ଼ିବି। ଆଗକୁ ଯାହା ହେବ ଦେଖାଯିବ। ଅନେକ ବୁଝାଇବା ପରେ ମା’ ଶିବାନୀ କଥାରେ ସମ୍ମତି ପ୍ରକଟ କଲେ। ଶିବାନୀ ଥଇଥାନ ଯୋଜନାରେ ଚାକିରି କଲେ। ବାହା ବେଳେ ଚୁକ୍ତି ରଖିଲେ ଶିବାନୀ ଯେଉଁଠି ବାହା ହେବି, ସେହି ବ୍ୟକ୍ତି ମୋ ମା’ ପ୍ରତି ସମ୍ମାନ ରଖୁଥିବ ଏବଂ ଜୀବନ ତମାମ ତା’ର ଦେଖାଶୁଣା କରିବା ଲାଗି ବାଧକ ନ ଥିବ। ବିଳମ୍ବର ହେଉ ପଛେ ମା’ବାପାଙ୍କୁ ହରାଇଥିବା ଏକାକୀ ରହୁଥିବା ଜଣେ ବ୍ୟକ୍ତି ବାହା ହେବାକୁ ରାଜି ହେଲା। ମା’କୁ ନେଇ ଶିବାନୀର ସଂସାର ବେଶ୍‌ ହସଖୁସିରେ ଭରିଗଲା।
ଆମ ସମାଜର ଏଇ ଦୁଇଟି ଘଟଣା। ସମାଜର ଦୃଷ୍ଟିଭଙ୍ଗୀରେ ତଥାପି ପରିବର୍ତ୍ତନ ଆସିନି। ସବୁଠି ଆଗ ପସନ୍ଦ ପୁଅ। ସେ ଶିକ୍ଷିତ ହେଉ କି ଅଶିକ୍ଷିତ। ଝିଅଟିଏ ଥିଲେ କେଉଁଠି ନା କେଉଁଠି ତାକୁ ଅନେକ ସହିବାକୁ ପଡେ ଘରେ ଥିବା ପୁଅ ନିକଟରେ। ରୁଚି ହେଉ କି ସଂସ୍କାର ସବୁଥିରେ ଝିଅକୁ ବେଶି କୁହାଯାଏ। ଝିଅକୁ ହିଁ କୋଣଠେସା କରାଯାଏ। ଅନେକ କ୍ଷେତ୍ରରେ ନିଜ ପସନ୍ଦକୁ ବଳି ଦେବାକୁ ପଡ଼େ। ବହୁ ଅଭିଭାବକଙ୍କ ମତ ଝିଅଟି ଯେବେ ବି ବାହା ହୋଇ ପର ଘରକୁ ଯିବ ହିଁ ଯିବ। ପାଠଶାଠ ପଢେଇ ହାତକୁ ଦି’ ହାତ କରିଦେଲେ କାମ ଶେଷ। ତେଣୁ ତା’ ପିଛା ଅଧିକା ଖର୍ଚ୍ଚ ପଇସା ବରବାଦ ବ୍ୟତୀତ ଅନ୍ୟକିଛି ନୁହଁ। ଆମ ସାମାଜିକ ଜୀବନରେ ଲଙ୍ଗଗତ ବୈଷମ୍ୟ ନେଇ ବହୁ ପରିବର୍ତ୍ତନ ହୋଇଛି। କିନ୍ତୁ ତଥାପି ଆମ ମାନସିକତାରେ ଏବେ ବି ବସାବାନ୍ଧି ରହିଛି ଝିଅ କେବଳ ଝିଅ। ସେ ବଢିବ ଓ ପରଘରକୁ ଯିବ। ପୁଅ ନିଜ ଘରେ ମା’ବାପା ନିକଟରେ ରହିବ। ସରକାରୀ ସ୍ତରରେ ବି ଲିଙ୍ଗଗତ ବୈଷମ୍ୟ ଅନେକ। ଏକମାତ୍ର ବିବାହିତା ଝିଅକୁ ଥଇଥାନ ଯୋଜନାରେ ଚାକିରି ମିଳବନି। ତା’ର ଦୋଷ ହେଲା ସେ ବିବାହ କରି ଅନ୍ୟତ୍ର ରହୁଛି। ସେଇସ୍ଥିତିରେ ବିଧବା ସ୍ତ୍ରୀ ଚାକିରି କରିବାକୁ ବାଧ୍ୟ। କିନ୍ତୁ ଏକଥା ବି ହୋଇପାରେ ଯେଉଁ ଭରଣପୋଷଣର ଦାୟରେ ଥଇଥାନ ଚାକିରି ପାଉଥିବା ପୁଅ ବି ଘର ଛାଡି ଅନ୍ୟତ୍ର ଚାଲିଯିବାର ସମ୍ଭାବନା ଥାଏ ସେଇ କଥାକୁ ସରକାରୀ କାନୁନ କେମିତି ବୁଝିପାରେନା। ଗୋଟେ ପଟେ ପୁଅ ହେଉ କି ଝିଅ ଗୋଟିଏ ଯଥେଷ୍ଟର ସ୍ଲୋଗାନ ଦିଆଯାଉଛି। ଆରପଟେ ଥଇଥାନ ନୀତିରେ ବ୍ୟତିକ୍ରମ। କାହିଁକି ସରକାରୀ ଆଇନ ବୁଝିପାରେନା ଝିଅ କେବଳ ଝିଅ ନୁହେଁ। ସେ ବି ପୁଅ ଭଳି ସବୁ କାମ କରିପାରେ।
ଖୁସିର କଥା ନିକଟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକମାତ୍ର ବିବାହିତ କନ୍ୟାକୁ ଥଇଥାନ ଯୋଜନାରେ ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ବିବାହିତା ହେବା ଏକ ଅଯୋଗ୍ୟତାର ପ୍ରମାଣପତ୍ର ନୁହେଁ। ଲିଙ୍ଗଗତ ବୈଷମ୍ୟକୁ ପ୍ରତିହତ ଲାଗି ମାନ୍ୟବର ନ୍ୟାୟାଳୟଙ୍କ ଏହି ଐତିହାସିକ ରାୟ ଅନେକ ପରିବାରରେ ହସ ଖେଳାଇ ପାରିବ। ଅନେକ ଝିଅଙ୍କ ଭବିଷ୍ୟତରେ ସୁଧାର ଆସିବ। ଏଭଳି ରାୟ ସରକାରୀ ଆଇନର ଆଖି ଖୋଲି ଦେଇଥିବ ନିଶ୍ଚିତ। ଏବେ ଅନ୍ତତଃ ସମସ୍ତଙ୍କୁ ଏକଥା ଗ୍ରହଣ କରିବାର ବେଳ ଆସିଛି – ଝିଅ କେବଳ ଝିଅ ନୁହେଁ !
ଇନ୍ଦିରା ନଗର, ଚତୁର୍ଥ ଗଳି,
ରାୟଗଡା, ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri