Posted inଫୁରସତ

ଏକାସଙ୍ଗରେ ୧୬ ଯୁବକଙ୍କ ସହ ଡେଟ୍‌ରେ ଗଲେ ଯୁବତୀ, ପରେ ଘଟିଲା…

ଅଧିକାଂଶ ଅବିବାହିତ ଯୁବକ, ଯୁବତୀ ଲଭ୍‌ ଆଇଲ୍ୟାଣ୍ଡ ଏବଂ ସ୍ପିଲ୍‌ଟ୍ସଭିଲା ପରି ଅନେକ ରିୟାଲିଟି ଶୋ’କୁ ଯାଇଥାନ୍ତି। ଏଥିପାଇଁ ତାଙ୍କ ନିକଟରେ ଅନେକ ବିକଳ୍ପ ରହିଥାଏ। କିନ୍ତୁ ବ୍ରିଟେନର ଜଣେ ଯୁବକଙ୍କ ବିଶ୍ୱାସ ଥିଲା କି ସେ ଯେଉଁ ଯୁବତୀଙ୍କ ସହ ଡେଟ୍‌ରେ ଯାଉଛନ୍ତି ତାହା ତାଙ୍କ ଜୀବନକୁ ଏକ ଟିଭି ଶୋ’ରେ ପରିଣତ କରିବ।

ଏହି ଯୁବକ ଜଣଙ୍କ ତାଙ୍କ ସହିତ ହୋଇଥିବା ଭିନ୍ନ ଏକ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯୁବକ ଜଣକ ଭିଡିଓରେ କହୁଛନ୍ତି, ସେ ଡେଟିଂ ଆପ୍ଲିକେଶନର ବ୍ୟବହାର କରୁଛନ୍ତି। ଏହି ଆପରେ ସେ ଜଣେ ଯୁବତୀଙ୍କ ସହ ଯୋଡ଼ି ହୋଇଥିଲେ। ପରେ ଉଭୟ ଭେଟିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଉଭୟ ଡେଟିଂ ସ୍ପଟ୍‌ ଉପରେ ନିଷ୍ପତ୍ତି ନେଇଥିଲେ। ଏନେଇ ଦୁଇଜଣ ବହୁ ଉତ୍ସାହିତ ଥିଲେ। ମାତ୍ର ଯେତେବେଳେ ସ୍ପଟ୍‌ ଉପରେ ପହଞ୍ଚିଲେ ସେତେବେଳେ ଯୁବକଙ୍କ ଉତ୍ସାହ ପାଣି ଫାଟିଗଲା। କାରଣ ସେଠାରେ ପୂର୍ବରୁ ଆଉ ୧୫ ଜଣ ଯୁବକ ଉପସ୍ଥିତ ଥିଲେ। ଯାହାକି ଏହି ଯୁବକଙ୍କ ଅଜାଣତରେ ହୋଇଥିଲା।

ଯୁବକ ଜଣକ ଭିଡିଓରେ କହିଛନ୍ତି, ମୋତେ ବୁଝା ପଡ଼ିଲାନି ଯେତେବେଳେ ଜଣକ ପରେ ଜଣେ ଆସି ମୋ’ ସହ ହାତ ମିଳାଇଲେ। କିନ୍ତୁ ଯୁବତୀଙ୍କ ସହ ସେମାନେ ସମସ୍ତେ ବେଶ୍‌ ଭଲ ଭାବେ ହସଖୁସି ହେଉଥିଲେ। ସେ କହିଛନ୍ତି, ଜୀବନରେ ପ୍ରଥମ ଥର ଏହି ଯୁବତୀଙ୍କ ସହ ଡେଟ୍‌ରେ ଯିବାକୁ ନିଷ୍ପତ୍ତି ନେଇଥିଲି। ମୁଁ ଭାବି ପାରୁନି ଏହା ବାସ୍ତବରେ ନା ମଜାରେ ଘଟିଲା ମୋ ସହ। ଯୁବକ ଜଣକ କହିଛନ୍ତି, ଖାଲି ଏତିକି ନୁହେଁ ଯୁବତୀ ଏକଥା ବି କହିଲେ କି ସେ ସମସ୍ତ ଯୁବକଙ୍କୁ ଡାକିଥିଲେ। କହିଲେ ତୁମ ସମସ୍ତଙ୍କ ସହ ଭଲ ବନ୍ଧୁତା ବି ରହିବ। ଘରକୁ ଫେରି ପ୍ରଥମ ଯୁବକ ଯୁବତୀଙ୍କୁ ଏ ସମ୍ପର୍କରେ ମେସେଜ କରି ପଚାରିଲେ। ମାତ୍ର ଯୁବତୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଲାନି।

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କିଛି ଲୋକ କହିଛନ୍ତି, ଏହା ଯୁବତୀଙ୍କ ପାଗଳପଣ। ଆଉ କିଛି ଲୋକ କହିଛନ୍ତି, ଯୁବକଙ୍କ ବିଶ୍ୱାସରେ ସେ ବିଷ ଦେଇଛନ୍ତି। କାହା ଭାବନା ସହିତ ଖେଳିବା ଉଚିତ୍‌ ନୁହେଁ। ସେହିପରି ଆଉ କିଛି ୟୁଜର କହିଛନ୍ତି, ଏହା ଏକ ଛୋଟ ମଜା ଥିଲା। ଏହାକୁ ଗମ୍ଭୀରତା ସହ ନିଅନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ସହଜ ହେଲା ସ୍ଲଟ୍‌ ବୁକିଂ: ଏହି ନମ୍ବରରେ କରନ୍ତୁ ଡାଏଲ

ବର୍ତ୍ତମାନ ୧୮ ବର୍ଷରୁ ବୟସ୍କ ଲୋକଙ୍କୁ ଟିକା ଦାନ ପାଇଁ ଅନୁମତି ମିଳିସାରିଛି। CO-WIN ଆପ୍‌ ମାଧ୍ୟମରେ ୧୮-୪୪ ବର୍ଷୀୟ ଲୋକେ ଏଥିପାଇଁ ସ୍ଲଟ୍‌ ବୁକିଂ...

ଚୁଇଂଗମ୍‌ ଚୋବାଇ ୭୦ହଜାର ରୋଜଗାର

ପ୍ରାୟତଃ ମଣିଷର ସଉକ ସହିତ ତାଙ୍କର ପ୍ରଫେସନର କିଛି ସମ୍ପର୍କ ନ ଥାଏ। କିନ୍ତୁ ଯଦି କେହି ନିଜର ସଉକକୁ ପଇସା କମାଇବାର ମାଧ୍ୟମ କରିବାକୁ...

ଶିକାର ଦେଖି ନ ଦେଖିଲା ଭଳି ହେଉଛି ବାଘ, ଭିଡିଓ ଦେଖିଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

ମିିଳିଲାନି ମଦ: ସାନିଟାଇଜର ପିଇ ୯ ମୃତ

ନୂଆଦିଲ୍ଲୀ, ୩୧।୭: ମଦ ନ ମିଳିବାରୁ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାସନ ଜିଲାରେ। ପ୍ରକାସ ଯେ,...

ବ୍ରିଟେନ୍‌ରେ ବଢୁଛି ଏସିଡ୍‌ ଆଟାକ୍‌

ବ୍ରିଟେନ୍‌ରେ ଏସିଡ୍‌ ଆତଙ୍କ ବଢୁଛି ବୋଲି ଏକ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଯେଉଁ ପରିସଂଖ୍ୟାନ ନେଇଛି ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ପ୍ରତି ସପ୍ତାହରେ...

ପରୀକ୍ଷା ଖାତାରେ ବି ‘ପୁଷ୍ପା’ ନିଶା: ଛାତ୍ର ଲେଖିଦେଲେ ଏମିତି

ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଛି। ରିଲିଜ ହେବା ପରଠାରୁ ଏହାର ଗୀତ...

ପାଣିରେ କୁମ୍ଭୀରକୁ ଦେଖି ଡେଇଁଲା ବାଘ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଏବଂ ଫଟୋ ହସର ଖୋରାକ...

ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା…

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ବଡ଼ ଓଷା ପାଳିତ ହୋଇଥାଏ । ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ...

Advertisement
Archives

Model This Week