ହିଞ୍ଜିଳିକାଟୁ, ୨୨।୧୦( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ବେଲଗାଁ ଓ ହିଞ୍ଜିଳି ଥାନା ପୋଲିସ ୨ଟି ଜୁଆ ଆଡ଼ା ଉପରେ ଚଢ଼ାଉ କରି ଗୁରୁବାର ୧୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଏବଂ ମୋବାଇଲ ଫୋନ ଜବତ କରିଛି।
ବେଲଗାଁ ଥାନା ଅନ୍ତର୍ଗତ ଭାବନ୍ଧ ଗ୍ରାମ ନିକଟ ଜଙ୍ଗଲରେ ପାଟ୍ରୋଲିଂ ବେଳେ ପୋଲିସ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଥିଲା। ତେବେ ଅନ୍ଧାରର ସୁଯୋଗ ନେଇ କେତେ ଜଣ ଜୁଆଡ଼ି ଖସି ପଳାଇବାକୁ ସଫଳ ହୋଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ. ୧୭୬/୨୬) ରୁଜୁ କରିଛି। ସେହିପରି ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଚାଲିଥିବା ଜୁଆ ଆଡ଼ା ଉପରେ ପୋଲିସ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି। ଉଭୟ ଘଟଣାରେ ପୋଲିସ ୧ ଲକ୍ଷ ୧୩ ହଜାର ୬୭୦ ଟଙ୍କା ମୋବାଇଲ ଫୋନ ଜବତ କରିଥିବା ସୂଚନା ମିଳିଥିବା ଜଣାପଡିଛି।

