ସୁଶାନ୍ତଙ୍କ ଘରେ ଥାଇ ବି ଆତ୍ମହତ୍ୟା ନେଇ ଜାଣିପାରିଲେନି ଏହି ବନ୍ଧୁ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ମୁମ୍ବାଇ ପୋଲିସ। ଫଳରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗୁଲ୍‌ରେ ନିଜ ନାମକୁ ସର୍ଚ୍ଚ କରିଥିଲେ। ଏପରିକି ସେ ଆତ୍ମହତ୍ୟା କରିବା ସମୟରେ ଉକ୍ତ ଘରେ ତାଙ୍କର ଜଣେ ବନ୍ଧୁ ଉପସ୍ଥିତ ଥିବା ପୋଲିସ ଜାଣିବାକୁ ପାଇଛି।

ମୃତ୍ୟୁ ପୂର୍ବରୁ ସୁଶାନ୍ତ କ’ଣ କରିଥିଲେ ତାହା ଜାଣିବା ପାଇଁ ଫରେନ୍ସିଂ ଟିମ୍‌କୁ ଫୋନ୍‌ ଦିଆଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ ସୁଶାନ୍ତ ଗୁଗୁଲରେ ନିଜ ନାମ ଟାଇପ୍‌ କରିଥିଲେ। ଉକ୍ତ ଦିନ ୧୦ଟା ୧୫ ମିନିଟ୍‌ରେ ନିଜ ପୁରା ନାମ ଟାଇପ୍‌ କରିଥିଲେ। ପରେ କିଛି ଆର୍ଟିକିଲ ପଢ଼ିଥିଲେ। ସେତେବେଳେ ତାଙ୍କ ବିଷୟରେ କ’ଣ ଲେଖାଯାଉଛି ତାହା ଜାଣିବା ଲାଗି ସେ ଏପରି କରିଥିବା କୁହାଯାଉଛି। ଏହା ପରେ ସେ ଆତ୍ମହତ୍ୟା କରିଥିଲେ।

ସେହିଭଳି ଆଉ ଏକ କଥା ଜଣାପଡ଼ିଛି। ଆତ୍ମହତ୍ୟା ସମୟରେ ଘରେ ତାଙ୍କର ବନ୍ଧୁ ସିଦ୍ଧାର୍ଥ ପିଥାନୀ ଥିଲେ। ବୁଧବାର ପୋଲିସ ତାଙ୍କୁ ଏ ବିଷୟରେ ପଚରାଉଚରା କରିବାକୁ ଡାକିଥିଲା। ସିଦ୍ଧାର୍ଥ ସୁଶାନ୍ତଙ୍କ କ୍ରିଏଟିଭ୍‌ କଣ୍ଟେଣ୍ଟ ମ୍ୟାନେଜର ଥିଲେ।

ଏହା ଜଣାପଡ଼ିବା ପରେ ସୁଶାନ୍ତଙ୍କ ପ୍ରଶଂସକ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହୁଛନ୍ତି। ହେଲେ ପୋଷ୍ଟମର୍ଟମ ରିପୋର୍ଟରୁ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଛି। ତାଙ୍କ ଶରୀରର ଅନ୍ୟ କୌଣସି ଅଂଶରେ ହତ୍ୟାର ଲକ୍ଷଣ ନ ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri