Posted inଫୁରସତ

ସ୍ବାଧୀନତା ଆନ୍ଦୋଳନରେ ବିଦେଶିନୀ

ସ୍ବାଧୀନ ତା ଓ ପରାଧୀନତାର ଲାଭ ଓ କ୍ଷତି ବିଷୟରେ ଆଜିର ଭାରତବର୍ଷର ଶିକ୍ଷିତ ନାଗରିକମାନଙ୍କୁ କିଛି ବୁଝାଇ କହିବାର ପ୍ରୟୋଜନ ନାହିଁ। ସମଗ୍ର ବିଶ୍ୱର ପ୍ରେକ୍ଷାପଟକୁ ତଥା ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାକୁ ଅନୁଶୀଳନ କରି ଗଣତାନ୍ତ୍ରିକ ବ୍ୟବସ୍ଥା ଯେ ସର୍ବୋତ୍କୃଷ୍ଟ ପନ୍ଥା, ଏକଥା ମଧ୍ୟ ଜୋର ଦେଇ କହିବାର ଆବଶ୍ୟକତା ନାହିଁ । ଚଳିତ ବର୍ଷ ଭାରତ ସ୍ବାଧୀନତା ଦିବସର ୭୭ବର୍ଷର ପୂର୍ତ୍ତି ଅନୁଷ୍ଠିତ ହେବାକୁ ଯାଉଛି। ଭାରତର ଭୂଇଁ ବିଦେଶୀ ବିଦେଶିନୀମାନଙ୍କୁ ସର୍ବଦା ଆକର୍ଷିତ କରିଆସିଛି । ସେଭଳି ଚିରନ୍ତନ ଆକର୍ଷଣ ଏଡ଼ାଇ ନ ପାରି ଅନେକେ ରହିଯାଇଛନ୍ତି ଭାରତରେ। ମିଶିଯାଇଛନ୍ତି ଭାରତୀୟ ସମାଜ-ସଂସ୍କୃତି ଭିତରେ। ଭାରତୀୟ ସ୍ବାଧୀନତା ସଂଗ୍ରାମ ବେଳେ ଏକାଧିକ ବିଦେଶୀ ମହିଳା ‘ଭାରତ’ ନାମକ ମାୟାରେ ପଡ଼ି ସେଥିରେ ସାମିଲ ହୋଇଥିବାର ଜ୍ୱଳନ୍ତ ଦୃଷ୍ଟାନ୍ତମାନ ରହିଛି । ଆସ, ସେଭଳି କେତେଜଣ ବିପ୍ଳବିନୀଙ୍କୁ ଜାଣିବା ।
ଭଉଣୀ ନିବେଦିତା : ତାଙ୍କର ମୂଳ ନାମ ମାର୍ଗାରେଟ୍‌ ଏଲିଜାବେଥ୍‌ ନୋବେଲ ଏବଂ ଜାତୀୟତା ଆଇରିସ୍‌। ଆୟାର୍ଲାଣ୍ଡର ଏକ ସମ୍ଭାନ୍ତ ପରିବାରରେ ଜନ୍ମିତ ନିବେଦିତା ସ୍ବାମୀ ବିବେକାନନ୍ଦଙ୍କ ପଟ୍ଟଶିଷ୍ୟା ଭାବେ ସର୍ବତ୍ର ଜଣାଶୁଣା ।
ସ୍ବାମିଜୀ ହିଁ ତାଙ୍କୁ ଦେଇଥିଲେ ‘ନିବେଦିତା’ ନାମ।
ରାମକୃଷ୍ଣ ମିଶନ ମଧ୍ୟରେ ରହି ସେ ଭାରତରେ ବ୍ରିଟିଶ୍‌ ବିରୋଧୀ କାର୍ଯ୍ୟକଳାପରେ ସାମିଲ କରିଥିଲେ ନିଜକୁ। ଫିରିଙ୍ଗି ପୋଲିସ କବଳରୁ ବର୍ତ୍ତିବା ପାଇଁ ଦେଶ ତ୍ୟାଗ କରିବା ନିମନ୍ତେ ସେ ଶ୍ରୀଅରବିନ୍ଦଙ୍କୁ ପ୍ରଭାବିତ କରିଥିଲେ ।
ପୁଣି ତାଙ୍କ ଦ୍ୱାରା ପ୍ରକାଶିତ ‘କର୍ମଯୋଗିନୀ’ ପତ୍ରିକାର ସମ୍ପାଦନା ଦାୟିତ୍ୱ ନେଇଥିଲେ।
ଆଗ୍ନେସ୍‌ ସ୍ମେଡ୍‌ଲେ : କୁହାଯାଏ ଆଗ୍ନେସ୍‌ ହେଉଛନ୍ତି ପ୍ରଥମ ବିଦେଶିନୀ ଯିଏ ଭାରତୀୟ ସ୍ବାଧୀନତା ସଂଗ୍ରାମ ସହ ପରୋକ୍ଷ ଭାବେ ଜଡ଼ିତ ହୋଇ କାରାଦଣ୍ଡ ଭୋଗିଥିଲେ ଆମେରିକାରେ।
ଏହି ନାମଟି ସହ ଭାରତୀୟମାନେ ବିଶେଷ ଭାବେ ପରିଚିତ ନ ଥିଲେ ହେଁ ଏକଦା ସେ ଭାରତୀୟ ବିପ୍ଳବୀ ଲାଲା ଲଜପତ୍‌ ରାଏ, ଶୈଳେନ୍ଦ୍ରନାଥ ଘୋଷ, ଭାଇ ଭଗବାନ ସିଂ, ତାରକନାଥ ଦାସ, ବୀରେନ୍ଦ୍ର ନାଥ ଚଟ୍ଟୋପାଧ୍ୟାୟ ପ୍ରମୁଖଙ୍କ ସହ ସମ୍ପର୍କିତ ଥିଲେ, ସେମାନଙ୍କ ସହ ଆଲୋଚନାରେ ଭାଗନେବାଠାରୁ ଆରମ୍ଭକରି ନିଜର ଜନ୍ମଭୂମି ଆମେରିକାରେ ବ୍ରିଟିଶ୍‌ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ବୀରେନ୍ଦ୍ରନାଥଙ୍କ ସହ ଜର୍ମାନୀ, ରୁଷିଆ ଆଦି ଘୂରି ବୁଲି ସେ ଭାରତର ସ୍ବାଧୀନତା ସପକ୍ଷରେ ସେଠାକାର ଶାସକମାନଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଥିଲେ ।
ଆନି ବେସାନ୍ତ : ଭାରତୀୟ ସ୍ବାଧୀନତା ସଂଗ୍ରାମ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ଆଉ ଜଣେ ବିଦେଶିନୀ ହେଲେ ଆନି ଉଡ୍‌ ଓରଫ ଆନି ବେସାନ୍ତ । ଲଣ୍ଡନ ଜନ୍ମିତ ଆନି ୪୭ ବର୍ଷ ବୟସରେ ଭାରତରେ ପଦାର୍ପଣ କରିଥିଲେ। ପ୍ରାରମ୍ଭିକ ସ୍ତରରେ ଭାରତରେ ସାମାଜିକ ସଂସ୍କାର ଏବଂ ଶିକ୍ଷାର ପ୍ରସାର ଆଦି କ୍ଷେତ୍ରରେ ସେ କାର୍ଯ୍ୟ କରିଥିଲେ। ପରେ ଭାରତୀୟଙ୍କ ପାଇଁ ସ୍ବାଧୀନତା ଦାବିକରି ଏକ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଥିଲେ। ତାହା ଥିଲା ‘ହୋମ୍‌-ରୁଲ୍‌ ମୁଭମେଣ୍ଟ। ‘ନ୍ୟୁ ଇଣ୍ଡିଆ’ ପତ୍ରିକାରେ ସେ ନିୟମିତ ଭାବେ ବ୍ରିଟିଶ୍‌ ସରକାର ବିରୋଧରେ ଲେଖୁଥିଲେ। ତାଙ୍କୁ ଗିରଫକରି କିଛି ଦିନ କାରାଗାରରେ ଅଟକ ମଧ୍ୟ ରଖାଯାଇଥିଲା।
୧୯୧୭ କଲିକତା ଜାତୀୟ କଂଗ୍ରେସରେ ତାଙ୍କୁ ଅଧ୍ୟକ୍ଷା ଭାବେ ମନୋନୀତ କରାଯାଇଥିଲା ।
ମୀରାବେନ୍‌ : ମୀରାବେନ୍‌ଙ୍କ ମୂଳ ନାଁ ମ୍ୟାଡେଲିନ୍‌ ସ୍ଲାଡ୍‌ । ମ୍ୟାଡେଲିନ୍‌ ଜନ୍ମ ହୋଇଥିଲେ ଲଣ୍ଡନରେ ଜଣେ ବ୍ରିଟିଶ୍‌ ନୌ-ସେନାଧ୍ୟକ୍ଷ ସାର୍‌ ଏଡ୍‌ମଣ୍ଡ ସ୍ଲାଡ୍‌ଙ୍କ କନ୍ୟା ଭାବେ। ଉଚ୍ଚ ପଦସ୍ଥ ଇଂଲିଶ୍‌ କର୍ମଚାରୀଙ୍କର ଏହି ଗେହ୍ଲୀ ଝିଅ ଶୈଶବରେ ମହାତ୍ମାଙ୍କ ଏକ ଲେଖା ପଢ଼ି ତାଙ୍କ ଆଦର୍ଶରେ ପରିଚାଳିତ ହୋଇଥିଲେ। ପରେ ସେ ଭାରତକୁ ନିଜର କର୍ମକ୍ଷେତ୍ର ଭାବେ ଗ୍ରହଣ କରି ମହାତ୍ମାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ।
ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇ ମ୍ୟାଡେଲିନ୍‌ ଏକାଧିକ ଥର ଜେଲ ଯାଇଥିଲେ । ମହାତ୍ମା ତାଙ୍କୁ ‘ମୀରା’ ନାମ ଦେଇଥିଲେ। ସାବରମତୀ ଆଶ୍ରମରେ ତାଙ୍କର ସମୟ କଟୁଥିଲା। ଭାରତ ଆସିବା ପରେ ଶାଢ଼ିକୁ ସେ ନିଜର ପରିଧେୟ ଭାବେ ଗ୍ରହଣ କରିଥିଲେ। ମହାତ୍ମାଙ୍କ ମୃତ୍ୟୁ ପରେ ସେ କିଛି ବର୍ଷ ଋଷିକେଶରେ ରହିବା ପରେ ଅଷ୍ଟ୍ରିଆ ଚାଲିଯାଇଥିଲେ ।

ଡ. ଅରୁନ୍ଧତୀ ଦେବୀ

-ନିର୍ଦ୍ଦେଶିକା-ସମ୍ପାଦିକା, ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ,
କଟକ ମୋ – ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?