କାର୍ଯ୍ୟାନୁଷ୍ଠାନରେ ରଫାଦଫା

ଯାଜପୁର ଅଫିସ/କୋରେଇ (ଡି.ଏନ୍‌.ଏ.),୩ା୪: ନକଲି ଜାତିଗତ ପ୍ରମାଣପତ୍ର ଅଭିଯୋଗରେ ୨ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାବେଳେ ସମାନ ଜାତିର ଅନ୍ୟ ୯ ଶିକ୍ଷକଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି। ଯାଜପୁର ଜିଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଆର୍‌ଡିସିଙ୍କ ନିର୍ଦ୍ଦେଶକୁ ତହସିଲ କର୍ତ୍ତୃପକ୍ଷ ଅତି ଚାଲାକିରେ ରଫାଦଫା କରିଥିବା ଚର୍ଚ୍ଚା ହେଉଛି। ଫଳରେ ଜିଲାର ଶତାଧିକ ନକଲି ପ୍ରମାଣପତ୍ରଧାରୀ ଶିକ୍ଷକ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ହାସଲ କରୁଥିବାବେଳେ ବାସ୍ତବ ମେଧାବୀ ଓ ଆଦିବାସୀ ଛାତ୍ରୀଛାତ୍ର ସେଥିରୁ ବଞ୍ଚିତ ରହିଛନ୍ତି ବୋଲି ଅଭିଯୋଗ ହୋଇଛି।
ଜିଲାର କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ ୨୩ା୯ା୨୦୨୨ର ପତ୍ର ଆଧାରରେ ତହସିଲ କର୍ତ୍ତୃପକ୍ଷ ୯ ଜଣ ଶିକ୍ଷକଙ୍କ ଜାତିଗତ ସମ୍ପର୍କିତ ପୁରୁଣା କାଗଜପତ୍ର ତଥ୍ୟକୁ ଦର୍ଶାଇ ୬ ମାସ ପରେ ର୍ଥାତ ୧୪ା୨ା୨୦୨୩ରେ ରିପୋର୍ଟ ଦାଖଲ କରିଛନ୍ତି। କୌଣସି କ୍ଷେତ୍ର ପରିଦର୍ଶନରେ ନ ଯାଇ କିମ୍ବା ମୂଳ ପରିବାର ସମ୍ପର୍କରେ ଛାନ୍‌ଭିନ୍‌ ନ କରି ରିପୋର୍ଟ ଦାଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ନକଲି ଜାତିଗତ ପ୍ରମାଣପତ୍ରଧାରୀ ଶିକ୍ଷକଙ୍କ ପିଛା ଲକ୍ଷାଧିକ ଟଙ୍କା ଅସୁଲି କରାଯାଇ ମାମଲାକୁ ଦବେଇ ଦେବାକୁ ଚକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାରେ ଶତାଧିକ ନକଲି ଶିକ୍ଷକ ଛପି ରହିଥିବା ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ତେବେ କେବଳ କୋରେଇ ବ୍ଲକ ଅସନଝର ପଞ୍ଚାୟତରେ ୧୦ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଅଭିଯୋଗ ହୋଇ ଆସୁଛି। ନିଯୁକ୍ତି ସମୟରେ ସାଧାରଣବର୍ଗର ବ୍ୟକ୍ତି କିଛି ଜମି କିଣି ସେଥିରେ ଶବର ଜାତି ଦର୍ଶାଇ ଆଦିବାସୀ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଛନ୍ତି। ଅଭିଯୋଗ ଅନୁସାରେ ପଛିକୋଟ ହାଇସ୍କୁଲର ମାନସ କୁମାର ନାୟକ ଓ ତରପଦା ପ୍ରାଥମିକ ବିଦ୍ୟାଳୟର ଜ୍ୟୋତ୍ସ୍ନା ନାୟକଙ୍କ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରିବାକୁ ୨୦୨୨ ମାର୍ଚ୍ଚରେ ଆର୍‌ଡିସିଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଉକ୍ତ ନିର୍ଦ୍ଦେଶ ଉପରେ ତଦନ୍ତ କରି ଏମାନେ ସାଧାରଣ ବର୍ଗର ବୋଲି ରିପୋର୍ଟ ଦାଖଲ କରିଥିଲେ। ଆର୍‌ଡିସିଙ୍କ ନିର୍ଦ୍ଦେଶ ପରେ ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ଅଭିଯୋଗ କ୍ରମେ ଶିକ୍ଷକ ମାନସ କୁମାର ନାୟକଙ୍କ ବିରୋଧରେ ମିସ୍‌ କେସ୍‌ ନଂ. ୧୧୪୭/୨୦୦୦ ଏବଂ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ନାୟକଙ୍କ ବିରୋଧରେ ମିସ୍‌ କେସ୍‌ ନଂ. ୧୧୪୮/୨୦୦୦ ରେ ନକଲି ମାମଲା ରୁଜୁ ହୋଇଥିଲା। ଏହାପରେ ଜିଲା ଶିକ୍ଷାଧିକାରୀ ୧୧ା୩ା୨୦୨୨ରେ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ତେବେ ନିଲମ୍ବିତ ଶିକ୍ଷକ ଦ୍ୱୟ ଏବଂ ପଞ୍ଚାୟତର ଅନ୍ୟ ୯ ଜଣ ଶିକ୍ଷକ ସମାନ ଜାତିର ହୋଇଥିବାବେଳେ ମାମଲାକୁ ରଫାଦଫା କରାଯାଇଥିବା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।
ଅଭିଯୋଗ ଅନୁସାରେ ୮ା୮ା୨୦୨୨ରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଶୁଭଶ୍ରୀ ତ୍ରିପାଠୀ ଯାଜପୁର ଜିଲା ଶିକ୍ଷାଧିକାରୀ ଓ କୋରେଇ ବିଓଇଙ୍କୁ ନକଲି ଜାତିଗତ ପ୍ରମାଣପତ୍ରଧାରୀ ୯ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ୯ ଜଣ ଶିକ୍ଷକ ହେଲେ ଅନ୍ନପୂର୍ଣ୍ଣା ଦେହୁରୀ, ଭଗବତୀ ଦେହୁରୀ, ମୁରଲୀଧର ଦେହୁରୀ, ମଧୁସୂଦନ ନାୟକ, ସୁଶାନ୍ତ କୁମାର ନାୟକ, ବିପିନି ନାୟକ, ରାମଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ଯେନା ଓ ସରୋଜିନୀ ସ୍ବାଇଁ। ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ ଅନୁସାରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ଅଭିଯୁକ୍ତ ୯ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ଅସଲି ବୋଲି କୋରେଇ ବିଇଓଙ୍କୁ ରିପୋର୍ଟ ଦେଇଛନ୍ତି। ସେଥିରୁ ୫ଜଣଙ୍କ ପ୍ରମାଣପତ୍ର ବ୍ୟାସନଗର ତହସିଲରୁ ଜାରି ହୋଇଥିବାବେଳେ ୪ ଜଣଙ୍କ ଏହି ତହସିଲରୁ ଦିଆଯାଇ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀଙ୍କୁ ପଚାରିବାରୁ କୋରେଇ ବିଇଓଙ୍କ ପତ୍ର ଅନୁସାରେ ସେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ତହସିଲ କାର୍ଯ୍ୟାଳୟରେ ଥିବା ନଥିପତ୍ରରେ ଯେଉଁ ତଥ୍ୟ ରହିଛି ତାହାକୁ ନେଇ ସେ ରିପୋର୍ଟ ଦାଖଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri