କାର୍ଯ୍ୟାନୁଷ୍ଠାନରେ ରଫାଦଫା

ଯାଜପୁର ଅଫିସ/କୋରେଇ (ଡି.ଏନ୍‌.ଏ.),୩ା୪: ନକଲି ଜାତିଗତ ପ୍ରମାଣପତ୍ର ଅଭିଯୋଗରେ ୨ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାବେଳେ ସମାନ ଜାତିର ଅନ୍ୟ ୯ ଶିକ୍ଷକଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି। ଯାଜପୁର ଜିଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଆର୍‌ଡିସିଙ୍କ ନିର୍ଦ୍ଦେଶକୁ ତହସିଲ କର୍ତ୍ତୃପକ୍ଷ ଅତି ଚାଲାକିରେ ରଫାଦଫା କରିଥିବା ଚର୍ଚ୍ଚା ହେଉଛି। ଫଳରେ ଜିଲାର ଶତାଧିକ ନକଲି ପ୍ରମାଣପତ୍ରଧାରୀ ଶିକ୍ଷକ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ହାସଲ କରୁଥିବାବେଳେ ବାସ୍ତବ ମେଧାବୀ ଓ ଆଦିବାସୀ ଛାତ୍ରୀଛାତ୍ର ସେଥିରୁ ବଞ୍ଚିତ ରହିଛନ୍ତି ବୋଲି ଅଭିଯୋଗ ହୋଇଛି।
ଜିଲାର କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ ୨୩ା୯ା୨୦୨୨ର ପତ୍ର ଆଧାରରେ ତହସିଲ କର୍ତ୍ତୃପକ୍ଷ ୯ ଜଣ ଶିକ୍ଷକଙ୍କ ଜାତିଗତ ସମ୍ପର୍କିତ ପୁରୁଣା କାଗଜପତ୍ର ତଥ୍ୟକୁ ଦର୍ଶାଇ ୬ ମାସ ପରେ ର୍ଥାତ ୧୪ା୨ା୨୦୨୩ରେ ରିପୋର୍ଟ ଦାଖଲ କରିଛନ୍ତି। କୌଣସି କ୍ଷେତ୍ର ପରିଦର୍ଶନରେ ନ ଯାଇ କିମ୍ବା ମୂଳ ପରିବାର ସମ୍ପର୍କରେ ଛାନ୍‌ଭିନ୍‌ ନ କରି ରିପୋର୍ଟ ଦାଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ନକଲି ଜାତିଗତ ପ୍ରମାଣପତ୍ରଧାରୀ ଶିକ୍ଷକଙ୍କ ପିଛା ଲକ୍ଷାଧିକ ଟଙ୍କା ଅସୁଲି କରାଯାଇ ମାମଲାକୁ ଦବେଇ ଦେବାକୁ ଚକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାରେ ଶତାଧିକ ନକଲି ଶିକ୍ଷକ ଛପି ରହିଥିବା ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ତେବେ କେବଳ କୋରେଇ ବ୍ଲକ ଅସନଝର ପଞ୍ଚାୟତରେ ୧୦ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଅଭିଯୋଗ ହୋଇ ଆସୁଛି। ନିଯୁକ୍ତି ସମୟରେ ସାଧାରଣବର୍ଗର ବ୍ୟକ୍ତି କିଛି ଜମି କିଣି ସେଥିରେ ଶବର ଜାତି ଦର୍ଶାଇ ଆଦିବାସୀ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଛନ୍ତି। ଅଭିଯୋଗ ଅନୁସାରେ ପଛିକୋଟ ହାଇସ୍କୁଲର ମାନସ କୁମାର ନାୟକ ଓ ତରପଦା ପ୍ରାଥମିକ ବିଦ୍ୟାଳୟର ଜ୍ୟୋତ୍ସ୍ନା ନାୟକଙ୍କ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରିବାକୁ ୨୦୨୨ ମାର୍ଚ୍ଚରେ ଆର୍‌ଡିସିଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଉକ୍ତ ନିର୍ଦ୍ଦେଶ ଉପରେ ତଦନ୍ତ କରି ଏମାନେ ସାଧାରଣ ବର୍ଗର ବୋଲି ରିପୋର୍ଟ ଦାଖଲ କରିଥିଲେ। ଆର୍‌ଡିସିଙ୍କ ନିର୍ଦ୍ଦେଶ ପରେ ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ଅଭିଯୋଗ କ୍ରମେ ଶିକ୍ଷକ ମାନସ କୁମାର ନାୟକଙ୍କ ବିରୋଧରେ ମିସ୍‌ କେସ୍‌ ନଂ. ୧୧୪୭/୨୦୦୦ ଏବଂ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ନାୟକଙ୍କ ବିରୋଧରେ ମିସ୍‌ କେସ୍‌ ନଂ. ୧୧୪୮/୨୦୦୦ ରେ ନକଲି ମାମଲା ରୁଜୁ ହୋଇଥିଲା। ଏହାପରେ ଜିଲା ଶିକ୍ଷାଧିକାରୀ ୧୧ା୩ା୨୦୨୨ରେ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ତେବେ ନିଲମ୍ବିତ ଶିକ୍ଷକ ଦ୍ୱୟ ଏବଂ ପଞ୍ଚାୟତର ଅନ୍ୟ ୯ ଜଣ ଶିକ୍ଷକ ସମାନ ଜାତିର ହୋଇଥିବାବେଳେ ମାମଲାକୁ ରଫାଦଫା କରାଯାଇଥିବା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।
ଅଭିଯୋଗ ଅନୁସାରେ ୮ା୮ା୨୦୨୨ରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଶୁଭଶ୍ରୀ ତ୍ରିପାଠୀ ଯାଜପୁର ଜିଲା ଶିକ୍ଷାଧିକାରୀ ଓ କୋରେଇ ବିଓଇଙ୍କୁ ନକଲି ଜାତିଗତ ପ୍ରମାଣପତ୍ରଧାରୀ ୯ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ୯ ଜଣ ଶିକ୍ଷକ ହେଲେ ଅନ୍ନପୂର୍ଣ୍ଣା ଦେହୁରୀ, ଭଗବତୀ ଦେହୁରୀ, ମୁରଲୀଧର ଦେହୁରୀ, ମଧୁସୂଦନ ନାୟକ, ସୁଶାନ୍ତ କୁମାର ନାୟକ, ବିପିନି ନାୟକ, ରାମଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ଯେନା ଓ ସରୋଜିନୀ ସ୍ବାଇଁ। ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ ଅନୁସାରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ଅଭିଯୁକ୍ତ ୯ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ଅସଲି ବୋଲି କୋରେଇ ବିଇଓଙ୍କୁ ରିପୋର୍ଟ ଦେଇଛନ୍ତି। ସେଥିରୁ ୫ଜଣଙ୍କ ପ୍ରମାଣପତ୍ର ବ୍ୟାସନଗର ତହସିଲରୁ ଜାରି ହୋଇଥିବାବେଳେ ୪ ଜଣଙ୍କ ଏହି ତହସିଲରୁ ଦିଆଯାଇ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀଙ୍କୁ ପଚାରିବାରୁ କୋରେଇ ବିଇଓଙ୍କ ପତ୍ର ଅନୁସାରେ ସେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ତହସିଲ କାର୍ଯ୍ୟାଳୟରେ ଥିବା ନଥିପତ୍ରରେ ଯେଉଁ ତଥ୍ୟ ରହିଛି ତାହାକୁ ନେଇ ସେ ରିପୋର୍ଟ ଦାଖଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?