Posted inଖେଳ

ନିଲମ୍ବନ ପରେ ଗିରଫ ହେବା ଯୋଗୁ ବରବାଦ ହୋଇଯାଇଥିଲା ଏହି ଉଇକେଟକିପରଙ୍କ କ୍ୟାରିୟର, ଦାରିଦ୍ରରେ…

ନୂଆଦିଲ୍ଲୀ,୧୩।୨: ୧୭୯ ବର୍ଷ ପୂର୍ବେ ଆଜିର ଦିନରେ ଜନ୍ମ ନେଇଥିଲେ ନିଜ ସମୟର ସର୍ବଶ୍ରେଷ୍ଠ ଉଇକେଟକିପର ତଥା ଇଂଲଣ୍ଡର ଟେଡ୍‌ ପୁଲି। ତାଙ୍କର କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ଅଜବ ଥିଲା। ଉଇକେଟ ପଛରେ ସେ ଭଲ ପ୍ରଦର୍ଶନ କରୁଥିଲେ। ହେଲେ ନିଜର ଖରାପ ଅଭ୍ୟାସ ପାଇଁ ତାଙ୍କର କ୍ୟାରିୟର ବରବାଦ୍‌ ହୋଇଯାଇଥିଲା।

୧୮୪୨ ଫେବୃୟାରୀ ୧୩ରେ ପୁଲି ଚେପ୍ସଟୋରେ ଜନ୍ମଗ୍ରହଣ କରିଥିଲେ। ସେ ୨୩ ବର୍ଷ ବୟସରେ କୋଲ୍ଟ କ୍ଲବ ପକ୍ଷରୁ ପ୍ରଥମ ଥର କ୍ରିକେଟ ଖେଳିଥିଲେ। ଧିରେ ଧିରେ ସେ ଭଲ ଉଇକେଟକିପର ଭାବେ ନାମ କମାଇଥିଲେ। ହେଲେ ଏକ ମ୍ୟାଚ୍‌ରେ ପ୍ରଦର୍ଶନ ନ କରିବାକୁ ନେଇ ୧୮୭୩ରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ସେ ଖେଳିବାର ଥିଲା। ହେଲେ ସେ ଜୁଆ ଖେଳୁଥିବା ଯୋଗୁ ଗିରଫ ହୋଇ ସୁଯୋଗ ହରାଇଥିଲେ।

ପୁଲି ଶ୍ରେଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଥିଲେ। ହେଲେ ତାଙ୍କର କୁଅଭ୍ୟାସ ଯୋଗୁ ନିତିଦିନ ସେ ବିବାଦରେ ଫସୁଥିଲେ। ଫଳରେ ନାମ ଏବଂ ଟଙ୍କା ବଦଳରେ ସେ ଦରିଦ୍ର ହୋଇଯାଇଥିଲେ। ୧୯୦୭ରେ ଲଣ୍ଡନର ଏକ ଷ୍ଟୋର୍‌ ରୁମ୍‌ରେ ୬୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପ୍ରଥମ ଶ୍ରେଣୀ କ୍ରିକେଟରେ କ୍ୟାରିୟର:
ମ୍ୟାଚ୍‌-୩୭୦
ରନ୍‌-୯୩୪୫
ଶତକ-୧
ସର୍ବାଧିକ ସ୍କୋର-୧୨୫ ରନ୍‌
କ୍ୟାଚ୍‌-୪୯୬
ଷ୍ଟମ୍ପିଂ-୩୫୮


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri