ପୁଟିନଙ୍କ ସବୁଠାରୁ ବଡ ସମାଲୋଚକଙ୍କ ଉପରେ ନିର୍ମିତ ଫିଲ୍ମକୁ ଓସ୍କାର…

ମସ୍କୋ,୧୩।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସବୁଠାରୁ ବଡ ସମାଲୋଚକ ଆଲେକ୍ସୀ ନାଭାଲିନିଙ୍କ ଉପରେ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ଓସ୍କାର ୨୦୨୩ ମିଳିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବର୍ଗରେ ଫିଲ୍ମକୁ ପୁରସ୍କାର ପ୍ରଦାନ କରାଯାଇଛି। ଏନେଇ ନାଭଲିନିଙ୍କ ସ୍ତ୍ରୀ ୟୁଲିଆ ନାଭାଲନାୟା ମଧ୍ୟ ଓସ୍କାର ମଞ୍ଚରୁ ଏକ ଭାବପ୍ରବଣ ଭାଷଣ ଦେଇଥିଲେ। ଏହା ଶୁଣି ସମାରୋହରେ ଥିବା ସମସ୍ତ ଲୋକ ଭାବପ୍ରବଣ ହୋଇ ଯାଇଥିଲେ।

ଓସ୍କାର ପାଇବା ପରେ ନାଭଲିନିଙ୍କ ସ୍ତ୍ରୀ ୟୁଲିଆ କହିଛନ୍ତି ଯେ ତାଙ୍କ ସ୍ବାମୀ କେବଳ ସତ କହିଥିବାରୁ ତାଙ୍କୁ ଜେଲରେ ରଖାଯାଇଛି। ଗଣତନ୍ତ୍ର ସୁରକ୍ଷା କରୁଥିବାରୁ ତାଙ୍କ ସ୍ବାମୀ ଦଣ୍ଡିତ ହେଉଛନ୍ତି। ଦିନେ ସେ ନିଶ୍ଚିତ ଭାବରେ ବାହାରକୁ ଆସିବେ ।

ରାଷ୍ଟ୍ରପତି ପୁଟିନଙ୍କ ଦୁର୍ନୀତି ଏବଂ ସମସ୍ତ ବେଆଇନ କାର୍ଯ୍ୟର ପ୍ରମାଣ ରଖିଥିବା ୪୬ ବର୍ଷର ନାଭାଲିନି ଦାବି କରିଛନ୍ତି। ଗତ ଦୁଇ ବର୍ଷ ଧରି ପୁଟିନ ତାଙ୍କୁ ଜେଲରେ ରଖିଛନ୍ତି। ନାଭାଲିନି ଜଣେ ଓକିଲ ଏବଂ ରୁଷ ସରକାରରେ ଦୁର୍ନୀତି ବିରୋଧରେ ବ୍ୟାପକ ପ୍ରଚାର କରିଥିଲେ। ନାଭାଲିନି ରୁଷିଆର ବିରୋଧୀ ସହଯୋଗ ପରିଷଦର ସଦସ୍ୟ।

ତାଙ୍କୁ ରୁଷିଆର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଦେଖାଯାଏ। ୨୦୧୮ ମସିହାରେ ସେ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଡକ୍ୟୁମେଣ୍ଟାରୀରେ ଦାବି କରାଯାଇଛି ଯେ ପୁଟିନ ରୁଷିଆରେ ନାଭାଲିନିଙ୍କ ନାମକୁ ମଧ୍ୟ ନିଷିଦ୍ଧ କରିଛନ୍ତି। ଏପରିକି ତାଙ୍କୁ ବିଷ ଦେବା ଏବଂ ହତ୍ୟା କରିବା ପାଇଁ ଏକ ଦଳ ଗଠନ କରାଯାଇଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୦୨୦ରେ ନାଭାଲିନିଙ୍କୁ ସର୍ବିଆର ସବୁଠାରୁ ବିପଦଜ୍ଜନକ ବିଷ ନୋଭିଚୋକ ଦିଆଯାଇଥିଲା, ଯେଉଁଥିପାଇଁ ସେ କୋମାରେ ରହିଥିଲେ। ତାଙ୍କ ଦଳ ତାଙ୍କୁ ଚିକିତ୍ସା ପାଇଁ ଜର୍ମାନୀ ନେଇଥିଲେ। ଏଠାରୁ ତାଙ୍କୁ ରୁଷିଆକୁ ପଠାଯାଇଥିଲା। ସେ ୧୭ ଜାନୁଆରୀ ୨୦୨୧ ରେ ମସ୍କୋକୁ ଫେରିବା ମାତ୍ରେ ରାଷ୍ଟ୍ରପତି ପୁଟିନଙ୍କ ନିର୍ଦ୍ଦେଶରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri