ପୁଅକୁ ଦେଖିବାକୁ ଯାଇ ହଟହଟା: ଶ୍ୱଶୁର ଘର ଆଗରେ ଜ୍ବାଇଁ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଲେ ଲୋକେ

ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ତାଲୁଆ ବାଲିକୁଦା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁର ଘର ଆଗରେ ଜ୍ବାଇଁ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ବାହାଦୁରନଗର ଗାଁର କେଶବ ଚନ୍ଦ୍ର ତ୍ରିପାଠୀ ପାଖାପାଖି ଚାରି ବର୍ଷ ହେବ ତାଲୁଆ ବାଲିକୁଦା ଗାଁରେ ବିବାହ କରିଥିଲେ। ପରେ ତାଙ୍କର ମଧ୍ୟ ଏକ ପୁଅ ହୋଇ ଥିଲା। ବିବାହର କିଛି ବର୍ଷ ପରଠାରୁ ପାରିବାରିକ କଳହ ଲାଗି ଏ ଘଟଣା ମଧ୍ୟ ଥାନାରେ ପହଞ୍ଚିଥିଲା। କିନ୍ତୁ ୬ ମାସ ହେବ କଳହ ବଢିବା ଯୋଗୁ ଝିଅର ପରିବାର ଲୋକେ ଆସି ତାଙ୍କ ଝିଅକୁ ଘରକୁ ନେଇ ଯାଇଥିଲେ। ଗତ ୬ ତାରିଖ ଦିନ ପୁଅ ଦେହ ଖରାପ ହୋଇଥିବା ଫୋନ ଯୋଗେ ଖବର ପାଇ କେଶବ ଯାଇଁ ଶ୍ୱଶୁର ଘରେ ପହଂଚି ଯାଇଥିଲେ। ପୁଅ କଥା ପଚାରିବାରୁ ୬ ମାସ ହେଲା କୁଆଡେ ଯାଇଥିଲ କହିବା ସହ ସେଠାରେ ତାଙ୍କ ହାତ ଗୋଡ଼ ବନ୍ଧି ନିସ୍ତୁକ ମାଡ଼ ମାରି ଥିବା କେଶବ କହିଛନ୍ତି। ଦୀର୍ଘ ସମୟପରେ ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି କେଶବଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କ ପାଖେ ଜିମା ଦେଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ କେଶବ ଏହି ଘଟଣାକୁ ନେଇ ବେଶ୍‌ ଦୁଶ୍ଚିନ୍ତାରେ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଏହି ଘଟଣାକୁ ନେଇ ଝିଅ ଘର ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ଅପରପକ୍ଷରେ କେଶବ ଚନ୍ଦ୍ର ତ୍ରିପାଠୀ ମଦ ପିଇ ତାଙ୍କ ଶ୍ୱଶୁର ଘର ନିକଟରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ବେଳେ ତାଙ୍କୁ ବାନ୍ଧି ରଖିଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ଥିଲା। ଏ ଘଟଣାକୁ ନେଇ ଏଯାବତ ପୋଲିସ ପାଖେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri