Posted inଫୁରସତ

ଲାଇଭ ଶୋ’ରେ ନିଜକୁ ଚାପୁଡ଼ା ମାରିଲେ ମହିଳା ରିପୋର୍ଟର

ବ୍ରିସବେନ: ଲାଇଭ ଟିଭି ପ୍ରୋଗ୍ରାମରେ ଜଣେ ମହିଳା ରିପୋର୍ଟର ହଠାତ୍‌ ନିଜକୁ ଚାପୁଡ଼ା ମାରିବାର ଏକ ଭିଡିଓ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ମହିଳା ରିପୋର୍ଟରଙ୍କ ଏହି ଆଚରଣରେ, ସମ୍ପୃକ୍ତ ପ୍ରୋଗ୍ରାମର ଉପସ୍ଥାପିକା ମଧ୍ୟ ନିଜ ହସ ରୋକି ପାରିନଥିବା ଲକ୍ଷ୍ୟ କରାଯାଉଛି। ତେବେ ଏହି ଭିଡିଓ ଦେଖି ମହିଳାଙ୍କୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପରିହାସ କରାଯାଉଛି। ଏଥିସହିତ ଭିଡିଓଟିକୁ ଦେଖି ଅନେକ ପ୍ରଶ୍ନ କରିଛନ୍ତି ମହିଳା ରିପୋର୍ଟର ଜଣକ ନିଜ ମୁହଁକୁ ଚାପୁଡ଼ା ମାରିବା ପଛର କାରଣ କ’ଣ। ତେବେ ଲାଇଭ୍‌୍‌ ଶୋ ସମୟରେ ନିଜକୁ ଚାପୁଡ଼ା ମାରିବା ପଛର କାରଣ ଗୋଟିଏ ମଶା ହୋଇଥିବା ଏହି ଅଷ୍ଟ୍ରେଲୀୟ ମହିଳା ସାମ୍ବାଦିକ ଜଣଙ୍କ ଦର୍ଶାଇଛନ୍ତି। ନିଜ ମୁହଁରେ ଏକ ମଶା ଉଡୁଥିବାରୁ ସେହି ମଶାକୁ ଘଉଡାଇବାକୁ ଚେଷ୍ଟାକରି ସେ ନିଜକୁ ଚାପୁଡ଼ା ମାରିଥିବା ସ୍ବୀକାର କରିଛନ୍ତ। ଭିଡିଓରେ ଥିବା ଏହି ମହିଳା ସାମ୍ବାଦିକ ହେଉଛନ୍ତି ଆଣ୍ଡ୍ରେୟା କ୍ରୋଥର। ସେ ଅଷ୍ଟ୍ରେଲିଆର ’ଟୁଡେ ଶୋ’ ନାମକ ଏକ ଗଣମାଧ୍ୟମ ସଂସ୍ଥାରେ କାମ କରନ୍ତି । ସୂଚନା ଅନୁଯାୟୀ, ନିକଟରେ ବ୍ରିସ୍‌ବେନରେ ବନ୍ୟା ପରିସ୍ଥିତି ବିଷୟରେ ରିପୋର୍ଟିଂ କରିବାକୁ ଘଟଣାସ୍ଥଳକୁ ଯାଇଥିଲେ ଆଣ୍ଡ୍ରେୟା । ଏହି ସମୟରେ ଯେତେବେଳେ ସେ ତାଙ୍କ ଲାଇଭ ରିପୋର୍ଟିଂ ଆରମ୍ଭ କଲେ, ହଠାତ୍‌ ତାଙ୍କ ମୁହଁରେ ଏକ ମଶା ଆସି ବସିଲା। ଫଳରେ ସେ ମଶାଟିକୁ ଘଉଡାଇବାକୁ ଚେଷ୍ଟା କରି ଭୁଲ୍‌ରେ ନିଜକୁ ଚାପୁଡ଼ା ମାରିଥିଲେ। ଲାଇଭ୍‌ ଶୋ ସମୟରେ ଏହି ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା, ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଯେଉଁମାନେ ଏହି ଭିଡିଓ ଦେଖିଛନ୍ତି ସେମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇ ଏହାକୁ ଉପଭୋଗ କରୁଛନ୍ତି । ମହିଳା ରିପୋର୍ଟର ଆଣ୍ଡ୍ରେୟା ମଧ୍ୟ ଏହି ଭିଡିଓଟିକୁ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ହେଲା OSSTET-୨୦୨୬ ପରୀକ୍ଷା: ବୁଧବାର ହେବାର ଥିଲା, ପୁଣି ଏହି ଦିନ…

ଭୁବନେଶ୍ବର,୨୯।୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?