ଏକ ତ୍ରୁଟିପୂର୍ଣ୍ଣ ଅନ୍ବେଷଣ

ଜାଚରୀ କାରାବେଲ୍‌

ନିକଟରେ ଆମେରିକାର ପୋଡ୍‌କାଷ୍ଟର ଜୋଏ ରୋଗନ ଶୀର୍ଷକରେ ପ୍ରକାଶ କରିଛନ୍ତି ଯେ,ସମ୍ପ୍ରତି ଆମେରିକାର ସାଂସ୍କୃତିକ ପଥ ଯାହା ରହିଛି ତାହା ଗୋରା ଲୋକଙ୍କୁ ଅନ୍ତତଃ ବାହାରକୁ ଯିବାକୁ ଅନୁମତି ଦେବ ନାହିଁ। ଅନ୍ୟ ପକ୍ଷରେ ୟୁନିଭର୍ସିଟି ଅଫ୍‌ ନର୍ଥ କାରୋଲିନା ନ୍ୟୁୟର୍କ ଟାଇମ୍ସର ପୁଲିଜର ପୁରସ୍କାର ବିଜେତା ନିକୋଲି ହନ୍ନା- ଜୋନ୍ସଙ୍କୁ ଆମେରିକାର କ୍ରୀତଦାସ ଇତିହାସ ସମ୍ପର୍କିତ ୧୬୧୯ ପ୍ରୋଜେକ୍ଟ ଉପରେ କାମ କରିବାକୁ ମନାକଲା। ଆଉ ଏକ ଘଟଣାରେ ଏ୍ୟତିହାସିକ ବ୍ଲାକ୍‌ ହୋଓ୍ବାର୍ଡ ୟୁନିଭର୍ସିଟି ଏହାର ଶାସ୍ତ୍ରୀୟ ବିଭାଗକୁ ବନ୍ଦ ବା ଶେଷ କରିଦେଲା। ହାର୍ଭାର୍ଡ ଫିଲୋସଫର କର୍ନେଲ ଓ୍ବେଷ୍ଟ ଏହି ନିଷ୍ପତ୍ତିକୁ ଏକ ଆଧ୍ୟାମତ୍ିକ ମହାପ୍ରଳୟ ଭାବେ ବର୍ଣ୍ଣନା କଲେ। ଏହି ଶୀର୍ଷକଗୁଡ଼ିକରୁ ବୁଝାପଡ଼ୁଛି ଯେ, ଆଜିର ସଚେତନ ଯୁଗରେ ତଥାପି ସେମାନେ କିଏ ବୋଲି ଆମେରିକୀୟମାନଙ୍କୁ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି। ତ୍ରୁଟିପୂର୍ଣ୍ଣ , ଅଧୁରା ଜାତୀୟ ଇତିହାସକୁ ଦେଶର ସମ୍ପତ୍ତି ଭାବେ ସ୍ବୀକୃତି ଦେଇ ଜଣଙ୍କର ଅନ୍ୟ ସହ ଥିତ୍ତ୍ବା ଏକତରଫା ଭାବକୁ ଦୂର କରିବାର ଯେଉଁ ଅନ୍ବେଷଣ ଜାରି ରଖିତ୍ଛି ତାହା କେବେ ବି ସଫଳ ହୋଇପାରିବ ନାହିଁ। ସେ ଯାହା ହେଉ ଏକ ନୈତିକ ବିଶ୍ୱରେ ଜାତି,ବର୍ଣ୍ଣ , ଧର୍ମ ନିର୍ବିଶେଷରେ ଆମେରିକୀୟମାନେ ସେମାନଙ୍କ ଅତୀତର ବିଭିନ୍ନ ବିଷୟକୁ ଆଲୋଚନା କରିବା ସହ ତାହାକୁ ସମ୍ମାନ ଦେବେ। ଅଧିକାଂଶ ଆମେରିକୀୟଙ୍କର ସମସ୍ୟା ହେଉଛି ସମାଜରେ ଥିବା ଜାତିବାଦ ଓ ସମାନତା ଉପରେ ସଚେତନତାକୁ ସ୍ବୀକାର କରିବା ପାଇଁ ସେମାନଙ୍କୁ ଶ୍ୱେତାଙ୍ଗବାଦ ବିରୋଧରେ ଲଢ଼େଇ କରି ନିୟନ୍ତ୍ରଣ କରିବାକୁ ପଡ଼ିବ; ଯଦିଓ ଅତୀତରେ ଆମେରିକାର ଅନେକ ରାଜ୍ୟ ଜାତିଗତ ଦୃଷ୍ଟିରୁ ଶ୍ୱେତାଙ୍ଗ ବହୁଳ ରହିଆସିଛି। ଆମେରିକୀୟମାନେ ସହଜରେ ତାହାକୁ ଦୂର କରି ପାରିବେ ନାହିଁ କିମ୍ବା ପ୍ରାରମ୍ଭରୁ ରହିଥିବା ଏହି ସମସ୍ୟାକୁ ଆୟତ୍ତ କରିପାରିବେ ନାହିଁ। ଆମେ ଅସମାନତାକୁ ଆଉ ଏକ ଅସମାନତା ସୃଷ୍ଟି କରି ସମାଧାନ କରିପାରିବା ନାହିଁ। ଅନ୍ତତଃ ଆମେରିକାର ଜାତୀୟ ଇତିହାସ ଦୃଷ୍ଟି କୋଣରୁ ଦେଖିଲେ ସେଠାକାର ଦ୍ୱେତ ସଂସ୍କୃତି ଏକ ଆହ୍ବାନ ହୋଇ ରହିଆସିଛି। ୧୯୫୦ ଦଶକରେ ଲୋକଙ୍କ ସ୍ବାଧୀନତା, ମଧ୍ୟବିତ୍ତଙ୍କ ସମୃଦ୍ଧିଶୀଳତା, ଲୋକତନ୍ତ୍ର ଏବଂ ନାଗରିକଙ୍କ ପାଇଁ ଗୋଟିଏ ସ୍ବରର ଉଲ୍ଲେଖନୀୟ ଇତିହାସ ଦେଶକୁ ଭିନ୍ନ ଭାବେ ପ୍ରଦର୍ଶିତ କରିଥିଲା। ନିର୍ଯାତନାରୁ ମୁକ୍ତି ପାଇବା କ୍ରୀତଦାସର ଇତିହାସ ଭିନ୍ନ ଥିଲା, କିନ୍ତୁ ଗୃହଯୁଦ୍ଧ ଏବଂ ମୁକ୍ତି ଉଦ୍‌ଘୋଷଣର ପ୍ରଦର୍ଶନରୁ ଆମେରିକା ବାସ୍ତବରେ ଦୂରେଇ ଯାଇ ଶେଷରେ ନ୍ୟାୟୋଚିତ ପଥକୁ ଫେରି ଆସିଥିଲା। ଗୃହଯୁଦ୍ଧର ପରବର୍ତ୍ତୀ ପୁନର୍ଗଠନ ଏବଂ ତା’ପରେ ସେତେବେଳର ସଂଘୀୟ ରାଜ୍ୟଗୁଡ଼ିକରେ ଆଇନଗତ ଭାବେ ଲାଗୁ କରାଯାଇଥିବା ଜାତିଗତ ବିଭାଜନର ଜିମ୍‌ କ୍ରେଙ୍କ ଯୁଗର ଇତିହାସକୁ ପ୍ରାୟତଃ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା। ତଥାପି ଏହା ଥିଲା ବିଜୟର କାହାଣୀ ବା ଇତିହାସ; ଆଉ ଏହି ବିଜୟର ଭୂମିକାରେ ରହିଥିଲେ ସମସ୍ତ ଗୋରା ଲୋକ। ଆମେରିକାର ମୂଳ ବାସିନ୍ଦାମାନେ ଏଥିରେ ମୁଖ୍ୟତଃ ଦେଖାଯାଇଥିତ୍ଲେ। ସେମାନେ ପ୍ରଥମ ଥ୍ୟାଙ୍କସଗିଭିଙ୍ଗରେ ସଂକ୍ଷିପ୍ତ ଭୂମିକାରେ ଅବତୀର୍ଣ୍ଣ ହୋଇ ପରେ ଗୃହଯୁଦ୍ଧରେ ଶତ୍ରୁ ଭାବେ ରହିଥିଲେ। ଅଳ୍ପ କେତେ ଜଣ ଆଫ୍ରିକୀୟ- ଆମେରିକୀୟ ଯଥା କୃଷି ବିଜ୍ଞାନୀ ତଥା ଉଦ୍ଭାବକ ଜର୍ଜ ଓ୍ବାଶିଂଟନ କାର୍ଭର ଏବଂ ଶିକ୍ଷାବିତ୍‌ ତଥା ଲେଖକ ବୁକର୍‌ ଟି ଓ୍ବାଶିଂଟନ ଇତିହାସକୁ ସୁଦୃଢ କରିବାକୁ କମ୍‌ ସମୟ ପାଇଁ ସାମ୍‌ନାକୁ ଆସିଥିଲେ।
ଷାଠିଏ ଏବଂ ସତୁରି ଦଶକର ଶେଷ ଆଡକୁ ସେହି ଇତିହାସ ପ୍ରାୟତଃ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ଯେଉଁମାନେ ନାୟକ ଥିତ୍ଲେ ସେମାନେ ଖଳ ନାୟକ ପାଲଟିଗଲେ। ଏହି ଇତିହାସ ଦାସତ୍ୱ ପ୍ରଥା ବିରୋଧୀ ଫ୍ରେଡେରିକ୍‌ ଡୋଗ୍‌ଲାସ୍‌ ଏବଂ ହାରିଏଟ ଟ୍ୟୁବମ୍ୟାନ ଏବଂ ମହିଳା ରାଇଟ୍‌ ଆକ୍ଟିଭିଷ୍ଟ ସୁସାନ ବି. ଆନ୍ଥୋନୀଙ୍କ ଭଳି ହିରୋଙ୍କୁ ନୂଆକରି ଆଣିବା ସହ ଅନ୍ଧାର ଘେରରେ ରହିଥିତ୍ବା ଅନ୍ୟାୟକୁ ସାମ୍‌ନାକୁ ଆଣିଲା। ଏହା ସହ କଳାଲୋକଙ୍କୁ ବ୍ୟାପକ ହତ୍ୟା ଏବଂ ୧୯୨୧ର ‘ଟୁଲ୍‌ସା ରେସ୍‌ ମାସାକ୍ରେ’ ବା ଟୁଲ୍‌୍‌ସା ଜାତିଗତ ଗଣହତ୍ୟାକୁ ଲୋକଲୋଚନକୁ ଆଣିଲା। ଆମେରିକା ଲଗାତର ଉଦ୍ଦେଶ୍ୟମୂଳକ ଭାବେ ଉପତ୍ୀଡନର ଇତିହାସର ବାସ୍ତବତାକୁ ବଦଳାଇ ଭିନ୍ନ ଭାବେ ଉପସ୍ଥାପନ କରିଥିତ୍ଲା କିମ୍ବା ଲୋପ କରିଦେଇଥିଲା ଓ ଏବେ ପୁଣି ତାହା ଦୃଶ୍ୟମାନ ହେଲା। ଯେଉଁଥିପାଇଁ ମ୍ୟାକ୍‌ଲମ ଏକ୍ସ ଏକ ଅବିସ୍ମରଣୀୟ କଥା କହିଛନ୍ତି-‘ ଆମ ପୂର୍ବପୁରୁଷମାନେ ତୀର୍ଥଯାତ୍ରୀ ନ ଥିଲେ। ଆମେ ପ୍ଲାଏମାଉଥ୍‌ ରକ୍‌ରେ ପହଞ୍ଚି ନ ଥିଲୁ ବରଂ ଏହି ରକ୍‌ ଆମ ଉପରେ ପଡ଼ିଥିଲା।’
ଏବେ ଆମେରିକା ଇତିହାସକୁ ଲୋପ କରିଦେବା ଏବଂ ଜାତି ବିରୋଧୀ ଉଦ୍ୟମ ଯୋଗୁ ଏକ ରକ୍ଷଣଶୀଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍କୁଲ୍‌ ପାଠ୍ୟକ୍ରମରୁ ‘କ୍ରିଟିକାଲ ରେସ୍‌ ଥିତ୍ଓରି’ ସମ୍ପର୍କିତ ଶିକ୍ଷାଦାନକୁ ବନ୍ଦ କରିବାକୁ ନେଇ ଷ୍ଟେଟ୍‌ ଲେଜିସଲେଟିଭ୍‌ଗୁଡ଼ିକରେ ବିଲ୍‌ ପାସ୍‌ କରିବାକୁ ରିପବ୍ଲିକାନ୍‌ ନୀତି ନିର୍ଦ୍ଧାରକମାନେ ଆଗକୁ ବଢୁଥିବା ଯୋଗୁ ଏହା ଦେଖାଦେଇଛି। ଏହା ଏକ ସଙ୍କଟଜନକ ପରିସ୍ଥିତି। ଏଭଳି ସ୍ଥିତି ମାଧ୍ୟମରେ ଶ୍ୱେତାଙ୍ଗମାନେ ଆମେରିକା ଲାଗି ବହୁତ କିଛି କରିଥିଲେ ଓ ଏବେ କରିପାରନ୍ତି ବୋଲି ଜଣାଇ ଦେବାକୁ ଚାହାନ୍ତି। ଅବଶ୍ୟ ଏଭଳି ଭିନ୍ନ ଇତିହାସ ସୃଷ୍ଟି କରିବାର ଅର୍ଥ ଏକ ଅନିୟନ୍ତ୍ରିତ ବା ଅପ୍ରିୟ ଘଟଣାକୁ ଇଙ୍ଗିତ କରୁଛି। ଏଥିପାଇଁ କିଏ ବେଶି ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷମତା ପ୍ରୟୋଗ କରିଛନ୍ତି, ତାହାକୁ ଦେଖିଲେ ଅନ୍ତତଃ କହିବାକୁ ପଡ଼ିବ ଯେ, ଗୋରା ଲୋକମାନଙ୍କର ଏଥିରେ ଅଧିକ ପ୍ରତିନିଧିତ୍ୱ ରହିଛି।
ମୁଁ ନିକଟରେ ଦୁଇ ଶତାବ୍ଦୀରୁ ଊର୍ଦ୍ଧ୍ୱ ଧରି ଆମେରିକାରେ କାର୍ଯ୍ୟରତ ଏକ ପାରିବାରିକ ଇନ୍‌ଭେଷ୍ଟମେଣ୍ଟ ଫାର୍ମ -ବ୍ରାଉନ ବ୍ରଦର୍ସ ହ୍ୟାରିମ୍ୟାନକୁ ଅନୁଧ୍ୟାନ କରି ଏକ ଇତିହାସ ଲେଖିଥିଲି। ଆମେରିକା ଇତିହାସର ବୃହତ୍‌କାୟ ରୂପରେ ଏକ ସୂକ୍ଷ୍ମ ସ୍ବରୂପକୁ ବିଭିନ୍ନ ପ୍ରକାରେ ଏହି ଇତିହାସରେ ସ୍ଥାନ ଦେଇଛି ଏବଂ ଦ୍ୱେତଭାବବାଦରେ କିଭଳି ଆମ ଇତିହାସ ଆଗ ପଛ ହୋଇଛି ତାହା ମଧ୍ୟ ଦର୍ଶାଇଛି। ସେମାନେ ସ୍ଥାୟୀ ପୁଞ୍ଜିବାଦର ପ୍ରତୀକ ହୋଇଛନ୍ତି, କିନ୍ତୁ ସେମାନେ କ୍ରୀତଦାସ ମହିଳା ପୁରୁଷଙ୍କ ଶ୍ରମ ଆଧାରରେ କପା ବ୍ୟବସାୟକୁ ମଜଭୁତ କରିବା ସହ ଏଥିତ୍ରେ ପ୍ରଚୁର ପାଣ୍ଠି ଲଗାଇବା ଯୋଗୁ ପ୍ରସିଦ୍ଧି ଲାଭ କରିଛନ୍ତି। ସେମାନେ ଲୋକଙ୍କ ସେବା ପାଇଁ ସ୍ବର ଉଠାଇଛନ୍ତି, ନୈତିକ ଆବଶ୍ୟକତା କଥା କହିଛନ୍ତି, କିନ୍ତୁ ନିକାରାଗୁଆକୁ ଅଧିତ୍କାର କରିବାରେ ଆମେରିକାର ଯୋଜନାକୁ ସାହାଯ୍ୟ କରିଛନ୍ତି। ସେହି ଦେଶର ସରକାରଙ୍କଠାରୁ ସେମାନେ ଦେଇଥିବା ଋଣ ପରିଶୋଧ କରିବା ପାଇଁ ଏଭଳି କରିଥିଲେ। ଏହି ଫାର୍ମରେ ଶ୍ୱେତ ପୁରୁଷଙ୍କ ବିଶେଷ ଅଧିତ୍କାର ରହିଛି। ଏହା ଅନେକ ଆମେରିକୀୟ ଇତିହାସ ରଚିବା ଆରମ୍ଭ କରିଥିଲା, ଯେଉଁଥିରେ ଆୟର୍ଲାଣ୍ଡର ବ୍ୟବସାୟୀ ଆଲେକ୍‌ଜାଣ୍ଡର ବ୍ରାଉନ୍‌ ୧୮୦୦ରେ ଜାତିଗତ ଦଙ୍ଗା ଯୋଗୁ ବେଲ୍‌ଫାଷ୍ଟ ଛାଡି ବଲଟିମୋରକୁ ପଳାଇଯାଇଥିଲେ। ସେ ଯେଉଁ କମ୍ପାନୀ ପ୍ରତିଷ୍ଠା କରିଥିତ୍ଲେ ତାହା ଆମେରିକାର ଅର୍ଥନୀତିର ବିକାଶକୁ ନୂଆ ରୂପ ଦେଇଥିଲା। ସେ କଟନ ବ୍ୟବସାୟକୁ ପାଣ୍ଠି ଯୋଗାଇ ନଥିତ୍ଲେ ବରଂ ଆମେରିକାର ପ୍ରଥମ ରେଲ୍‌ରୋଡ( ବଲଟିମୋର-ଓହିଓ) ଏବଂ ଟ୍ରାନ୍ସଆଣ୍ଟଲାଟିକ ଷ୍ଟିମ୍‌ ଲାଇନକୁ ବି ପାଣ୍ଠି ଯୋଗାଇଥିଲେ। କପା ବ୍ୟବସାୟ କରିବା ସତ୍ତ୍ୱେ ବି ପ୍ରତିଷ୍ଠାତା ସଦସ୍ୟ ଭାବେ କ୍ରୀତଦାସ ବିରୋଧୀ ରିପବ୍ଲିକାନ ପାର୍ଟିର ସଦସ୍ୟମାନେ ଏଥିରେ ରହିଥିଲେ। ଏହା ଦେଖିବା ପରେ ବ୍ରାଉନ ବ୍ରଦର୍ସ ହ୍ୟାରିମ୍ୟାନ ଦୃଷ୍ଟାନ୍ତ ସୃଷ୍ଟି କରିବା ଲାଗି ଇଷ୍ଟକୋଷ୍ଟ ଡବ୍ଲ୍ୟୁଏଏସପି ପ୍ରତିଷ୍ଠାନ ଗଢି ଏହା ଦ୍ୱାରା ସେମାନେ ଏକ ଅଧିକ ଲାଭପ୍ରଦ ଏବଂ ବିପଦଶୂନ୍ୟ ଭାଗୀଦାରି ପୁଞ୍ଜିବାଦକୁ ପ୍ରେତ୍ସାହିତ କରିବାକୁ ସାହାଯ୍ୟ କଲେ। କ୍ରମଶଃ ଆଭିଜାତ୍ୟ,ତାରତମ୍ୟ ବିଶ୍ୱର ଦ୍ୱାର ସମସ୍ତଙ୍କ ପାଇଁ ବନ୍ଦ ହୋଇଗଲା ପରେ କିଛି ବିଶେଷାଧିକାର ଷାଠିଏ ସତୁରି ଦଶକ ମଧ୍ୟରେ ବି ସମର୍ଥନ ହରାଇଲା। ଏବେ ଠିକ୍‌ ବିପରୀତ ଦେଖାଦେଇଛି। ଅଧିକ ସମତାବାଦୀ ଆଭିଜାତ୍ୟ ବର୍ଗ ଯେଉଁମାନେ ଅତୀତରେ ବ୍ୟବସାୟ ଓ ଫାଇନାନ୍ସର ଶକ୍ତିଶାଳୀ ବ୍ୟକ୍ତି ବିଶେଷ ରହିଥିଲେ ସେମାନେ ମଧ୍ୟ ଜନସେବା ବା ହିତରେ ବିଶ୍ୱାସ କଲେ।
ତେବେ ଆମେରିକା ସ୍ବାଧୀନତା, ଲୋକତନ୍ତ୍ର ଏବଂ ଉଦାରତାର ଏକ ସବୁଠୁ ଭଲ ସ୍ଥାନ ବୋଲି ଯେଉଁ ଅହଂକାରୀ ବିଶ୍ୱାସ ରହିଛି ତା’ଉପରେ ଲଗାତର ଗମ୍ଭୀର ପ୍ରଶ୍ନ ଉଠିବା ସ୍ବାଭାବିକ। ତଥାପି ଆମେରିକାର ଅପବାଦର ଆଉ ଏକ ରୂପ ରହିଛି। ଆମେରିକା ଏକ ଶ୍ରେଷ୍ଠ ଦେଶ ନୁହେଁ ,ବରଂ ସବୁଠୁ ଖରାପ ରାଷ୍ଟ୍ର ବୋଲି ଆମର ଯେଉଁ ଧାରଣା ରହିଛି ତାହା ମଧ୍ୟ ସମାନ ଭାବେ ବିକୃତ ଏବଂ ବିଷାକ୍ତ ଓ ଅହଂକାରୀ। ଆମର ଜଟିଳ ଇତିହାସକୁ ସାମ୍‌ନା କରି ଏବଂ ଶେଷରେ ଏକ ଅଧିକ ଲାଭପ୍ରଦ, ସମନ୍ବିତ ଏବଂ ଉଦାର ସଂସ୍କୃତିକୁ ଆପଣାଇବା ଏହି ସଙ୍କଟଜନକ ପରିସ୍ଥିତିରେ କଠିନ ହୋଇପାରେ। କିନ୍ତୁ ଏହା ମଧ୍ୟ ଆହୁରି ଜରୁରୀ ଯେ, ଆମେ କିଏ ଏବଂ ଆମେ କ’ଣ ହେବାକୁ ସକ୍ଷମ ତାହାକୁ ବୁଝିବାକୁ ପଡ଼ିବ।
ଫାଉଣ୍ଡର, ଦି ପ୍ରୋଗ୍ରେସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri