ଖିନବର ପଞ୍ଚାୟତର ୮ ଗ୍ରାମବାସୀଙ୍କ ମେଳି

ନନ୍ଦପୁର, ୩୦।୯ (ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡା ନାଗେଶ୍ୱରୀ ପାହାଡ ଖଣି ଖନନ ପାଇଁ ନଷ୍ଟ ହେବାକୁ ଥିବା ଜଙ୍ଗଲର ସମପରିମାଣ ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଖିନବର ଓ ହାତୀବାରୀ ପଞ୍ଚାୟତର ୪୩୭ ଏକର ୬୭ ସେଣ୍ଟ ଜମି ଅଧିଗ୍ରହଣ କରିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିଲାଗି ଜିଲାପାଳଙ୍କ ପତ୍ରସଂଖ୍ୟା ୨୨୪୭/୨୩ ଅନୁସାରେ ନନ୍ଦପୁର ତହସିଲଦାର ପାଡୁଆ ରାଜସ୍ବ ନିରୀକ୍ଷକଙ୍କ ଜରିଆରେ ହାତୀବାରି ପଞ୍ଚାୟତର ୩୦୬ ଏକର ୩୭ସେଣ୍ଟ ଜମି ଓ ଖିନବର ପଞ୍ଚାୟତର ଖାତା ନଂ. ୩୩ର ପ୍ଲଟ ନଂ. ୩୦୦,୩୦୧, ୩୦୨,୩୦୩, ୩୦୫,୩୦୬, ୩୦୭, ୩୦୮ର ସମୁଦାୟ ୧୨୪ ଏକର ୩୩ସେଣ୍ଟ ଜମି ଚିହ୍ନଟ କରିଛନ୍ତି, ଯାହାକୁ ଶୁକ୍ରବାର ଖିନବର ପଞ୍ଚାୟତର ୮ଖଣ୍ଡ ଗ୍ରାମର ଗ୍ରାମବାସୀ ମେଳିକରି ବିରୋଧ କରିବାକୁ ସ୍ଥିର କରିଛନ୍ତି। ଚିହ୍ନଟ ୧୨୪ ଏକର ୩୩ ସେଣ୍ଟ ଜମିରେ ସେମାନେ ଧାନ , ମାଣ୍ଡିଆ, ପନିପରିବା ଚାଷକରି ଗୁଜୁରାଣ ମେଣ୍ଟାଉଛନ୍ତି। କିଛି ଜମିକୁ ଗୃହପାଳିତ ପ୍ରାଣୀଙ୍କ ଚରିବାକୁ ଛାଡି ଦେଇଛନ୍ତି। ପଞ୍ଚାୟତର ୧୫ଟି ଗ୍ରାମର ଅଧିକାଂଶ ପରିବାର ଜଙ୍ଗଲ ଓ ରାଜସ୍ବ ଜମିକୁ ବ୍ୟବହାର କରୁଛନ୍ତି। ଆମେ ବ୍ୟବହାର କରୁଥିବା ରାଜସ୍ବ ଜମିରେ ଜଙ୍ଗଲ ସୃଷ୍ଟି ପାଇଁ ପ୍ରଶାସନ ହାତକୁ ଜମି ଟେକିଦେଲେ ଆମେ କ’ଣ କରିବୁ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। କିଛିଦିନ ତଳେ ନନ୍ଦପୁର ବିଡିଓ, ତହସିଲଦାର, ଆର୍‌ଆଇ ଓ ଏସ୍‌ଡିପିଓଙ୍କ ଜରିଆରେ ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜମି ଅଧିଗ୍ରହଣକୁ ବିରୋଧ କରି ଗ୍ରାମବାସୀ ଦାବିପତ୍ର ଦେଇଥିଲେ। ଏହାକୁ ମାସେ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଆମେ ମରିଯିବୁ ପଛେ ଆମ ପଞ୍ଚାୟତର ଜମି ଅନ୍ୟ କାହାରିକୁ ହସ୍ତାନ୍ତର କରିବୁ ନାହିଁ। ଆଗାମୀ ଦିନରେ ନେଇ ବ୍ଲକ, ତହସିଲ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିବୁ ବୋଲି ଖିନବର ସରପଞ୍ଚ ଭୀମ ଖିଲ, ସମିତି ସଭ୍ୟ ଘାସି ପାଙ୍ଗୀ, ବାସନ୍ତୀ ଖିଲ, ଦସୁ ଖିଲ, ତୁଳାରାମ ପାଙ୍ଗୀ, ଚିତୁ ପାଙ୍ଗୀ, ରାମ ଖିଲଙ୍କ ସମେତ ଶତାଧିକ ଗ୍ରାମବାସୀ ପ୍ରକାଶ କରିଛନ୍ତି। ବିଡିଓ ସୁଜିତ ମିଶ୍ର, ତହସିଲଦାର ନରସିଂହ ଗାଦବା, ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ମିଳିତ ଭାବେ କହିଛନ୍ତି ଯେ, ପଞ୍ଚାୟତବାସୀ ପୂର୍ବରୁ ଦେଇଥିବା ଦାବିପତ୍ର ବିଭାଗୀୟ ମୁଖ୍ୟଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ଆଗକୁ ଯାହା ନିର୍ଦ୍ଦେଶ ଆସିବ ତାହା କାର୍ଯ୍ୟକାରୀ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri