ଯୋଜନାରୁ ବଞ୍ଚତ୍ତ ଭିନ୍ନକ୍ଷମ ଭଉଣୀଭାଇ

ଅମରପାଲି,୨୦ା୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତର ସଦର ଗ୍ରାମର ବିଦେଶୀ ସାହୁ(୪୦) ଓ ତାଙ୍କ ଭଉଣୀ ପ୍ରମୋଦିନୀ ସାହୁ(୩୫)। ଉଭୟେ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି। ବିଦେଶୀ ଶାରୀରିଭାବେ ଦୁର୍ବଳ ହୋଇଥିବା ବେଳେ ପ୍ରମୋଦିନୀ ମାନସିକ ଅନଗ୍ରସର। ପିଲାଦିନୁ ଉଭୟେ ବାପାଙ୍କୁ ହରାଇଥିଲେ। ବିଧବା ମା’ ଭତ୍ତା ବାବଦ ରାଶନ ସାମଗ୍ରୀ ସହିତ ପର ଘରେ କାମ କରି ଉଭୟଙ୍କୁ ପାଳୁଥିଲେ। ମାତ୍ର କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଲା। ଫଳରେ ସେମାନେ ପାଉଥିବା ସମସ୍ତ ସରକାରୀ ଯୋଜନା ବନ୍ଦ ହୋଇଗଲା।
ସରକାର କରୋନାରେ ମୃତବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ ମଧ୍ୟ ତାଙ୍କ ପରିବାରକୁ କୌଣସି ସହାୟତା ମିଳିନାହିଁ। ଭଉଣୀ ଭାଇଙ୍କ ଆଧାର କାର୍ଡ କି ଭିନ୍ନକ୍ଷମ କାର୍ଡ ନାହିଁ। ଫଳରେ ସେମାନେ କୌଣସି ସରକାରୀ ସହାୟତା ପାଇ ପାରୁ ନାହାନ୍ତି। ଉଭୟେ ଏବେ ଭଙ୍ଗା ଘରେ ରହୁଛନ୍ତି। ବିଦେଶୀ ଏକ ହୋଟେଲରେ ବାସନ ଧୋଇ ଯାହା ପାଆନ୍ତି ସେଥିରୁ ଭଉଣୀଭାଇ ଭୋକ ମେଣ୍ଟାଉଛନ୍ତି। ଏନେଇ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀଙ୍କୁ ପଚାରିବାରୁ ଉଭୟଙ୍କ ବିଷୟରେ ସୂଚନା ପାଇଥିବା କହିଛନ୍ତି। ଯଥାଶୀଘ୍ର ସରକାରୀ ବିଧିବ୍ୟବସ୍ଥାମତେ ଯେତିକି ସହାୟତା ହୋଇପାରିବ ସହଯୋଗ କରାଯିବ ବୋଲି କହିଥିଲେ। ଏଥିସହିତ କିଭଳି ଆଧାର କାର୍ଡ, ଭିନ୍ନକ୍ଷମ କାର୍ଡ ଓ ରାଶନ କାର୍ଡ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏନେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରଚରଣ ସାହୁଙ୍କୁ ପଚାରିବାରୁ ଆଧାର କାର୍ଡ ହେଲେ ଅନଲାଇନରେ ରାଶନ କାର୍ଡ ଆବେଦନ କରି ପିଡିଏସ୍‌ ଓ ଆଗ୍ରାଧିକାର ଭିତ୍ତିରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ବଣ୍ଟନରେ ଅନିୟମିତତା : ତହସିଲ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୨୦ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଶାନ୍ତପୁର ପଞ୍ଚାୟତରେ ଫନି ବାତ୍ୟା କ୍ଷତିଗ୍ରସ୍ତକୁ ପଲିଥିନ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ନିଶ୍ଚିନ୍ତକୋଇଲି ତହସିଲ...

ଗୁଡଭେଲା, ତୁଷୁରାରେ ପୋଲିସ ଫ୍ଲାଗ୍‌ ମାର୍ଚ୍ଚ

ଗୁଡଭେଲା,୬।୪(ଡିଏନଏ): କଳାହାଣ୍ଡି ଜିଲାରେ କରୋନା ପଜିଟିଭ ବାହରିବା ପରେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଓ ତୁଷୁରା ସହରରେ ସୋମବାର ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ...

ନୟାଗଡ଼ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ

ନୟାଗଡ଼ ଅଫିସ,୩୦ା୯:  ଗୋଟିଏ ଦିନରେ ନୟାଗଡ଼ରେ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ନୟାଗଡ଼ ବ୍ଲକ ଲାଉସେଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

  ଦେବଗଡ଼, ୧୨।୧୨(ଡି.ଏନ୍‌.ଏ.)- ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାବୁରୀକାନୀ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ହାତୀ ଆକ୍ରମଣରେ କମାର କିଷାନ (୭୦) ନାମକ ଜଣେ...

ମାନବବାଦ କ୍ଷେତ୍ରରେ ଭୀମଭୋଇ ଉଜ୍ଜ୍ୱଳ ଜ୍ୟୋତିଷ୍କ

ସୋନପୁର, ୯।୨(ନି.ପ୍ର.) ସନ୍ଥ କବି ଭୀମଭୋଇ ଧର୍ମ, ସଂସ୍କୃତି, ସାହିତ୍ୟ ଓ ମାନବବାଦ କ୍ଷେତ୍ରରେ ଏକ ମହାନ ଏବଂ ଉଜ୍ଜ୍ୱଳମୟ ଜ୍ୟୋତିଷ୍କ। ତାଙ୍କ ଦର୍ଶନ ଏବଂ...

ପାହାଡ଼ ଚଢ଼ିଲେ ପହଞ୍ଚ

ବଇଣ୍ଡା, ୧୭ା୧୦: ହାତରେ ଅଛି ମୋବାଇଲ। ହେଲେ ଜରୁରୀ ବେଳେ କରିହେଉନି କଲ୍‌। ବିପର୍ଯ୍ୟୟ ପୂର୍ବରୁ ସରକାର ପଠାଉଥିବା ସତର୍କ ସୂଚନା ବି ପହଞ୍ଚୁନି ଲୋକଙ୍କ...

ପୋଲିସ-ବିସ୍ଥାପିତ ଧସ୍ତାଧସ୍ତି

ସମ୍ବଲପୁର,୧୪ା୯(ବ୍ୟୁରୋ): ସମ୍ବଲପୁର ସମଲେଇ ଯୋଜନାରେ ବିସ୍ଥାପିତ ଓ ପୋଲିସ ମଙ୍ଗଳବାର ଧସ୍ତାଧସ୍ତି ହୋଇଛନ୍ତି। ସହରର ଘୁନଘୁଟିପଡାରେ ୩ ଘର ଉଚ୍ଛେଦ କରିବା ସମୟରେ ଏଭଳି ସ୍ଥିତି...

ଦିବ୍ୟ କୃପା ଲାଭରୁ ବଞ୍ଚିିତ ହେବେ ଶ୍ରଦ୍ଧାଳୁ

ପୁରୀ ଅଫିସ,୩୦।୬: ଆଷାଢ ଶୁକ୍ଳ ଦ୍ୱିତୀୟାଠାରୁ ଆରମ୍ଭ ହୋଇଥିବା ଶୀଗୁଣ୍ଡିଚା ଯାତ୍ରାର ଅଷ୍ଟମ ଦିବସ ତଥା ନବମୀ ତିଥିରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ...

Advertisement
Archives

Model This Week