ଭିନ୍ନ ଏକ ଗିରିଗୋବର୍ଦ୍ଧନ: ବୀରଖମ୍ବ ପାହାଡ଼

ପୁରାଣରେ ବର୍ଣ୍ଣିତ ରହିଛି ଦ୍ବାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ଗୋପପୁରବାସୀଙ୍କୁ ଦେବରାଜ ଇନ୍ଦ୍ରଙ୍କ ବଦଳରେ ଗିରିଗୋବର୍ଦ୍ଧନ ପାହାଡ଼କୁ ପୂଜାର୍ଚ୍ଚନା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ମାନି ଗୋପପୁରବାସୀ ଦେବରାଜ ଇନ୍ଦ୍ରଙ୍କ ବଦଳରେ ଗିରିଗୋବର୍ଦ୍ଧନକୁ ପୂଜାକଲେ। ଏଥିରେ ରାଗିଯାଇ ଇନ୍ଦ୍ର ପ୍ରବଳ ଝଡ଼ତୋଫାନ କଲେ। ଏହି ସମୟରେ ଗିରିଗୋବର୍ଦ୍ଧନ ସମସ୍ତଙ୍କୁ ସୁରକ୍ଷା ଓ ଆଶ୍ରୟ ଦେଇଥିଲେ। ସେପରି ଏକ ଗିରିଗୋବର୍ଦ୍ଧନ ରହିଛି କୋରାପୁଟ ଜିଲା ବୈପାରିଗୁଡ଼ା ଅଞ୍ଚଳରେ। ଏହା ବୀରଖମ୍ବ ପାହାଡ଼ ନାମରେ ପରିଚିତ।
ବୈପାରିଗୁଡ଼ାର ଅନତି ଦୂରରେ ରହିଛି ୨ଟି ପାହାଡ଼। ଦକ୍ଷିଣରେ ରହିଛି ବୀରଖମ୍ବ ପାହାଡ଼। ଅନ୍ୟଟି ଡାଲଖାଇ ପାହାଡ଼ ନାମରେ ପରିଚିତ। ବୀରଖମ୍ବ ପାହାଡ଼ ସ୍ଥାନୀୟ ଆଦିବାସୀ ଲୋକଙ୍କ ଆରାଧ୍ୟ ଦେବତା ଭଗବାନ ପୀରଖମ୍ବ ଠାକୁରଙ୍କ ଆସ୍ଥାନ ସ୍ଥଳ। ଏହି ୨ ପାହାଡ଼ ସ୍ଥାନୀୟ ଅଞ୍ଚଳର ଜଳବାୟୁକୁ ନିୟନ୍ତ୍ରଣ କରେ। ଏହା ହେଉଛି ପାହାଡ଼ର ବିଶେଷ ଗୁଣ। ପାହାଡ଼ିଆ ଅଞ୍ଚଳ ଯୋଗୁ ଏଠାରେ ଚାଷ କାର୍ଯ୍ୟ କେବଳ ବର୍ଷା ଉପରେ ନିର୍ଭରକରେ। ଏହି ୨ ପାହାଡ଼ ହେତୁ ଏଠାରେ ବର୍ଷାଋତୁରେ ଭଲ ବର୍ଷା ହେଉଥିବା ଏବଂ ମରୁଡ଼ି କିମ୍ବା ବନ୍ୟା ହେଉ ନ ଥିବା ଲୋକଙ୍କ ବିଶ୍ୱାସ ରହିଛି। ବର୍ଷାଋତୁରେ କଳାବାଦଲ ପାହାଡ଼ ଶିଖରକୁ ସ୍ପର୍ଶକଲେ ବର୍ଷା ହୋଇଥାଏ। ଖରାଦିନେ ପାହାଡ଼ ପଟୁ ଆସୁଥିବା ଥଣ୍ଡା ପବନ ଏଠାକାର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ।
ବୀରଖମ୍ବ ପାହାଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ଶିଆଳିଲତା ତଳେ ଭଗବାନ ବୀରଖମ୍ବଙ୍କ ଆସ୍ଥାନ ସ୍ଥଳ ରହିଛି। ପ୍ରତି ମଙ୍ଗଳବାର ଓ ଶୁକ୍ରବାର ସ୍ଥାନୀୟ ଭୂମିଆ ସମ୍ପ୍ରଦାୟର ଆଦିବାସୀ ପୂଜକମାନେ ଏଠାରେ ପୂଜା କରିଥାନ୍ତି। ବୀରଖମ୍ବଙ୍କ ମହିମା ଅପାର। ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରୁ ଶ୍ରଦ୍ଧାଳୁମାନେ ଏଠାକୁ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। ଧାନଚାଷ କରିବା ପୂର୍ବରୁ ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଏଠାରେ ବିହନ ଅନୁକୂଳ କରିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସରେ ଏଠାରେ କୃଷିଭିତ୍ତିକ ପର୍ବ ବାଲିଯାତ୍ରା ପାଳିତ ହୋଇଥାଏ। ଠାକୁରଙ୍କ ପ୍ରତୀକ ଲାଠି ନଗର ପରିକ୍ରମା କରିବା ପରେ ବାଲିକୁଡ଼ିଆ ନିକଟରେ ପହଞ୍ଚତ୍ଥାଏ। ସେଠାରେ ବାଲିରେ ଥିବା ଅଙ୍କୁରିତ ବିହନକୁ ଲାଠି ନିକଟରେ ପୂଜାକରି କ୍ଷେତରେ ପକାଇଲେ ଭଲ ଫସଲ ଅମଳ ହେବାର ବିଶ୍ୱାସ ଚାଷୀଙ୍କର ରହିଛି। ସେହିପରି ପ୍ରତି ୩ ବର୍ଷରେ ଥରେ ଗୁମ୍ମା ଗ୍ରାମର ଆଦିବାସୀ ଲୋକେ ପାହାଡ଼କୁ ଯାଇ ମେରିଆ ପୂଜା କରିଥାନ୍ତି। ରାତିରେ ପୂଜକ ନିବସ୍ତ୍ର ଅବସ୍ଥାରେ ପାହାଡ଼ ଉପରକୁ ଯାଇ ଛାଗବଳି ଦେଇଥାନ୍ତି।
ଭଗବାନ ବୀରଖମ୍ବକୁ ନେଇ ମଧ୍ୟ ଏକ ସୁନ୍ଦର କାହାଣୀ ମଧ୍ୟ ଉକ୍ତ ଅଞ୍ଚଳରେ ଶୁଣିବାକୁ ମିଳିଥାଏ। ବହୁ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର କେତେଜଣ ଆଦିବାସୀ ଯୁବକ ଚୈତ୍ରପର୍ବ ପାଳନ ବେଳେ ଶିକାର ପାଇଁ ଉକ୍ତ ଜଙ୍ଗଲକୁ ଯାଇଥିଲେ। ସେଦିନ କୌଣସି ଶିକାର ନ ମିଳିବାରୁ ନିରାଶ ହୋଇ ସେମାନେ ସେହି ଶିଆଳିଲତା ତଳେ ଆଶ୍ରୟ ନେଇଥିଲେ। ନିକଟରେ ଥିବା ଏକ ଶିଳା ନିକଟରେ ଯଦି ଶିକାର ମିଳେ ଉକ୍ତ ଶିଳା ନିକଟରେ ଏକ ଛାଗବଳି ଦେବାକୁ ସେମାନେ ମନାସିଥିଲେ। ସେମାନଙ୍କ ମାନସିକ ପୂରଣ ହୋଇଥିଲା। ତେବେ କୌତୂହଳବଶତଃ ଜଣେ ଅନ୍ୟ ଜଣକର ବେକକୁ ଏକ ଢାବ ପତ୍ର (ଧାରୁଆ ପତ୍ର)ରେ କାଟିବା ଅଭିନୟ କଲା ବେଳେ ସତକୁ ସତ ବେକ କଟିଗଲା। ସେବେଠାରୁ ଉକ୍ତ ଶିଳାକୁ ଏଠାରେ ପୂଜାର୍ଚ୍ଚନା କରାଯାଉଛି।
ରିପୋର୍ଟ- କଳ୍ପତରୁ ମହାନ୍ତି, ବୈପାରିଗୁଡା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri