ଭିନ୍ନ ଏକ ଗିରିଗୋବର୍ଦ୍ଧନ: ବୀରଖମ୍ବ ପାହାଡ଼

ପୁରାଣରେ ବର୍ଣ୍ଣିତ ରହିଛି ଦ୍ବାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ଗୋପପୁରବାସୀଙ୍କୁ ଦେବରାଜ ଇନ୍ଦ୍ରଙ୍କ ବଦଳରେ ଗିରିଗୋବର୍ଦ୍ଧନ ପାହାଡ଼କୁ ପୂଜାର୍ଚ୍ଚନା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ମାନି ଗୋପପୁରବାସୀ ଦେବରାଜ ଇନ୍ଦ୍ରଙ୍କ ବଦଳରେ ଗିରିଗୋବର୍ଦ୍ଧନକୁ ପୂଜାକଲେ। ଏଥିରେ ରାଗିଯାଇ ଇନ୍ଦ୍ର ପ୍ରବଳ ଝଡ଼ତୋଫାନ କଲେ। ଏହି ସମୟରେ ଗିରିଗୋବର୍ଦ୍ଧନ ସମସ୍ତଙ୍କୁ ସୁରକ୍ଷା ଓ ଆଶ୍ରୟ ଦେଇଥିଲେ। ସେପରି ଏକ ଗିରିଗୋବର୍ଦ୍ଧନ ରହିଛି କୋରାପୁଟ ଜିଲା ବୈପାରିଗୁଡ଼ା ଅଞ୍ଚଳରେ। ଏହା ବୀରଖମ୍ବ ପାହାଡ଼ ନାମରେ ପରିଚିତ।
ବୈପାରିଗୁଡ଼ାର ଅନତି ଦୂରରେ ରହିଛି ୨ଟି ପାହାଡ଼। ଦକ୍ଷିଣରେ ରହିଛି ବୀରଖମ୍ବ ପାହାଡ଼। ଅନ୍ୟଟି ଡାଲଖାଇ ପାହାଡ଼ ନାମରେ ପରିଚିତ। ବୀରଖମ୍ବ ପାହାଡ଼ ସ୍ଥାନୀୟ ଆଦିବାସୀ ଲୋକଙ୍କ ଆରାଧ୍ୟ ଦେବତା ଭଗବାନ ପୀରଖମ୍ବ ଠାକୁରଙ୍କ ଆସ୍ଥାନ ସ୍ଥଳ। ଏହି ୨ ପାହାଡ଼ ସ୍ଥାନୀୟ ଅଞ୍ଚଳର ଜଳବାୟୁକୁ ନିୟନ୍ତ୍ରଣ କରେ। ଏହା ହେଉଛି ପାହାଡ଼ର ବିଶେଷ ଗୁଣ। ପାହାଡ଼ିଆ ଅଞ୍ଚଳ ଯୋଗୁ ଏଠାରେ ଚାଷ କାର୍ଯ୍ୟ କେବଳ ବର୍ଷା ଉପରେ ନିର୍ଭରକରେ। ଏହି ୨ ପାହାଡ଼ ହେତୁ ଏଠାରେ ବର୍ଷାଋତୁରେ ଭଲ ବର୍ଷା ହେଉଥିବା ଏବଂ ମରୁଡ଼ି କିମ୍ବା ବନ୍ୟା ହେଉ ନ ଥିବା ଲୋକଙ୍କ ବିଶ୍ୱାସ ରହିଛି। ବର୍ଷାଋତୁରେ କଳାବାଦଲ ପାହାଡ଼ ଶିଖରକୁ ସ୍ପର୍ଶକଲେ ବର୍ଷା ହୋଇଥାଏ। ଖରାଦିନେ ପାହାଡ଼ ପଟୁ ଆସୁଥିବା ଥଣ୍ଡା ପବନ ଏଠାକାର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ।
ବୀରଖମ୍ବ ପାହାଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ଶିଆଳିଲତା ତଳେ ଭଗବାନ ବୀରଖମ୍ବଙ୍କ ଆସ୍ଥାନ ସ୍ଥଳ ରହିଛି। ପ୍ରତି ମଙ୍ଗଳବାର ଓ ଶୁକ୍ରବାର ସ୍ଥାନୀୟ ଭୂମିଆ ସମ୍ପ୍ରଦାୟର ଆଦିବାସୀ ପୂଜକମାନେ ଏଠାରେ ପୂଜା କରିଥାନ୍ତି। ବୀରଖମ୍ବଙ୍କ ମହିମା ଅପାର। ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରୁ ଶ୍ରଦ୍ଧାଳୁମାନେ ଏଠାକୁ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। ଧାନଚାଷ କରିବା ପୂର୍ବରୁ ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଏଠାରେ ବିହନ ଅନୁକୂଳ କରିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସରେ ଏଠାରେ କୃଷିଭିତ୍ତିକ ପର୍ବ ବାଲିଯାତ୍ରା ପାଳିତ ହୋଇଥାଏ। ଠାକୁରଙ୍କ ପ୍ରତୀକ ଲାଠି ନଗର ପରିକ୍ରମା କରିବା ପରେ ବାଲିକୁଡ଼ିଆ ନିକଟରେ ପହଞ୍ଚତ୍ଥାଏ। ସେଠାରେ ବାଲିରେ ଥିବା ଅଙ୍କୁରିତ ବିହନକୁ ଲାଠି ନିକଟରେ ପୂଜାକରି କ୍ଷେତରେ ପକାଇଲେ ଭଲ ଫସଲ ଅମଳ ହେବାର ବିଶ୍ୱାସ ଚାଷୀଙ୍କର ରହିଛି। ସେହିପରି ପ୍ରତି ୩ ବର୍ଷରେ ଥରେ ଗୁମ୍ମା ଗ୍ରାମର ଆଦିବାସୀ ଲୋକେ ପାହାଡ଼କୁ ଯାଇ ମେରିଆ ପୂଜା କରିଥାନ୍ତି। ରାତିରେ ପୂଜକ ନିବସ୍ତ୍ର ଅବସ୍ଥାରେ ପାହାଡ଼ ଉପରକୁ ଯାଇ ଛାଗବଳି ଦେଇଥାନ୍ତି।
ଭଗବାନ ବୀରଖମ୍ବକୁ ନେଇ ମଧ୍ୟ ଏକ ସୁନ୍ଦର କାହାଣୀ ମଧ୍ୟ ଉକ୍ତ ଅଞ୍ଚଳରେ ଶୁଣିବାକୁ ମିଳିଥାଏ। ବହୁ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର କେତେଜଣ ଆଦିବାସୀ ଯୁବକ ଚୈତ୍ରପର୍ବ ପାଳନ ବେଳେ ଶିକାର ପାଇଁ ଉକ୍ତ ଜଙ୍ଗଲକୁ ଯାଇଥିଲେ। ସେଦିନ କୌଣସି ଶିକାର ନ ମିଳିବାରୁ ନିରାଶ ହୋଇ ସେମାନେ ସେହି ଶିଆଳିଲତା ତଳେ ଆଶ୍ରୟ ନେଇଥିଲେ। ନିକଟରେ ଥିବା ଏକ ଶିଳା ନିକଟରେ ଯଦି ଶିକାର ମିଳେ ଉକ୍ତ ଶିଳା ନିକଟରେ ଏକ ଛାଗବଳି ଦେବାକୁ ସେମାନେ ମନାସିଥିଲେ। ସେମାନଙ୍କ ମାନସିକ ପୂରଣ ହୋଇଥିଲା। ତେବେ କୌତୂହଳବଶତଃ ଜଣେ ଅନ୍ୟ ଜଣକର ବେକକୁ ଏକ ଢାବ ପତ୍ର (ଧାରୁଆ ପତ୍ର)ରେ କାଟିବା ଅଭିନୟ କଲା ବେଳେ ସତକୁ ସତ ବେକ କଟିଗଲା। ସେବେଠାରୁ ଉକ୍ତ ଶିଳାକୁ ଏଠାରେ ପୂଜାର୍ଚ୍ଚନା କରାଯାଉଛି।
ରିପୋର୍ଟ- କଳ୍ପତରୁ ମହାନ୍ତି, ବୈପାରିଗୁଡା


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri