ବିଧାୟିକା ବିରୋଧୀ ମେଳିରେ ଫାଟ

ରସୁଲପୁର,୧୭ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ରସୁଲପୁର ବ୍ଲକର ୧୦ ପଞ୍ଚାୟତରେ ବିଜେଡି ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି। ସେହି ୧୦ ପଞ୍ଚାୟତ ପ୍ରଥମାଖଣ୍ଡି, ରାଜେନ୍ଦ୍ରପୁର, ଅତଲାପୁର, ସାମନ୍ତରାପୁର, ମଙ୍ଗରାଜପୁର, ଅର୍ଥଗାଁ, ବ୍ରହ୍ମବରଦା, ବନ୍ଧଡ଼ିହ, ରାଉତରାପୁର, ମହେଶ୍ୱରପୁରରେ ବିଜେଡିର ପତିଆରା ରହିଆସିଛି। ଏଗୁଡ଼ିକରେ ବିଜେଡି ନେତ୍ରୀ ତଥା ବରୀ ବିଧାୟିକା ସୁନନ୍ଦା ଦାସଙ୍କ ବିରୋଧରେ ଦଳର ତୃଣମୂଳ ନେତାଙ୍କର ମେଳି ଦେଖିବାକୁ ମିଳିଛି। ହେଲେ ଗୋଟିଏ ମଞ୍ଚରେ ବିରୋଧୀମାନେ ବିଧାୟିକାଙ୍କ ବିରୋଧରେ ମେଳି ହେବାର ମାସକ ମଧ୍ୟରେ ଏବେ ଫାଟ ଦେଖାଦେଇଛି।
୨୦୦୯ ବିଧାନସଭା ଭୋଟ ପୂର୍ବରୁ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ହୋଇଥିଲା। ବରୀ ବ୍ଲକର ୨୭, ରସୁଲପୁର ବ୍ଲକର ୧୦ ଏବଂ ଯାଜପୁର ବ୍ଲକର ୮ ପଞ୍ଚାୟତକୁ ନେଇ ବରୀ ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ଟିକେଟ ଦେଇ ନ ଥିଲା। ତାଙ୍କ ସ୍ଥାନରେ ନୂଆରେ ଦଳରେ ଯୋଗଦେଇଥିବା ଭାଜପା ନେତ୍ରୀ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା। ତାଙ୍କୁ ଜିତାଇବାରେ ରସୁଲପୁର ବ୍ଲକର ୧୦ ପଞ୍ଚାୟତର ଭୋଟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବିଧାୟିକାଙ୍କ କାର୍ଯ୍ୟ ଅବଧିର ସାଢେ ୩ବର୍ଷ ମଧ୍ୟରେ ଏହିସବୁ ପଞ୍ଚାୟତରେ ବିଜେଡି ମୂଳକର୍ମୀମାନଙ୍କୁ ଅଣଦେଖା କରାଯାଉଥିବା କେତେଜଣ ନେତା ଅଭିଯୋଗ କରି ମେଳି ବାନ୍ଧିଥିଲେ। ଗତ ଅକ୍ଟୋବର ୧୨ରେ ପୂର୍ବତନ ସରପଞ୍ଚ ସୁଶାନ୍ତ ବେହେରା, ଅଭିମନ୍ୟୁ ମହାଳିକ, ପ୍ରଫୁଲ ସାହୁ, ଯାଜପୁର ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ବନ୍ଧଢ଼ିହ ପଞ୍ଚାୟତର ଯୁବନେତା ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ୧୦ ପଞ୍ଚାୟତର ବିଧାୟକ ବିରୋଧୀମାନଙ୍କୁ ନେଇ ମେଳି ହୋଇଥିଲା। ମଙ୍ଗରାଜପୁର ପଞ୍ଚାୟତରେ ଆୟୋଜିତ ଏକ ସାଧାରଣ ସଭାରେ ବିରୋଧୀମାନେ ବିଜେଡି ବ୍ୟାନର ତଳେ ଏକତ୍ର ହୋଇ ବିଧାୟିକାଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ। ବିଧାୟକ ଏବଂ ବିଶ୍ୱରଞ୍ଜନ ମଲ୍ଲିକ (ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପା ଛାଡି ବିଜେଡିରେ ଯୋଗଦେଇଥିଲେ)ଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରାଯାଇଥିଲା। ଉଭୟ ନେତାଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବାଦ୍‌ କରିବା ପାଇଁ ସେମାନେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଉକ୍ତ ସଭା ଜରିଆରେ ନିବେଦନ କରିଥିଲେ। ଏହି ୨ଜଣ ଆମଦାନୀ ନେତା ମୂଳ ବିଜେଡି କର୍ମୀ ଓ ଜନପ୍ରତିନିଧିମାନଙ୍କୁ ଅଣଦେଖା କରିବା ଏବଂ ନିଜର ସମର୍ଥକ ଓ ଭାଜପା ନେତାମାନଙ୍କୁ ଗୁରୁତ୍ୱ ଦେଉଥିବା ସେମାନେ ଅଭିଯୋଗ କରିଥିଲେ। ଏପରି କି ବିଧାୟିକା ଏବଂ ବିଶ୍ୱରଞ୍ଜନଙ୍କ ବିରୋଧରେ ନାନା ଦୁର୍ନୀତି ଆଣିବା ସହ ପଞ୍ଚାୟତସ୍ତରୀୟ ଭୋଟ ଅଙ୍କ ସମ୍ପର୍କରେ ସେମାନେ ଖବରଦାତା ସମ୍ମିଳନୀ ଓ ସମାବେଶ ଜରିଆରେ ଦଳୀୟ ନେତୃତ୍ୱଙ୍କୁ ଅବଗତ କରାଇଥିଲେ। କିନ୍ତୁ ଏବେ ବିରୋଧୀ ମେଳିରେ ଫାଟ ଦେଖାଦେଇଛି। ଗତ ୧୨ ତାରିଖରେ ପ୍ରଥମାଖଣ୍ଡି ପଞ୍ଚାୟତ ମୂଳାପାଳ ଛକଠାରେ ଆୟୋଜିତ ଏକ ଶିଳାନ୍ୟାସ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟିକା ଦାସଙ୍କ ସହ ବିରୋଧୀମାନଙ୍କ ପକ୍ଷରୁ ସୁଶାନ୍ତ ବେହେରା, ଅଭିମନ୍ୟୁ ମହାଳିକ, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏ ସମ୍ପର୍କରେ ପୂର୍ବତନ ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ପଚାରିବାରୁ ବିଧାୟିକାଙ୍କ ସହ ରହିଥିବା ମତାନ୍ତର ଦୂର ହୋଇଛି। ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ବିବାଦ ତୁଟି ଯାଇଛି। ଆଗକୁ ବିଧାୟିକାଙ୍କ ସହ ରହି ଦଳୀୟ ସାଂଗଠନିକ କାର୍ଯ୍ୟ କରିବେ ବୋଲି ସେ କହିଥିଲେ। ମେଳିର ନେତୃତ୍ୱ ନେଉଥିବା ପୂର୍ବତନ ସରପଞ୍ଚ ତଥା ବିଧାୟକ ପ୍ରତିନିଧି ପ୍ରଫୁଲ ସାହୁଙ୍କୁ ପଚାରିବାରୁ ତାଙ୍କର କେତେଜଣ ସହଯୋଗୀ ଆତ୍ମଘାତୀ କାର୍ଯ୍ୟ କରିଛନ୍ତି। ଲାଭଲୋଭକୁ ଗୁରୁତ୍ୱ ଦେଇ ସେମାନେ ସଂଗଠନ ଛାଡ଼ି ଦେଇଛନ୍ତି। ହେଲେ ଏ ସବୁ ସତ୍ତ୍ୱେ ତାଙ୍କର ବିଧାୟିକା ବିରୋଧୀ ଅଭିଯାନ ଜାରି ରହିବ। ସହଯୋଗୀମାନେ ଛାଡ଼ି ଚାଲିଗଲେ ବି ତାଙ୍କ ସଂଗଠନକୁ କିଛି ଫରକ ପଡ଼ିବନାହିଁ ବୋଲି ସେ କହିଛନ୍ତି। ଅନ୍ୟତମ ପ୍ରମୁଖ ବିରୋଧୀ ନେତା ପ୍ରଦୀପ ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ପଚାରିବାରୁ ଦଳରେ ମତାନ୍ତର ଓ ମନାନ୍ତର ହେବା କିଛି ନୂଆକଥା ନୁହେଁ। ସେ କାହାରିକୁ ବିରୋଧୀ ଦୃଷ୍ଟିରେ ଦେଖନ୍ତି ନାହିଁ। ଘରେ କେହି ପୁଅ ଅବୁଝା ହେଲେ ସେମାନଙ୍କୁ ବୁଝାଇବା ତାଙ୍କର କାମ। ସେ କାର୍ଯ୍ୟ କରିବାରେ ସର୍ବଦା ଚେଷ୍ଟିତ। ବରୀ ବିଜେଡିକୁ ଅଖଣ୍ଡ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମାନକୁ ଉଚ୍ଚା କରିବାକୁ ସେ ସବୁବେଳେ ପ୍ରୟାସ ଜାରି ରଖିଆସୁଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?