୪ ଅନାଥ ଶିଶୁଙ୍କ ପାଇଁ ଗାଁରେ ବସିଲା କୋର୍ଟ

ରାଜନଗର,୬ା୨(ଡି.ଏନ.ଏ.):ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବାପାଙ୍କୁ ଦୁର୍ବୃତ୍ତମାନେ ମାରିଦେଲେ। ଗାଁରେ ମା’ଙ୍କ ପାଖରେ ଥିବା ୪ ଶିଶୁ ବାପଛେଉଣ୍ଡ ହେଲେ। ତଥାପି ଭାଗ୍ୟକୁ ଆଦରି ମା’ଙ୍କ ସହିତ ପିଲାମାନେ ରହୁଥିଲେ। ହେଲେ ଜନ୍ମକଲା ମା’ ୪ ଶିଶୁଙ୍କୁ ଛାଡି କେଉଁଆଡ଼େ ଚାଲିଯିବା ପରେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡିଛି। ଏବେ ସେହି ୪ ଶିଶୁ ଜେଜେମା’ ଓ ଜେଜେବାପାଙ୍କ ପାଖରେ ରହୁଛନ୍ତି। ଏ ସଂକ୍ରାନ୍ତରେ ଗତ ୩ ତାରିଖ ଧରିତ୍ରୀରେ ‘୪ ପିଲାଙ୍କ ଭାଗ୍ୟ ଜେଜେମା’, ଜେଜେଙ୍କ କାନ୍ଧରେ’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ଜିଲା ଆଇନ ସେବା ପ୍ରାଧିକରଣର ବିଚାରପତି ସୁମିତ୍ରା ସାହୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରଗଡ଼ ପଞ୍ଚାୟତ ଚାରିଘରିଆ ଗାଁରେ ପହଞ୍ଚତ୍ଥିଲେ। ଏହି ଘଟଣା ଉପରେ ସେ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଚାରପତି ସରକାରୀ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଡକାଇ ୪ ଅନାଥ ଶିଶୁଙ୍କ ଭବିଷ୍ୟତ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଗାଁର ରାସ୍ତା କଡ଼ରେ କୋର୍ଟ ବସିବା ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି।
ସୂଚନା ଅନୁଯାୟୀ, ଚାରିପୋଖରିଆ ଗାଁର ଅମର ବାରିକ ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ସତ୍ୟଭାମା ନାମ୍ନୀ ଜଣେ ଯୁବତୀଙ୍କୁ ଭଲପାଇ ବିବାହ କରିଥିଲେ। ଏହାପରେ ସତ୍ୟଭାମା କୋଳକୁ ଆସିଥିଲେ ୩ ଝିଅ, ଗୋଟିଏ ପୁଅ। ବଡ଼ ଝିଅ ଲକ୍ଷ୍ମୀପ୍ରିୟା (୯), ମଝିଆ ଝିଅ ଦେବିକା (୭), ସାନଝିଅ ଆରତୀ (୬) ଓ ପୁଅ ରୁଦ୍ରମୋହନ (୩)। ହସଖୁସିରେ ତାଙ୍କ ସଂସାର ଚାଲିଥିଲା। ହେଲେ ଦେଢବର୍ଷ ତଳେ ହାଇଦ୍ରାବାଦରେ ଅମରଙ୍କୁ କେହି ଅତି ନିର୍ମମ ଭାବେ ହତ୍ୟା କଲେ। ଅମରଙ୍କ ମୃତ୍ୟୁ ପରେ ସତ୍ୟଭାମା ନିଜର ୪ ପିଲାଙ୍କୁ ଧରି ଗାଁକୁ ଚାଲି ଆସିଥିଲେ। ଆର୍ଥିକ ଅନଟନ ମଧ୍ୟରେ ଶାଶୁ ଶ୍ୱଶୁରଙ୍କ ପାଖରେ ସେ ନିଜ ପିଲାମାନଙ୍କ ସହ ମୁଣ୍ଡ ଗୁଞ୍ଜିଥିଲେ। ହେଲେ ଆଜକୁ ୬ମାସ ତଳେ ସତ୍ୟଭାମା ୪ ପିଲାଙ୍କୁ ଛାଡି କେଉଁଆଡେ ପଳାଇଛନ୍ତି। ଏପରି ପରିସ୍ଥିତିରେ ପିଲାମାନେ କିପରି ବଞ୍ଚତ୍ବେ, ସେମାନଙ୍କ ଭବିଷ୍ୟତ ସଂକ୍ରାନ୍ତରେ ଚିନ୍ତାରେ ଅଛନ୍ତି ଜେଜେବାପା ବ୍ରହ୍ମାନନ୍ଦ ବାରିକ ଓ ଜେଜେମା’ ମୁକ୍ତାମଣି।
ସମସ୍ତ ଘଟଣା ଜାଣିବା ପରେ ଜିଲା ଦୌରାଜଜ୍‌ ବିଶ୍ୱଜିତ୍‌ ମହାନ୍ତିଙ୍କ ନିର୍ଦ୍ଦେଶରେ ବିଚାରପତି ସାହୁ ଗାଁରେ ପହଞ୍ଚତ୍ ଥିଲେ। ସେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ବାଦଲ ଦାସଙ୍କୁ ଡାକି ୪ ପିଲାଙ୍କ ପାଇଁ କି କି ସରକାରୀ ସାହାଯ୍ୟ ଦେଇହେବ ସେ ନେଇ ପଚାରିଥିଲେ। ୪ ଶିଶୁ ଯେପରି ଶାନ୍ତିରେ ଚଳିପାରିବେ ଓ ଭବିଷ୍ୟତ ଗଢ଼ିପାରିବେ, ତା’ର ବ୍ୟବସ୍ଥା କରିବା ପାଇଁ କହିଥିଲେ। ସରକାରଙ୍କ ମିଶନ ବାତ୍ସଲ୍ୟ ଯୋଜନା ଅନୁସାରେ ଏହି ପରିବାରର ଦୁଇ ଶିଶୁଙ୍କୁ ମାସିକ ୪ ହଜାର ଟଙ୍କା ହିସାବରେ ୮ ହଜାର ଟଙ୍କା ମିଳିବ। ବର୍ତ୍ତମାନ ସେମାନେ ୨ ହଜାର ହିସାବରେ ୪ ହଜାର ଟଙ୍କା ପାଇବେ। ଏପ୍ରିଲ ପରେ ବକେୟା ଟଙ୍କା ମଧ୍ୟ ମିଳିବ। ତାଙ୍କ ରାଶନକାର୍ଡରେ ମାତ୍ର ୨ଜଣଙ୍କୁ ୫ କେଜି ଲେଖାଏ ଚାଉଳ ମିଳୁଥିଲା। ସେମାନେ ସମସ୍ତେ କିପରି ରାଶନ ସାମଗ୍ରୀ ପାଇବେ, ସେ ନେଇ ସେମାନଙ୍କ କାଗଜପତ୍ର ନିଆଯାଇ ଜିଲା ଯୋଗାଣ ଅଧିକାରୀଙ୍କୁ ଦିଆଯାଇଛି। ଘଟଣାସ୍ଥଳକୁ ସ୍ଥାନୀୟ ରିଟେଲରଙ୍କୁ ଡାକି ବିଚାରପତି କଥା ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ୪ଶିଶୁଙ୍କ ଜେଜେବାପାଙ୍କୁ ୬୪ ବର୍ଷ ହୋଇଥିଲେ ବି ସେ ଭତ୍ତା ପାଉନାହାନ୍ତି। ସେ ବ୍ୟାଙ୍କ ଅଫ୍‌ ବରୋଦାରେ ଆକାଉଣ୍ଟ ଖୋଲିଥିଲେ ବି ତାଙ୍କ ପାସ୍‌ବୁକ୍‌ ମିଳି ନାହିଁ। ଏଥିସହ ୪ମାସ ତଳେ ସେ ଆବେଦନ କରିଥିଲେ ବି ଭତ୍ତା ପାଇ ନ ଥିବା କହିଥିଲେ। ବିଚାରପତି ବ୍ୟାଙ୍କ ଅଫ୍‌ ବରୋଦା ଚାନ୍ଦିବାଉଁଶମୂଳର ପରିଚାଳକଙ୍କ ସହ କଥା ହୋଇ ତୁରନ୍ତ ତାଙ୍କୁ ପାସ୍‌ବୁକ୍‌ ପ୍ରଦାନ କରିଥିଲେ। ବିଚାରପତି ସାହୁ ଘଟଣାସ୍ଥଳକୁ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଭଗବତୀ ପ୍ରସାଦ ଦାସ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସଙ୍କୁ ଡକାଇ ଏହି ୪ଶିଶୁଙ୍କ ଭବିଷ୍ୟତ ନେଇ ଆଲୋଚନା କରିଥିଲେ। ସେମାନେ ଭୂମିହୀନ ହୋଇଥିବାରୁ ଘରଡିହ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri