ଏକ ସଂଯୋଗ

ନିକଟରେ ନୂଆଦିଲ୍ଲୀରେ ସଚିବ ସ୍ତରୀୟ ଅଦଳବଦଳକୁ ନେଇ କେତେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ଅଦଳବଦଳର ଯୁକ୍ତିଯୁକ୍ତତା ପଛରେ ରହସ୍ୟ ରହିଛି। କିନ୍ତୁ ବର୍ତ୍ତମାନ ପାଇଁ ଆସନ୍ତୁ ଏଗୁଡ଼ିକ ମଧ୍ୟରୁ କେତୋଟିର ରହସ୍ୟ ଉନ୍ମୋଚନ କରିବା। ପ୍ରଥମରେ ହେଉଛି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)। ଅନେକ ଦିନ ଡିଓପିଟି ସଚିବ ପଦବୀ ଖାଲି ପଡ଼ିବା ପରେ ଗୋଟିଏ ବର୍ଷରେ ତିନି ଥର ନିଯୁକ୍ତି କ୍ରମରେ ୧୯୯୧ କେରଳ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ରଚନା ଶାହାଙ୍କୁ ନିଯୁକ୍ତ କରାଯାଇଛି। ଶେଷରେ ପଦବୀଟି ମହିଳାଙ୍କ ହାତରେ ରହିଲା। ଏହା ବ୍ୟତୀତ ରାଧା ଏସ୍‌ ଚୌହାନଙ୍କ ସ୍ଥାନରେ ଶାହାଙ୍କୁ ନିଯୁକ୍ତ କରାଯାଇଥିବାବେଳେ ନିକଟରେ ମନୀଷା ସକ୍ସସେନା ଏଷ୍ଟାବ୍ଲିଶମେଣ୍ଟ ଅଫିସର ଭାବରେ ଦାୟିତ୍ୱ ନେବା ସହ କବିତା ସିଂ କ୍ୟାବିନେଟ ସେକ୍ରେଟାରିଏଟ୍‌ରେ ଗୁରୁତ୍ୱପୂର୍ଣ୍ଣ ଏସିସି ମାମଲା ଦାୟିତ୍ୱ ନେଇଛନ୍ତି। ଏହା ଏକ ସଂଯୋଗ ନୁହେଁ କି? ତଥ୍ୟ ପ୍ରଘଟ ଏବଂ ଆଶ୍ଚର୍ଯ୍ୟଜନକ ଘଟଣାକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ମନେହୁଏ। ଯଦି ସବୁ ଠିକ୍‌ଠାକ୍‌ ଚାଲେ ତେବେ ଶାହା ନଭେମ୍ବର ୨୦୨୭ରେ ଅବସର ପର୍ଯ୍ୟନ୍ତ ରହିପାରନ୍ତି। ରାଜସ୍ବ ବିଭାଗରେ, ୧୯୯୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅରୁନିଶ ଚାୱଲାଙ୍କ ନିଯୁକ୍ତି ସହ ଅଦଳବଦଳ ପ୍ରକ୍ରିୟାକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ବର୍ତ୍ତମାନର ଆର୍‌ବିଆଇ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଚାୱଲା ସିବିଡିଟି, ସିବିଆଇସି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ପରିଚାଳନା କରିବାର କଠିନ ଦାୟିତ୍ୱର ସମ୍ମୁଖୀନ ହୋଇଛନ୍ତି। ସେ ଉଚ୍ଚ ପଦବୀକୁ ଚାଲିଯାଇଥିଲେ ମଧ୍ୟ ଏବେସୁଦ୍ଧା ସଂସ୍କୃତି ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଛନ୍ତି। ଚାୱଲା କିପରି ଏହି ଦ୍ୱୈତ ଦାୟିତ୍ୱକୁ ସଞ୍ଚାଳନ କରିବେ ତାହା ଦେଖିବାକୁ ବାକି ରହିଲା।
ଇସ୍ତଫା ପଛର କାହାଣୀ
ନିୟମିତ ଭାବେ ଏକ ଅମଲାତନ୍ତ୍ରିକ କାହାଣୀ ଆସେ, ଯାହାର ପ୍ରଚ୍ଛଦପଟର ଘଟଣା ଆମକୁ ଆଶ୍ଚର୍ଯ୍ୟ କରେ। ୨୦୧୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ କାମ୍ୟା ମିଶ୍ରାଙ୍କ ମାମଲାଟି ବଡ଼ ବିଚିତ୍ର। ବ୍ୟକ୍ତିଗତ କାରଣ ଦର୍ଶାଇ ନିକଟରେ ଦରଭଙ୍ଗାସ୍ଥିତ ଗ୍ରାମୀଣ ଅଧୀକ୍ଷକ (ଏସ୍‌ପି) ପଦରୁ ମିଶ୍ରା ଦେଇଥିବା ଇସ୍ତଫାକୁ ବିହାର ସରକାର ଅନୌପଚାରିକ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପରିବର୍ତ୍ତେ, ନଭେମ୍ବର ୨୦୨୪ରୁ ତାଙ୍କୁ ୧୮୦ ଦିନ ଛୁଟି ମଞ୍ଜୁର କରାଯାଇଛି । ପୋଲିସ ସେବାରେ ନିୟମିତ ଅଦଳବଦଳ ହୋଇଥାଏ, କିନ୍ତୁ ତାଙ୍କ ମାମଲା ସାମାନ୍ୟରୁ ଅଧିକ କିଛି ଅନୁଭବ ହୁଏ। ତାଙ୍କ ସ୍ବାମୀ ତଥା ୨୦୧୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଅବଦେଶ ସରୋଜ ଦୀକ୍ଷିତ ମଧ୍ୟ ଏବେ ଗୋପାଳଗଞ୍ଜର ଏସ୍‌ପି ଅଛନ୍ତି। ଏହା ପୂର୍ବରୁ ସେ ମୁଜାଫରପୁରରେ ସିଟି ଏସ୍‌ପି ଭାବରେ କାର୍ଯ୍ୟ କରିଥିଲେ। ୨୦୨୧ରେ ବିବାହ କରିଥିବା ଏହି ଯୋଡ଼ିଙ୍କୁ ଅମଲାତନ୍ତ୍ରିକ କ୍ଷେତ୍ରରେ ଅଧିକ ସମ୍ମାନ ଦିଆଯାଏ। ତେଣୁ ମିଶ୍ରାଙ୍କ ପରି ଜଣେ ସମ୍ମାନିତ ତଥା ପ୍ରଭାବୀ ଅଧିକାରୀ କାହିଁକି ଇସ୍ତଫା ଦେବେ? ଏବଂ କାହିଁକି ସରକାର ତାଙ୍କୁ ଯିବାକୁ ମନା କରିବେ? ଆଗକୁ ହେବାକୁ ଥିବା ବିହାର ନିର୍ବାଚନ ଓ ରାଜ୍ୟ ରାଜନୈତିକ ବାତାବରଣ ସହିତ ଏହାର ସମ୍ପର୍କ ଥାଇପାରେ କି? ଦରଭଙ୍ଗାରେ ମିଶ୍ରାଙ୍କ କାର୍ଯ୍ୟକାଳ ଏବଂ ଇସ୍ତଫା ଦେବାର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଇପାରେ, କିନ୍ତୁ ତାଙ୍କୁ ଦୂରେଇ ରଖିବାରେ ସରକାରଙ୍କ ପଦକ୍ଷେପ ଅଧିକ ପ୍ରଶ୍ନ ସୃଷ୍ଟି କରିଛି। ଏଠାରେ ଭାଜପା-ନୀତୀଶ କୁମାରଙ୍କ ରାଜନୈତିକ ଗଣନା କାମ କରୁଛି କି? କାରଣ ଯାହା ହେଉନା କାହିଁକି, ଗୋଟିଏ କଥା ସ୍ପଷ୍ଟ ଯେ, ଯେହେତୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢୁଛି, ଏହି ଭଳି କାହାଣୀ ଆମକୁ ଭାରତର ଅମଲାତନ୍ତ୍ରରେ ଶାସନ ଏବଂ ରାଜନୀତି ମଧ୍ୟରେ ଥିବା ସନ୍ତୁଳନକୁ ସ୍ମରଣ କରାଇଦିଏ।
ସୋମନାଥନ୍‌ଙ୍କ ଚିଠି
ସମସ୍ୟା ଠାବ କରିବା, ତଥ୍ୟ ସଂଗ୍ରହ କରିବା, ବିକଳ୍ପ ମୂଲ୍ୟାଙ୍କନ ତଥା କାର୍ଯ୍ୟାନ୍ବୟନ କ୍ଷେତ୍ରରେ ନୀତି ନିର୍ଦ୍ଧାରଣକୁ ସୀମିତ କରିବା ଲାଗି ଏକ ଦୁଇ ବର୍ଷର ପୁରୁଣା ନିର୍ଦ୍ଦେଶକୁ ମନ୍ତ୍ରଣାଳୟଗୁଡ଼ିକ ଅଣଦେଖା କରିଚାଲିଥିଲେ। ଏ ସମ୍ପର୍କରେ ମନ୍ତ୍ରଣାଳୟଗୁଡ଼ିକୁ କ୍ୟାବିନେଟ ସଚିବ ଟି.ଭି. ସୋମନାଥନ କାର୍ଯ୍ୟାନ୍ବୟନର ଆହ୍ବାନ ଦେଇଛନ୍ତି। ଏକ ଚିଠିରେ ସେ ଦର୍ଶାଇଛନ୍ତି ଯେ, ଅନୁପାଳନ କରା ନ ଯିବା ଯୋଗୁ ଅନାବଶ୍ୟକ ବିଳମ୍ବ ଘଟୁଛି ଏବଂ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପକୁ ଅଣଦେଖା କରାଯାଉଛି। ଲକ୍ଷ୍ୟ ହାସଲ କରିବାରେ ସେ ଦୃଢ଼ ନିଶ୍ଚିତ। ଏକ ନିର୍ମଳ, ଉତ୍ତମ ବ୍ୟବସ୍ଥା ସୃଷ୍ଟି କରି ପ୍ରକ୍ରିୟାଗୁଡ଼ିକୁ ଶୃଙ୍ଖଳିତ କରିବା ଏହି ନିର୍ଦ୍ଦେଶନାମାର ଉଦ୍ଦେଶ୍ୟ । ବିଭିନ୍ନ ବିଷୟକୁ ଧିମା କରିଦେଉଥିବା ଅତିରିକ୍ତ ଲେୟାର ବା ବୋଝକୁ ହ୍ରାସ କରି ସ୍ବତନ୍ତ୍ର, ଅତିରିକ୍ତ ଏବଂ ଯୁଗ୍ମ ସଚିବମାନେ ସ୍ବାଧୀନ ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତୁ ସୋମନାଥନ ଚାହୁଁଛନ୍ତି। ତାଙ୍କର ବାର୍ତ୍ତା ହେଉଛି, ‘ଡି-ଲେୟାରିଂ’ କେବଳ ଏକ ଶବ୍ଦ ନୁହେଁ; ଏହା ନିଷ୍ପତ୍ତି ତ୍ୱରାନ୍ବିତ କରିବା ଏବଂ ଦକ୍ଷତା ବୃଦ୍ଧି କରିଥାଏ। ବ୍ୟକ୍ତିଗତ ଭାବରେ ସଚିବମାନଙ୍କୁ ମଧ୍ୟ ମନେପକାଇ ଦେଇଛନ୍ତି ଯେ ଏକ ପ୍ରତିକ୍ରିୟାଶୀଳ, ସ୍ବଚ୍ଛ ଶାସନ ଏହା ଉପରେ ନିର୍ଭର କରେ। ଏହା ସହିତ ଯୋଗାଯୋଗକୁ ସଂକ୍ଷିପ୍ତ ଏବଂ ସୁଗମ ରଖିବା ପାଇଁ କ୍ୟାବିନେଟ ସଚିବ ଏକ ସ୍ମାରକପତ୍ର ଦେଇଛନ୍ତି। ମୁଖ୍ୟ ସମସ୍ୟା ଏବଂ ବିଳମ୍ବକୁ ସାମ୍ନାକୁ ଆଣି ସଚିବମାନଙ୍କୁ କେବଳ ଦୁଇ ପୃଷ୍ଠାର ସଂକ୍ଷିପ୍ତ ମାସିକ ରିପୋର୍ଟ ପଠାଇବାକୁ କହିଛନ୍ତି। ତାଙ୍କ ବାର୍ତ୍ତା ହେଉଛି-କମ୍‌ ଅମଲାତନ୍ତ୍ର, ଅଧିକ କାର୍ଯ୍ୟ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?